ପିଏମଇଣ୍ଡିଆ
ମଞ୍ଚରେ ଉପସ୍ଥିତ ଗୁଜୁରାଟର ରାଜ୍ୟପାଳ ଶ୍ରୀମାନ ଓମ୍ ପ୍ରକାଶ କୋହଲିଜୀ, ଗୁଜୁରାଟରର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଜୀ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିନ ଭାଇ ପଟେଲଜୀ, କେନ୍ଦ୍ର ମନ୍ତ୍ରୀ ପରିଷଦରେ ମୋର ସାଥୀ ଶ୍ରୀମାନ ଅଶୋକ ଗଣପତି ରାଜୁଜୀ, ଜୟନ୍ତ ସିହ୍ନାଜୀ, ଏଠାକାର ସାଂସଦ ଶ୍ରୀମତୀ ରଂଜନା ବେନ,ଏହି କ୍ଷେତ୍ରର ବିଧାୟିକା ମନୀଷା ବେନ, ରାଜ୍ୟ ସରକାରଙ୍କର ମନ୍ତ୍ରୀ ଶ୍ରୀମାନ ରାଜେନ୍ଦ୍ରଜୀ, ବିଭାଗୀୟ ସଚିବ ଶ୍ରୀମାନ ଆର.ଏନ ଚୌବେଜୀ, ଭାରତୀୟ ବିମାନ ପ୍ରାଧିକରଣର ଅଧ୍ୟକ୍ଷ ଡକ୍ଝର ଗୁରୁ ପ୍ରସାଦ ମହାପାତ୍ର, ଉପସ୍ଥିତ ସମସ୍ତ ଭାଇ ଓ ଭଉଣୀମାନେ….
୨୦୧୪ ମଇ ମାସରେ ପ୍ରଧାନମନ୍ତ୍ରୀ ରୂପେ ଆପଣମାନେ ମୋତେ କାର୍ଯ୍ୟର ଦାୟୀତ୍ଵ ସମର୍ପଣ କରିଥିଲେ। ସେତେବେଳେ ମାତ୍ର କମ୍ ସମୟ ମଧ୍ୟରେ ଦୁଇଟି ଏମିତି ମହତ୍ଵପୂର୍ଣ୍ଣ କାର୍ଯ୍ୟଥିଲା ଯାହା ଆମେ କରିଛୁ। ସେଥିରେ ଏମିତି ଏକ କାମ ଥିଲା ଯେଉଁଥି ପାଇଁ ଗୁଜୁରାଟ ପାଞ୍ଚ ଦଶକ ଧରି ଅପେକ୍ଷା କରି ରହିଥିଲା, ସଂଘର୍ଷ କରୁଥିଲା ଏବଂ କଷ୍ଟ ସ୍ଵୀକାର କରୁଥିଲା । ତାହା ଥିଲା ସର୍ଦ୍ଦାର ସରୋବର ଡ୍ୟାମ୍ ର ଉଚ୍ଚତା ବୃଦ୍ଧି କରିବା।
ସରକାର ଆସିବା ମାତ୍ରେ ହିଁ, ପ୍ରାରମ୍ଭିକ ଦିନରେ ଯେଉଁ ପ୍ରଥମ କାମ ଆମେ କଲୁ ତା’ମଧ୍ୟରୁ ଗୋଟିଏ ହେଲା ସର୍ଦ୍ଦାର ପଟେଲଙ୍କ ନାମରେ ତିଆରି ସର୍ଦ୍ଦାର ସରୋବର ଯୋଜନାର ଉଚ୍ଚତା ବଢାଇବା କାମକୁ ଅନୁମତି ଦେବା, ଏବଂ ମୁଁ ଗୁଜୁରାଟ ସରକାରଙ୍କୁ ଅଭିନନ୍ଦନ ଜଣାଉଛି କାହିଁକି ନା ଯେଉଁ ଦ୍ରୁତ ଗତିରେ ଏହି କାମକୁ ଆଗେଇ ନେଉଛନ୍ତି, ମୋର ବିଶ୍ଵାସ ଅଛି ଯେ ନିର୍ଦ୍ଧାରିତ ସମୟ ସୀମାର କିଛି ଦିନ ପୂର୍ବରୁ ଗୁଜୁରାଟ ସରକାର ଏହି କାମକୁ ଶେଷ କରିଦେବେ।
ଦ୍ଵିତୀୟ, ଏହି ବିମାନବନ୍ଦର ନିର୍ମାଣ କାର୍ଯ୍ୟ । ଏହାର କାର୍ଯ୍ୟ ମଧ୍ୟ ୨୦୧୪ ବର୍ଷର ଜୁନ୍-ଜୁଲାଇରେ ଆରମ୍ଭ କରାଯାଇଥିଲା ଏବଂ ଆଜି ହିନ୍ଦୁସ୍ଥାନରେ ଯେଉଁ ବଛା ବଛା ବିମାନବନ୍ଦର ଗଣାଯାଉଛି ସେଥିରେ ଏକ ବିମାନବନ୍ଦର ଭାବେ ବରୋଦରାକୁ ମାନ୍ୟତା ମିଳିବ।
ଏଇ କିଛି ଦିନ ହେବ ଭାରତ ସରକାର ସ୍ଥାପତ୍ୟ କ୍ଷେତ୍ରରେ ଯେଉଁ କିଛି କାର୍ଯ୍ୟ କରୁଛନ୍ତି, ସେଥିରେ ଗୋଟିଏ କଥା ପ୍ରତି ଅଧିକ ଗୁରୁତ୍ଵ ଦିଆଯାଉଛି ତାହା ହେଲା ପର୍ଯ୍ୟାବରଣ ଅନୁକୂଳ ତଥା ପରିବେଶ ଅନୁକୂଳ ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଇଛି। ମୁଁ ବହୁତ ଖୁସି ଯେ, ଭାରତରେ ନୂଆ ସରକାର ଗଠନ ହେବା ପରେ ଦୁଇଟି ବିମାନବନ୍ଦର ସବୁଜ ବିପ୍ଳବର ଅଂଶ ହୋଇପାରିଛନ୍ତି। ଗୋଟିଏ ବିମାନବନ୍ଦରର ଉଦ୍ଘାଟନ କେରଳର କୋଚିରେ ହୋଇଥିବା ବେଳେ ଅନ୍ୟଟି ଆଜି ବରୋଦରା ବିମାନ ବନ୍ଦର ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହେଉଛି।
ଏହି ଟର୍ମିନାଲ ବର୍ଯ୍ୟବସ୍ତୁ ଆଧାରିତ ସଂପଦରେ ନିର୍ମିତ, ଶକ୍ତି ସଂରକ୍ଷଣ ଓ ପରିବେଶ ଅନୁକୂଳ ଅଟେ। ଯେତେବେଳେ ଏହି ପ୍ରକାରର ପ୍ରତିଷ୍ଠିତ ଭବନ ନିର୍ମାଣ ହୁଏ ସେତେବେଳେ ସାଧାରଣ ଜନତାର ଉତ୍ସାହ ମଧ୍ୟ ଏହି ପ୍ରକାର କାମକୁ ଦେଖି ବଢିଯାଏ । ପ୍ରଥମେ ଜିନିଷ ଗୁଡିକର ମୂଲ୍ୟ ଅଧିକ ହୋଇଥାଏ କିନ୍ତୁ ଗୋଟିଏ ଥର ସରକାର ହସ୍ତକ୍ଷେପ କରି କାମ ଆରମ୍ଭ କଲେ ସାଧାରଣ ନାଗରିକଙ୍କ ପାଇଁ ତାହା ଆର୍ଥିକ ଦୃଷ୍ଟିରୁ କମ୍ ଦାମରେ ପ୍ରସ୍ତୁତ ହୋଇଥାଏ ।
ଗୋଟିଏ ସମୟ ଥିଲା ଯେତେବେଳେ କୋଇଲାରେ ଚାଲୁଥିବା ବିଜୁଳି କାରଖାନାର ଅଖପାଖରେ କୋଇଲା ପାଉଁଶ କୁଢ କୁଢ ହୋଇ ଗଦା ହେଉଥିଲା । ବିଜୁଳି କାରଖାନାର ଠାରୁ କୋଇଲା ପାଉଁଶ ଗଦାର ଉଚ୍ଚତା ବହୁତ ବଡ ହେଉଥିଲା । ଏବଂ କୋଇଲା ପାଉଁଶ ଉଠାଇବା ପାଇଁ ପଇସା ଦେବାକୁ ପଡୁଥିଲା । ଆଖପାଖରେ ରହୁଥିବା ଲୋକମାନେ ଚିତ୍କାର କରି କହୁଥିଲେ କି, ଭାଇ ଏହାକୁ ହଟାଅ, ଆମେ ତ’ ମରିଯିବୁ। ଏହି ଟର୍ମିନାଲର ଭବନରେ ଯେଉଁ ଇଟା ବ୍ୟବହାର ହୋଇଛି ତାହା କୋଇଲା ପାଉଁଶରେ ପ୍ରସ୍ତୁତ ହୋଇଛି । ଏହା ମଜବୁତ ହେବ ଏବଂ ଯେଉଁ ଆବର୍ଜନାକୁ ହଟାଇବା ପାଇଁ କିଛି ଖର୍ଚ୍ଚ କରିବାକୁ ପଡୁଥିଲା ତହା ଏଠି କାମରେ ଲାଗିଲା ଏବଂ ପରିବେଶକୁ ମଧ୍ୟ ସୁରକ୍ଷା କରାଯାଇ ପାରିଲା।
ଭାରତରେ ବିମାନ ଶିଳ୍ପ ବହୁ ତୀବ୍ର ଗତିରେ ଆଗକୁ ବଢୁଛି, ତାହାର ବିକାଶ ମଧ୍ୟ ବେଶ ଦ୍ରୁତଗାମୀ । ଏବେ ମଧ୍ୟବିତ୍ତ ପରିବାରର ଲୋକଙ୍କର ବିମାନଯାତ୍ରା କରିବାକୁ ଇଚ୍ଛା ହେଉଛି, ତାଙ୍କୁ ଟ୍ରେନରେ ଯିବାକୁ ଭଲ ଳାଗୁନାହିଁ । ସଂପର୍କୀୟ ପଚାରିବେ କ’ଣ ଟ୍ରେନରେ ଆସିଲ ? ତେଣୁ ସେମାନେ ଉଡାଜାହାଜରେ ଯିବାକୁ ଚାହୁଁଛନ୍ତି । ଏହା ଏବେ ଆମ ଦେଶର ସମ୍ମାନ ସହିତ ଯୋଡି ହୋଇ ଯାଇଛି।
ଏହା ଅନୁମାନ କରାଯାଉଛି ଯେ, ଭାରତର ବିମାନ ବନ୍ଦରରେ ଆଗାମୀ ପାଞ୍ଚ ବର୍ଷ ଭିତରେ ଏଭଳି ସ୍ଥିତି ହେବ ଯେ, ଆମେରିକାର ଜନସଂଖ୍ୟା ଯେତେ ଆମ ଦେଶରେ ସେତିକି ଲୋକ ବର୍ଷ ତମାମ୍ ବିମାନ ବନ୍ଦରରେ ପହଞ୍ଚିବେ । ଅର୍ଥାତ ଆପଣ କଳ୍ପନା କରି ପାରୁଥିବେ ଯେ, ଆମ ବିମାନ ଶିଳ୍ପ କେତେ ଆଗକୁ ବଢିବାକୁ ଯାଉଛି । ଭାରତ ବୋଧହୁଏ ଖୁବ୍ ନିକଟ ଭବିଷ୍ୟତରେ ଦୁନିଆର ତିନି ନମ୍ବର ଦେଶ ହେବ ଯାହା ବିମାନ ବନ୍ଦର କାର୍ଯ୍ୟକଳାପର ମାନଦଣ୍ଡ ଅତିକ୍ରମ କରିଯିବ। ଏଥିରେ ରୋଜଗାରର ସମ୍ଭାବନା ମଧ୍ୟ ବୃଦ୍ଧି ପାଇବ, ଏହାଦ୍ଵାରା ଆର୍ଥିକ କାରବାର ଗତିଶୀଳ ହେବ।
ଦେଶ ସ୍ଵାଧୀନ ହେବା ପରେ ପ୍ରଥମ ଥର ଏହି ସରକାର ସ୍ଵତନ୍ତ୍ର ବିମାନ ଚଳାଚଳ ନୀତି ପ୍ରସ୍ତୁତ କରିଛନ୍ତି । ଆମ ଦେଶରେ ବିମାନ ଉଡୁଥିଲା, ବିମାନବନ୍ଦର ତିଆରି ହେଉଥିଲା, ବିମାନ କିଣା-ବିକା ହେଉଥିଲା, କିନ୍ତୁ ଦେଶର କିଛି ବିମାନ ନୀତି ନ ଥିଲା । ଏଥିପାଇଁ ପାଞ୍ଚ ବର୍ଷରେ ଏହାକୁ କେଉଁଠି ପହଞ୍ଚିବାକୁ ହେବ, ଦଶ ବର୍ଷରେ କେଉଁଠି ପହଞ୍ଚିବାକୁ ହେବ, ଦେଶର ସାଧାରଣ ନାଗରିକଙ୍କ ପାଇଁ କ’ଣ ଆବଶ୍ୟକତା ଅଛି, କ’ଣ କରିବାକୁ ପଡିବ ତାହାର କିଛି ଦୃଷ୍ଟିକୋଣ ନ ଥିଲା । ଚାଲୁଥିଲା ତ’ ଚାଲୁଥିଲା, ଦୌଡୁଥିଲା ତ’ ଦୌଡୁଥିଲା, ରହିବାର ଥିଲା ତ’ ରହୁଥିଲା । ଏମିତି ଥିଲା ।
ଏହି ଦେଶ ବହୁତ ବିଶାଳ ଦେଶ । ୮୦ କିମ୍ବା ୧୦୦ ବିମାନବନ୍ଦରରେ ଆମେ ଦେଶ ଚଳାଇବାକୁ ଚିନ୍ତା କରୁଛୁ ତ’ ଆମେ ଦେଶର ବିକାଶ ଯାତ୍ରାରେ ପ୍ରତିବନ୍ଧକ ସୃଷ୍ଟି କରୁଛୁ । ଟାୟର-୨, ଟାୟର-୩ ଶ୍ରେଣୀର ସହରରେ ମଧ୍ୟ ସେତିକି ସମ୍ଭାବନା ରହିଛି, ଯହା ଉଚ୍ଚ ଶ୍ରେଣୀ ସହରରେ ଅଛି । ଯଦି ସେମାନଙ୍କୁ ବିମାନ ଶିଳ୍ପ କ୍ଷେତ୍ରର ଲାଭ ମିଳିବ ତେବେ ଦେଶର ବିକାଶ ଯାତ୍ରାରେ ନୂଆ ଅଧ୍ୟାୟର ଶୁଭାରମ୍ଭ ହେବ। ଏବଂ ଏଥିପାଇଁ ଏହାକୁ ପ୍ରୋତ୍ସାହନ ଦେବା ନିମନ୍ତେ ୫୦୦ କିଲୋମିଟର ହିସାବରେ ୨୫୦୦ଟଙ୍କା ଭଳି ଟିକେଟ ଅଛି । ଫଳରେ ଦୂର-ସୁଦୂର ନାଗାଲାଣ୍ଡ ଯିବାକୁ ଅଛି କି କାହାକୁ ଅରୁଣାଚଳ ଯିବାକୁ ଅଛି, କାହାକୁ ମିଜୋରାମ ଯିବାକୁ ଅଛି, କାହାକୁ ଆଣ୍ଡାମାନ-ନିକୋବର ଯିବାକୁ ଅଛି, ଲାକ୍ଷାଦ୍ଵୀପ ଯିବାକୁ ଅଛି, କାହାକୁ କଚ୍ଛ ଯିବାକୁ ଅଛି, କାହାକୁ ଭାୱାନଗର, ଜୁନାଗଡ ଯିବାକୁ ଅଛି, ଏମିତି କ୍ଷେତ୍ର ଅଛି ଯେଉଁଠି ଆଜି ଭିଡ ହେଉ ନାହିଁ। ଯେଉଁଠି ପୁରୁଣାକାଳିଆ ବିମାନ ପଥ ପଡି ରହିଛି। ତେଣୁ ବଡ ଆକାରରେ ସଂପ୍ରସାରଣ କାର୍ଯ୍ୟ ମିଶନ ମୋଡ୍ ରେ ଚାଲିଛି । ଏବଂ ଏହି କର୍ଯ୍ୟ ସରକାରୀ-ଘରୋଇ ଭାଗିଦାରୀ ମଡେଲରେ ହେବାକୁ ଯାଉଛି।
ଆଜି ଦୁନିଆ ଯେଉଁଭଳି ଭାବେ ଅଛି ସେଥିରେ ଯୋଗାଯୋଗର ବହୁତ ମହତ୍ଵ ଅଛି। ବାସ୍ତବିକ ବା ପ୍ରାକୃତିକ ଯୋଗାଯୋଗ ମଧ୍ୟ ଆବଶ୍ୟକ, ଡିଜିଟାଲ ଯୋଗାଯୋଗ ମଧ୍ୟ ଆବଶ୍ୟକ। ଯଦି ରାଜପଥ ଦରକାର ତ, ଦୂରଦୃଷ୍ଟି ମଧ୍ୟ ଆବଶ୍ୟକ। ସୂଚନା ତରଙ୍ଗର ମଧ୍ୟ ଆବଶ୍ୟକତା ରହିଛି । ଠିକ୍ ସେହିପରି ବିମାନଯାତ୍ରାର ମଧ୍ୟ ସମାନ ପରିମାଣରେ ଆବଶ୍ୟକତା ରହିଛି । ପର୍ଯ୍ୟଟନ କ୍ଷେତ୍ରରେ ଆଜି ବିମାନସେବାର ବହୁତ ବଡ ଆବଶ୍ୟକତା ରହିଛି ।
ଭାରତରେ ପର୍ଯ୍ୟଟନର ବିକାଶ ଦୃତଗତିରେ ହେଉଛି। ଅନେକ ସମ୍ଭାବନା ରହିଛି। ଯଦି ଆମେ ପର୍ଯ୍ୟଟନସ୍ଥଳକୁ ଯିବାର ସୁବିଧା ଦେଉଛୁ ତ, ସେମାନେ ଦୁଇ-ତିନି ଦିନ ଅଧିକ ରହିଯାଉଛନ୍ତି। ଅଧିକ ଦିନ ରହୁଛନ୍ତି ଏବଂ ଅଧିକ ଖର୍ଚ୍ଚ ମଧ୍ୟ କରୁଛନ୍ତି। ଫଳରେ ସେଠାର ଅର୍ଥ ବ୍ୟବସ୍ଥା ମଜବୁତ ହେଉଛି। ଏହି ଦୃଷ୍ଟିକୋଣରୁ ବିମାନ ଚଳାଚଳର ସୁଦୂର ପ୍ରସାରୀ ଆର୍ଥିକ ପ୍ରଭାବ ପଡିଥାଏ। ଏହି ସବୁ ବିଷୟକୁ ଦୃଷ୍ଟିରେ ରଖି ବର୍ତ୍ତମାନର ସରକାର ବିମାନ ଶିଳ୍ପକୁ ପ୍ରୋତ୍ସାହନ ଦେବାର ପ୍ରୟାସ କରୁଛନ୍ତି ।
ବରୋଦରାବାସୀଙ୍କୁ ଏହି ନୂଆ ଉପହାର ଆଜି ମିଳୁଛି। ମୋର ବିଶ୍ଵାସ ଅଛି ଯେ, ବରୋଦରାର ଏକ ନିଜସ୍ଵ ପରିଚୟ ତ ରହିଛି, ସେହି ପରିଚୟକୁ ବହୁଗୁଣିତ କରିବା ଦିଗରେ ଏହି ବ୍ୟବସ୍ଥା କାମ କରିବ।
ବରୋଦରା ଏକ ସଂସ୍କାରୀ ନଗରୀ ଭାବେ ପରିଚିତ। କିନ୍ତୁ ଏହା ସହିତ ଶିକ୍ଷାର ହବ୍ ମଧ୍ୟ । ବୈଷୟିକ ଶିକ୍ଷା କ୍ଷେତ୍ରରେ ବରୋଦରା ନିଜ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ବରୋଦରା ଓ ବିଦ୍ୟାନଗର ସେହି ଦିଗରେ ଅନେକ କାର୍ଯ୍ୟ କରିଛନ୍ତି । ଏହି କଥାକୁ ଲକ୍ଷ୍ୟ ରଖି ଭାରତ ସରକାର ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଯାହାର ପ୍ରଭାବ ପୁରା ଆଗାମୀ ଶତାବ୍ଦୀ ଉପରେ ପଡିବ। ଶହେ ବର୍ଷ ଧରି ଯାହାର ପ୍ରଭାବ ରହିବା ଭଳ ଏକ ମହତ୍ଵପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ଏହା ସ୍ଥିର ହୋଇଛି କି ବରୋଦରାରେ ଦେଶର ପ୍ରଥମ ରେଳବାଇ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ହେବ।
ପୁରା ବିଶ୍ଵ ରେଳବାଇ କ୍ଷେତ୍ରରେ ଯଦି ୧୦୦ ନମ୍ବରରେ ପହଞ୍ଚୁଛି ତ, ହିନ୍ଦୁସ୍ଥାନ ୧୦ ନମ୍ବରରେ ରହିଛି । ଆଜି ମଧ୍ୟ ଆମ ଡ଼ବା, ତା’ର ଗତି, ସେହି ପତାକା ଉଡାଇବାବାଲା ସବୁ ସେମିତି ଅଛି । ଦୁନିଆ ବଦଳି ଯାଇଛି । ବହୁତ ଅଭିନବ ପ୍ରୟୋଗ ହୋଇଛି । ପୁରୁଣା ରେଳ ଅଛି କିନ୍ତୁ ତାକୁ ଆଧୁନିକ ବୈଷୟିକ ଏବଂ ଅଭିନବ ପ୍ରୟୋଗ ଦ୍ଵାରା ଭାରତର ଆବଶ୍ୟକତା ଅନୁସାରେ ବଦଳେଇବାକୁ ପଡିବ। ସେହି କାମକୁ ପ୍ରାଥମିକତା ଦେବା ପାଇଁ ଭାରତ ସରକାର, ଭାରତୀୟ ରେଳବାଇ ବରୋଦରାକୁ ଚିହ୍ନଟ କରିଛି ।
ଏ ବର୍ଷ ରେଳବାଇ ବିଶ୍ଵବିଦ୍ୟାଳୟ, ଯାହା ହେଉଛି ହିନ୍ଦୁସ୍ଥାନର ଏଭଳି ପ୍ରଥମ ବିଶ୍ଵବିଦ୍ୟାଳୟ । ଯାହା ଆପଣମାନଙ୍କର ବରୋଦରା ନଗରୀରେ ନିର୍ମାଣ ହେବାକୁ ଯାଉଛି । ତାହା ଆପଣ କଳ୍ପନା କରିପାରିବେ କି କେତେବଡ ଯୋଗଦାନ ବରୋଦରା ଦେଶ ପାଇଁ କରିବାକୁ ଯାଉଛି।
ଆଜି ମତେ ଆପଣମାନଙ୍କୁ ଭେଟିବାର ସୁଯୋଗ ମିଳିଲା । ମୁଁ ଆପଣମାନଙ୍କ ନିକଟରେ ବହୁତ ବହୁତ କୃତଜ୍ଞ ଯେ ଏତେ ଅଧିକ ସଂଖ୍ୟାରେ ଆପଣମାନେ ଆସି ମେତେ ଆଶିର୍ବାଦ ଦେଲେ।
One of the first decisions we took on assuming office related to the height of the Narmada Dam. A long pending demand was fulfilled: PM
— PMO India (@PMOIndia) October 22, 2016
Glad that 2 airports in India have joined the green movement. One in Kochi and the other here in Vadodara: PM @narendramodi
— PMO India (@PMOIndia) October 22, 2016
A new aviation policy has been released under this Government. It looks at growth of the aviation sector: PM @narendramodi
— PMO India (@PMOIndia) October 22, 2016
Connectivity is becoming very important in this century. Air connectivity is vital from the point of view of tourism sector growth: PM
— PMO India (@PMOIndia) October 22, 2016
Better air connectivity means more tourists and this means better economic growth: PM @narendramodi
— PMO India (@PMOIndia) October 22, 2016
A great gift for the citizens of Vadodara…the new terminal building is a big boost to the city’s infrastructure. pic.twitter.com/mdZcNbwyzn
— Narendra Modi (@narendramodi) October 22, 2016
Aviation sector’s growth will bring more tourists to India, which means more economic opportunities for citizens. https://t.co/78aMS8mW41
— Narendra Modi (@narendramodi) October 22, 2016