Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବାବା ବନ୍ଦା ସିଂହ ବାହାଦୂରଜୀଙ୍କର ୩୦୦ତମ ସହିଦ ସ୍ମାରକୀ ବାର୍ଷିକ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରବିବାର (03.07.2016) ଦିନ ନୂଆଦିଲ୍ଲୀଠାରେ ବାବା ବନ୍ଦା ସିଂହ ବାହାଦୂରଜୀଙ୍କର 300ତମ ସହିଦ ସ୍ମାରକୀ ବାର୍ଷିକ ସମାରୋହରେ ଯୋଗଦେବେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ବାବା ବନ୍ଦା ସିଂହ ବାହାଦୂରଜୀଙ୍କ ଉପରେ ରଚିତ ଏକ ପୁସ୍ତକ ଏବଂ ସ୍ମରଣିକାକୁ ଉନ୍ମୋଚନ କରିବେ ।

ଏହି କାର୍ଯ୍ୟକ୍ରମରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରକାଶ ସିଂହ ବାଦଲ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ବାବା ବନ୍ଦା ସିଂହ ବାହାଦୂରଜୀଙ୍କର ଏକ ସ୍ମାରକୀ ମୁଦ୍ରା ଉପହାର ଆକାରରେ ପ୍ରଧାନମନ୍ତ୍ରୀ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ।

ସମାରୋହରେ ଉପସ୍ଥିତ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବେ । ତାଛଡା ବାବା ବନ୍ଦା ସିଂହ ବାହାଦୂରଜୀଙ୍କୁ କବିତା ଆଧାରୀତ ଶ୍ରଦ୍ଧାଞଳୀ ପ୍ରଦାନ କରାଯିବ ।