ପିଏମଇଣ୍ଡିଆ
ଆଜି, ମିର୍ଜାପୁରରେ, ଆମେ ବହୁତ ଗର୍ବିତ । ଜଗତ ଜନନୀ ମା’ ବିନ୍ଧ୍ୟଭାସିନୀଙ୍କ କୋଳରେ ସମସ୍ତଙ୍କୁ ଦେଖି ମୋତେ ବହୁତ ଖୁସି ଲାଗୁଛି । ବିଳମ୍ବରେ ପହଞ୍ଚିଥିବାରୁ ଆପଣମାନଙ୍କୁ ସମସ୍ତଙ୍କୁ ଏଥିପାଇଁ ଆମେ ନତ ମସ୍ତକ ହେଲୁ । ଏତେ ସଂଖ୍ୟାରେ ଲୋକମାନଙ୍କୁ ଦେଖି ମୋର ବିଶ୍ୱାସ ହେଉଛି ଯେ ମା’ ବିନ୍ଧ୍ୟଭାସିନୀଙ୍କ କରୁଣା ଆମ ଉପରେ ରହିଛି ଏବଂ ଆପଣମାନଙ୍କ କୃପାରୁ ଆଗକୁ ଏହିଭଳି ଚାଲିଥାଉ ।
ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀମାନ ରାମ ନାଏକ, ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ ଶ୍ରୀମାନ କେଶବ ପ୍ରସାଦ ମୋର୍ଯ୍ୟ, କେନ୍ଦ୍ରରେ ମନ୍ତ୍ରୀ ପରିଷଦର ମୋର ସହକର୍ମୀ ଭଉଣୀ ଅନୁପ୍ରୀୟା, ରାଜ୍ୟ ସରକାରରେ ମନ୍ତ୍ରୀ ଶ୍ରୀମାନ ସିଦ୍ଧାର୍ଥ ନାଥ, ଶ୍ରୀମାନ ଗର୍ବବାଲ ସିଂହ, ଶ୍ରୀମାନ ଆଶୁତୋଷ ଟଣ୍ଡନ, ଶ୍ରୀମାନର ରାଜେଶ ଅଗ୍ରୱାଲ ଏବଂ ଭାରତୀୟ ଜନତା ଦଳର ପ୍ରଦେଶ ଅଧ୍ୟକ୍ଷ ତଥା ମୋର ପୁରୁଣା ସାଥୀ, ସଂସଦରେ ମୋର ବନ୍ଧୁ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେ, ସାଂସଦ ଶ୍ରୀ ବିରେନ୍ଦ୍ର ସିଂହ, ସାଂସଦ ଭାଇ ଛୋଟେ ଲାଲ ଏବଂ ଏଠାରେ ବିଶାଳ ସଂଖ୍ୟାରେ ଉପସ୍ଥିତ ମୋର ଶ୍ରଦ୍ଧେୟ ଭାଇ ଓ ଭଉଣୀମାନେ ।
ମୁଁ ଅନେକ ବେଳୁ ମଂଚ ଉପରୁ ଦେଖୁଥିଲି ଯେ, ଦୁଇ ପଟରୁ ଲୋକମାନେ ଆସୁଛନ୍ତି, ଏବେ ଲୋକମାନେ ଆସୁଛନ୍ତି । ଭାଇ ଓ ଭଉଣୀମାନେ, ଏହି ପୁରା କ୍ଷେତ୍ର ହେଉଛି ଦିବ୍ୟ ଏବଂ ଅଲୌକିକ । ବିନ୍ଧ୍ୟ ପର୍ବତ ଏବଂ ଭାଗୀରଥୀ ମଧ୍ୟରେ ଗଢିଉଠିଥିବା ଏକ କ୍ଷେତ୍ର କାହିଁ କେତେ କାଳରୁ ଅପାର ସୁଯୋଗର କେନ୍ଦ୍ର ହୋଇପାରିଛି । ଏହି ସୁଯୋଗଗୁଡିକ ଖୋଜିବା ପାଇଁ ଏବଂ ଏଠାରେ ହେଉଥିବା ବିକାଶ କାର୍ଯ୍ୟ ଜରିଆରେ ଆଜି ମୋତେ ଆପଣମାନଙ୍କ ଆଶୀର୍ବାଦ ପ୍ରାପ୍ତ କରିବାର ସୌଭାଗ୍ୟ ମିଳିଛି । ଗତ ଥର ମାର୍ଚ୍ଚ ମାସରେ ମୁଁ ଏଠାରେ ସୋଲାର ପ୍ଲାଂଟର ଉଦ୍ଘାଟନ କରିବା ପାଇଁ ଆସିଥିଲି ଏବଂ ମୋ ସହିତ ଫ୍ରାନ୍ସର ରାଷ୍ଟ୍ରପତି ମଧ୍ୟ ଆସିଥିଲେ, ଆଉ ସେତେବେଳେ ଆମ ଦୁଇଜଣଙ୍କ ସ୍ୱାଗତ ମା’ଙ୍କ ଛବି ଏବଂ ତାଙ୍କ ଓଢଣୀ ସହିତ କରାଯାଇଥିଲା । ସେହି ଆତିଥ୍ୟ ଫ୍ରାନ୍ସ ରାଷ୍ଟ୍ରପତି ଶ୍ରୀ ମାକ୍ରୋଂଙ୍କୁ ଅଭିଭୂତ କରିଦେଇଥିଲା ଏବଂ ସେ ମା’ଙ୍କ ମହିମା ଜାଣିବାକୁ ଚାହିଁଥିଲେ । ମୁଁ ତାଙ୍କୁ ଯେତେବେଳେ ମା’ଙ୍କ ମହିମା ବିଷୟରେ କହିଥିଲି ସେ ଆଶ୍ଚର୍ଯ୍ୟ ଓ ପ୍ରଭାବିତ ହୋଇଯାଇଥିଲେ, ଆସ୍ଥା ଏବଂ ପରମ୍ପରାର ଏହି ଭୂମିର ସର୍ବାଙ୍ଗୀନ ବିକାଶ ପାଇଁ ଆମେ ପ୍ରତିଶୃତିବଦ୍ଧ ।
ଯେବେଠାରୁ ଯୋଗୀ ଜୀଙ୍କ ନେତୃତ୍ୱରେ ଏନଡିଏ ସରକାର ଗଠନ କରାଯାଇଛି, ସେବେଠାରୁ ପୂର୍ବାଂଚଳର ସଂପୂର୍ଣ୍ଣ ଉତ୍ତରପ୍ରଦେଶର ବକାଶର ଗତି ଦୃତ ଭାବେ ବଢି ଚାଲିଛି, ଯାହାର ପରିଣାମ ଆଜି ଦେଖିବାକୁ ମିଳୁଛି । ଏହି କ୍ଷେତ୍ର ପାଇଁ ଏଠାକାର ଗରିବ ହୁଅନ୍ତୁ, ବଂଚିତ ହୁଅନ୍ତୁ, ଶୋଷଣର ଶିକାର ହୁଅନ୍ତୁ, ପୀଡିତ ହୁଅନ୍ତୁ, ଏଠାକାର ଲୋକମାନଙ୍କ ପାଇଁ ଯେଉଁ ସ୍ୱପ୍ନ ସୋନେଲାଲ ପଟେଲଙ୍କ ଭଳି କର୍ମଠ ଲୋକ ଦେଖିଥିଲେ, ସେଗୁଡିକ ପୁରା କରିବା ପାଇଁ ଆମେ ସବୁ ମିଶି ନିରନ୍ତର ପ୍ରଚେଷ୍ଟା କରୁଛୁ । ବିଗତ ଦୁଇ ଦିନ ମଧ୍ୟରେ ବିାକଶର ଅନେକ ପ୍ରକଳ୍ପକୁ ପୂର୍ବାଂଚଳର ଜନସାଧାରଣଙ୍କୁ ସମର୍ପିତ କରିବା ଅବା ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ମୋତେ ସୁଯୋଗ ମିଳିଛି । ଦେଶର ସବୁଠାରୁ ଲମ୍ବା ପୂର୍ବାଂଚଳ ଏକ୍ସପ୍ରେସ-ସଡକ ହେଉ, ବାରାଣସୀରେ କୃଷକମାନଙ୍କ ପାଇଁ ଆରମ୍ଭ କରାଯାଇଥିବା perishable cargo centre ହେଉ, ରେଳ ସହ ସଂଶ୍ଳିଷ୍ଟ ଯୋଜନା ହେଉ, ଏହିସବୁ ପୂର୍ବାଂଚଳରେ ହେଉଥିବା ବିକାଶକୁ ଅଭୂତପୂର୍ବ ଗତି ପ୍ରଦାନ କରିବାର କାର୍ଯ୍ୟ କରିବ ।
ବିକାଶର ଏହି ଧାରାକୁ ଆଗକୁ ବଢାଇବା ପାଇଁ ଆଜି ମୁଁ ଏଠାରେ ପୁଣିଥରେ ଆପଣମାନଙ୍କ ପାଖକୁ ଆସିଛି । କିଛି ସମୟ ପୂର୍ବରୁ ଐତିହାସିକ ବନସାଗର ବନ୍ଧ ସମେତ ପ୍ରାୟ ଚାରି ହଜାର କୋଟି ଟଙ୍କାର ପ୍ରକଳ୍ପଗୁଡିକର ଲୋକାର୍ପଣ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଜଳସେଚନ, ସ୍ୱାସ୍ଥ୍ୟ ଏବଂ ସୁଗମ ଗମନାଗମନ ସହ ସଂଯୁକ୍ତ ଏହି ପ୍ରକଳ୍ପଗୁଡିକ ଏଠାକାର ସାଧାରଣ ଜନତାଙ୍କ ଜୀବନଶୈଳୀରେ ଉତ୍ତମ ପରିବର୍ତ୍ତନ ଆଣିବାକୁ ଯାଉଛି । ଆପଣଙ୍କ ଏହି କ୍ଷେତ୍ର ମିର୍ଜାପୁର ହେଉ, ସୋନଭଦ୍ର ହେଉ, ଭଦୋହୀ ହେଉ, ଚନ୍ଦୌଲୀ ହେଉ ଅବା ଆହ୍ଲାବାଦ – ସର୍ବଦା ଚାଷ କରୁଥିବା କୃଷକମାନେ ଏଠାକାର ପ୍ରମୁଖ ଅଂଶ ବିଶେଷ । କୃଷକମାନଙ୍କ ନାମରେ ପୂର୍ବ ସରକାରମାନେ କିଭଳି ଅଧାପନ୍ତରିଆ ଯୋଜନାଗୁଡିକ କରୁଥିଲେ, ସେଗୁଡିକ ଅଧା ବାଟରେ ଅଟକିଯାଉଥିଲା । ଏହିସବୁ ଆପଣମାନେ ଅଙ୍ଗେ ନିଭେଇଛନ୍ତି, ଆପଣମାନେ ସେସବୁର ସାକ୍ଷୀ ଅଛନ୍ତି । ବନ୍ଧୁଗଣ ପ୍ରାୟ ସାଢେ ତିନି ହାଜର କୋଟିର ବନସାଗର ପ୍ରକଳ୍ପ ଦ୍ୱାରା କେବଳ ମିର୍ଜାପୁର ନୁହେଁ ବରଂ ଆହ୍ଲାବାଦ ସମେତ ଏହି ପୁରା କ୍ଷେତ୍ରର ଦେଢ ଲକ୍ଷ ହେକ୍ଟର ଜମି ଜଳସେଚିତ ହୋଇପାରିବ । ଯଦି ଏହି ପ୍ରକଳ୍ପ କାର୍ଯ୍ୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ ତେବେ ଯେଉଁ ଲାଭ ଆପଣମାନଙ୍କୁ ମିଳିବାକୁ ଯାଉଛି ତାହା ଆଜିଠାରୁ 20 ବର୍ଷ ପୂର୍ବେ ମିଳିଯାଇଥିଲେ, ମାନେ 20 ବର୍ଷ ସମୟ ସଂପୂର୍ଣ୍ଣ ନଷ୍ଟ । କିନ୍ତୁ ଭାଇ ଓ ଭଉଣୀମାନେ ପୂର୍ବ ସରକାରମାନେ ଆପଣମାନଙ୍କ, ଏଠାକାର କୃଷକମାନଙ୍କ ଚିନ୍ତା କରିନଥିଲେ । ଏହି ପ୍ରକଳ୍ପର ସବିଶେଷ ଯୋଜନା 40 ବର୍ଷ ପୂର୍ବେ କରାଯାଇଥିଲା, 1978ରେ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା କିନ୍ତୁ ବାସ୍ତବରେ କାର୍ଯ୍ୟ ଆରମ୍ଭ ହେଉ ହେଉ 20 ବର୍ଷ ସରିଯାଇଥିଲା । ଏହା ପରେ ପରେ ଅନେକ ସରକାର ଆସିଥିଲେ ଯାଇଥିଲେ, କିନ୍ତୁ ଏହି ପ୍ରକଳ୍ପ ଉପରେ କେବଳ ଆଲୋଚନା, ପ୍ରତିଶୃତି ବ୍ୟତୀତ ଏଠାକାର ଜନତାଙ୍କୁ କିଛି ମିଳିନାହିଁ ।
2014ରେ ଆପଣମାନେ ଆମକୁ ସେବା କରିବାର ସୁଯୋଗ ଦେଇଥିଲେ ଏବଂ ସେବେଠାରୁ ଆମ ସରକାର ଅଟକି ଥିବା, ଅଧା କାର୍ଯ୍ୟ ହୋଇ ଅଟକି ଥିବା ଯୋଜନାଗୁଡିକ ବିଷୟରେ ତନାଘନା ଆରମ୍ଭ କରିଥିଲା ସେତେବେଳେ ସେସବୁ ଭିତରେ ଏହି ପ୍ରକଳ୍ପ ସାମ୍ନାକୁ ଆସିଥିଲା । ଫାଇଲ ଭିତରେ ସବୁକିଛି ହଜିଯାଇଥିବା ଏବଂ ଏହାପରେ ବନସାଗର ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା ଅନ୍ତର୍ଗତ ସଂଯୋଗ କରାଯାଇଥିଲା ଏବଂ ଏହାକୁ ପୁରା କରିବା ପାଇଁ ସବୁ ପ୍ରକାର ପ୍ରଚେଷ୍ଟା କରାଗଲା, ଖାସକରି ବିଗତ ବର୍ଷରେ ଯୋଗୀ ମହାଶୟ ଏବଂ ତାଙ୍କ ଟିମ ଯେଉଁଭଳି ଭାବେ ଏହି କାର୍ଯ୍ୟକୁ ଆଗକୁ ନେଇଥିଲେ ତାହାର ପରିଣାମ ସ୍ୱରୂପ ଆଜି ବନସାନଗରର ଏହି ଅମୃତ ଆପଣମାନଙ୍କ ଜୀବନରେ ଖୁସି ଆଣିବା ପାଇଁ ପ୍ରସ୍ତୁତ ହୋଇପାରିଛି । ବନସାଗର ବ୍ୟତୀତ ବର୍ଷ ବର୍ଷ ଧରି ଅଧା ପଡିଥିବା ସରଯୁ କେନାଲ ରାଷ୍ଟ୍ରୀୟ ପ୍ରକଳ୍ପ ଏବଂ ମଧ୍ୟ ଗଙ୍ଗା ସାଗର ପ୍ରକଳ୍ପ ଉପରେ ମଧ୍ୟ ଦୃତ ଗତିରେ କାର୍ଯ୍ୟ ଜାରି ରହିଛି ।
ବନ୍ଧୁଗଣ, ବନସାଗର ପ୍ରକଳ୍ପ ଅସଂପୂର୍ଣ୍ଣ ଚିନ୍ତାଧାରା, ସୀମିତ ଇଚ୍ଛା ଶକ୍ତିର ମଧ୍ୟ ଉଦାହରଣ, ଯାହାର ଏକ ବହୁତ ଅସୁବିଧା ମୋର କୃଷକ ଭାଇ ଓ ଭଉଣୀମାନଙ୍କୁ, ମୋର ଗରିବ ଭାଇ ଓ ଭଉଣୀମାନଙ୍କୁ, ମୋର ଏହି କ୍ଷେତ୍ରର ଲୋକମାନଙ୍କୁ ସମ୍ମୁଖୀନ ହେବାକୁ ପଡିଛି । ବର୍ଷ ବର୍ଷ ପୂର୍ବରୁ ଆପଣମାନଙ୍କୁ ଯେଉଁ ସୁବିଧା ମିଳିବାର କଥା, ସେସବୁ ମିଳିଲାନି ଏବଂ ଦେଶକୁ ମଧ୍ୟ ଆର୍ଥିକ କ୍ଷତି ସହିବାକୁ ପଡିଥିଲା । ପ୍ରାୟ ତିନି ଶହ କୋଟିର ବଜେଟରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଯଦି ସେ ସମୟରେ ହୋଇଥାଆନ୍ତା, ତିନି ଶହ କୋଟି ଟଙ୍କାରେ ହୋଇପାରିଥାଆନ୍ତା, କିନ୍ତୁ ନ ହେବା ଦ୍ୱାରା ଏହି ସମୟ ଗଡି ଚାଲିଲା, ଦରଦାମ ବୃଦ୍ଧି ହେଲା, ତିନି ଶହ କୋଟିର ପ୍ରକଳ୍ପ ସାଢେ ତିନି ହଜାର କୋଟି ଟଙ୍କା ଖର୍ଚ୍ଚରେ ଯାଇ ସଂପୂର୍ଣ୍ଣ ହୋଇପାରିଲା । ଆପଣମାନେ ମୋତେ କହନ୍ତୁ ଯେ, ଏହା ସେହି ପୁରୁଣା ସରକାରମାନଙ୍କର ଦୋଷ କି ନୁହେଁ? ଅବା ଆପଣମାନଙ୍କ ଅର୍ଥ ନଷ୍ଟ କଲେ ନା ନାହିଁ, କିମ୍ବା ଆପଣଙ୍କ ଅଧିକାରରୁ ଆପଣମାନଙ୍କୁ ବଂଚିତ କଲେ କି ନାହିଁ ? ଏବଂ ଏଥିପାଇଁ ଭାଇ ଓ ଭଉଣୀମାନେ, ଯେଉଁ ଲୋକ ଆଜିକାଲି କୃଷକମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ସେମାନଙ୍କୁ ଆପଣମାନେ ପଚାରନ୍ତୁ ଯେ ସେମାନେ ସେମାନଙ୍କ ଶାସନ କାଳରେ ଦେଶରେ ଅଧା ପନ୍ତରିଆ ଜଳସେଚନ ପ୍ରକଳ୍ପଗୁଡିକ କ’ଣ ତାଙ୍କୁ ଦୃଷ୍ଟିଗୋଚର ହେଇନଥିଲା ? ଏବଂ କେବଳ ଏହି ବନ ଗଙ୍ଗା ବିଷୟ ନୁହେଁ, ଏହା ବନ ସାଗରର ବିଷୟ ନୁହେଁ, ପୁରା ଦେଶରେ ପ୍ରତ୍ୟେକ ରାଜ୍ୟରେ କୃଷକମାନଙ୍କ ହିତ ପାଇଁ ଅଧା ପନ୍ତରିଆ ଭାବେ ପ୍ରକଳ୍ପଗୁଡିକ ରହିଥିଲା, କୌଣସି ଚିନ୍ତା ନାହିଁ, ସେହି ଲୋକମାନଙ୍କୁ, କାହିଁକି ସେହି କାର୍ଯ୍ୟଗୁଡିକ ଅଧାରୁ ଛାଡି ଦେଇଥିଲେ?
ଭାଇ ଓ ଭଉଣୀମାନେ, ମୁଁ ଆଜି ଯେତେବେଳେ ଏଠାକାର କୃଷକମାନଙ୍କ ପାଖରେ ପହଂଚିଛି, ସେତେବେଳେ ମୁଁ ଆପଣଙ୍କୁ କିଛି ମାଗିବାକୁ ଚାହୁଁଛି, ଦେବେ କି? ଏହା ହେଉଛି ମା’ ବିନ୍ଧ୍ୟଭାସିନୀଙ୍କ ଭୂମି, ଏହା ଆପଣମାନେ ପ୍ରତିଶୃତି ଦେଇଛନ୍ତି, ପାଳନ କରିବାକୁ ପଡିବ । ପାଳନ କରିବେ? ଦେଖନ୍ତୁ ସାଢେ ତିନି ହଜାର କୋଟି ଟଙ୍କା ଖର୍ଚ୍ଚ ହେଲା, 40 ବର୍ଷ ନଷ୍ଟ ହେଲା, ଯାହା ହେଲା ତାକୁ ଛାଡନ୍ତୁ । ଏବେ ପାଣି ପହଂଚିଲା । ଯେଉଁ କୃଷକମାନଙ୍କ ଜମିକୁ ଏହି ପାଣି ପହଂଚିଛି, ଯେଉଁମାନଙ୍କ ପାଖରେ ଏହି କେନାଲ ରହିଛି । କ’ଣ ମୋର କୃଷକ ଭାଇ ଓ ଭଉଣୀମାନେ ବୁନ୍ଦା ଜଳସେଚନ କିମ୍ବା ସ୍ପ୍ରିଙ୍କଲର ସାୱାର ଭଳି ଜଳସେଚନ ଏବଂ ବୁନ୍ଦା ବୁନ୍ଦା ପାଣି ସଂରକ୍ଷଣ କରିବା ଦିଗରେ ମୁଁ କାର୍ଯ୍ୟ କରିପାରିବି କି ? ମୁଁ ଆପଣଙ୍କୁ ଏହା ମାଗୁଛି ଯେ, ମୋର କିଛି ଦରକାର ନାହିଁ, ଆପଣମାନେ ମୋତେ ପ୍ରତିଶୃତି ଦିଅନ୍ତୁ ଯେ ଯେଉଁ ପାଣି ଆସିବ ତାହା ହେଉଛି ମା’ ବିନ୍ଧ୍ୟଭାସିନୀଙ୍କ ପ୍ରସାଦ । ଯେଉଁଭଳି ପ୍ରସାଦର ଛୋଟ ଅଂଶ ମଧ୍ୟ ଆମେ ନଷ୍ଟ କରିବାକୁ ଦିଅନ୍ତିନି, ମା’ ବିନ୍ଧ୍ୟଭାସିନୀଙ୍କ ପ୍ରସାଦ ଭାବେ ଏହି ପାଣିର ଯାହା ଆମକୁ ମିଳିଛି ତାହାର ଗୋଟିଏ ବୁନ୍ଦା ପାଣି ଯେପରି ନଷ୍ଟ ହେବାକୁ ନ ଦିଅନ୍ତି । ଆମେ ବୁନ୍ଦା ବୁନ୍ଦା ପାଣିରେ ଚାଷ କରିବୁ । ବୁନ୍ଦା ଜଳସେଚନ ଦ୍ୱାରା ସମସ୍ତ ପ୍ରକାର ଚାଷ ହୋଇପାରିବ । ପଇସା ବଂଚିଥାଏ, ପାଣି ବଂଚିଥାଏ, ମଜୁରୀ ବଂଚିଥାଏ ଏବଂ ଆହୁରୀ ଭଲ ଫସଲ ହୋଇଥାଏ ଏବଂ ସେଥିପାଇଁ ମୁଁ ଆପଣମାନଙ୍କୁ ମାଗୁଛି ଯେ ଆପଣମାନେ ନିଶ୍ଚୟ କରନ୍ତୁ ଯଦି ଆପଣମାନେ ପାଣି ବଂଚାଇପାରୁଛନ୍ତି ତାହେଲେ ଆଜି ଲକ୍ଷ ଲକ୍ଷ ହେକ୍ଟର ଜମିରେ ପାଣି ପହଂଚାଯାଉଛି, ଏହି ପାଣିର ବ୍ୟବହାର ଦୁଇ ଲକ୍ଷ ହେକ୍ଟର ପର୍ଯ୍ୟନ୍ତ ହୋଇପାରିବ । ଯଦି ଆଜି କିଛି ଲକ୍ଷ କୃଷକଙ୍କୁ ଲାଭ ହେଉଛି, ତାହାଦ୍ୱାରା ଏହାକୁ ଦ୍ୱିଗୁଣିତ କରିହେବ । ଯଦି ଏହି ପାଣି ଆଜି କମ ହେଉଛି, ଯଦି ଆପଣ ବୁନ୍ଦା ବୁନ୍ଦା ପାଣି ସଂରକ୍ଷିତ ରଖି ଚାଷ କରନ୍ତି ତେବେ ଏହି ପାଣି ବର୍ଷ ବର୍ଷ ପର୍ଯ୍ୟନ୍ତ ରହିପାରିବ, ଆପଣମାନଙ୍କ ସନ୍ତାନମାନଙ୍କ କାମରେ ଲାଗିପାରିବ । ଏବଂ ସେଥିପାଇଁ ମୋ ଭାଇ ଓ ଭଉଣୀମାନେ, ମୁଁ ଆଜି ଆପଣମାନଙ୍କୁ ଏହି ପ୍ରକଳ୍ପ ଆଣିବା ପରେ ଆପଣମାନଙ୍କ ସେବକ ଭାବେ ମୁଁ, ମା’ ବିନ୍ଧ୍ୟଭାସିନୀଙ୍କ ଭକ୍ତ ଭାବେ ମୁଁ ଆଜି ଆପଣମାନଙ୍କୁ କିଛି ମାଗୁଛି, ଦେବେ ? ନିଶ୍ଚିତ ପୁରା କରିବେ ? ସରକାରଙ୍କ ଯୋଜନା ସୂକ୍ଷ୍ମ ଜଳସେଚନ ପାଇଁ ସରକାର ରିହାତି ପ୍ରଦାନ କରିବେ, ଅର୍ଥ ପ୍ରଦାନ କରୁଛନ୍ତି, ଆପଣମାନେ ଏହାର ଲାଭ ଉଠାନ୍ତୁ ଏବଂ ମୁଁ ଆପଣଙ୍କ ସେବା କରିବାକୁ ଆସିଛି ।
ମୋର ଶ୍ରଦ୍ଧେୟ କୃଷକ ଭାଇ ଓ ଭଉଣୀମାନେ, ସେମାନେ ଏଭଳି ଲୋକଥିଲେ, ଯେଉଁମାନେ କୃଷକମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ ଏମଏସପି ଯୋଜନା ଥିଲା, କ୍ରୟବିକ୍ରୟ ହେଉନଥିଲା, ସହାୟକ ମୂଲ୍ୟ ବିଷୟରେ ସମ୍ବାଦପତ୍ରରେ ବିଜ୍ଞାପନ ଦିଆଯାଉଥିଲା, ଫଟୋ ଛପା ଯାଉଥିଲା, ପ୍ରଶଂସା ଲୁଟା ଯାଉଥିଲା, କିନ୍ତୁ କୃଷକଙ୍କ ପାଖକୁ କିଛି ପହଂଚୁ ନ ଥିଲା । ସେମାନଙ୍କ ପାଖରେ ଏମଏସପିର ଦାମ ବୃଦ୍ଧି କରିବା ପାଇଁ ଫାଇଲ ଆସୁଥିଲା, ପଡିକି ରହୁଥିଲା । ବର୍ଷ ବର୍ଷ ପୂର୍ବରୁ ଉତ୍ପାଦ ମୂଲ୍ୟର ଦେଢ ଗୁଣ ସହାୟକ ମୂଲ୍ୟ ପ୍ରଦାନ ପାଇଁ ଫାଇଲରେ ସୁପାରିଶ କରାଯାଇଥିଲା, କିନ୍ତୁ କୃଷକଙ୍କୁ ନେଇ ରାଜନୀତି କରୁଥିବା ଲୋକମାନେ ମୂଲ୍ୟର ଦେଢ ଗୁଣ ଏମଏସପି ପାଇଁ ଚିନ୍ତା କରିବାକୁ ସମୟ ପାଇନଥିଲେ, କାରଣ ରାଜନୀତିରେ ଏତେ ବୁଡି ରହିଥିଲେ ଯେ ସେମାନଙ୍କୁ ଏହି ଦେଶର ଗ୍ରାମାଂଚଳ, ଗରିବ କୃଷକର ଚିନ୍ତା ନ ଥିଲା । ଫାଇଲରେ ଚାପି ହୋଇ, ବର୍ଷ ବର୍ଷ ଧରି ଯେଉଁ କାର୍ଯ୍ୟ କରିବା ପାଇଁ ବିଗତ ସରକାରମାନେ ପଛଘୁଂଚା ଦେଇଥିଲେ ଭାଇ ଓ ଭଉଣୀମାନେ, ଆପଣମାନଙ୍କ ସେବକ ଭାବେ, ଦେଶର ଗ୍ରାମାଂଳ, ଗରିବ କୃଷକର ହିତ ପାଇଁ ଲକ୍ଷ୍ୟ ଥିବା ଯୋଗୁ ମୁଁ ଆଜି ନତ ମସ୍ତକ ହୋଇ କହୁଛି, ମୋ ଭାଇ ଓ ଭଉଣୀମାନେ ଆମେ ଏମଏସପି ଦେଢ ଗୁଣ କରିବାର ପ୍ରତିଶୃତି ଦେଇଥିଲୁ, ଆଜି ତାହାକୁ ଲାଗୁ ମଧ୍ୟ କରିଦେଇଛୁ । ଧାନ ହେଉ, ମକ୍କା ହେଉ, ହରଡ ହେଉ, ବିରି ହେଉ, ମୁଗ ସମେତ ଖରିଫ ଋତୁର 14 ପ୍ରକାର ଫସଲରେ ସହାୟକ ମୂଲ୍ୟରେ 200 ଟଙ୍କାରୁ ନେଇ ଏକ ହାଜର, 800 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛୁ । ନିଷ୍ପତ୍ତି ହୋଇଛି ଯେ କୃଷକମାନଙ୍କୁ ଏହି ଫସଲର ମୂଲ୍ୟ ଉପରେ 50 ପ୍ରତିଶତ ସିଧା ଲାଭ ମିଳିବା ଦରକାର ।
ଭାଇ ଓ ଭଉଣୀମାନେ, ଏହି ନିଷ୍ପତ୍ତି ଫଳରେ ଉତ୍ତରପ୍ରଦେଶ ଏବଂ ପୂର୍ବାଂଚଳର କୃଷକମାନଙ୍କୁ ଅଧିକ ଲାଭ ହେବ । ଏଥରଠାରୁ ଏକ କ୍ୱିଣ୍ଟାଲ ଧାନ ଉପରେ 200 ଟଙ୍କା ଅଧିକ ମିଳିବ । ବନ୍ଧୁଗଣ, ଏକ କ୍ୱିଣ୍ଟାଲଧାନର ଯାହା ମୂଲ୍ୟ ରହିଚି, ତାହା ପ୍ରାୟ 1100 ଟଙ୍କା, 1200 ଟଙ୍କା, ଏବେ ଧାନର ସହାୟକ ମୂଲ୍ୟ 1750 ଟଙ୍କା ଧାର୍ଯ୍ୟ କରାଯାଇଛି, ତଥା ସିଧାସଳଖ 50 ପ୍ରତିଶତ ଲାଭ ନିଶ୍ଚୟ । ମୋତେ କୁହାଯାଇଛି ଯେ ୟୁପିରେ ପୂର୍ବ ବର୍ଷ ଅପେକ୍ଷା ଚାରି ଗୁଣ ଧାନର କ୍ରୟ ସୁନିଶ୍ଚିତ କରାଯାଇଛି । ଏଥିପାଇଁ ଯୋଗୀ ମହାଶୟ ଏବଂ ତାଙ୍କର ପୁରା ଟିମକୁ ଅନେକ ଅନେକ ଶୁଭକାମନା ।
ଭାଇ ଓ ଭଉଣୀମାନେ, ଧାନ ସହିତ ସରକାର ଦ୍ୱାରା ଡାଲିର ମଧ୍ୟ ଏମଏସପି ବୃଦ୍ଧି କରାଯାଇଛି । ହରଡର ସରକାରୀ ମୂଲ୍ୟରେ 2200 ଟଙ୍କା ସିଧାସଳଖ ଭାବେ ବୃଦ୍ଧି କରାଯାଇଛି । ଏବେ ନିଷ୍ପତ୍ତି ନିଆଯାଇଛି ଯେ ହରଡ ଉତ୍ପାଦନ କରିବାରେ ଯେତେ ମୂଲ୍ୟ ଥାଏ, ତାହାର ପ୍ରାୟ 65 ପ୍ରତିଶତ ସିଧା ଲାଭ ଅତିରିକ୍ତ ଲାଭ କୃଷକମାନଙ୍କୁ ମିଳିବ । ବନ୍ଧୁଗଣ, ଆମ ସରକାର ଦେଶର କୃଷକମାନଙ୍କର ଛୋଟ ଛୋଟ ଅସୁବିଧାକୁ ହୃଦୟଂଗମ କରି ସେସବୁକୁ ଦୂର କରିବା ପାଇଁ ଦିନ ରାତି କାର୍ଯ୍ୟ କରୁଛି । ବିହନଠାରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ପ୍ରାମାଣିକ ବ୍ୟବସ୍ଥା କରାଯାଉଛି, ଯାହାଦ୍ୱାରା କୃଷକମାନଙ୍କ ଆୟ ବୃଦ୍ଧି ଏବଂ ଜମିରେ କମ ଖର୍ଚ୍ଚ ହେବ । ୟୁରିଆ ପାଇଁ ଲାଠି ଚାର୍ଜ ହେଉଥିଲା, ରାତି-ରାତି ଲାଇନରେ ଛିଡା ହେବାକୁ ପଡୁଥିଲା, କଳାବଜାରୀ ଜରିଆରେ ୟୁରିଆ କ୍ରୟ କରିବାକୁ ପଡୁଥିଲା । ବିଗତ ଚାରି ବର୍ଷରେ ଏହି ସଙ୍କଟ ସମାପ୍ତ ହୋଇପାରିଛି । ଏହିସବୁ କାର୍ଯ୍ୟ ଆପଣମାନଙ୍କ ଆଶୀର୍ବାଦରୁ ଏବଂ ସହଯୋଗ ଦ୍ୱାରା ସମ୍ଭବ ହୋଇପାରୁଛି ।
ଭାଇ ଓ ଭଉଣୀମାନେ, ମୁଁ ଏଠାକାର କୃଷକମାନଙ୍କୁ ଗୋଟିଏ ନିବେଦନ କରିବାକୁ ଚାହୁଁଛି, ଆମେ 2022 ପର୍ଯ୍ୟନ୍ତ ଦେଶର କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବାକୁ ଚାହୁଁଛୁ ଏବଂ ଏହା କଠିନ କାର୍ଯ୍ୟ ନୁହେଁ । ଯେଉଁଭଳି ଏକ ଛୋଟ ଉଦାହରଣ ମୁଁ ଦେଉଛି, ଆଜି ଆମର ଯେଉଁ ଜମି ଅଛି ତା ବନ୍ଧରେ ଆମେ ବାଡ ବସାଉଛୁ । ଆମକୁ ଜଣାନାହିଁ ବାଡରେ ଯେଉଁ କଣ୍ଟା ତାର ଲଗାଇ ଦେଉଛୁ କିମ୍ବା ଏଭଳି ଗଛ ଲଗାଉଛୁ, ଯାହା ଜମିକୁ ନଷ୍ଟ କରିଦେଉଛି । ଏବେ ସରକାର ବାଉଁଶକୁ ଘାସ ଭାବେ ପରିଚିତ କରାଇଛନ୍ତି । ଏବଂ ଏଥିପାଇଁ ଆପଣମାନେ ବନ୍ଧ ଉପରେ ବାଉଁଶର ଚାଷ କରିପାରିବେ, ବାଉଁଶ କାଟିପାରିବେ, ବାଉଁଶ ବିକ୍ରୀ କରିପାରିବେ ସରକାର ଆପଣଙ୍କୁ ରୋକିପାରିବେ ନାହିଁ । ଆଜି ହଜାର ହଜାର କୋଟି ଟଙ୍କାର ବାଉଁଶ ଦେଶ-ବିଶେଦରୁ ଆମଦାନୀ କରୁଛନ୍ତି, କିନ୍ତୁ ମୋର କୃଷକ ଭାଇମାନେ ଜମି ହିଡରେ ବାଉଁଶ ଉତ୍ପାଦନ କରିପାରିବେ । ଆମେ ନିୟମରେ ପରିବର୍ତ୍ତନ ଆଣିଛୁ, ଆଇନ ବଦଳାଇଦେଇଛୁ । ପୂର୍ବରୁ ଏହା କୁହାଯାଉଥିଲା ଯେ ବାଉଁଶ ଗୋଟିଏ ଗଛ, ଟ୍ରୀ, ଆମେ କହିଲୁ ବାଉଁଶ ଏକ ଟ୍ରୀ ନୁହେଁ, ବୃକ୍ଷ ନୁହେଁ, ତାହା ହେଉଛି ଘାସ । ଏବଂ ଏହାକୁ ବ୍ୟବହାର କରି ଧୂପକାଠି ପ୍ରସ୍ତୁତ କରିବା, ଗୁଡି ତିଆରୀ କରିବା, ଏଥିପାଇଁ ମଧ୍ୟ ବାଉଁଶ ବିଦେଶରୁ ଆଣିବାକୁ ପଡେ । ମୋ ଦେଶରେ ଏତେ କୃଷକ ଅଛନ୍ତି ଯେ, ଏକ ବର୍ଷ ମଧ୍ୟରେ ଏହି ପରିସ୍ଥିତି ପରିବର୍ତ୍ତନ ହୋଇପାରିବ ଏବଂ ସେହି ଆୟ କୃଷକମାନଙ୍କର କାମରେ ଲାଗି ପାରିବ । ଏଭଳି ଅନେକ କଥା ରହିଛି । ମୁଁ ମୋର କୃଷକ ଭାଇମାନଙ୍କଠାରୁ ଆଶା କରୁଛି ଯେ ଆପଣମାନେ ଚାଷ ବ୍ୟତୀତ ସରକାରଙ୍କ ଦ୍ୱାରା ପ୍ରଚଳିତ ଅନେକ ଯୋଜନାଗୁଡିକର ଲାଭ ଉଠାନ୍ତୁ ଏବଂ ନିଜ ଆୟ ବୃଦ୍ଧି କରିବା ଦିଗରେ ଆଗକୁ ବଢନ୍ତୁ । ଆମ ସରକାର ଦେଶର ପ୍ରତ୍ୟେକ ନାଗରୀକ, କୋଣ ଅନୁକୋଣ ପର୍ଯ୍ୟନ୍ତ ବିକାଶର ଆଲୋକ ପହଂଚାଇବାକୁ ଏବଂ ଗ୍ରାମାଂଚଳ, ଗରିବଙ୍କୁ ଶସକ୍ତ କରିବା ଳକ୍ଷ୍ୟ ନେଇ ଆଗକୁ ଅଗ୍ରସର ହେଉଛି । ଆପଣମାନଙ୍କ ଜୀବନକୁ ସୁଗମ କରିବା ପାଇଁ, ସଂଯୋଗୀକରଣ (connectivity)କୁ ସୁଲଭ କରିବା ପାଇଁ ଆଜି ଏଠାରେ କିଛି ପୋଲର ଲୋକାର୍ପଣ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଚୁନାର ସେତୁ ଦ୍ୱାରା ଏବେ ଚୁନାର ଏବଂ ବାରାଣସୀ ମଧ୍ୟରେ ଦୂରତ୍ୱ ହ୍ରାସ ହୋଇପାରିଛି । ମୋତେ ଏହା ମଧ୍ୟ କୁହାଯାଇଛି ଯେ ବର୍ଷା ଋତୁରେ ଏଠାରେ ହଜାର ହଜାର ଲୋକ ଦେଶର ଅନ୍ୟ କ୍ଷେତ୍ରଠାରୁ ଅଲଗା ହୋଇଯାଆନ୍ତି । ଏବେ ଏହି ନୂତନ ପୋଲ ଏହିସବୁ ସମସ୍ୟାକୁ ଦୂର କରିବ ।
ଭାଇ ଓ ଭଉଣୀମାନେ, ଶସ୍ତା ଏବଂ ଉତ୍ତମ ସ୍ୱାସ୍ଥ୍ୟ ସେବା ଗରିବରୁ ଅତି ଗରିବ ଶ୍ରେଣୀର ଲୋକମାନଙ୍କୁ ଉପଲବ୍ଧ କରାଇବା ମଧ୍ୟ ସରକାରଙ୍କର ଏକ ବଡ ସଂକଳ୍ପ । ଏଠାରେ ନିର୍ମାଣ ହେଉଥିବା ନୂତନ ମେଡିକାଲ କଲେଜ ଦ୍ୱାରା ମିର୍ଜାପୁର ଏବଂ ସୋନଭଦ୍ର, ଭଦୋହୀ, ଚନ୍ଦୌଲୀ ଏବଂ ଆହ୍ଲାବାଦର ଲୋକମାନଙ୍କୁ ମଧ୍ୟ ସ୍ୱାସ୍ଥ୍ୟ ସେବା ଯୋଗାଇ ହେବ । ଏବେ ଏଠାକାର ଜିଲା ଡାକ୍ତରଖାନା 500 ଶଯ୍ୟା ବିଶିଷ୍ଟ ହୋଇଯିବ, ଏହାଦ୍ୱାରା ଦୁଃସାଧ୍ୟ ରୋଗର ଚିକିତ୍ସା ପାଇଁ ଆପଣଙ୍କୁ ଦୂରକୁ ଯିବାକୁ ପଡିବ ନାହିଁ । ଏହାବ୍ୟତୀତ ଆଜି ଏଠାରେ 100ଟି ଜନ ଔଷଧୀ କେନ୍ଦ୍ର ସହିତ ପୁରା ଉତ୍ତରପ୍ରଦେଶରେ 100ରୁ ଅଧିକ ଜନ ଔଷଧୀ କେନ୍ଦ୍ରର ମଧ୍ୟ ଲୋକାର୍ପଣ କରାଯାଇଛି । ଏହି ଜନ ଔଷଧୀ କେନ୍ଦ୍ର ଗରିବ, ମଧ୍ୟମ ବର୍ଗ ଏବଂ ନିମ୍ନ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ସେବା ଯୋଗାଇବ । ଏହି କେନ୍ଦ୍ରଗୁଡିକରେ 700ରୁ ଅଧିକ ଔଷଧ ଏବଂ 150ରୁ ଅଧିକ ରୋଗୀମାନଙ୍କୁ ଅସ୍ତ୍ରୋପଚାର ପରେ ଆବଶ୍ୟକ ସାମଗ୍ରୀଗୁଡିକ କମ ଦାମରେ ଉପଲବ୍ଧ କରାଯାଇଛି । ଦେଶରେ ଏହିଭଳି ପ୍ରାୟ ସାଢେ ତିନି ହଜାରରୁ ଅଧିକ ଜନ ଔଷଧୀ କେନ୍ଦ୍ର ଖୋଲାଯାଇଛି । 800ରୁ ଅଧିକ ଔଷଧର ମୂଲ୍ୟ, ନିୟନ୍ତ୍ରକ ବ୍ୟବସ୍ଥା ଅଧିନକୁ ଆଣିବା, ହୃଦୟ ରୋଗରେ ଲଗାଯାଉଥିବା ଷ୍ଟେଣ୍ଟର ମୂଲ୍ୟ ହ୍ରାସ କରିବା, ଆଣ୍ଠୁ ପ୍ରତିରୋପଣକୁ ଶସ୍ତା କରିବା ଭଳି ଅନେକ କାର୍ଯ୍ୟ ଏହି ସରକାର କରିଛନ୍ତି, ଯାହା ଗରିବ ଏବଂ ମଧ୍ୟମ ବର୍ଗଙ୍କୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଶ୍ୱସ୍ତି ଆଣିଦେବ ।
ଏକ ମଧ୍ୟବର୍ଗୀୟ ପରିବାର ଯାହା ଘରେ ବରିଷ୍ଠ ନାଗରୀକ ଥିବେ, ସେମାନଙ୍କ ଘରେ ନିଶ୍ଚିତ ଭାବେ କିଛି ନା କିଛି ରୋଗ ଥିବ । ମଧୁମେହ ହେଉ, ଉଚ୍ଚ ରକ୍ତଚାପ ହେଉ ଏବଂ ଏଭଳି ପରିବାରଙ୍କୁ ପ୍ରତିଦିନ ଔଷଧର ଆବଶ୍ୟକତା ରହିଛି । ପରିବାରର ଜଣେ ସଦସ୍ୟ ପାଇଁ ପ୍ରତିଦିନ ଔଷଧର ଆବଶ୍ୟକତା ରହିଛି ଏବଂ ମାସରେ ଏକ ହଜାର, ଦୁଇ ହଜାର, ଅଢେଇ ହଜାର, ତିନି ହଜାର, ପାଞ୍ଚ ହଜାର ଟଙ୍କା ପର୍ଯ୍ୟନ୍ତ ବିଲ୍ ହୋଇଯାଏ । ଏବଂ ଏବେ ଜନ ଔଷଧୀ ଯୋଗୁଁ ଯେଉଁମାନଙ୍କ ବିଲ୍ ହଜାର ଟଙ୍କା ହେଉଥିଲା ତାହା ଏବେ କେବଳ 250 ଟଙ୍କା , 300 ଟଙ୍କାରେ ମାସ ଯାକର ଔଷଧ ତାକୁ ମିଳିପାରୁଛି । ଆପଣ କଳ୍ପନା କରିପାରିବେ, ଏହା କେତେ ବଡ ସେବା । ଏହି କାର୍ଯ୍ୟ ପୂର୍ବ ସରକାରମାନେ କରିପାରିଥାଆନ୍ତେ, କିନ୍ତୁ ସେମାନଙ୍କ ପାଇଁ ତାଙ୍କ ପାର୍ଟି, ନିଜ ପରିବାର, ନିଜ ଚେୟାର, ଏହିସବୁ ବାଦ ଅନ୍ୟ କିଛି ଚିନ୍ତା କରିବା ପାଇଁ ପ୍ରସ୍ତୁତ ନଥିଲେ ଏବଂ ଏହି କାରଣରୁ ଦେଶର ସାଧାରଣ ଜନସାଧାରଣଙ୍କ ସୁବିଧା ଚିନ୍ତା କରିବା ସେମାନଙ୍କର ପ୍ରାଥମିକତା ନଥିଲା ।
ବନ୍ଧୁଗଣ, ଆଜିକାଲି ଡାଏଲିସିସ ଏକ ବହୁତ ବଡ ସମସ୍ୟା ହୋଇଛି । ଅନେକ ଗ୍ରାମାଂଚଳରେ ଅନେକ ପରିବାରଙ୍କୁ ଡାଏଲିସିସ ପାଇଁ ଯିବାକୁ ପଡିଥାଏ । ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଡାଏଲିସିସ କାର୍ଯ୍ୟକ୍ରମ ଆମେ ଆରମ୍ଭ କରିଛୁ ଏବଂ ଗରିବ ଲୋକମାନଙ୍କ ପାଇଁ ଯାହା ସବୁଠାରୁ ଅଧିକ ଚିନ୍ତାର କାରଣ ଥିଲା, ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆମେ ଚିନ୍ତା କଲୁ । ଡାଏଲିସିସ ଯୋଜନା ଅଧିନରେ ଆମେ ଜିଲା ସ୍ତରରେ ଡାଏଲିସିସ କେନ୍ଦ୍ର ପ୍ରତିଷ୍ଠା କରିଛୁ । ଏବଂ ଗରିବ ଲୋକମାନଙ୍କୁ, ମଧ୍ୟବିତ୍ତ ବର୍ଗଙ୍କୁ, ନିମ୍ନ ମଧ୍ୟବିତ୍ତ ବର୍ଗଙ୍କୁ ନିଃଶୁଳ୍କ ଡାଏଲିସିସର ସୁବିଧା ପ୍ରଦାନ କରାଯାଉଛି । ଏବେ ଦେଶରେ ପ୍ରାୟ 25 ଲକ୍ଷ ଡାଏଲିସିସ ସେସନ ବିନା ମୂଲ୍ୟରେ କରାଯାଇଛି । ଡାଏଲିସିସର ପ୍ରତିଟି ସେସନରେ କୌଣସି ନା କୌଣସି ଗରିବ ଲୋକର ଅଢେଇ ହଜାର, ଦୁଇ ହଜାର, 1500 ଟଙ୍କା ବଂଚିଯାଇପାରୁଛି । ଏହାବ୍ୟତୀତ ସ୍ୱଚ୍ଛ ଭାରତ ମିଶନ ଏହି ରୋଗକୁ ନିୟନ୍ତ୍ରଣ କରିବାରେ ପ୍ରଭାବୀ ହୋଇପାରିଛି । ପୂର୍ବ ବର୍ଷର ଏକ ରିପୋର୍ଟ ଅନୁଯାୟୀ ଯେଉଁ ଗାଁରେ ଶୌଚାଳୟର ବ୍ୟବହାର ବୃଦ୍ଧି ହୋଇଛି, ସେଠାରେ ଲୋକମାନେ ଖାସକରି ପିଲାମାନଙ୍କ କ୍ଷେତ୍ରରେ ରୋଗ କମ ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ଯେଉଁ ଗାଁ ଖୋଲାରେ ମଳତ୍ୟାଗ ମୁକ୍ତ ହୋଇଛନ୍ତି, ସେଠାରେ ପ୍ରାୟ ପ୍ରତ୍ୟେକ ପରିବାରର ବାର୍ଷିକ 50 ହଜାର ଟଙ୍କା ବଂଚିପାରିଛି । ନ ହେଲେ ଏହି ଅର୍ଥ ପ୍ରଥମେ ସେହି ପରିବାର ଡାକ୍ତରଖାନା ଯାଇଥାନ୍ତେ, ଔଷଧ କ୍ରୟ, ଚାକିରୀରୁ ଛୁଟି ଆଦି ପାଇଁ ଖର୍ଚ୍ଚ କରିଥାଆନ୍ତେ ।
ବନ୍ଧୁଗଣ, ଗରିବ ଏବଂ ରୋଗର କୁଚକ୍ରକୁ ଭାଙ୍ଗିବା ପାଇଁ ବଡ ବଡ ଯୋଜନା ସରକାର କରିବାକୁ ଯାଉଛନ୍ତି । ଲୋକମାନେ ତାକୁ ମୋଦୀ କେୟାର କହୁଛନ୍ତି, କେହି କେହି ତାକୁ ଆୟୁଷ୍ମାନ ଭାରତ କହୁଛନ୍ତି ଏବଂ ଏହି ଯୋଜନା ଅଧିନରେ ଦେଶର ପ୍ରାୟ 50 କୋଟି ଗରିବ ଜନସଂଖ୍ୟାକୁ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ବିନା ମୂଲ୍ୟରେ କରିବା ପାଇଁ ବ୍ୟବସ୍ଥା କରାଯାଇଛି, ଏହା ଉପରେ ଦୃତ ଗତିରେ କାର୍ଯ୍ୟ କରାଯାଉଛି ଏବଂ ଅତିଶୀଘ୍ର ଏହାକୁ ସରକାର ଦେଶରେ ଆରମ୍ଭ କରିବାକୁ ଯାଉଛନ୍ତି । ଆପଣମାନେ କଳ୍ପନା କରନ୍ତୁ ଗୋଟିଏ ପରିବାରରେ ଯଦି କେହି ରୋଗରେ ପିଡୀତ ହୁଅନ୍ତି, ଦୁଃସାଧ୍ୟ ରୋଗରେ ପିଡୀତ ହୁଅନ୍ତି ଏବଂ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ସରକାର ପ୍ରଦାନ କରନ୍ତି, ତେବେ ଆପଣ କଳ୍ପନା କରିପାରୁଛନ୍ତି ଯେ ସେହି ପରିବାରକୁ ନୂତନ ଜୀବନ ମିଳିପାରିବ ନା ନାହିଁ । ସେହି ପରିବାରର ସମସ୍ୟା ଦୂର ହେବ କି ନାହିଁ । ଏବଂ ମୋ ଦେଶର କୋଟି କୋଟି ପରିବାର ସମସ୍ୟାରୁ ବାହାରକୁ ଆସିଲେ ମୋ ଦେଶ ସମସ୍ୟାରୁ ବାହାରକୁ ଆସିବ ନା ନାହିଁ । ଏବଂ ଏଥିପାଇଁ ଭାଇ ଓ ଭଉଣୀମାନେ, ଆୟୁଷ୍ମାନ ଭାରତ ଯୋଜନା ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ, ଦେଶର ସୁସ୍ଥ ଭବିଷ୍ୟତ ପାଇଁ ଆମେ ଆରମ୍ଭ କରିଛୁ ।
ଭାଇ ଓ ଭଉଣୀମାନେ, ଗରିବ, ପିଡୀତ, ଶୋଷଣର ଶିକାରମାନଙ୍କ କଷ୍ଟ ଏବଂ ଚିନ୍ତାକୁ ଦୂର କରିବା, ଅସୁବିଧା ସମସୟରେ ତାଙ୍କ ସହିତ ରହିବା, ସେମାନଙ୍କ ଜୀବନକୁ ସରଳ କରିବା ଏହା ଆମ ସରକାରଙ୍କ ପ୍ରାଥମିକତା ଏବଂ ଏଥିପାଇଁ ଆମେ ସର୍ବଦା ଚେଷ୍ଟିତ । ଏହି ଚିନ୍ତା ସହିତ ଏବେ ଦେଶର ଗରିବମାନଙ୍କୁ ସାମାଜିକ ସୁରକ୍ଷାର ଏକ ମଜବୁତ କବଚ ପ୍ରଦାନ କରାଯାଉଛି । ଗୋଟିଏ ଟଙ୍କା ପ୍ରତି ମାସରେ ଏବଂ 90 ପଇସା ପ୍ରତି ଦିନ, ମାସରେ ବଡ ଆକାରରେ ଅର୍ଥ ନୁହେଁ । ଗୋଟିଏ ଦିନକୁ 90 ପଇସା, ଏହା ଗରିବଙ୍କ ପାଇଁ ମଧ୍ୟ କଷ୍ଟକର ନୁହେଁ । ଏହି ଦରରେ ପ୍ରତିଦିନ ପ୍ରିମିୟମରେ ଜୀବନ ବୀମା ଏବଂ ଦୁର୍ଘଟଣା ବୀମା ଭଳି ଯୋଜନାଗୁଡିକ ଲୋକମାନଙ୍କ ଜୀବନରେ ଆଲୋକ ଭଳି କାମ କରିବ । ପୂର୍ବରୁ ଆମ ଦେଶରେ ଏକ ଚିନ୍ତାଧାରା ଥିଲା ଯେ ବ୍ୟାଙ୍କରେ ଖାତା କାହାର ଥିବ? ମଧ୍ୟମ ବର୍ଗଙ୍କର, ପାଠ ପଢିଥିବା ଲୋକମାନଙ୍କର, ଧନୀକ ଶ୍ରେଶୀର ଲୋକମାନଙ୍କର, ଗରିବଙ୍କ ପାଇଁ ତ ବ୍ୟାଙ୍କ ନାହିଁ । ଆମ ଦେଶରେ ଚିନ୍ତାଧାରା ଥିଲା ଯେ ଘରେ ଗ୍ୟାସ ଚୁଲି କେବଳ ଧନୀକ ଶ୍ରେଣୀ ଲୋକମାନେ ରଖିପାରିବେ, ପାଠ ପଢିଥିବା ଲୋକମାନେ ପାଖରେ ରଖିପାରିବେ, ବାବୁଙ୍କ ଘର ରଖିପାରିବେ, ଗରିବର ଘରେ ରଖିହେବ ନାହିଁ । ଆମ ଦେଶରେ ଚିନ୍ତା କରାଯାଉଥିଲା ଯେ ରୂପେ କାର୍ଡ, କାର୍ଡରୁ ପଇସା ନେଣ ଦେଣ ଏହା କେବଳ ଧନୀ ଲୋକମାନଙ୍କ ଘରେ ହୋଇପାରିବ, ବାବୁମାନଙ୍କ ପାଖରେ ହୋଇପାରିବ, ବଡ ଧନୀକଙ୍କ ପାଖରେ ହୋଇପାରିବ, ଗରିବଙ୍କ ପକେଟରେ ରୂପେ କାର୍ଡ ରହିପାରିବ ନାହିଁ । ଆମ ଦେଶରେ ଏହା ଚିନ୍ତା କରାଯାଉଥିଲା । ଭାଇ ଓ ଭଉଣୀମାନେ, ଆମେ ଧନୀ ଏବଂ ଗରିବଙ୍କ ମଧ୍ୟରେ ଥିବା ପ୍ରଭେଦକୁ ଭାଙ୍ଗିବାକୁ ଚେଷ୍ଟା କରିଛୁ, ଦେଶର 55 କୋଟି ନାଗରିକ ସମାନ ହେବାର ଆବଶ୍ୟକତା ରହିଛି । ବୀମା ବିଷୟରେ ଗରିବ ଲୋକ ଚିନ୍ତା କରିପାରିବେ ନାହିଁ, ସେ ଭାବୁଥିଲା ଯେ ଧନୀ ଲୋକମାନଙ୍କର ବୀମା ହୋଇପାରିବ, ଯାହାର ଗାଡି ଅଛି, ତାହାର ବୀମା ହୋଇପାରିବ, ଆମ ପାଖରେ ତ ସାଇକଲ ଖଣ୍ଡିଏ ନାହିଁ, ଆମର ବୀମା କ’ଣ ହୋଇପାରିବ । ଏହିସବୁ ଚିନ୍ତାଧାରାକୁ ଆମେ ଭାଙ୍ଗିଦେଇଛୁ ଏବଂ ଦେଶର ଗରିବଙ୍କ ପାଇଁ 90 ପଇସା ବାଲା ବୀମା ଆରମ୍ଭ କରିଛୁ, ମାସକୁ ଏକ ଟଙ୍କା ବୀମା ଆରମ୍ଭ କରିଛୁ ଏବଂ ସଙ୍କଟ ସମୟରେ ଏହି ବୀମା କାମରେ ଲାଗିବ । ଧନୀ ଏବଂ ଗରିବ, ବଡ ଏବଂ ଛୋଟର ଭେଦଭାବ ସମାପ୍ତ କରୁଥିବା ଗୋଟିଏ ପରେ ଗୋଟିଏ କାର୍ଯ୍ୟ ଆମେ କରିଚାଲିଛୁ ଏବଂ ଏହାର ପରିଣାମ ଆଗାମୀ ଦିନରେ ଦେଖିବାକୁ ମିଳିବ । ମୋର ଗରିବ ଭାଇ ଓ ଭଉଣୀମାନେ ଏବେ ଆଖିରେ ଆଖି ମିଶାଇ କଥାବାର୍ତ୍ତା କରିପାରିବେ, ସେଥିପାଇଁ ଆମେ କାର୍ଯ୍ୟ କରୁଛୁ ।
ଉତ୍ତରପ୍ରଦେଶର ଦେଢ କୋଟିରୁ ଅଧିକ ଲୋକ ଏହି ଦୁଇଟି ଯୋଜନାରେ ସାମିଲ ହୋଇଛନ୍ତି । ଏହି ଯୋଜନାଗୁଡିକ ମାଧ୍ୟମରେ ସଙ୍କଟ ସମୟରେ ପ୍ରାୟ 300 କୋଟି ଟଙ୍କାର ଦାବି ଅର୍ଥ ଏହି ପରିବାରଙ୍କ ପାଖରେ ପହଂଚି ପାରିଛି । ମୁଁ କେବଳ ଉତ୍ତରପ୍ରଦେଶରୁ କହୁଛି, ଯଦି ମୋ ସରକାର 100 କୋଟି ଟଙ୍କା ଘୋଷଣା କରିଥାନ୍ତା ନା ସମ୍ବାଦପତ୍ରର ପ୍ରଥମ ପୃଷ୍ଠାରେ ହେଡଲାଇନ ହୋଇଥାଆନ୍ତା । କିନ୍ତୁ ଆମେ ଯୋଜନା ଏଭଳି ପ୍ରସ୍ତୁତ କରିଛୁ ତିନି ଶହ କୋଟି ଟଙ୍କା ପହଂଚି ଗଲା କିନ୍ତୁ କୌଣସି ବଡ ସଙ୍କଟ ଆସିନଥିଲା । କାମ କିପରି କରାଯାଏ ଏବଂ ବ୍ୟବସ୍ଥାଗୁଡିକ କିଭଳି ଭାବେ ପରିବର୍ତ୍ତିତ ହୋଇଥାଏ, ଇଏ ହେଉଛି ତାହାର ଜୀବନ୍ତ ଉଦାହରଣ ।
ବନ୍ଧୁଗଣ, ଆପଣମାନଙ୍କ ମଧ୍ୟରୁ ଯେଉଁମାନେ ଏ ପର୍ଯ୍ୟନ୍ତ ଏହିସବୁ ଯୋଜନାର ସୁବିଧା ନେଇନାହଁନ୍ତି, ମୋର ଆପଣମାନଙ୍କୁ ନିବେଦନ ଯେ ଆପଣମାନେ ଏହିସବୁ ଯୋଜନା ସହିତ ନିଜକୁ ସାମିଲ କରନ୍ତୁ, କେହି ଚାହାଁନ୍ତି ନାହିଁ ମା’ ବିନ୍ଧ୍ୟଭାସିନୀଙ୍କ ଆଶୀର୍ବାଦରୁ ଆପଣଙ୍କ ପରିବାରରେ କୌଣସି ସଙ୍କଟ ନ ଆସୁ, କିନ୍ତୁ କାଳର କରାଳ ଗର୍ଭରେ କ’ଣ ରହିଛି, କେହି ଜାଣନ୍ତି ନାହିଁ । ଯଦି କୌଣସି ସମସ୍ୟା ଆସୁଛି ତେବେ ଏହି ଯୋଜନାଗୁଡିକ ଆପଣଙ୍କୁ ସହଯୋଗ କରିବ, ସଙ୍କଟ ସମୟରେ ଆପଣଙ୍କ ଜୀବନରେ କାମରେ ଲାଗିବ, ସେଥିପାଇଁ ଆମେ ଯୋଜନା ପ୍ରସ୍ତୁତ କରିଛୁ । ଗରିବଙ୍କ ହିତ ପାଇଁ ଯେ କୌଣସି ଯୋଜନା ସରକାର କରୁଛନ୍ତି, ଯେଉଁ ନିଷ୍ପତ୍ତି ନେଉଛନ୍ତି, ତାହା ଗରିବମାନଙ୍କୁ ଶସକ୍ତ କରିବା ସହିତ ସେମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣୁଛି । କିଛି ଦିନ ପୂର୍ବେ ଆଉ ଏକ ଅନ୍ତର୍ରାଷ୍ଟ୍ରୀୟ ରିପୋର୍ଟ ଆସିଛି, ଯେଉଁଥିରେ କୁହାଯାଇଛି ଯେ ବିଗତ ଦୁଇ ବର୍ଷ ମଧ୍ୟରେ ଭାରତରେ .. . ସମ୍ବାଦପତ୍ରରେ ଛପାଯିବ କିନ୍ତୁ ଏହା କୋଣରେ ହିଁ ଛପାଯିବ, ଟି.ଭି. ରେ ବୋଧହୁଏ ଦେଖାଯାଉନାହିଁ ଏବଂ ଏଥିପାଇଁ ମୁଁ କହୁଛି ଯେ ଆପଣମାନେ ଟିକେ ଲୋକମାନଙ୍କୁ କହନ୍ତୁ ଏବେ ଗୋଟିଏ ଅନ୍ତର୍ରାଷ୍ଟ୍ରୀୟ ରିପୋର୍ଟ ଆସିଛି ଏବଂ ସେହି ରିପୋର୍ଟର କହିବା ଅନୁସାରେ, ଯଦି ଏଭଳି ରିପୋର୍ଟ ପ୍ରତିକୂଳ ହେବ ତେବେ ଏକ ସପ୍ତାହ ମଧ୍ୟରେ ଆମର ସେଠି ହୋ-ହାଲ୍ଲା ଚାଲିଥାନ୍ତା, କିନ୍ତୁ ଅନୁକୂଳ ରହିଛି ସେଥିପାଇଁ ଆସୁଛି ଯାଉଛି କେହି ନଜର ମଧ୍ୟ ଦେଉନାହାଁନ୍ତି । ଏବେ ରିପୋର୍ଟ ଆସିଛି ଯେ ବିଗତ ଦୁଇ ବର୍ଷରେ ଭାରତରେ ପାଞ୍ଚ କୋଟି ଲୋକ ଭୀଷଣ ଗରିବ ସ୍ଥିତିରୁ ବାହାରକୁ ଆସିଛନ୍ତି । କୁହନ୍ତୁ ଗୋଟିଏ ଗୋଟିଏ ଯୋଜନାର ପରିଣାମ ଦେଖିବାକୁ ମିଳୁଛି କି ନାହିଁ । କ’ଣ ଆପଣମାନେ ଚାହାଁନ୍ତି ନାହିଁ ଯେ ଗରିବର ଜୀବନରେ ପରିବର୍ତ୍ତନ ଆସୁ, ପରିବର୍ତ୍ତନ ହେବା ଆବଶ୍ୟକ କି ନୁହେଁ ? ଆଜି ତାହାର ପରିଣାମ ଦେଖିବାକ ମିଳୁଛି । ନିଶ୍ଚିତ ରୂପେ ଏଥିରେ ସରକାରଙ୍କ ସେହିସବୁ ଯୋଜନାଗୁଡିକର ବହୁତ ବଡ ପ୍ରଭାବ ରହିଛି ଯାହା ଗରିବଙ୍କର ଖର୍ଚ୍ଚ ଏବଂ ସେମାନଙ୍କର ଚିନ୍ତାକୁ କମ କରୁଛି । ଚିନ୍ତାମୁକ୍ତ ହେବାଦ୍ୱାରା ସେମାନଙ୍କୁ ନୂତନ ସୁଯୋଗ ମିଳୁଛି । ଯେପରିକି ଉଜ୍ଜ୍ୱଳା ଯୋଜନାରେ ମହିଳାମାନଙ୍କୁ କେବଳ କାଠର ଧୂଆଁରୁ ମୁକ୍ତି ମିଳୁଛି ତାହା ନୁହେଁ ସେମାନଙ୍କୁ ପରିବାରର ଉପାର୍ଜନରେ ସାହାଯ୍ୟ କରିବା ପାଇଁ ମଧ୍ୟ ସମୟ ମିଳିପାରୁଛି । ଏବେ ଘଣ୍ଟା ଘଣ୍ଟା କାଠ ଚୁଲିରେ ରୋଷେଇ କରିବାର ସେମାନଙ୍କ ସମସ୍ୟା ଦୂର ହୋଇପାରିଛି । ଉତ୍ତରପ୍ରଦେଶରେ 80 ଲକ୍ଷରୁ ଅଧିକ ମହିଳାମାନଙ୍କୁ ଏହି ଉଜ୍ଜ୍ୱଳା ଯୋଜନାରେ ବିନା ମୂଲ୍ୟରେ ଗ୍ୟାସ ସଂଯୋଗ ମିଳିପାରିଛି । ସେହିଭଳି ଜନ ଧନ ଯୋଜନାରେ ଉତ୍ତରପ୍ରଦେଶରେ ପାଞ୍ଚ କୋଟି ବ୍ୟାଙ୍କ ଖାତା ଖୋଲାଯାଇଛି । ମୁଦ୍ରା ଯୋଜନାରେ ବିନା ବ୍ୟାଙ୍କ ଗ୍ୟାରେଣ୍ଟୀରେ ଏକ କୋଟିରୁ ଅଧିକ ଋଣ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 18 ଲକ୍ଷ ଗୃହ ନିର୍ମାଣ, ଦରଦାମ ବୃଦ୍ଧି ଉପରେ ନିୟନ୍ତ୍ରଣ, ଏହିସବୁ ଯୋଜନା ଗରିବଙ୍କୁ ଦାରିଦ୍ର୍ୟତାରୁ ବାହାରକୁ ଆଣିବାରେ ସହଯୋଗ କରିଛି ।
ବନ୍ଧୁଗଣ, ଗରିବଙ୍କ ଔଷଧ, କୃଷକମାନଙ୍କ ଜଳସେଚନ, ପିଲାମାନଙ୍କ ପାଠ ପଢା ଏବଂ ଯୁବକଯୁବତୀମାନଙ୍କ ରୋଜଗାର ଯେଉଁଠି ସୁନିଶ୍ଚିତ ହେବ, ଯେଉଁଠାରେ ଅପାର ସୁବିଧା ହେବ ଏବଂ ବ୍ୟବସ୍ଥାରେ ସ୍ୱଚ୍ଛତା ଥିବ ସେହିଭଳି ‘ନିଉ ଇଣ୍ଡିଆ’ ର ସଂକଳ୍ପକୁ ସିଦ୍ଧ କରିବା ପାଇଁ ଆମେ ପ୍ରୟାସରତ । ଆଜି ଯେଉଁ ଯୋଜନାଗୁଡିକର ଲୋକାର୍ପଣ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ଏଠାରେ ହୋଇଛି, ସେଥିପାଇଁ ଆପଣମାନଙ୍କୁ ପୁଣି ଥରେ ଅନେକ ଅନେକ ଶୁଭେଚ୍ଛା । ୟୁପି ଏହିଭଳି ବିକାଶ ପଥରେ ଅଗ୍ରସର ହେଉ, ସେଥିପାଇଁ ଯୋଗୀ ମହାଶୟ, ଉତ୍ତରପ୍ରଦେଶର ତାଙ୍କ ସରକାର, ତାଙ୍କର ସମସ୍ତ ବନ୍ଧୁଗଣ, ତାଙ୍କର ସମସ୍ତ ଟିମକୁ, ମୁଁ ତାଙ୍କୁ ମଧ୍ୟ ଗୋଟିଏ ଯୋଜନାକୁ ସଫଳତାର ସହିତ ଆଗକୁ ବଢାଇବା ପାଇଁ ହୃଦୟର ସହିତ ଶୁଭେଚ୍ଛା ଜଣାଉଛି । ଅନେକ ଅନେକ ଶୁଭକାମନା ଏବଂ ମୁଁ ପୁଣି ଥରେ ମା’ ବିନ୍ଧ୍ୟବାସିନୀଙ୍କ ସେହି ପ୍ରସାଦ ପାଣିର ବୁନ୍ଦା ବୁନ୍ଦା ଏହାର ବ୍ୟବହାର କରିବାକୁ ଭୂଲିବେ ନାହିଁ, ଏହି ନିବେଦନ ପୁଣି ଥରେ ଦୋହରାଉଛି । ଆପଣମାନେ ଏତେ ବଡ ସଂଖ୍ୟାରେ ଆସିଛନ୍ତି, ଏଭଳି ଗରମରେ ଆସିଛନ୍ତି । ଆପଣମାନେ ମୋତେ ଏବଂ ଆମ ସମସ୍ତଙ୍କୁ ଆଶୀର୍ବାଦ ଦେଲେ, ସେଥିପାଇଁ ମୁଁ ଆପଣମାନଙ୍କୁ ହୃଦୟର ସହିତ ଅଶେଷ ଅଶେଷ ଧନ୍ୟବାଦ ଦେଉଛି । ମୋ ସହିତ ମୁଠି ବନ୍ଦ କରି ପୂରା ଜୋର ଲଗାଇ କୁହନ୍ତୁ- ଭାରତ ମାତା କି ଜୟ । ଭାରତ ମାତା କି ଜୟ । ଭାରତ ମାତା କି ଜୟ ।
**********
पिछली बार मैं जब यहां सोलर प्लांट का उद्घाटन करने आया था तो मेरे साथ फ्रांस के राष्ट्रपति भी थे
— PMO India (@PMOIndia) July 15, 2018
उस समय हम दोनों का स्वागत माता की तस्वीर और चुनरी के साथ किया गया
इससे राष्ट्रपति मैक्रों भी बहुत खुश थे। जब मैंने उनको मां की महिमा के बारे में बताया तो वो और प्रभावित हुए थे: PM
इस क्षेत्र के लिए, यहां के गरीब, वंचित, शोषित के लिए जो सपने सोनेलाल पटेलजी जैसे कर्मशील लोगों ने देखे, उनको पूरा करने की तरफ हम निरंतर आगे बढ़ रहे हैं
— PMO India (@PMOIndia) July 15, 2018
पिछले 2 दिनों में विकास की अनेक योजनाओं को पूर्वांचल की जनता को समर्पित करने या फिर नए काम शुरु करने का अवसर मुझे मिला है: PM
लगभग 3,500 करोड़ की बाण सागर परियोजना से सिर्फ मिर्जापुर ही नहीं बल्कि इलाहाबाद समेत इस पूरे क्षेत्र की 1.5 लाख हेक्टेयर जमीन को सिंचाई की सुविधा मिलने जा रही है।
— PMO India (@PMOIndia) July 15, 2018
अगर ये प्रोजेक्ट पहले पूरा हो जाता, तो जो लाभ अब आपको मिलेगा, वो पहले से मिलने लगता: PM
2014 में सरकार में आने के बाद हमारी सरकार ने जब अटकी-लटकी-भटकी हुई योजनाओं को खंगालना शुरू किया तो उसमें इस प्रोजेक्ट का भी नाम आया।
— PMO India (@PMOIndia) July 15, 2018
इसके बाद बाण सागर परियोजना को प्रधानमंत्री कृषि सिंचाई योजना के तहत जोड़ा गया और इसे पूरा करने के लिए सारी ऊर्जा लगा दी गई: PM
बाण सागर परियोजना उस अपूर्ण सोच, सीमित इच्छाशक्ति का भी उदाहरण है जिसकी एक बहुत बड़ी कीमत आप सभी को चुकानी पड़ी है।
— PMO India (@PMOIndia) July 15, 2018
देश को भी आर्थिक रूप से नुकसान सहना पड़ा। लगभग 300 करोड़ के बजट से शुरु हुई ये परियोजना लगभग 3,500 हज़ार करोड़ रुपए लगाने के बाद पूरी हुई है: PM
जो लोग आजकल किसानों के लिए घड़ियाली आंसू बहाते हैं, उनसे आपको पूछना चाहिए कि आखिर क्यों उन्हें अपने शासन काल में देश भर में फैली इस तरह की अधूरी सिंचाई परियोजनाएं नहीं दिखाई दीं?
— PMO India (@PMOIndia) July 15, 2018
क्यों ऐसे कार्यों को अधूरा ही छोड़ दिया गया?: PM
यहां बनने वाले नए मेडिकल कॉलेज से ना सिर्फ मिर्जापुर बल्कि सोनभद्र, भदोही, चंदौली और इलाहाबाद के लोगों को भी बड़ा लाभ मिलने वाला है।
— PMO India (@PMOIndia) July 15, 2018
अब यहां का जिला अस्पताल 500 बेड का हो जाएगा। इससे गंभीर बीमारियों के इलाज के लिए आपको बहुत दूर नहीं भटकना पड़ेगा: PM
आज यहां 100 जन औषधि केंद्रों का भी लोकार्पण किया गया है।
— PMO India (@PMOIndia) July 15, 2018
ये जन औषधि केंद्र गरीब, निम्न मध्यम वर्ग का बहुत-बड़ा सहारा बन रहे हैं।
इन केंद्रों में 700 से अधिक दवाइयां और डेढ़ सौ से अधिक सर्जरी के सामान सस्ते दाम पर उपलब्ध हैं: PM
हाल ही में एक और अंतरराष्ट्रीय रिपोर्ट आई है जिसमें कहा गया है कि बीते 2 वर्षों में भारत में 5 करोड़ लोग भीषण गरीबी से बाहर निकले हैं।
— PMO India (@PMOIndia) July 15, 2018
इसमें सरकार की योजनाओं का भी बड़ा प्रभाव है जो गरीबों का खर्च कम कर रही हैं। निश्चिंतता का यही भाव, उन्हें नए अवसर भी दे रहा है: PM
गरीब को दवाई,
— PMO India (@PMOIndia) July 15, 2018
किसान को सिंचाई,
बच्चों को पढ़ाई और
युवाओं को कमाई जहां सुनिश्चित होगी,
जहां सुविधाएं अपार होंगी और
व्यवस्था ईमानदार होगी,
ऐसे New India के संकल्प को सिद्ध करने में हम जुटे हैं: PM