Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବନ୍ୟା ପରିସ୍ଥିତି ନେଇ କେରଳ ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ;


କେରଳରେ ବନ୍ୟା ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେଠାକାର ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାୟି ବିଜୟନଙ୍କ ସହ ଆଲୋଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, “କେରଳ ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାଇ ବିଜୟନଙ୍କ ସହ କଥା ହୋଇଛି ଏବଂ ବନ୍ୟା ଯୋଗୁ ରାଜ୍ୟର ବିଭିନ୍ନ ଭାଗରେ ଉତ୍ପନ୍ନ ପରିସ୍ଥିତିକୁ ନେଇ ଆଲୋଚନା କରିଛି । ପ୍ରଭାବିତଙ୍କୁ ଯଥା ସମ୍ଭବ ସହାୟତା ପ୍ରଦାନ କରାଯିବ । ଏହି ବିପର୍ଯ୍ୟୟ ସମୟରେ କେରଳର ଜନସାଧାରଣଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଆମେ ଠିଆ ହୋଇଛୁ ।”

*****