Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବରିଷ୍ଠ ସିପିଆଇ ନେତା ଗୁରୁଦାସ ଦାସଗୁପ୍ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ବରିଷ୍ଠ ସିପିଆଇ ନେତା ଗୁରୁଦାସ ଦାସଗୁପ୍ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, “ଶ୍ରୀ ଗୁରୁଦାସ ଦାସଗୁପ୍ତା ତାଙ୍କ ବିଚାରର ଜଣେ ଉତ୍ସର୍ଗୀକୃତ ଏବଂ ସ୍ପଷ୍ଟ ପ୍ରସ୍ତାବକ ଥିଲେ । ସଂସଦରେ ସେ ଜଣେ ଉଚ୍ଚକୋଟୀର ବକ୍ତା ଥିଲେ, ଯାହାଙ୍କର ବକ୍ତବ୍ୟକୁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଗୁରୁତ୍ୱ ସହିତ ଶୁଣୁଥିଲେ । ତାଙ୍କ ବିୟୋଗରେ ମୁ ମର୍ମାହତ । ତାଙ୍କ ଆତ୍ମାର ସଦଗତି କାମନା କରୁଛି ।”

***********