ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ “ସାମଗ୍ରୀକ ସେବା ଉତ୍ତରଦାୟିତ୍ୱ ପାଣ୍ଠି” (ୟୁଏସଓଏଫ)ର ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି । ଏହି ଯୋଜନା ଅଧୀନରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଦେଶର ପ୍ରସ୍ତାବିତ 10ଟି ରାଜ୍ୟର 96ଟି ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲ୍ଲାରେ ଚିହ୍ନଟ ହୋଇଥିବା ବିଚ୍ଛିନ୍ନ ଓ ଅପହଁଚ ଇଲାକାରେ 4072ଟି ଟେଲିଫୋନ/ମାଇକ୍ରୋୱେଭ ଟାୱାର ପ୍ରତିଷ୍ଠା କରାଯାଇ ମୋବାଇଲ ସେବା ଯୋଗାଇ ଦିଆଯିବ । ଏହି ପ୍ରକଳ୍ପ ପାଇଁ ମୋଟ 7,330 କୋଟି ଟଙ୍କା ଖର୍ଚ୍ଚ କରାଯିବ ।
ବାମପନ୍ଥୀ ଉଗ୍ରବାଦ ଇଲାକାରେ ନିୟୋଜିତ ସୁରକ୍ଷାକର୍ମୀ ଏହି ନେଟୱାର୍କକୁ ବ୍ୟବହାର କରିବେ । ଏହି ପ୍ରକଳ୍ପ ଦ୍ୱାରା ମଧ୍ୟ ବିଚ୍ଛିନ୍ନାଂଚଳରେ ଥିବା ଅପହଁଚ ଗ୍ରାମର ଲୋକମାନେ ମୋବାଇଲ ସେବା ପାଇପାରିବେ ଯାହା ଏହିସବୁ ଅଂଚଳରେ ଅର୍ଥନୈତିକ କାର୍ଯ୍ୟକଳାପରେ ଉନ୍ନତି ଆଣିବ । ଡିଜିଟାଲ ମୋବାଇଲ ସଂଯୋଗର ଉପଲବ୍ଧତା ଫଳରେ ପଛୁଆ ଏବଂ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଂଚଳରେ ମଧ୍ୟ ଏହା ଇ-ପ୍ରଶାସନ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବ ।
10ଟି ରାଜ୍ୟରେ ପ୍ରସ୍ତାବିତ ମୋବାଇଲ ଟାୱାର ସ୍ଥାପନ ଅଂଚଳ ସଂଖ୍ୟା ନିମ୍ନରେ ଦିଆଗଲା ।
|
1 |
ଆନ୍ଧ୍ରପ୍ରଦେଶ |
8 |
429 |
|
2 |
ବିହାର |
8 |
412 |
|
3 |
ଛତିଶଗଡ଼ |
16 |
1028 |
|
4 |
ଝାଡ଼ଖଣ୍ଡ |
21 |
1054 |
|
5 |
ମଧ୍ୟପ୍ରଦେଶ |
1 |
26 |
|
6 |
ମହାରାଷ୍ଟ୍ର |
2 |
136 |
|
7 |
ଓଡ଼ିଶା |
18 |
483 |
|
8 |
ତେଲଙ୍ଗାନା |
14 |
118 |
|
9 |
ଉତ୍ତରପ୍ରଦେଶ |
3 |
189 |
|
10 |
ପଶ୍ଚିମବଙ୍ଗ |
5 |
207 |
|
ମୋଟ |
10 |
96 |
4072 |
କ୍ରଂ ସଂଖ୍ୟା | ରାଜ୍ୟ | ଜିଲ୍ଲା | ମୋବାଇଲ ଟାୱାର ସ୍ଥାପନ ଅଂଚଳ |
|---|
**********