Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବସ୍ତୁ ଓ ସେବା କର (GST) ବିଲ୍ ଗୃହୀତ ହୋଇଥିବାରୁ ସବୁ ଦଳର ସାଂସଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ


ରାଜ୍ୟସଭାରେ ବସ୍ତୁ ଓ ସେବାକର (GST) ବିଲ ଗୃହୀତ କରାଇବା ଦିଗରେ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସବୁ ଦଳର ନେତୃବର୍ଗ ଓ ସଦସ୍ୟମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । GST କୁ ସହଭାଗୀ ସଂଘୀୟ ବ୍ୟବସ୍ଥାର ସର୍ବଶ୍ରେଷ୍ଠ ଉଦାହରଣ ଭାବେ ଅଭିହିତ କରି ପ୍ରଧାନମନ୍ତ୍ରୀ ଟ୍ୱିଟର ଯୋଗେ କହିଛନ୍ତି ଏହି ସଂସ୍କାର “ମେକ ଇନ୍ ଇଣ୍ଡିଆ”କୁ ପ୍ରୋତ୍ସାହନ ପ୍ରଦାନ କରିବ । ଏହାଛଡା ନୂତନ ଅପ୍ରତ୍ୟକ୍ଷ କର ବ୍ୟବସ୍ଥା ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ରାଜସ୍ୱ ବୃଦ୍ଧି ଘଟାଇବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ GST ବିଲ୍ ଗୃହୀତ ହେବା ଦେଶପାଇଁ ଏକ ଐତିହାସିକ ଅବସର । ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଲାଗି ଆମର ସାଂସଦମାନେ ଧନ୍ୟବାଦର ପାତ୍ର । ଏକବିଂଶ ଶତାଦ୍ଦୀରେ ସେମାନେ ରାଷ୍ଟ୍ରକୁ ଏକ ପରୋକ୍ଷ କର ବ୍ୟବସ୍ଥା ପ୍ରଦାନ କରିଛନ୍ତି । ଏହି ବ୍ୟବସ୍ଥାକୁ ସବୁ ରାଜ୍ୟରେ ଲାଗୁ କରିବା ଓ ସବୁ ଭାରତୀୟଙ୍କ ହିତସାଧନ ନିମନ୍ତେ ଆମେ ସବୁ ଦଳ ଓ ରାଜ୍ୟଙ୍କ ସହ ମିଶି କାର୍ଯ୍ୟ କରିବୁ । ଏହା ଏକ ସକ୍ରିୟ ଓ ସଂଗଠିତ ଭାରତ ନିର୍ମାଣରେ ସହଯୋଗ କରିବ ।

ଏହା ମେକ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହନ ଦେବା ସହ ରପ୍ତାନି ବୃଦ୍ଧି, ନିଯୁକ୍ତି ବୃଦ୍ଧି ଏବଂ ରାଜସ୍ୱ ବୃଦ୍ଧିରେ ସହାୟକ ହେବ । “ଏହା ମାଧ୍ୟମରେ ଆମେ ସଫଳତାର ଏକ ନୂଆ ଶୀର୍ଷ ହାସଲ କରିବୁ” ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।

****