ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀଲଙ୍କାର ଜନସାଧାରଣଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ଯେଉଁମାନେ ଘୂର୍ଣ୍ଣିଝଡ ଦିତୱାହ ଯୋଗୁଁ ହୋଇଥିବା କ୍ଷୟକ୍ଷତିରେ ସେମାନଙ୍କର ପ୍ରିୟଜନଙ୍କୁ ହରାଇଛନ୍ତି । ସେ ସମସ୍ତ ପ୍ରଭାବିତ ପରିବାରମାନଙ୍କର ସୁରକ୍ଷା, କଲ୍ୟାଣ ଏବଂ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି । ଭାରତର ନିକଟତମ ସାମୁଦ୍ରିକ ପଡୋଶୀଙ୍କ ସହିତ ଏକତାର ଏକ ଦୃଢ଼ ନିଦର୍ଶନ ସ୍ୱରୂପ, ଭାରତ ସରକାର ଅପରେସନ ସାଗର ବନ୍ଧୁ ଅଧୀନରେ ତୁରନ୍ତ ରିଲିଫ ସାମଗ୍ରୀ ଏବଂ ଗୁରୁତ୍ୱପୂର୍ଣ୍ଣ ମାନବୀୟ ସହାୟତା ଏବଂ ବିପର୍ଯ୍ୟୟ ରିଲିଫ (ଏଚଏଡିଆର) ସହାୟତା ପଠାଇଛନ୍ତି । ଏପରି ସ୍ଥିତିରେ ଆବଶ୍ୟକତା ଅନୁଯାୟୀ ଭାରତ ଅତିରିକ୍ତ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ଅଛି ।
ଭାରତର ପଡୋଶୀ ପ୍ରଥମ ନୀତି ଏବଂ ଭିଜନ ମହାସାଗର ନୀତି ଦ୍ୱାରା ପ୍ରଭାବିତ ହୋଇ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପୁନଃନିର୍ଦ୍ଦେଶ ଦେଇଛନ୍ତି ଯେ, ଭାରତ ଆବଶ୍ୟକତା ସମୟରେ ଶ୍ରୀଲଙ୍କା ସହ ଦୃଢ଼ ଭାବରେ ଠିଆ ହେବ ।
ଶ୍ରୀ ମୋଦୀ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି;
“ବାତ୍ୟା ଦିତୱାହ ଯୋଗୁଁ ନିଜ ପ୍ରିୟଜନଙ୍କୁ ହରାଇଥିବା ଶ୍ରୀଲଙ୍କାର ଲୋକଙ୍କ ପ୍ରତି ମୋର ସମବେଦନା । ମୁଁ ସମସ୍ତ ପ୍ରଭାବିତ ପରିବାରର ସୁରକ୍ଷା, କଲ୍ୟାଣ ଏବଂ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ।
ଆମର ନିକଟତମ ସାମୁଦ୍ରିକ ପଡୋଶୀଙ୍କ ସହ ଏକତା ପ୍ରଦର୍ଶିତ କରି, ଭାରତ ଅପରେସନ ସାଗର ବନ୍ଧୁ ଅଧୀନରେ ତୁରନ୍ତ ରିଲିଫ ସାମଗ୍ରୀ ଏବଂ ଗରୁତ୍ୱପୂର୍ଣ୍ଣ ଏଚଏଡିଆର ସହାୟତା ପଠାଇଛି । ପରିସ୍ଥିତିରେ ସୁଧାର ଆସିବା ସହ ଆବଶ୍ୟକତା ଅନୁସାରେ, ଆମେ ଅଧିକ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ।
ଭାରତର ପଡୋଶୀ ପ୍ରଥମ ନୀତି ଏବଂ ଭିଜନ ମହାସାଗର ଦ୍ୱାରା ପ୍ରଭାବିତ ହୋଇ, ଭାରତ ଆବଶ୍ୟକତା ସମୟରେ ଶ୍ରୀଲଙ୍କା ସହିତ ଦୃଢ଼ ଭାବରେ ଠିଆ ହୋଇଛି ।
@anuradisanayake”
“”டித்வா புயலில் தமது அன்புக்குரிய உறவுகளை இழந்த இலங்கை மக்களுக்கு எனது இதயபூர்வமான அனுதாபங்கள். பாதிக்கப்பட்ட குடும்பங்களின் பாதுகாப்பு, ஆறுதல் மற்றும் துரித மீட்சிக்காக நான் பிரார்த்திக்கின்றேன். கடல்மார்க்கமாக மிகவும் நெருங்கிய அயலுறவுடன் எமது கூட்டொருமைப்பாட்டினை காண்பிக்கும் முகமாக சாகர் பந்து நடவடிக்கையின் கீழ் முக்கிய HADR உதவி மற்றும் நிவாரணப் பொருட்களை இந்தியா உடனடி அவசர உதவியாக அனுப்பி வைத்துள்ளது. எவ்வாறான சூழலிலும் தேவையான மேலதிக ஆதரவு மற்றும் உதவிகளை வழங்க நாம் தயாராக உள்ளோம். இந்தியாவின் அயலுறவுக்கு முதலிடம் கொள்கை மற்றும் மஹாசாகர் தொலைநோக்கு ஆகியவற்றின் வழிகாட்டலுடன், உதவிகள் தேவைப்படும் எந்நேரத்திலும் இந்தியா இலங்கையுடன் தொடர்ந்து துணைநிற்கும். @anuradisanayake” “
“”දිට්වා සුළි කුණාටුව හේතුවෙන් තම ආදරණීයයන් අහිමි වූ ශ්රී ලංකාවේ ජනතාවට මාගේ හෘදයාංගම සංවේගය පළ කරමි. විපතට පත් සියලු පවුල්වල සුරක්ෂිතභාවය, සුව පහසුව සඳහා මෙන්ම ඔවුන් කඩිනමින් යථා තත්ත්වයට පත් වේවායි ප්රාර්ථනා කරමි. අපගේ සමීපතම සමුද්රීය අසල්වැසියා සමඟ රැඳී සිටිමින් ඉන්දියාව සාගර් බන්ධු මෙහෙයුම යටතේ වහාම සහනාධාර සහ අත්යාවශ්ය මානුෂීය සහය සහ ආපදා සහන ලබා දී ඇත. තත්ත්වය වර්ධනය වීම හමුවේ අපි තවත් උපකාර සහ සහය ලබා දීමට සූදානමින් සිටින්නෙමු. ඉන්දියාවේ අසල්වැසියා ප්රථමයෙන් යන ප්රතිපත්තිය සහ මහාසාගර් දැක්ම අනුව ඉන්දියාව ශ්රී ලංකාවට උදව් අවැසි මෙම මොහොතේ තවදුරටත් ශ්රී ලංකාව සමඟ ශක්තිමත්ව රැඳී සිටියි. @anuradisanayake” “
SR
My heartfelt condolences to the people of Sri Lanka who have lost their loved ones due to Cyclone Ditwah. I pray for the safety, comfort and swift recovery of all affected families.
— Narendra Modi (@narendramodi) November 28, 2025
In solidarity with our closest maritime neighbour, India has urgently dispatched relief…