ପିଏମଇଣ୍ଡିଆ
ଆଜି ବରୋଦରା ନିଜ ମିଞ୍ଜାସରେ ଅଛି । ମୋର ଏଠିକି ଆସିବାରେ ଟିକେ ବିଳମ୍ବ ହେଲା କାରଣ ମୁଁ ଡେରିରେ ଆସି ନଥିଲି କିନ୍ତୁ ବିମାନ ବନ୍ଦରରୁ ଏଠାକୁ ଆସିବାଯାଏ ପୁରା ବରୋଦରାର ଲୋକ ରାସ୍ତାକୁ ଚାଲି ଆସିଥିଲେ । ମୋର ସୌଭାଗ୍ୟ କି ବରୋଦରା ନଗରୀର ଲୋକଙ୍କୁ ଦର୍ଶନ କରିବାର ମତେ ସୁଯୋଗ ମିଳିଲା ଏବଂ ବିଶାଳ ସଂଖ୍ୟାରେ ଆପଣମାନେ ଏଠାକୁ ଆସି ମତେ ଆଶୀର୍ବାଦ ଦେଲେ ଏଥିପାଇଁ ମୁଁ ଆପଣମାନଙ୍କୁ ସହୃଦୟତାର ସହିତ କୃତଜ୍ଞତା ଜଣାଉଛି ।
ଆଜି ବରୋଦରାରେ ସରକାରଙ୍କର ଦୁଇଟି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମୋତେ ସୁଯୋଗ ମିଳିଛି । ଗୋଟିଏ ବରୋଦରାରେ ଅତ୍ୟନ୍ତ ଆଧୁନିକ ବିମାନ ବନ୍ଦରର ଲୋକର୍ପଣ ହେଲା ଏବଂ ଏହା ଏକ ସାମାନ୍ୟ ବିମାନ ବନ୍ଦର ନୁହେଁ । ଯେଉଁ ବୈଷୟିକ ଜ୍ଞାନରେ, ପରିବେଶ ପ୍ରତି ଧ୍ୟାନ ଦେଇ ବିଭିନ୍ନ ଉପକରଣରେ ନିର୍ମାଣ ହୋଇଥିବା ଏହା ଏକ ବିଶିଷ୍ଟ ବିମାନ ବନ୍ଦର । ହିନ୍ଦୁସ୍ତାନରେ ଏମିତି ଏକ ବିମାନ ବନ୍ଦର କେରଳରେ ତିଆରି ହୋଇଥିଲା ଏବଂ ଦ୍ୱିତୀୟଟି ଆଜି ବରୋଦରା କୋଳରେ ଲୋକାର୍ପଣ ହେଲା । ଦ୍ଵିତୀୟ ଅତ୍ୟନ୍ତ ମହତ୍ଵପୂର୍ଣ୍ଣ କାର୍ଯ୍ୟକ୍ରମ ଏବଂ ମୋ ଆଗରେ ପାଞ୍ଚ-ସାତଟି କାର୍ଯ୍ୟକ୍ରମର ପ୍ରସ୍ତାବ ଆସିଥିଲେ ମଧ୍ୟ ମୋ ସ୍ଵଭାବ ଅନୁସାରେ ମୁଁ ଦିବ୍ୟାଙ୍ଗଙ୍କ କାର୍ଯ୍ୟକ୍ରମକୁ ଅଧିକ ଗୁରୁତ୍ଵ ଦେଉଛି । ନିର୍ଦୋଷ ପିଲାମାନଙ୍କୁ ଭେଟିବା, ତାଙ୍କ ପରିବାର ଲୋକ ଇଶ୍ଵରଙ୍କ ପ୍ରସାଦ ଭାବି ଏହି ପିଲାମାନଙ୍କର ଯେଉଁ ପାଳନ ପୋଷଣ କରିଛନ୍ତି, ତାହା ହେଉଛି ଏକ ପ୍ରକାରର ତପସ୍ୟା । ଏଇଥିପାଇଁ ମତେ ଏହି ଏହି ଦିବ୍ୟାଙ୍ଗମାନଙ୍କ ମାତା-ପିତାଙ୍କୁ ମଧ୍ୟ ପ୍ରଣାମ କରିବାର ସୁଯୋଗ ମିଳୁଛି କି ଯେଉଁମାନେ ନିଜ ସନ୍ତାନମାନଙ୍କ ପାଇଁ ନିଜ ଜୀବନକୁ ଏବଂ ନିଜ ସ୍ଵପ୍ନକୁ ସମର୍ପଣ କରି ଦେଇଛନ୍ତି। ମା-ବାପା କେଉଁଠିକୁ ଯାଇ ପାରନ୍ତି ନାହିଁ, ପିଲାଙ୍କୁ ଏକୁଟିଆ ଛାଡି ପାରନ୍ତି ନାହିଁ । ସେହି ପରିବାରକୁ ଦେଖିଲେ ଜଣାପଡେ ପରିବାର କେତେ ତପସ୍ୟା କରୁଛି ଏବଂ ଏହା ଯେବେ ଦେଖୁଛୁ ସେତେବେଳେ ସମାଜ ତରଫରୁ, ସରକାର ହିସାବରେ ଆମର ଦାୟୀତ୍ଵ ରହୁଛି କି ପରିବାରର ଏହି କାର୍ଯ୍ୟରେ ଆମେ ମଧ୍ୟ ସହେଯାଗ କରୁ, ତାଙ୍କର କିଛି ଦାୟୀତ୍ଵ ମଧ୍ୟ ଆମେ ନେଉ ଏବଂ ସେହି ପବିତ୍ର ଭାବରେ ଏହି ଦିବ୍ୟଙ୍ଗମାନଙ୍କ ପାଖକୁ ମୋ ସାରକାର ଆସୁଛି, ମୁଁ ମଧ୍ୟ ଆସୁଛି ଏବଂ ଏହି ସେବା କରିବାର ସୁଯୋଗ ମିଳୁଛି । ଏହା ପଛରେ ମୋ ମନରେ ଏକ ବିଚାର ଅଛି, ଚିନ୍ତାଧାରା ଅଛି । ଏହି ସୁଯୋଗ ସହାୟତା କରିବାର ଅବସର ନୁହେଁ, ସାଧନ ମଧ୍ୟ ସହାୟତାର ସୁଯୋଗ ନୁହେଁ, ଏହା ତାହାର ଏକ ସ୍ଵଳ୍ପ ଭାଗ । କିନ୍ତୁ ଏହି ଲକ୍ଷ ଲକ୍ଷ ଲୋକଙ୍କ କାର୍ଯ୍ୟକ୍ରମ ଦ୍ଵାରା ୧୨୫ କୋଟି ଦେଶବାସୀଙ୍କ ମନରେ ଦିବ୍ୟାଙ୍ଗଲୋକଙ୍କ ପ୍ରତି ଏକ ଦାୟିତ୍ଵବୋଧକୁ ସ୍ମରଣ କରାଇବା । ଯାହା ଘରେ ଦିବ୍ୟାଙ୍ଗ ବ୍ୟକ୍ତି ଅଛନ୍ତି ସେଇମାନଙ୍କର ଦାୟିତ୍ଵ ନୁହେଁ ବରଂ ପୁରା ସମାଜର ଦାୟୀତ୍ଵ, ପୁରା ରାଷ୍ଟ୍ରର ଦାୟୀତ୍ଵ ରହିଛି ସେହିଭଳି ବାତାବରଣ ନିର୍ମାଣ କରିବା ପାଇଁ ଏହା ହେଉଛି ମୋର ଏକ ପ୍ରୟାସ। ଏହି ବିଷୟରେ ଏକ ଦେଶ ଭାବେ ଜଣାତରେ ହେଉ ଅବା ଅଜଣାତରେ ଆମେ ସମସ୍ତେ ଉଦାସୀନ ରହିଛୁ ।
ସରକାରୀ ଅଟ୍ଟାଳିକା ତିଆରି ହେବାବେଳେ ସେଠାକୁ କିପରି ଦିବ୍ୟାଙ୍ଗଲୋକ ଆସି ପାରିବେ ସେହିଭଳି ବ୍ୟବସ୍ଥା ରହିବା ଦରକାର ଯେଭଳି ମଜବୁତ୍ ଶରୀରଧାରୀ ଲୋକଙ୍କ ପାଇଁ ରହିଛି । ଏବେ ଏମାନେ କିପର ସେଠାକୁ ଯିବେ? ଆମେ ଏକ ସୁଗମ୍ୟ ଯୋଜନା ପସ୍ତୁତ କରିଛୁ, ସରକାରୀ ଭବନ ନିର୍ମାଣ ପାଇଁ ରାତାରାତି ପଇସା ଆସୁ ନାହିଁ ତାହା ବୁଝି ଯାଉଛନ୍ତି, କିନ୍ତୁ ଏବେ ଅଟ୍ଟାଳିକା ନିର୍ମାଣ ହେବାବେଳେ, ରେଳ ପ୍ଲାଟଫର୍ମ(ଷ୍ଟେସନ) ନିର୍ମାଣ ହେବା ବେଳେ, ବସଷ୍ଟାଣ୍ଡ ନିର୍ମାଣ ହେବା ବେଳେ ସେଥିରେ ଏକ ବ୍ୟବସ୍ଥା ଏଭଳି ରହିବା ଦରକାର କି ଯେପରି ଦିବ୍ୟାଙ୍ଗମାନେ ସରଳ ଭାବେ କେଉଁଠିକୁ ଯାଇପାରିବେ ଏବଂ ମୋର ଅନୁଭବ ଏହା କହୁଛି ଯେ, ଲୋକମାନଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଉ ନାହିଁ, କିଛି ଅସୁବିଧା ହେଉ ନାହିଁ, ଖାଲି ଏତିକି କହୁଛନ୍ତି କି ସାହେବ(ସାର), ପୂର୍ବରୁ କେହି କହୁ ନଥିଲେ, ଆପଣ କହୁଛନ୍ତି ଆମେ କରିଦେବୁ ।
ଧୀରେ ଧୀରେ ଆମେ ଏହି ବାତାବରଣ ସ୍କୁଲ ହେଉ, କଲେଜ ହେଉ, ଡାକ୍ତରଖାନା ହେଉ, ସରକାରୀ ଯାଗା ହେଉ ଯେଉଁଠାରେ ଯାହା କିଛି ବ୍ୟବସ୍ଥା ହେଉଛି ସେଠାରେ ଦିବ୍ୟାଙ୍ଗମାନଙ୍କ ପାଇଁ ଆମ ମୁଣ୍ଡ କିଛି ଚିନ୍ତା କରିବା ଆବଶ୍ୟକ । ଆର୍କିଟେକ୍ଚର୍ (ସ୍ଥାପତ୍ୟ) ମହାବିଦ୍ୟାଳୟମାନେ ମଧ୍ୟ ଏକଥା ଜାଣିବା ଦରକାର ଯେ, ତାଙ୍କର ସେଠୁ ଯେଉଁ ନୂଆ ସ୍ଥପତି ବହାରିବେ ସେମାନେ ନକ୍ସା ପ୍ରସ୍ତୁତ ସମୟରେ ଏହି ବ୍ୟବସ୍ଥା ରଖିବେ । ଏହାକୁ ଏକ ଜନ ଆନ୍ଦୋଳନ ଭାବେ ଗଢି ତୋଳିବାକୁ ପଡିବ ଏବଂ ଏହି ଜନ ଆନ୍ଦୋଳନକୁ ଯଦି ଆମେ କରିବୁ ତେବେ ଅନେକ ଗୁଡିଏ ବ୍ୟବସ୍ଥା ବିକାଶ ହୋଇ ପାରିବ ଏବଂ ଥରେ ଦିବ୍ୟାଙ୍ଗମାନଙ୍କ ପ୍ରତି ସମାଜର ମନୋଭାବ ବଦଳିଯିବ, ଯଦି କେହି ଦିବ୍ୟାଙ୍ଗ ଯାଉଛନ୍ତି ଏବଂ ଚାରି-ପାଞ୍ଚ ଜଣ ଠିଆ ହୋଇ ତାଙ୍କୁ ରାସ୍ତା ଦେଖାଇବେ ତେବେ ତାଙ୍କ ମନରେ ସମ୍ମାନର ଭାବ ଆସିବ କି ନାହିଁ । ଏହି ଦେଶ, ଏହି ସମାଜ ଏବଂ ମୋ ଆଖପାଖର ଲୋକ ମୋ ପାଇଁ ଜାଗ୍ରତ ଅଛନ୍ତି ବୋଲି ସେ ଭାବିବେ ନିଶ୍ଚେ ।
ଯେବେଠାରୁ ସରକାରରେ ଏହି ବ୍ୟବସ୍ଥା ପ୍ରସ୍ତୁତ ହୋଇଛି, ପୂର୍ବ ସରକାର ମଧ୍ୟ ଏହି ଦିଗରେ କାମ କରିଛନ୍ତି କିନ୍ତୁ ଆପଣମନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୧୯୯୨ରୁ ଏହି ପ୍ରକାର କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା । ୧୯୯୨ରୁ ୨୦୧୪ ପର୍ଯ୍ୟନ୍ତ ଦିବ୍ୟାଙ୍ଗମାନଙ୍କୁ ସହାୟତା ଦେବା ପାଇଁ ଏହିପରି ୫୬ କାର୍ଯ୍ୟକ୍ରମ ହୋଇଥିଲା । ଦୁଇ ବର୍ଷ ହେବ ଏହି ସରକାର ଗଠନ ହେବା ପରଠାରୁ ସାଢେ ଚାରି ହଜାର ଏଭଳି କାର୍ଯ୍ୟକ୍ରମ କରାଯାଇଛି ଏବଂ ସାରା ଦେଶରୁ ଖୋଜି ଖୋଜି ସାଢେ ପାଞ୍ଚ ଲକ୍ଷ ଦିବ୍ୟାଙ୍ଗମାନଙ୍କୁ ସିଧା ସଳଖ ସହାୟତା ଯୋଗାଇ ଦିଆଯାଇଛି । ଖାଲି ଯୋଜନା ପ୍ରସ୍ତୁତ କରିବା ନୁହେଁ ସରକାରଙ୍କର ସମସ୍ତ ଅଙ୍ଗ ସମ୍ବେଦନଶୀଳ ହେବା ଦରକାର, ଯୋଜନା ଗରିବର ଘରେ, ଦଳିତର ଘରେ, ବଞ୍ଚିତର ଘରେ…ତାଙ୍କ ଘରେ କିପରି ପହଞ୍ଚିବ ସେଥିପାଇଁ ଭାରତ ସରକାର ସଂପୂର୍ଣ୍ଣ ଆଗ୍ରହୀ ଏବଂ ସୁଫଳ କିପରି ମିଳିବ ସେଥି ପ୍ରତି ଯତ୍ନବାନ ହେବା ହେବା ଦରକାର ।
ଆମ ଦିବ୍ୟାଙ୍ଗମାନଙ୍କ ପାଇଁ ଯେଉଁ ସାଧନର ଆବଶ୍ୟକତା ରହିଛି ସେହି ସାଧନ ପ୍ରସ୍ତୁତ କରିବା ନିମନ୍ତେ ସରକାର ଏକ କାମ କରିବା ଦରକାର ଯେଉଁଥିରେ ନୂତନ ପ୍ରବର୍ତ୍ତନ ହେବା ଦରକାର । ଆପଣମାନେ ଆଶ୍ଚର୍ଯ୍ୟ ହେବେ କି ଏହା କେବଳ ନାମକୁ ମାତ୍ର ରହି ଯାଇଥିଲା, ଏହି ସରକାର ତାହାକୁ ପୁନଃଜୀବନ ଦେଇଛନ୍ତି, ନୂଆ ନୂଆ ଇଞ୍ଜିନିୟରମାନଙ୍କୁ ଆମନ୍ତ୍ରଣ କରାଗଲା ଏବଂ ଯେଉଁ ସଂସ୍ଥା ବନ୍ଦ ହୋଇ ଯାଇଥିଲା ସେଥିରେ ନୂଆ ନୂଆ ପ୍ରବର୍ତ୍ତନ ହେଲା, ନୂଆ ନୂଆ ଜିନିଷ ପ୍ରସ୍ତୁତ ହେବାରେ ଲାଗିଲା ଏବଂ ଏବେ ବହୁତ ଶସ୍ତା ଦରରେ ପରିବାରରେ ଯଦି କାହାର କିଛି କିଣିବାର ଅଛି ତେବେ କିଣିବା ପାଇଁ ବ୍ୟବସ୍ଥା କରିଛୁ । କହିବାର କଥା ହେଲା ଯେ, ଗୋଟିଏ ସରକାର ଭାବେ ସମାଜର ଏହି ବର୍ଗ ପାଇଁ ମଧ୍ୟ ଚିନ୍ତା, ତାଙ୍କୁ ମଧ୍ୟ ସେତିକି ପ୍ରାଥମିକତା ଏବଂ ତାହାର ପରିଣାମ ଏହା ଯେ ଆଜି ଭାରତ ସରକାରଙ୍କ ସମସ୍ତ ବିଭାଗ ମଧ୍ୟରେ ଆସି ଯାଇଛି। ଦଳିତ, ପୀଡିତ, ବଞ୍ଚିତ ଦିବ୍ୟାଙ୍ଗମାନଙ୍କ ପାଇଁ ଏହି ସମସ୍ତ ବିଭାଗକୁ ପ୍ରାଣବନ୍ତ କରିବା ପାଇଁ ସରକାର କଷ୍ଟ କରୁଛନ୍ତି ଏବଂ ଦୁଇ ବର୍ଷରୁ କମ୍ ସମୟ ମଧ୍ୟରେ ଆମେ ସଫଳ ହୋଇଛୁ ।
ସରକାର କୌଣସି ନିୟମ କରନ୍ତି କି ଏବେ ସରକାରରେ ଦିବ୍ୟାଙ୍ଗମାନଙ୍କୁ ଚାକିର ମିଳିବ, ତାହା ସମ୍ବାଦପତ୍ରରେ ମୁଖ୍ୟ ଖବର ହୋଇ ଆସିବ, ସରକାରଙ୍କର ପ୍ରଶଂସା ମଧ୍ୟ ହେବ, ଚାରିଆଡେ ପ୍ରଶଂସା ହେବ, ସମସ୍ତଙ୍କୁ ଭଲ ଲାଗେ । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଓ ଆଘାତ ଲାଗିବ । ଯେତେବେଳେ ମୁଁ ପ୍ରଧାନମନ୍ତ୍ରୀ ହୋଇ ଦିଲ୍ଳୀ ଗଲି, ଭାରତ ସରକାରଙ୍କ ଦାୟୀତ୍ଵ ନେଲି, ସେତେବେଳେ ସର୍ବପ୍ରଥମେ ମୁଁ ଯାଞ୍ଚ କରିବା ପାଇଁ ସୂଚନା ଦେଲି। ମୁଁ ପଚାରିଲି କି ଭାରତ ସରକାରରେ ଦିବ୍ୟାଙ୍ଗମାନଙ୍କ ପାଇଁ ପଦବୀ ତ ଅଛି, କିନ୍ତୁ ସେଥିରୁ କେତେ ସ୍ଥାନ ଶୂନ୍ୟ ଅଛି, ଖାଲି ଅଛି? ସରକାରୀ ଦୃଷ୍ଟିରେ ଦେଖିଥିଲି, ଭଲଭାବେ ଯାଞ୍ଚ କରି ନ ଥିଲି, ଖାଲି ସରକାରୀ ଭାବେ ଦେଖିଥିଲି। ମୁଁ ପ୍ରାରମ୍ଭିକ ଦିନର କଥା କହୁଛି । ବରୋଦାରୁ, ଆପଣମାନଙ୍କ ଏଠାରୁ ସାଂସଦ ହୋଇ ଦିଲ୍ଲୀ ଗଲି ଏବଂ ପ୍ରଧାନମନ୍ତ୍ରୀ ପଦର ଦାୟିତ୍ଵ ସମ୍ଭାଳିଲି, ସେଇ ସମୟର କଥା କହୁଛି । ପାଖାପାଖି ୧୬,୫୦୦ ପଦ ଯାହା ଦିବ୍ୟାଙ୍ଗମାନଙ୍କ ପାଇଁ ଥିଲା, ଶୂନ୍ୟ ଥିଲା, ଖାଲି ପଡିଥିଲା ।
ମୁଁ, ଆମ ମନ୍ତ୍ରୀମଣ୍ଡଳର ସାଥୀ ସଦସ୍ୟ, ମନ୍ତ୍ରୀ ଏବଂ ବିଭାଗର ଅଫିସର ମାନଙ୍କୁ କହିଲି କି, ସର୍ବପ୍ରଥମେ ନିଯୁକ୍ତି ଦିଅ, ଖାଲି ପଦବୀ ପୂରଣ କର । ଆଜି ମୁଁ ସନ୍ତୋଷ ପୂର୍ବକ କହୁଛି କି ପ୍ରାୟ ୧୪,୫୦୦ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ସଂପର୍ଣ୍ଣ ହୋଇ ଯାଇଛି ଏବଂ ଖାଲି ସ୍ଥାନରେ ଆଜି ଦିବ୍ୟାଙ୍ଗମାନେ କର୍ଯ୍ୟରତ ଅଛନ୍ତି । ଆମେ ଖାଲି ଏହି ଭଳି ଅବସରରେ ଉପକରଣ ସହାୟତା ଦେଉ ନାହିଁ । ଅନେକଙ୍କ ପାଇଁ ମଧ୍ୟ କାମ କରି ଦେଖାଇ ଦେଉ ।
ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗିବ କି ଏଠି ଦୁଇ ଭଉଣୀ ମୋ ଭାଷଣକୁ ଦିବ୍ୟାଙ୍ଗ ମାନଙ୍କ ପାଇଁ, ଯେଉଁମାନେ ଶୁଣିପାରୁ ନାହାନ୍ତି, ସେମାନଙ୍କ ପାଇଁ ସେମାନଙ୍କ ଭାଷାରେ, ସାଙ୍କେତିକ ଭାଷାରେ ମୋ ଭାଷଣକୁ ବୁଝାଉଛନ୍ତି, ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଆମ ଦେଶ ହେଉଛି ବିଶାଳ। ରାଜକୋଟରେ କେଉଁ ଭଉଣୀ ଅଲଗା ପ୍ରକାରର ସଂକେତ କରି ପଢାନ୍ତି, ତ’ ମୁମ୍ବାଇରେ ଦ୍ଵିତୀୟ ପ୍ରକାରରେ, ଦିଲ୍ଳୀରେ ତୃତୀୟ ପ୍ରକାରରେ, କୋଲକାତାରେ ଚତୁର୍ଥ ପ୍ରକାରରେ… କହିବାର ଅର୍ଥ ହେଲା ପ୍ରତ୍ୟେକ ରାଜ୍ୟ ନିଜ ନିଜର ଚିହ୍ନ, ସଂକେତ ପ୍ରସ୍ତୁତ କରି ନେଇଛନ୍ତି, ବିକଶିତ କରିଛନ୍ତି ।
କହିବାର ଅର୍ଥ ହେଉଛି କି ଯଦି ଅହମଦାବାଦର କେଉଁ ଦିବ୍ୟାଙ୍ଗ ଦିଲ୍ଳୀ ଯାଏ ତାକୁ ଜଣା ପଡିବ ନାହିଁ ଇଏ କ’ଣ କହୁଛି? କାରଣ ଚିହ୍ନ ବା ସଂକେତ ବଦଳି ଯାଇଥାଏ । ଏବେ ଆପଣମାନେ ମତେ କୁହନ୍ତୁ କି ଏତେ ବଡ ବିଶାଳ ଦେଶରେ ଦିବ୍ୟାଙ୍ଗମାନଙ୍କ ପାଇଁ ଚିହ୍ନଟ ଭାଷା, ସାଙ୍କେତିକ ଭାଷା ଗୋଟିଏ ପ୍ରକାରର ହେବା ଦରକାର ନା ନାହିଁ । ହିନ୍ଦୁସ୍ତାନର ଯେ କୌଣସି କୋଣରୁ ଯଦି ଆମର ଦିବ୍ୟାଙ୍ଗ ଭାଇ-ଭଉଣୀ ଆସନ୍ତି ଏବଂ ଆମକୁ ସଂକେତ ଦେଖାନ୍ତି, ତ ସମ୍ମୁଖରେ ଥିବା ଲୋକ ବୁଝି ପାରିବା ଉଚିତ ନା ନାହିଁ । ମତେ କହିବାକୁ ଲାଜ ଳାଗୁଛି କି, ମତେ କ୍ଷମା କରିଦେବେ, କି ଏହି କାମ ମଧ୍ୟ ଏହି ଦେଶରେ ହେଉ ନ ଥିଲା । ଏହି ସରକାର ଆସିବା ପରେ ଦେଶର ସମସ୍ତ ଦିବ୍ୟାଙ୍ଗମାନଙ୍କ ପାଇଁ ଏକ ସମାନ ଭାଷା ପ୍ରସ୍ତୁତ କରିବା ପାଇଁ ସ୍ଥିର କରିଛନ୍ତି, ସେଥିପାଇଁ ନିୟମ କରିବାକୁ ନିଷ୍ପତ୍ତି ନେଇଛନ୍ତି, ସେଥି ପାଇଁ ତାଲିମ ବ୍ୟବସ୍ଥା କରିଛନ୍ତି। କୌଣସି ଗୋଟିଏ ବିଷୟରେ ଯଦି ଗଭୀର ଚିନ୍ତା ବା ଅନୁଧ୍ୟାନ କରାଯାଏ, ତା’ଭିତରେ ମଗ୍ନ ହୋଇଯିବା, ତେବେ ସମାଧାନ କିଭଳି ଭାବରେ ଆସିବ ତାହା ଆମେ ଦେଖିଛୁ ।
ଭାଇ ଓ ଭଉଣୀମାନେ
ଆଜି ସଂପୂର୍ଣ୍ଣ ବିଶ୍ଵରେ ଗୋଟିଏ କଥାକୁ ନେଇ ପ୍ରଶଂସା ହେଉଛି । ଚାରିଆଡେ ଗୌରବଗାନ ହେଉଛି। କେଉଁ କଥା ପାଇଁ? କେଉଁ କଥା ପାଇଁ ପ୍ରଶଂସା ହେଉଛି? ମତେ ଯେମିତି ଶୁଭିବ ସେତେ ଜୋରରେ କୁହନ୍ତୁ। ପୁରା ଦୁନିଆରେ କେଉଁ କଥା ପାଇଁ ପ୍ରଶଂସା ହେଉଛି? କେଉଁ କଥା ପାଇଁ ? ଆରେ ମୋ ପ୍ରିୟ ଲୋକମାନେସଂପୂର୍ଣ୍ଣ ବିଶ୍ଵ ଏହି କଥା କହୁଛି କି, ଆର୍ଥିକ ବିକାଶର ଦୁନିଆରେ, ଦୁନିଆର ଯେଉଁ ବଡ ବଡ ଅର୍ଥତନ୍ତ୍ର ଅଛି, ସେଥିରେ ସବୁଠାରୁ ଦ୍ରୁତ ଗତିରେ ଆଗକୁ ବଢୁଥିବା ଅର୍ଥବ୍ୟବସ୍ଥା କାହାର ଅଛି ତ, ସେ ହେଉଛି ହିନ୍ଦୁସ୍ତାନ ବନ୍ଧୁ । ସଂପୂର୍ଣ୍ଣ ବିଶ୍ଵରେ ସବୁଠାରୁ ଅଧିକ ଗତିରେ ବିକାଶ କରୁଥିବା ଅର୍ଥବ୍ୟବସ୍ଥା ହେଉଛି ଆମ ଭାରତର । ଆମ ଦେଶରେ ଲଗାତାର ଦୁଇ ବର୍ଷ ମରୁଡି ପଡିବା ସତ୍ତ୍ୱେ, ବିଶ୍ଵ ବ୍ୟାଙ୍କ ହେଉ, ଆଇଏମ୍ଏଫ୍ ହେଉ, କ୍ରେଡିଟ ରେଟିଂ ସଂସ୍ଥା ହେଉ, ସମସ୍ତେ ଗୋଟିଏ ସ୍ଵରରେ କହୁଛନ୍ତି ଭାରତର ବିକାଶ ଜବରଦସ୍ତ ଗତିରେ ହେଉଛି । ସବୁ ସମସ୍ୟାର ସମାଧାନ ହେଉଛି ବିକାଶ । ଏବଂ ବିକାଶର ମାର୍ଗରେ ହିଁ ନିରକ୍ଷରତା ଦୂର ହେବ, ବେମାରୀ ମଧ୍ୟ ଦୂର ହେବ, ଦାରିଦ୍ର୍ୟ ଦୂର ହେବ ଏବଂ ଦୁନିଆର ସମୃଦ୍ଧ ରାଷ୍ଟ୍ରଙ୍କ ତୁଳନାରେ ମଧ୍ୟ ଭାରତ ଉନ୍ନତ ଦେଶ ଭାବେ ଉଭା ହେବ ।
ଟିକେ ବର୍ଷ ୨୦୧୪ ର ଦିନ ଗୁଡିକ ମନେ ପକାନ୍ତୁ, ୨୦୧୪ର ଦିନ ଗୁଡିକୁ। ୨୦୧୩ର ଦିନଗୁଡିକୁ । ଯଦି ଭୁଲି ଯାଇଛନ୍ତି ତେବେ ସମ୍ବାଦପତ୍ର କାଢି ଦେଖି ନିଅନ୍ତୁ । ମୁଖ୍ୟ ଖବର କ’ଣ ଥିଲା- ଏତେ କୋଟିର ଦୁର୍ନିତୀ, କୋଇଲା ଖଣିରେ ଏତେ କୋଟିର ଘୋଟାଲା, ସ୍ପେକ୍ଟ୍ରମ ନିଲାମରେ ଏତେ କୋଟିର ଦୁର୍ନିତୀ…, ଏହା ସବୁ ପ୍ରମୁଖ ଖବର ହେଉଥିଲା, ଠିକ୍ ଅଛି ନା? ଯେବେଠାରୁ ଆପଣମାନେ ମତେ ଦାୟିତ୍ଵ ସମର୍ପଣ କରିଛନ୍ତି, ଆଜି ପାଖାପାଖି ଅଢେଇ ବର୍ଷ ହୋଇଯାଇଛି, ଆଜି ଦିବ୍ୟାଙ୍ଗମାନଙ୍କ ଭଲ କାମ ଖବର ହେଉଛି । ଆଜି ଦୁନିଆରେ ଭାରତର ଅର୍ଥତନ୍ତ୍ରର ବିକାଶ ଖବର ଆସୁଛି, ଆଜି ପ୍ରଗତିର ଖବର ଶୁଣିବାକୁ ମିଳୁଛି । ଭ୍ରଷ୍ଟାଚାର ଆଗରେ ଅଧିକ କିଛି କହି ଦେଖାଇ ହେବା ବଦଳରେ ମୁଁ ଏକ ଅଭିଯାନ ଆରମ୍ଭ କରିଛି, ଏକ ଲଢାଇର ଆହ୍ଵାନ କରିଛି । ଛୋଟ ଛୋଟ ଜିନିଷ, ବଡ଼ ବଡ଼ ଜିନିଷର କଥା କହୁନାହିଁ, ସେ କଥା ଆଉ କେଉଁ ଦିନ କହିବି, ଆଧାର ମାଧ୍ୟମରେ, ଜନଧନ ଏକାଉଣ୍ଟ ମାଧ୍ୟମରେ, ସରକାରଙ୍କ ଅନୁଦାନ ସିଧା ହିତାଧିକାରୀଙ୍କ ଖାତାରେ ଦିଆଯିବା ପ୍ରକ୍ରିୟା ଅରମ୍ଭ ହେଲା, କେହି କଳାବଜାରୀ ବିନା, ଦଲାଲ ବିନା । ଏବେ ସହାୟତା ତାଙ୍କୁ ମିଳୁଛି, ଯାହାକୁ ମିଳିବାର ଥିଲା । ଉପଯୁକ୍ତ ହିତାଧିକାରୀଙ୍କୁ ହିଁ ଅନୁଦାନ ମିଳୁଛି। ନକଲି ହିତାଧିକାରୀଙ୍କ ପାଇଁ କିଛି ସୁଯୋଗ ରଖାଯାଇ ନାହିଁ ।
ଆପଣମାନଙ୍କୁ ଜଣା ଅଛି ଏହାର କି ପ୍ରଭାବ ପଡିଛି । ଏବେ ରାଜ୍ୟକୁ ଏହି କାମ ପାଇଁ ପ୍ରସ୍ତୁତ କରୁଛି, କିନ୍ତୁ ଯେଉଁ ଶୁଭାରମ୍ଭ ହୋଇଛି । ଆମର ପ୍ରୟାସ ପ୍ରକୃତ ହିତାଧିକାରୀଙ୍କୁ ତାଙ୍କୁ ତାଙ୍କ ହକ୍ ମିଳୁ, ନକଲି ହିତାଧିକାରୀ କିମ୍ବା ଭୁଲ ଲୋକ ଏହାର ସୁବିଧା ନ ଉଠାନ୍ତୁ ସେଥି ପ୍ରତି ଦୃଷ୍ଟି ରଖିବାକୁ ପଡିବ। ଆମେ ଖାଲି ଏତିକି ଦୃଷ୍ଟି ରଖିଲୁ ଏବଂ ଆପଣମାନେ ଜାଣନ୍ତି କି ୩୬,୦୦୦ କୋଟି ଟଙ୍କା ସଞ୍ଚୟ ହେଲା । ୩୬,୦୦୦ କୋଟି ଟଙ୍କା। ଗ୍ୟାସ ସିଲିଣ୍ଡର ବାବଦରେ ଏହି ଟଙ୍କା ନଷ୍ଟ ହେଉଥିଲା, ଛାତ୍ର ବୃତ୍ତିରେ, ଭତ୍ତା ବାବଦରେ ମଧ୍ୟ ହେଉଥିଲା । କେହି ପଚାରିବାକୁ ନ ଥିଲେ ।
ଆମ ପୂର୍ବରୁ ଯେଉଁ ସରକାର ଥିଲେ ସେମାନେ ଘୋଟାଲା କରିଥାଇ ପାରନ୍ତି । ଏବେ ଯଦି ଗାଡିକୁ ଠିକ୍ ରାସ୍ତାରେ ଆଣିବାକୁ ଅଛି ତ କିଛି ସମୟ ଦିଅନ୍ତୁ । ଏଥିପାଇଁ ଆମେ କିଛି ସମୟ ଦେଲୁ । କିନ୍ତୁ ଆମେ କ୍ଷମା କଲୁ ନାହିଁ । ପୁରା ଟିକସ ନେଲୁ, ପୁରା ଦଣ୍ଡ ନେଲୁ, କିନ୍ତୁ ଧାଡିରେ ଆସିବା ପାଇଁ ସର୍ତ୍ତ ରଖିଲୁ । ଆପଣମାନେ ଜାଣିଲେ ଆନନ୍ଦିତ ହେବେ, ହିନ୍ଦୁସ୍ତାନରେ ଏଭଳି ଯୋଜନା ପ୍ରଥମରୁ ମଧ୍ୟ ପ୍ରସ୍ତୁତ କରାଯାଇଥିଲା, କିନ୍ତୁ ଆମ ସରକାରଙ୍କର ବିଶ୍ଵସନୀୟତା ଯୋଗୁଁ ୬୫,୦୦୦ କୋଟି କଳା ଧନ ଟଙ୍କା ବାହାରିଲା, ଦେଶର ଅର୍ଥତନ୍ତ୍ରର ମୁଖ୍ୟ ସ୍ରୋତକୁ ଆସିଲା ।
ଆପଣ ଭାବନ୍ତୁ କି ୩୬,୦୦୦ କୋଟି ଟଙ୍କାର ଭ୍ରଷ୍ଟାଚାର ହେଉଥିଲା, ଅନୁପଯୁକ୍ତ ଲୋକଙ୍କୁ ମିଳୁଥିଲା, ସେସବୁ ଉପଯୁକ୍ତ ନାଗରିକ ମାନଙ୍କୁ ମିଳିବା ଆରମ୍ଭ ହେଲା । ଏବଂ ୬୫,୦୦୦ କୋଟିର ଟଙ୍କା କଳା ଧନ। ପ୍ରାୟ ଏକ ଲକ୍ଷ କୋଟି। ଏବଂ ଏହି ଏକ ଲକ୍ଷ କୋଟି କେଉଁ ସର୍ଜିକାଲ ଷ୍ଟ୍ରାଇକ ମାଧ୍ୟମରେ ଏକାଠି କରାଯାଇ ନାହିଁ । ଏହା ସବୁ ବିନା ସର୍ଜିକାଲ ଷ୍ଟ୍ରାଇକରେ । ଯେଉଁ ଦିନ ସର୍ଜିକାଲ ଷ୍ଟ୍ରାଇକ କରିବୁ ସେଦିନ କେତେ ଧନ ମିଳିବ ତାହା ଆପଣମାନେ ଅନୁମାନ କରି ପାରୁଥିବେ ।
ଏକ ବାସ୍ତବ ସରକାର, ଏକ ଭଲ ସରକାର, ଏକ ପ୍ରଭାବଶାଳୀ ସରକାର, ଜନତା ଜନାର୍ଦ୍ଦନଙ୍କ ସୁଖ ଏବଂ ଦୁଃଖ ପାଇଁ ସମର୍ପିତ ଥିବା ସରକାର ରହିଲେ, କିଛି ପ୍ରତିରୋଧ ତାଙ୍କ ପାଖକୁ ଆସି ପାରିବ ନାହିଁ ଏବଂ ନିଷ୍ଠାର ସହିତ, ସାହସର ସହିତ ଜନହିତକାରୀ କାର୍ଯ୍ୟକୁ ସଫଳ ରୂପ ଦିଆଯାଇ ପାରୁଛି- ଏଠି ଦିଲ୍ଲୀରେ ଆମ ସରକାର କରି ଦେଖାଇ ଦେଇଛି । ତାହାର ଲାଭ ହିନ୍ଦୁସ୍ତାନର ପ୍ରତ୍ୟେକ କୋଣ ଅନୁକୋଣକୁ ମିଳି ପାରୁଛି ।
କିଛି ସମୟ ମଧ୍ୟରେ ଗରିବମାନଙ୍କ ପାଇଁ ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦେବାରେ ଲାଗିଛି । ପ୍ରଥମେ କାହା ଘରେ ଗ୍ୟାସ୍ ସିଲିଣ୍ଡର ଥିଲା ତ ବହୁତ ସୁଖୀ ଓ ସମୃଦ୍ଧଶାଳୀ ପରିବାର ଭାବେ ବୁଝା ଯାଉଥିଲା । ସେହି ପରିବାରର ସଂପର୍କ ବେଶ ଉଚ୍ଚ ଲୋକଙ୍କ ସହିତ ଥିବ ବୋଲି ଜଣା ପଡୁଥିଲା । ବିଚରା ଗରିବ ଲୋକ ଗ୍ୟାସ୍ ସିଲିଣ୍ଡର ବିଷୟରେ ଚିନ୍ତା ମଧ୍ୟ କରି ପାରୁ ନ ଥିଲେ । ଲୋକେ ସିଲିଣ୍ଡର ପାଇଁ ସାଂସଦଙ୍କ ଘରକୁ ଚିଠି ଲେଖିବାକୁ ଯାଉଥିଲେ। ବରୋଦାର ଲୋକଙ୍କୁ ଏହି ସମସ୍ୟା ବିଷୟରେ ଅନୁଭବ ନାହଁ । କାରଣ ଏଠି ତ ପାଇପ୍ ଲାଇନରେ ଗ୍ୟାସ ଆସୁଛି। ଗ୍ୟାସ ସିଲିଣ୍ଡର ମିଳୁ ନାହିଁ । ଗରିବ ମାଆମାନଙ୍କୁ ଚୂଲିରେ ଧୂଆଁ ସହିତ ରୋଷେଇ କରିବାକୁ ପଡୁଥିଲା। ବୈଜ୍ଞାନିକ ମାନଙ୍କର କହିବା କଥା ଗୋଟିଏ ଦିନରେ ୪୦୦ ସିଗାରେଟ ଯେତିକି ଧୂଆଁ ତାହା ଗରିବ ମାଆଙ୍କ ଶରୀରକୁ ଯାଉଛି। ଏହି ଗରିବ ମାଆର ସ୍ଵାସ୍ଥ୍ୟର ଚିନ୍ତା କିଏ କରିବ?
ଦିଲ୍ଲୀରେ ଆମ ସରକାର ସ୍ଥିର କଲା କି ପାଞ୍ଚ କୋଟି ପରିବାର, ଯାହା ପାଖରେ ଗ୍ୟାସ ସଂଯୋଗ ନାହିଁ, ଏହି ସରକାର ପ୍ରତ୍ୟେକ୍ଷ ଭାବେ ସେମାନଙ୍କୁ ଗ୍ୟାସ ସଂଯୋଗ ଦେବ ଏବଂ ସେହି ଗରିବ ମାଆମାନଙ୍କୁ ଚୂଲି ଧୂଆଁରୁ ମୁକ୍ତି ଦେବ। ସେମାନଙ୍କ ପାଇଁ ପ୍ରତିଦିନ ଅଭିଯାନ ଚାଲୁଛି । ଭାରତ ସରକାର ଦାହୋଦରେ ଆରମ୍ଭ କରିଥିଲା, ଆଜି ସମଗ୍ର ହିନ୍ଦୁସ୍ତାନରେ ଅଭିଯାନ ଚାଲିଛି । ଏହି ସରକାର କେନ୍ଦ୍ରରେ ଦେଶର ଗରିବ, ପୀଡିତ, ଦଳିତ, ଶୋଷିତ, ବଞ୍ଚିତ ଲୋକ ହୁଅନ୍ତୁ, ଆଦିବାସୀ ଭାଇ ହୁଅନ୍ତୁ ଇଏ ତାଙ୍କ କଲ୍ୟାଣ ପାଇଁ କିଛି କଲାବାଲା ସରକାର ।
ଆଜି ଦିବ୍ୟାଙ୍ଗମାନଙ୍କୁ ପ୍ରାୟତଃ, ୧୦,୦୦୦ ଲୋକଙ୍କୁ ଏହି ସହାୟତାର ଲାଭ ମିଳିବାକୁ ଯାଉଛି ଏବଂ ଆମ ଗହଲୋଟଜୀ କହିଛନ୍ତି ଯେ, ଏହିପରି ସଂପୂର୍ଣ୍ଣ ସୂଚନା ୱେବସାଇଟରେ ଉପଲବ୍ଧ ହେଉଛି । ଲୋକ ଦେଖି ପାରିବେ କି ଆମ ଗାଁର ସେହି ଦିବ୍ୟାଙ୍ଗଙ୍କ ନାମ ମଧ୍ୟ ରହିଛି । ତାଙ୍କୁ ପ୍ରକୃତରେ ସହାୟତା ମିଳିଛି କି ନାହିଁ, ସେ ଦେଖି ପାରିବେ । ସଂପୂର୍ଣ୍ଣ ସ୍ଵଚ୍ଛତା ବା ପାରଦର୍ଶିତା ଆମ ସରକାରଙ୍କର ପ୍ରାଥମିକତା। ବ୍ୟାପକ ଜନ ସମାଜର ହିତ ପାଇଁ କାର୍ଯ୍ୟକୁ ଶକ୍ତି ଯେପରି ମିଳିବ ସେହିପରି କାର୍ଯ୍ୟ ଆମେ କରୁଛୁ ।
ମତେ ଆପଣ ସମସ୍ତଙ୍କ ପାଖକୁ ଆସିବାର ଅବସର ମିଳିଲା, ବରୋଦା ଆସିବାରୁ ମତେ ଘରକୁ ଆସିବା ଭଳି ଲାଗୁଛି। ଜୀବନରେ ଅନେକ ମହତ୍ଵପୂର୍ଣ୍ଣ ସମୟ ବରୋଦାରେ ବିତାଇଛି। ଶାସ୍ତ୍ରୀ ପୋଲରେ ରହୁଥିଲି । ଆଜି ବହୁତ ପୁରୁଣା ପରିଚିତ ପରିବାର ମୋ ସାମ୍ନାରେ ଅଛନ୍ତି । ବର୍ଷ ବର୍ଷ ଧରି ଆପଣଙ୍କ ସାଙ୍ଗରେ ରହିଲି, ଆପଣମାନଙ୍କ ସାଙ୍ଗରେ କାମ କରିବାର ସୁଯୋଗ ମିଳି ଥିଲା । ବର୍ଷ ବର୍ଷ ଧରି ଏହି ସଂସ୍କାରୀ ନଗରୀ ମତେ ବହୁତ କିଛି ଶିଖାଇଛି । ଏବଂ ସେହିସବୁ ଆଜି ଦେଶ ସେବା ପାଇଁ ଉପେଯାଗୀ ହୋଇଛି। ମୁଁ ଏହି ନଗରୀ,ଏହି ରାଜ୍ୟର ଋଣୀ । ମୋ ଗୁଜୁରାଟର କୋଟି କୋଟି ଭାଇମାନଙ୍କର ଋଣୀ, କାରଣ ତାଙ୍କର ସଂସ୍କାର ଯୋଗୁଁ ଆଜି ଭାରତ ମାତାର ଉତ୍ତମ ଭାବେ ସେବା କରିବାର ସୁଯୋଗ ମୋତେ ମିଳିଛି । ମୁଁ ଏହି ମାଟିକୁ ପ୍ରଣିପାତ କରୁଛି, ଏହି ସଂସ୍କାର ସରିତାକୁ ପ୍ରଣିପାତ କରୁଛି, ଏଠାକାର ମହାନ ପରମ୍ପରାକୁ ବନ୍ଦନା କରୁଛି ।
ମୋ ସହିତ ପୁରା ଶକ୍ତିରେ କୁହନ୍ତୁ
ଭାରତମାତା କି ଜୟ।
ବହୁତ ଜୋରରେ କୁହନ୍ତୁ
ଭାରତମାତା କି ଜୟ ।
ଭାରତମାତା କି ଜୟ ।
ଅନେକ ଅନେକ ଧନ୍ୟବାଦ….
**********
Always special to spend time with my Divyang sisters and brothers. Meeting their families was also very humbling & inspiring. pic.twitter.com/J14scFRCgq
— Narendra Modi (@narendramodi) October 22, 2016
Be it timely distribution of equipment, job opportunities & focus on accessibility, talked about initiatives of NDA Govt for Divyang welfare
— Narendra Modi (@narendramodi) October 22, 2016
Let us ensure that every infrastructure we create is sensitive to the requirements of Divyang sisters & brothers. https://t.co/VJv6ZBnWaU
— Narendra Modi (@narendramodi) October 22, 2016