ପିଏମଇଣ୍ଡିଆ
ସଂଗୃହୀତ ଅର୍ଥରେ କମ୍ପାନୀ, ସଂପୃକ୍ତ ବନ୍ଦର, ରାଜ୍ୟ ସରକାର, ସାମୁଦ୍ରିକ ବୋର୍ଡ, କେନ୍ଦ୍ର ମନ୍ତ୍ରଣାଳୟମାନଙ୍କ ସହ ମିଶି ପିପିପି ଢାଞ୍ଚାରେ ଚିହ୍ନିତ ପ୍ରକଳ୍ପମାନଙ୍କରେ କାର୍ଯ୍ୟକରିବ । ଏଥିସହ ଏସପିଭିକୁ ମଧ୍ୟ ଇକ୍ୱିଟି ଯୋଗାଇବ ।
ସାଗରମାଳା ବିକାଶ କମ୍ପାନୀ ବନ୍ଦରଭିତ୍ତିକ ବିକାଶ କାର୍ଯ୍ୟକ୍ରମକୁ ଚିହ୍ନିତ କରିବା ସହ ପ୍ରକଳ୍ପ ବିକାଶ, ନିର୍ମାଣ, ନିଲାମୀ, ଘରୋଇ ସେକ୍ଟରର ଅଂଶଗ୍ରହଣ, ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡିକରେ ବିପଦ ପରିଚାଳନା ବ୍ୟବସ୍ଥା ଆଦି କାର୍ଯ୍ୟର ତଦାରଖ କରିବ । ଏଥିଲାଗି ସଂପୃକ୍ତ ରାଜ୍ୟ ସରକାର/କ୍ଷେତ୍ରୀୟ କର୍ତ୍ତୃପକ୍ଷଙ୍କଠାରୁ ଆବଶ୍ୟକ ସ୍ୱୀକୃତି ଓ ଅନୁମତି ମଧ୍ୟ ସଂଗ୍ରହ କରିବ । ଯେହେତୁ ବିବିଧ ଏଜେନ୍ସୀମାନଙ୍କ ଦ୍ୱାରା ଚିହ୍ନିତ ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ କରାଯିବ । ସେହି ଦୃଷ୍ଟିରୁ ସାଗରମାଳା ବିକାଶ କମ୍ପାନୀ ଏହାର ନୋଡାଲ ଏଜେନ୍ସୀ ଭାବେ ଦାୟିତ୍ୱ ସମ୍ପାଦନ କରିବ । ତେଣୁ ଉପକୂଳ ଆର୍ଥିକ ଜୋନ ସକାଶେ କମ୍ପାନୀ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବ ଯାହାକି ରାଷ୍ଟ୍ରୀୟ ଆପେକ୍ଷିକ ଯୋଜନାର ଅଂଶ ବିଶେଷ ଭାବେ ପରିଚିତ ହେବ ।
ସାଗରମାଳା କାର୍ଯ୍ୟକ୍ରମର ଏକ ଅଂଶବିଶେଷ ଭାବେ ଉପକୂଳ ଗୋଷ୍ଠୀ ବିକାଶ ମଧ୍ୟ ଏହାର ଅନ୍ୟତମ ଉଦ୍ଦେଶ୍ୟ । ଜାହାଜ ଚଳାଚଳ ମନ୍ତ୍ରଣାଳୟ ଉପକୂଳ ଅଞ୍ଚଳର ଅଧିବାସୀଙ୍କ ପାଇଁ କୌଶଳ ବିକାଶ ଠାରୁ ଆରମ୍ଭ କରି ସାମୁଦ୍ରିକ ମାଛଧରା ତାଲିମ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେବ ।
ସାଗରମାଳା କାର୍ଯ୍ୟକ୍ରମ ମାଧ୍ୟମରେ ଗୋ-ପ୍ରଜନନ, ଦୁଗ୍ଧ ଉତ୍ପାଦନ ଏବଂ ମତ୍ସ୍ୟଚାଷ (କୃଷି ମନ୍ତ୍ରଣାଳୟ) ବିଭାଗ ସହ ମିଶି ଜାହାଜ ଚଳାଚଳ ମନ୍ତ୍ରଣାଳୟ ମାଛଧରା ବନ୍ଦରର ବିକାଶ ଲାଗି ଆଂଶିକ ଭାବେ ପାଣ୍ଠି ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଏହିସବୁ ପ୍ରକଳ୍ପରେ ଘରୋଇ କମ୍ପାନୀମାନଙ୍କ ଅଂଶଗ୍ରହଣକୁ ସାଗରମାଳା ବିକାଶ କମ୍ପାନୀ ପ୍ରୋତ୍ସାହିତ କରିବ ।