ପିଏମଇଣ୍ଡିଆ
ବସ୍ତୁ ଓ ସେବା କର (ରାଜ୍ୟଗୁଡ଼ିକୁ କ୍ଷତିପୂରଣ) ଆଇନ, 2017ରେ ଆବଶ୍ୟକ ସଂଶୋଧନ କରାଯିବ । ଏଥିଲାଗି ଅଧ୍ୟାଦେଶ ଜାରି କରିବା ଉଦ୍ଦେଶ୍ୟରେ ଅର୍ଥ ମନ୍ତ୍ରଣାଳୟ ଦେଇଥିବା ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି ।
ଏହି ଅନୁମୋଦନ ସର୍ବାଧିକ ଦରବୃଦ୍ଧିକୁ ଅନୁମତି ଦେବ, ଯାହା ଉପରେ କ୍ଷତିପୂରଣ ଉପଟିକସ 15%ରୁ 25% ପର୍ଯ୍ୟନ୍ତ ଆଦାୟ କରାଯାଇପାରିବ । ସେଗୁଡ଼ିକ ହେଲା:
କ) ଡ୍ରାଇଭର ସମେତ 13 ଜଣ ଠାରୁ କମ ଯାତ୍ରୀ ପରିବହନ କରୁଥିବା ପରିବହନ ଯାନ (ସବହେଡିଂ 870210, 870220, 870230, ଏବଂ 870290 ଅଧିନରେ ଆସୁଥିବା); ଏବଂ
ଖ) 8703 ହେଡିଂ ଅଧୀନରେ ଆସୁଥିବା ମୋଟର ଯାନ ।
ଅଗଷ୍ଟ, 2017ରେ ହୋଇଥିବା ଜିଏସଟି ପରିଷଦ ବୈଠକରେ ଏହା ହୃଦବୋଧ ହୋଇଥିଲା ଯେ ଜିଏସଟି ଲାଗୁ ହେବା ପରେ ଜିଏସଟି ପୂର୍ବବର୍ତ୍ତୀ ମୋଟ ଟିକସ ତୁଳନାରେ ମୋଟର ଯାନ ଉପରେ ମୋଟ ଟିକସ (ଜିଏସଟି+କ୍ଷତିପୂରଣ ସେସ) ହ୍ରାସ ପାଇଛି । ଏହାପରେ 8702 ଏବଂ 8703 ହେଡିଂ ଅଧୀନରେ ଆସୁଥିବା ମୋଟର ଯାନ ଉପରେ କ୍ଷତିପୂରଣ ଟିକସ 15%ରୁ 25%କୁ ବଢ଼ାଇବା ଲାଗି ଜିଏସଟି ପରିଷଦ ସୁପାରିସ କରିଥିଲେ ।
ପରବର୍ତ୍ତୀ କାଳରେ ଜିଏସଟି ପରିଷଦ ଦ୍ୱାରା ମୋଟର ଯାନ ଉପରେ କ୍ଷତିପୂରଣ ଉପକାର/ସେସର ପ୍ରଭାବିତ ଦର ବୃଦ୍ଧି ପ୍ରସଙ୍ଗ ବିବେଚନା କରାଯିବ ।