Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବନ୍ୟା ପରିସ୍ଥିତିର ସମୀକ୍ଷା ପାଇଁ ଆସନ୍ତାକାଲି ଆସାମ ଗସ୍ତ କରିବେ ପ୍ରଧାନମନ୍ତ୍ରୀ


ଆସାମରେ ଉପୁଜିଥିବା ବନ୍ୟା ପରିସ୍ଥିତି ସହିତ ରିଲିଫ କାର୍ଯ୍ୟର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସାମ ଗସ୍ତରେ ଯିବେ ।

ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମିଜୋରାମ ଏବଂ ନାଗାଲେଣ୍ଡର ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚ ପଦାଧିକାରୀମାନଙ୍କ ସହିତ ସମ୍ପୃକ୍ତ ଅଞ୍ଚଳର ବନ୍ୟା ପରିସ୍ଥିତି ନେଇ ଆଲୋଚନା ଓ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।

**********