Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଫ୍ରାନ୍ସର ନିସଠାରେ ଆକ୍ରମଣକୁ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ନିନ୍ଦା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସର ନିସଠାରେ ଭୟଙ୍କର ଆକ୍ରମଣକୁ ଦୃଢ଼ ଭାବେ ନିନ୍ଦା କରିଛନ୍ତି।

“ନିସଠାରେ ଘଟିଥିବା ଭୟାନକ ଆକ୍ରମଣରେ ହତଚକିତ । ଏଭଳି ନିର୍ବୋଧ ଓ ଅମାନବୀୟ ହିଂସାକୁ ମୁଁ ଦୃଢ଼ ଭାବେ ନିନ୍ଦା କରୁଛି । ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ମୋର ଅଶେଷ ସମବେଦନା ।

ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଭାରତ ଏହି କଷ୍ଟକୁ ଅନୁଭବ କରୁଛି ଏବଂ ଫ୍ରାନ୍ସର ଭାଇ ଓ ଭଉଣୀମାନଙ୍କର ଏହି ଦୁଃଖଦ ମୁହୂର୍ତ୍ତରେ ସେମାନଙ୍କ ସହିତ ଦୃଢ଼ ଭାବେ ଛିଡାହୋଇଛୁ ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।