ପିଏମଇଣ୍ଡିଆ
ବିଶାଳ ସଂଖ୍ୟାରେ ଏଠାରେ ଉପସ୍ଥିତ ଥିବା ମାଆ-ଭଉଣୀ, ଭାଇମାନେ ଏବଂ ଯୁବକମାନେ ।
ଏହା ହେଉଛି ମୋର ସୌଭାଗ୍ୟ କି ଆଜି ମୋତେ ବନାରସର ବିକାଶ ପାଇଁ ବହୁତ ଯୋଜନାର ଶିଳାନ୍ୟାସ ଓ ଲୋକାର୍ପଣ କରିବାର ସୁଯୋଗ ମିଳିଲା । କିନ୍ତୁ ମୁଁ ସର୍ବ ପ୍ରଥମେ ଆଜି ବନାରସବାସୀଙ୍କୁ ଲକ୍ଷ-ଲକ୍ଷ ଧନ୍ୟବାଦ ଦେବାକୁ ଚାହୁଁଛି, ଲକ୍ଷ-ଲକ୍ଷ ଅଭିନନ୍ଦନ ଦେବାକୁ ଚାହୁଁଛି । ଆଜି ବନାରସ ଚମତ୍କାର କରି ଦେଖାଇଲା । ଫ୍ରାନ୍ସର ରାଷ୍ଟ୍ରପତିଙ୍କର ଯେଉଁ ପ୍ରକାରରେ ଆଜି ବନାରସ ବର୍ଣ୍ଣାଳି ବିଛାଇ ସ୍ୱାଗତ କଲେ, ତାଙ୍କୁ ଯେଉଁ ସମ୍ମାନ ଦେଲେ, ଫ୍ରାନ୍ସର ପ୍ରତ୍ୟେକ ଘରେ ଲୋକମାନେ ନିଶ୍ଚିତ ପଚାରିବେ କି ବନାରସ କେଉଁଠାରେ ରହିଛି, ଯେଉଁଠାରେ ଫ୍ରାନ୍ସର ରାଷ୍ଟ୍ରପତିଙ୍କର ଏତେ ବଡ଼ ସ୍ୱାଗତ ସମ୍ମାନ ହୋଇଥାଏ ।
ଯଦି ଆମେ ହୁଏତ ଗାଡ଼ି ଦ୍ରୁତ ଗତିରେ ଚଲାଇ ନ ଥାଆନ୍ତୁ, ତ ଏବେ ମଧ୍ୟ ଆମେ ରାସ୍ତାରେ କାର୍ ରେ ଲୋକଙ୍କର ଅଭିବାଦନ ସ୍ୱୀକାର କରି କରି ସେହିଠାରେ ଯାତ୍ରା କରୁ ଥାଆନ୍ତୁ, ଏତେ ଭୀଷଣ ଭିଡ଼ । ଗଙ୍ଗାର ସମସ୍ତ ଘାଟ ହେଉ, ମାର୍ଗର ପ୍ରତି ରାସ୍ତାର ଏକ-ଏକ ଇଂଚର ଭୂମି ହେଉ, ଆଜି ଏକ ଅଦ୍ଭୁତ ଦୃଶ୍ୟ ବନାରସର ଲୋକଙ୍କର ପ୍ରେମ ଭାବନା, ଆପଣଙ୍କର ଆଶୀର୍ବାଦ, ଆଉ ଏ ଆମର ଭଲ ପାଇବା – ଫ୍ରାନ୍ସ ଏବଂ ଭାରତର ବନ୍ଧୁତାକୁ ପ୍ରେମ ବର୍ଷାରେ ଭିଜେଇ ଦେଉଛି ଆଉ ବନାରସକୁ ଏଥିପାଇଁ ଯେତିକି ଧନ୍ୟବାଦ ଦେବି ତାହା କମ୍ ହେବ ।
ଆଜି ମୋତେ ବିନ୍ଧ୍ୟବାସିନୀଙ୍କ ଚରଣ ତଳକୁ ଯିବାର ସୌଭାଗ୍ୟ ମିଳିଥିଲା । ସଂପୂର୍ଣ୍ଣ ଦୁନିଆରେ ସୌର ଉର୍ଜ୍ଜାର ଏକ ଅଭିଯାନ ଚଲାଇବାରେ ଭାରତ ବହୁତ ବଡ଼ ଭୂମିକା ତୁଲାଉ ଅଛି । ଫ୍ରାନ୍ସ ଏବଂ ଭାରତ ମିଶି ସୌର ଉର୍ଜ୍ଜା ଉପରେ ଏକ ବହୁତ ବଡ଼ କାମ କରୁଛନ୍ତି । ଦୁନିଆର ଅନେକ ଦେଶମାନଙ୍କର ଅତିଥି କାଲି ଦିଲ୍ଲୀକୁ ଆସିଥିଲେ, ସମସ୍ତେ ମିଶି ସୂର୍ଯ୍ୟ ଦେବତାଙ୍କର ସାମର୍ଥ୍ୟକୁ ସ୍ୱୀକାର କରି ଆଗାମୀ ବିକାଶର ରାଜମାର୍ଗକୁ ସୂର୍ଯ୍ୟଶକ୍ତି ଆଧାରରେ ଚଲାଇବା ଦିଗରେ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ । ଆଉ ଏହା ମାଧ୍ୟମରେ ମିର୍ଜାପୁରରେ ସୌରଶକ୍ତି ଉତ୍ପାଦନ କରିବା ଭଳି ବିଜୁଳିର ଗୋଟିଏ ପ୍ରକଳ୍ପକୁ ମୋତେ ଲୋକାର୍ପଣ କରିବାର ସୁଯୋଗ ମିଳିଲା । ଏହା ହେଉଛି ଗୋଟିଏ ପ୍ରକାରରେ ହିନ୍ଦୁସ୍ଥାନର ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆଣିବାର ଏକ ଅଭିଯାନ ଆଉ ମୁଁ ତ ଏହା ଆଗକୁ ଏତେ ପରିମାଣରେ ବଢ଼ିବାକୁ ଚାହୁଁଛି କି ଛାତ ଉପରେ ସୌରଶକ୍ତି ଦ୍ୱାରା ଘର ଛାତରେ ସୋଲାର ପ୍ୟାନେଲ ଲାଗିଥିବ ଆଉ ଘରେ ଖାଦ୍ୟ ରନ୍ଧା ଯାଉଥିବା ଚୂଲା, ଏବେ ଗ୍ୟାସର ମଧ୍ୟ ଆବଶ୍ୟକତା ନ ପଡ଼ୁ- ସେହି ସୌର ଚୂଲାରେ ଖାଦ୍ୟ ରନ୍ଧନର ବ୍ୟବସ୍ଥା ହୋଇଯାଉ- ଖର୍ଚ୍ଚ ମଧ୍ୟ ନାହିଁ, ପରିବେଶର କ୍ଷତି ମଧ୍ୟ ହେବ ନାହିଁ, ସ୍ୱଚ୍ଛ ଇନ୍ଧନ ଓ ରନ୍ଧନ ହେଉଛି ଏକ ବହୁତ ବଡ଼ ଅଭିଯାନ ।
ଭାରତରେ 25 କୋଟି ପରିବାର ଅଛନ୍ତି, ବହୁତ ବଡ଼ ବଜାର ରହିଛି ଆଉ ମୁଁ ଯୁବକମାନଙ୍କୁ ଅନୁରୋଧ କରୁଛି, ଆଇଆଇଟି ବିଦ୍ୟାର୍ଥୀମାନଙ୍କୁ ଅନୁରୋଧ କରୁଛି କି ଆସନ୍ତୁ ନବସୃଜନର ପ୍ରତିଯୋଗିତା କରନ୍ତୁ, ଏଭଳି ଟେକ୍ନୋଲଜିର ବିକାଶ କରନ୍ତୁ ଯାହା ଫଳରେ ଆମ ମାଆ ଭଉଣୀଙ୍କୁ ଏବେ ଘରେ ଚୂଲି ଜଳାଇବାରେ କାହା ଉପରେ ନିର୍ଭର ରହିବାକୁ ନ ପଡ଼ୁ । ସୂର୍ଯ୍ୟ ଦେବତାଙ୍କ ଆଶୀର୍ବାଦରୁ ଆରାମରେ ଖାଦ୍ୟ ରନ୍ଧା ହୋଇଯାଉ ଆଉ ଘରେ ଖାଦ୍ୟ ରନ୍ଧା ହେବାରେ ଯେଉଁ ଖର୍ଚ୍ଚ ହେଉଥିଲା ଇନ୍ଧନ ପାଇଁ, ତାହା ମଧ୍ୟ ବନ୍ଦ ହୋଇଯାଉ । ଗରିବ ଏବଂ ମଧ୍ୟମ ବର୍ଗ ପରିବାର ପାଇଁ ଏକ ବହୁତ ବଡ଼ ସେବା ହୋଇ ପାରିବ ।
କେବଳ ଏତିକି ହିଁ ନୁହେଁ, ଆଜି ମୋତେ କାଶୀ ଏବଂ ପାଟନାକୁ ଯୋଡ଼ିବାର, ଏକ ନୂତନ ରେଲୱେ ସେବା ଆରମ୍ଭ କରିବାର ସୁଯୋଗ ମିଳିଛି । ଦୀର୍ଘ ଦିନର ଦାବି ରହିଥିଲା କି କାଶୀ ଏବଂ ପାଟନାକୁ ଯୋଡ଼ିବା ଭଳି କୌଣସି ଦ୍ରୁତ ଗତିରେ ଚାଲୁଥିବା ରେଳ ଚଳାଚଳ ଆରମ୍ଭ ହେଉ । ଆଜି ତାହାର ଶୁଭାରମ୍ଭ ହୋଇଛି । ସକାଳ 6 ଟାରେ ଗାଡ଼ି କାଶୀରୁ ଚାଲିବା ଆରମ୍ଭ କରିବ, ଦଶଟା-ଦଶଟା ପନ୍ଦର ମିନିଟରେ ଗାଡ଼ି ପାଟନାରେ ପଂହଚିଯିବ । ଆଉ ସନ୍ଧ୍ୟା ପାଞ୍ଚଟାରେ ଛାଡିବ, ରାତିରେ ନଅ-ସାଢ଼େ ନଅ-ଦଶଟା ଭିତରେ କାଶୀକୁ ପୁଣି ଫେରି ଆସିବ । କମ୍ ରୁ ଅତି କମ୍ ସମୟ ମଧ୍ୟରେ କାଶୀ ଏବଂ ପାଟନାକୁ ଯୋଡ଼ୁଥିବା ଦ୍ରୁତ ଗତିରେ ଚାଲୁଥିବା ରେଳର, ଆଜି କାଶୀ-ପାଟନା ଜନ ଶତାବ୍ଦୀ ଏକ୍ସପ୍ରେସକୁ ପ୍ରାରମ୍ଭ କରିବାର ସୁଯୋଗ ମୋତେ ମିଳିଲା । ମୁଁ ରେଳମନ୍ତ୍ରୀ ମହୋଦୟଙ୍କୁ ଶୁଭେଚ୍ଛା ଜଣାଉଛି, ଶ୍ରୀମାନ ମନୋଜ ସିହ୍ନା ମହାଶୟଙ୍କ ନେତୃତ୍ୱରେ ଜନ ସେବା ପାଇଁ ରେଳର କିଭଳି ଉପଯୋଗ ହେବ, ତାହା ଉପରେ ବହୁବିଧ କାମ ଚାଲୁ ରହିଛି । ଆଉ ତାହାର ହେଉଛି ପରିଣାମ କି ଆଜି କାଶୀ ଏବଂ ପାଟନାବାସୀଙ୍କ ବହୁତ ପୁରୁଣା ଇଚ୍ଛା ଉପରେ ଆଜି ଅମଳ ହେଉଛି ।
ମୁଁ ଯେତେବେଳେ ମଧ୍ୟ କାଶୀ ଆସୁଛି ତ ଗୋଟିଏ ପ୍ରକାରରେ ମୋର ଦ୍ୱିତୀୟ ଘର ହୋଇଯାଏ, ଡିଏଲଡବ୍ଲ୍ୟୁ ଏବଂ କାଶୀର ପରିଚୟ, ଯଦି ଆଧ୍ୟାତ୍ମିକ ଦୁନିଆରେ ଯଦି କାଶୀର ପରିଚୟ ହର-ହର ମହାଦେବଙ୍କ ସହିତ ଯୋଡ଼ି ହୋଇ କରାଯାଇଥାଏ ତ କାଶୀର ଔଦ୍ୟୋଗିକ ପରିଚୟ ଡିଏଲଡବ୍ଲ୍ୟୁ ଦ୍ୱାରା ହୋଇଥାଏ । ଆଉ ଏଥିପାଇଁ ଭାରତ ସରକାର ଚାହାଁନ୍ତି କି ଡିଏଲଡବ୍ଲ୍ୟୁର ଯେତେ ଅଧିକ ବିକାଶ ହେବ, ଯେତେ ଅଧିକ ବିସ୍ତାର ହେବ, ଯେତେ ଅଧିକ ଆଧୁନିକୀକରଣ ହେବ, ଅଧିକରୁ ଅଧିକ ଲୋକଙ୍କ ପାଇଁ ରୋଜଗାରର ସୁଯୋଗ ମିଳିବ, ତାହା ପାଇଁ ଅନେକ ନୂଆ-ନୂଆ ଯୋଜନା ଡିଏଲଡବ୍ଲ୍ୟୁ ମାଧ୍ୟମରେ କରିବା ଦିଗରେ ଆଗକୁ ବଢ଼ୁଛି ଯାହା କି ଆଗାମୀ ଦିନମାନଙ୍କରେ ଏଠାକାର ଲୋକଙ୍କ ଜୀବନରେ ଏକ ନୂତନ ଉର୍ଜ୍ଜା ଭରିବାର କାମ ସେହି ଯୋଜନାଗୁଡ଼ିକ ଦ୍ୱାରା ହେବ ।
ଆଜି ପାଖା-ପାଖି 800 କୋଟି ଟଙ୍କା- ହୋଲିର ପର୍ବ ଏବେ ଏବେ ପାଳନ କରାଯାଇଛି, 800 କୋଟି ଟଙ୍କାରେ ବିକାଶର କାମ ଏହି ହୋଲିର ରଙ୍ଗରେ ନୂତନ ରଙ୍ଗ ଭରି ଦେଉଛି, ହୋଲିର ରଙ୍ଗରେ ନୂତନ ବାସ୍ନା ଭରି ଦେଉଛି, ହୋଲିର ରଙ୍ଗରେ ନୂତନ ଉତ୍ସାହ ଭରି ଦେଉଛି । ଆଜି ମୋତେ ଏଠାରେ ଗରିବ ପରିବାରଙ୍କୁ ସେମାନଙ୍କ ପାଇଁ ଗୃହର ଚାବି ଦେବାର ସୁଯୋଗ ମିଳିଲା । ମୁଁ ସେମାନଙ୍କୁ ପଚାରୁଥିଲି- ଆଗରୁ କେଉଁଠି ରହୁଥିଲ? ପ୍ରତ୍ୟେକ କହୁଥିଲେ- କେହି-କେହି ଚାଳ ଛପର ଘରେ ରହୁଥିଲେ- କିଏ କହୁଥିଲେ କି ଝାଟି ମାଟି ଘରେ ରହୁଥିଲେ, କିଏ କହୁଥିଲେ ଏପରି ନୁହେଁ – ଶେଯ ରଖୁଥିଲୁ, କେବେ ଏଠାକୁ ଚାଲିଗଲୁ, କେବେ ସେଠାକୁ ଚାଲିଗଲୁ, ଏହିଭଳି ହିଁ ଜୀବନ ଥିଲା । ମୁଁ ସେମାନଙ୍କୁ ପଚାରିଲି ଏବେ ଘର ମିଳିଗଲା ତ ଭଲ ଲାଗୁଛି କି? ଯାଇ ଘର ଦେଖି ଆସିଲଣି? ଭଲ ଲାଗିଲା? କିଛି ଅଭାବ ରହି ଥିବାର ଅନୁଭବ ହେଲା? ସମସ୍ତ କଥା ମୁଁ ପଚାରୁ ଥିଲି । ଆଉ ପରେ ମୁଁ ପଚାରୁଥିଲି ଏବେ ପିଲାମାନଙ୍କୁ ପଢ଼େଇବ ତ? ସଂପୂର୍ଣ୍ଣ ଭାବେ ସମସ୍ତଙ୍କ ଆଖି ତଳକୁ ହୋଇ ଯାଉଥିଲା, ଲାଜେଇ ଯାଉଥିଲେ । ମୁଁ ଅନୁରୋଧ କଲି କି ଏହା ହେଉଛି ଆପଣଙ୍କର ଦାୟିତ୍ୱ- ଏବେ ରହିବା ପାଇଁ ଭଲ ଘର ମିଳିଗଲା, ଆପଣ ନିଜ ପିଲାମାନଙ୍କୁ ପଢ଼ାଇବା ଦରକାର ।
କିନ୍ତୁ ମୁଁ ଖୁସି ଯେ ଯୋଗୀ ମହାଶୟ ଆସି ଏକ ମିଶନ୍ ମୋଡ଼୍ ରେ ଆବାସ ଯୋଜନାକୁ ଲାଗୁ କରିବା ପାଇଁ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟଭାର ଉଠାଇଛନ୍ତି । ଭାରତ ସରକାରଙ୍କ ଯୋଜନା ତ କୌଣସିଟି ଆଜିର ନୁହେଁ, ପୁରୁଣା ସରକାରଙ୍କ ସମୟରେ ମଧ୍ୟ ଯୋଜନା ଥିଲା । ଆଉ ମୁଁ ଏଠି କାଶୀରେ କହିଥିଲି କି ସେମାନେ ନାମ ଟିକକ ମଧ୍ୟ ଦେଇ ପାରୁନଥିଲେ, କିନ୍ତୁ ଯୋଗୀ ମହାଶୟ ଲାଭାର୍ଥôଙ୍କର ସୂଚୀ ତିଆରି କରି ଦେଲେ, ଭାରତ ସରକାରଙ୍କ ସମ୍ମୁଖ । ଆଣି ରଖିଦେଲେ, ଭାରତ ସରକାର ଧନ ଆବଂଟନ କରିଦେଲେ ଆଉ ଛଅ ମାସ ଭିତରେ-ଭିତରେ ପାଞ୍ଚ ହଜାରରୁ ଅଧିକ ଗୃହ ତିଆରି କରି ଲୋକ ମାନଙ୍କୁ ଦିଆ ହୋଇଗଲା । ଆଉ ଆଗାମୀ ଦିନମାନଙ୍କରେ ଆଠ ଲକ୍ଷ ପରିବାରଙ୍କୁ ଗୃହ ଦେବାର ସ୍ୱପ୍ନ ଆମର ରହିଛି ଆଉ ମୋର ବିଶ୍ୱାସ ରହିଛି କି ଯୋଗୀ ମହାଶୟଙ୍କ ନେତୃତ୍ୱରେ ଏହା ନିଶ୍ଚିତ ଭାବେ ସମ୍ଭବପର ହେବ ଆଉ ସମୟ ସୀମା ଭିତରେ ସମ୍ଭବ ହେବ ।
ଆଜି ଏହି କଥା ମଧ୍ୟ ଠିକ୍ ଯେ ଯଦି ବିକାଶ କରିବାର ଅଛି ତ ଭିତ୍ତିଭୂମିର ବହୁତ ବଡ଼ ମହତ୍ୱ ରହିଛି । ଯୋଗାଯୋଗ ବ୍ୟବସ୍ଥାର ବହୁତ ମହତ୍ୱ ରହିଛି । ରେଳ ହେଉ, ସଡ଼କ ହେଉ, ଏହା ହେଉଛି ବହୁତ ଆବଶ୍ୟକ । ଆଜି ଶିବପୁରୀ, ଫୁଲବରିୟା, ଚାରି ଲେନ୍ ସଡ଼କର ମଧ୍ୟ ନିର୍ମାଣର ଆରମ୍ଭ ହୋଇଛି । ଦୁଇଟି ରେଲୱେ କ୍ରସିଂ, ଦୁଇଟି ନୂଆ ଓଭର ବ୍ରିଜ୍ ସେହି ସ୍ଥାନରେ ତିଆରି କରାଯିବ । ବନାରସରେ ରେଳ ଷ୍ଟେସନର ଆଧୁନିକୀକରଣ କାମ ଆମେ ଚଲାଇଛୁ ।
ଆଜି ମୋତେ ସୁଯୋଗ ମିଳିଲା ଆବର୍ଜନା ମହୋତ୍ସବ ଦେଖିବାର । ଲୋକ ମାନଙ୍କୁ ବଡ଼ ଆଶ୍ଚର୍ଯ୍ୟ ଲାଗୁଥିବ ଯେ ଏବେ ଆବର୍ଜନା ମହୋତ୍ସବ ମଧ୍ୟ ହେବାକୁ ଲାଗିଲାଣି । ଯେଉଁ ଲୋକମାନଙ୍କୁ ମୋଦୀ ପସନ୍ଦ ନୁହେଁ, ସେମାନେ ତ ଏହା ଉପରେ ମଧ୍ୟ ଆଲୋଚନା କରିବେ କି ମୋଦୀ ପାଇଁ ଆଉ କିଛି ବାକି ନାହିଁ, ଏବେ ଆବର୍ଜନା ମହୋତ୍ସବ କରିଲାଣି । ଆମକୁ ସ୍ୱଚ୍ଛତା ଅଭିଯାନକୁ ଆଗକୁ ବଢ଼ାଇବାର ଅଛି । ଆବର୍ଜନାରୁ ମଧ୍ୟ ସମ୍ପଦ ସୃଷ୍ଟି ହୋଇ ପାରିବ । ଆବର୍ଜନାକୁ ମଧ୍ୟ ଯୋଗାଡ଼ କରି ଉପଯୋଗୀ ଜିନିଷ ପ୍ରସ୍ତୁତ କରାଯାଇ ପାରେ ଆଉ ଏହା ଜନ ଆନ୍ଦୋଳନ ହୋଇ ପାରେ । ଆଉ ଏଠାକୁ ଯେଉଁମାନେ ଆସିଛନ୍ତି, ମୁଁ ସେମାନଙ୍କୁ କହିବି, ଏ ଯେଉଁ ଆବର୍ଜନା ମହୋତ୍ସବର ପ୍ରଦର୍ଶନୀ ଲାଗିଛି ଆପଣ ନିଶ୍ଚିତ ରୂପେ ଏହାକୁ ଦେଖନ୍ତୁ । ଛୋଟ-ଛୋଟ ପିଲାମାନେ, ଯେଉଁ ବୋତଲକୁ ଆମେ ଫିଙ୍ଗି ଦେଉଛେ, ଯେଉଁ ଖବର କାଗଜ ଫିଙ୍ଗି ଦେଉଛେ, ସେଥି ମଧ୍ୟରୁ କିଭଳି ବଢ଼ିଆ ଜିନିଷ ତିଆରି କରିଛନ୍ତି । ଆଉ ତାହାକୁ ଘର ଭିତରେ ରଖିବା ତ ଲୋକମାନେ ତାକୁ ଦେଖିବାକୁ ଲାଳାୟିତ ହୋଇ ଯିବେ । ଗୋଟିଏ ହିଁ ଜିନିଷର କେତେ ଭଲ ଉପଯୋଗ ହୋଇ ପାରେ ।
ଆଉ ମୁଁ ଏଠି ସଙ୍ଗୀତ ଆସର ଦେଖିଲି, ବଡ଼ ଭବ୍ୟ ସଙ୍ଗୀତ ଆସର, ସ୍ୱଚ୍ଛତାର ଗୀତ ଗାଉଛନ୍ତି, କିନ୍ତୁ ସେମାନଙ୍କର ସଙ୍ଗୀତ ବାଦ୍ୟଗୁଡ଼ିକ କ’ଣ ରହିଛି, ଖାଲି ଡବାରୁ ସେମାନେ ବଢ଼ିଆ ସଙ୍ଗୀତ ବାଦ୍ୟ ପ୍ରସ୍ତୁତ କରିଛନ୍ତି । ଖାଲି ଡବାକୁ ବଜେଇ-ବଜେଇ ବଢ଼ିଆ ସଙ୍ଗୀତର ସ୍ୱାଦ ସେ ଆସ୍ୱାଦନ କରାଇ ପାରନ୍ତି । ଅର୍ଥାତ ହୀନରୁ ହୀନ ଜିନିଷର ମଧ୍ୟ ଉତ୍ତମରୁ ଅତି ଉତ୍ତମ ଉପଯୋଗ କେଉଁ ପ୍ରକାରରେ ହୋଇ ପାରିବ ଆଜି ଏହି କଚରା ମହୋତ୍ସବରେ ଆମେ ଦେଖିଲୁ ।
ବାରଣାସୀକୁ ସ୍ୱଚ୍ଛତାରେ ପ୍ରାଥମିକତା ଦେବାର ଅଛି । ସାରା ଦୁନିଆର ପର୍ଯ୍ୟଟକମାନଙ୍କୁ ବାରଣାସୀକୁ ଆସିବା ପାଇଁ ବାଧ୍ୟ କରିବାର ଅଛି । ବାରଣାସୀ ପାଖରେ ସବୁକିଛି ରହିଛି, ଶତାବ୍ଦୀ ଶତାବ୍ଦୀ ଧରି ରହିଛି କିନ୍ତୁ ଆଜି, ଆଜି ଯଦି ଆମକୁ କରିବାର ଅଛି ତ ଗୋଟିଏ ହିଁ କାମ କରିବାର ଅଛି, ବଳକା କାମକୁ ତ ଆମ ପୂର୍ବଜ କରି ଯାଇଛନ୍ତି । ବାରଣାସୀର ନାମ, ମାନ-ସମ୍ମାନ ଆମ ପୂର୍ବଜ ସୃଷ୍ଟି କରି ଯାଇଛନ୍ତି, ଆମକୁ କେବଳ ବାରଣାସୀକୁ ସ୍ୱଚ୍ଛ ରଖିବାକୁ ହେବ ।
ଏବେ ଦୁନିଆ ବାରଣାସୀକୁ ଆସିବା ପାଇଁ ପ୍ରେରିତ ହୋଇଯିବ, ଆଉ ସେହି ଅଭିଯାନକୁ ଚଲାଇବା ପାଇଁ ଆଜି ଏଠାରେ 17 ବର୍ଷ ପରେ ଯେଉଁ ଆବଶ୍ୟକତା ସବୁ ହେବାକୁ ଯାଉଛି, ଗୋଟିଏ ପ୍ରକାରରେ 20 ବର୍ଷ ପରେ ମଧ୍ୟ ଆବଶ୍ୟକତା ସବୁ ରହିବ, ସେଗୁଡ଼ିକୁ ଆଜି ପୂରଣ କରିବା ଦୃଷ୍ଟି ନେଇ ଆବର୍ଜନା ପାଣିର ପରିଚାଳନା ବ୍ୟବସ୍ଥା ପାଇଁ ଏକ ଅଭିଯାନ ଆରମ୍ଭ କରାଯାଇଛି । ପାଖାପାଖି 600 କୋଟି ଟଙ୍କା ଖର୍ଚ୍ଚରେ ଏହି ବିଶୋଧନ ପ୍ଳାଣ୍ଟ ଆପଣଙ୍କ ଏଠାରେ କରିବାକୁ ଯାଉଛୁ । ଆଉ ତାହାରି କାରଣରୁ ଆଗାମୀ ଦିନମାନଙ୍କରେ ଲୋକମାନଙ୍କୁ କେତେ ଲାଭ ହେବ, ଏହାର ମୁଁ ଅନୁମାନ କରି ପାରୁଛି ।
ଆପଣ ଦେଖିଥିବେ କାଶୀକୁ ଯିବା ତ ତାର (Electric Wire)ଲଟକୁଥିଲା । କାଶୀକୁ ସେହି ତାର ଜାଲରୁ ମୁକ୍ତ କରିବା ପାଇଁ ମୁଁ ଅଭିଯାନ ଚଲାଇଛି । ଆଉ ସାରା ଦେଶରେ ଏହି ଭୂତଳ ତାର(Underground Wiring Network) ପକାଇବାର କାମ ଆରମ୍ଭ କରାଯାଇଛି, ବନାରସରୁ କରିଥିଲୁ । ବନାରସରେ ମଧ୍ୟ ସେହି କାମ ବହୁତ ଦ୍ରୁତ ଗତିରେ ଚାଲୁ ରହିଛି ।
ସେହି ଭଳି ଭାବେ ଏବେ ଯେତେବେଳେ ଯୋଗୀ ମହାଶୟ ନିବେଶ ସମ୍ମେଳନ କରିଥିଲେ, ସେହି ସମୟରେ ମୁଁ ଘୋଷଣା କରିଥିଲି ଗୋଟିଏ Defense Manufacturing Corridor ଅର୍ଥାତ ପ୍ରତିରକ୍ଷା ସରଞ୍ଜାମ ବିନିର୍ମାଣ ଶିଳ୍ପପୁଞ୍ଜ ର, ଆଉ Defense Manufacturing Corridor କାରଣରୁ 20 ହଜାର କୋଟି ଟଙ୍କା ଆଉ ପାଖାପାଖି ଅଢ଼େଇ ଲକ୍ଷ ଲୋକଙ୍କୁ ରୋଜଗାର, ଏହାର ସମ୍ଭାବନା ତାହା ମଧ୍ୟରେ ନିହିତ ରହିଛି । ସେହି କାମକୁ ମଧ୍ୟ ଆଗକୁ ବଢ଼ାଇବା ଦିଗରେ ଯୋଗୀ ମହାଶୟଙ୍କ ସରକାର ଆଉ ଭାରତ ସରକାର ମିଶି ଦ୍ରୁତ ଗତିରେ ଆଗକୁ ବଢ଼ାଉଛନ୍ତି ।
ମୁଁ ଯୋଗୀ ମହାଶୟଙ୍କୁ ଏହି କଥା ପାଇଁ ମଧ୍ୟ ଅଭିନନ୍ଦନ ପ୍ରଦାନ କରିବାକୁ ଚାହିଁବି କି ସେ କୃଷକଙ୍କର ବିଶେଷ ଧ୍ୟାନ ରଖିଛନ୍ତି । ଆଗରୁ ଉତ୍ତରପ୍ରଦେଶରେ ସର୍ବନିମ୍ନ ସମର୍ଥନ ମୂଲ୍ୟ -ଏମଏସପି ଘୋଷଣା ହେଉଥିଲା କିନ୍ତୁ ଧାନ କିଣା ଯାଉ ନଥିଲା । ମୁଁ ଖୁସି ଯେ ପୂର୍ବ ବର୍ଷମାନଙ୍କ ତୁଳନାରେ ଧାନର କ୍ରୟ ଯୋଗୀ ମହାଶୟଙ୍କ ଚେଷ୍ଟା କାରଣରୁ ଚାରି ଗୁଣା ବଢ଼ି ଯାଇଛି । କୃଷକମାନଙ୍କୁ ତାଙ୍କର ଉତ୍ପାଦନର ପଇସା ମିଳିବାର ସୁଯୋଗ ପ୍ରାପ୍ତ ହୋଇଛି ।
କେବଳ ଏତିକି ହିଁ ନୁହେଁ, ଆଖୁ ଚାଷୀଙ୍କର କ୍ଷତିପୂରଣ, ତାହାର ଗତି, ତାହାର କ୍ୱାଂଟମ୍, ଏହା ମଧ୍ୟ 40 ପ୍ରତିଶତ ବୃଦ୍ଧି ହୋଇଛି । ତ ଆପଣ କଳ୍ପନା କରି ପାରୁଥିବେ କି ବିକାଶର ଏହି ଯୋଜନା ଗୁଡ଼ିକର ଲାଭ କାଶୀର ହୁଏତ ଭିତ୍ତିଭୂମିର କାମ ହେଉ, ହୁଏତ କୃଷି କ୍ଷେତ୍ରର କାମ ହେଉ, ହୁଏତ ବିଜୁଳିର କାମ ହେଉ, ହୁଏତ ରେଳମାର୍ଗର ଗତି ବଢ଼ାଇବାର କାମ ହେଉ, ନୂତନ ରେଳ ଲାଇନ୍ ଚାଲୁ କରିବାର କାମ ହେଉ, ଏଭଳି ଅନେକ ପ୍ରକଳ୍ପ, ତାହାର ଆଜି ଶିଳାନ୍ୟାସ ଏବଂ ଲୋକାର୍ପଣ କରିବାର ସୁଯୋଗ ଆଜି ମୋତେ ମିଳିଛି ।
ଆମ ସମସ୍ତଙ୍କୁ ମିଳିମିଶି କାଶୀକୁ ବିକାଶର ନୂତନ ଶିଖରକୁ ନେଇଯିବାର ଅଛି । ବହୁବିଧ ଯୋଜନାକୁ ନେଇ ରାଜ୍ୟ ସରକାର ଏବଂ ଭାରତ ସରକାର କାଶୀରେ, ପୂର୍ବ ଉତ୍ତରପ୍ରଦେଶରେ କାମ କରୁଛନ୍ତି । ଆଗାମୀ ଦିନମାନଙ୍କରେ ଆମେ ଗୋଟିଏ ମହତ୍ୱପୂର୍ଣ୍ଣ ଯୋଜନା ଦେଶବାସୀଙ୍କ ପାଇଁ ଲାଗୁ କରିବାକୁ ଯାଉଛୁ । ‘ଆୟୁଷ୍ମାନ ଭାରତ’, ଏହି ‘ଆୟୁଷ୍ମାନ ଭାରତ’ ମାଧ୍ୟମରେ ବୀମା କମ୍ପାନୀ ସହିତ ମିଶି, ବୀମା ଯୋଜନାର ବ୍ୟବସ୍ଥା କରି ଗରିବରୁ ଗରିବ ପରିବାର ମଧ୍ୟ, ଯଦି ତା’ଘରେ କେହି ରୋଗଗ୍ରସ୍ତ ହୋଇ ଯାଆନ୍ତି – ତ କେବଳ ଜଣେ ବ୍ୟକ୍ତି ରୋଗଗ୍ରସ୍ତ ହୋଇ ନଥାଏ, ସାରା ପରିବାର ରୋଗଗ୍ରସ୍ତ ହୋଇଯାଏ । ଆର୍ଥିକ ସ୍ଥିତି ନଷ୍ଟ ହୋଇଯାଏ । ପରିବାରର ସମସ୍ତ ସ୍ୱପ୍ନ, ସମସ୍ତ ଯୋଜନା କ୍ଷତ-ବିକ୍ଷତ ହୋଇ ଯାଇଥାଏ । ସେଥିପାଇଁ ଗରିବ ଯେତେବେଳେ ରୋଗଗ୍ରସ୍ତ ହୁଏ ତ ସମ୍ଭାଳି ନେଇଥାଏ, ଡାକ୍ତରଖାନା ଯିବାର ସାହସ କରି ପରି ନଥାଏ । ତା’ପାଇଁ ଖର୍ଚ୍ଚ କରିବା ସମ୍ଭବପର ହୋଇ ନଥାଏ, ବନ୍ଧା ରଖିବା ପାଇଁ ତା’ ନିଜ ପାଖରେ କିଛି ହେଲେ ମଧ୍ୟ ନଥାଏ । କ’ଣ ମୋ ଦେଶର ନାଗରିକ ମାନଙ୍କର ଏହି ଅବସ୍ଥା ହେବ?
ଭାଇ ଓ ଭଉଣୀମାନେ, ମୋତେ ଏହା ମଞ୍ଜୁର ନୁହେଁ । ଆଉ ଏଥିପାଇଁ ଆମେ ଯୋଜନା ପ୍ରସ୍ତୁତ କରିଛୁ କି ଏଭଳି ଗରିବ ପରିବାର ରହିଥିବେ ଯେଉଁଠାରେ ଉପଚାର କରିବାର ସମ୍ଭାବନା ନଥିବ, ଦେଶରେ ଦଶ କୋଟି ପରିବାର – ଅର୍ଥାତ ପାଖା-ପାଖି 50 କୋଟି ନାଗରିକ, 50 କୋଟି ନାଗରିକ, ଯଦି ତାଙ୍କ ପରିବାରରେ କେହି ରୋଗରେ ପଡ଼ିଲେ, ତ ‘ଆୟୁଷ୍ମାନ ଭାରତ’ ଯୋଜନା ମାଧ୍ୟମରେ ଗୋଟିଏ ବର୍ଷରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡାକ୍ତରଖାନାର ଖର୍ଚ୍ଚ ଭାରତ ସରକାର ଏବଂ ବୀମା କମ୍ପାନୀ ମିଶି କରି ଦେବେ । ଏହାର ପରିଣାମ ଏହା ହେବ କି ଗରିବ ଯିଏ ଆଗକୁ ଡାକ୍ତରଖାନାକୁ ଯିବା ପାଇଁ ପଛଘୁଂଚା ଦେଉଥିଲା, ସେ ଏବେ ଛୋଟିଆ ରୋଗ କିଛି ହେବ ତା’ ହେଲେ ମଧ୍ୟ ଯିବ । କାରଣ ତାକୁ ଜଣା ଅଛି କି ପଇସା ମୋଦୀ ସରକାର ଦେବେ । ତା’ର ବିଶ୍ୱାସ ରହିଛି କି ରୋଗଗ୍ରସ୍ତ ହୋଇ ରହିବା ଠିକ୍ ନୁହେଁ, ପେଟ ପାଟଣା କଥା ବୁଝିବାର ଅଛି ତ ମୋତେ ପ୍ରଥମେ ଚିକିତ୍ସା କରାଇବାର ଆବଶ୍ୟକତା ରହିଛି, ସେ କରାଇବ ।
ଯେଉଁ ଘରୋଇ ପାର୍ଟି ରହିଛନ୍ତି, ଯେଉଁମାନେ ଛୋଟ-ଛୋଟ ସହରରେ ଡାକ୍ତରଖାନା ଖୋଲନ୍ତି ନାହିଁ, ତିଆରି କରନ୍ତି ନାହିଁ, କାରଣ ତାଙ୍କୁ ଲାଗେ କି ଲୋକ ଆସିବେ ନାହିଁ, ଆସିବେ ତ ପଇସା ଦେବେ ନାହିଁ । କିନ୍ତୁ ଏବେ ପଇସା ମିଳିବା ସମ୍ଭବ ହୋଇ ଯାଇଛି ତ ଲୋକମାନେ ନିଜର ଘରୋଇ ଡାକ୍ତରଖାନା ତିଆରି କରିବେ । ଦେଶରେ ଡାକ୍ତରଖାନାମାନଙ୍କର ଏକ ଜାଲ ସୃଷ୍ଟି ହେବ । ଆରୋଗ୍ୟ ଦୃଷ୍ଟିକୋଣରୁ ସେବା ଉପଲବ୍ଧ କରାଇବା ଭଳି ଲୋକ ପ୍ରସ୍ତୁତ ରହିବେ । ଆରୋଗ୍ୟ କ୍ଷେତ୍ରରେ ନୂତନ ରୋଜଗାର ସୃଷ୍ଟି ହେବ । ଆଉ ଦେଶକୁ ସ୍ୱସ୍ଥ କରିବା ଦିଗରେ ଏକ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ କାମ ଆମେ କରି ପାରିବା ।
ଆମ ଦେଶରେ କୁପୋଷଣ ହେଉଛି ଏକ ବହୁତ ବଡ଼ ସମସ୍ୟା । ଆମେ ପୁଷ୍ଟିସାଧନ ମିଶନର କାମ ଆରମ୍ଭ କରିଛୁ । ପାଖାପାଖି 9 ହଜାର କୋଟି ଟଙ୍କା ଲଗାଇ ଆଗାମୀ ବର୍ଷ ମାନଙ୍କରେ ଆମର ପିଲାମାନେ ବୟସ ଅନୁସାରେ ତାଙ୍କର ଓଜନ ହେଉ, ବୟସ ଅନୁସାରେ ତାଙ୍କର ଉଚ୍ଚତା ହେଉ, ସ୍ୱାସ୍ଥ୍ୟବାନ ହୁଅନ୍ତୁ, କୁପୋଷଣର ସମସ୍ୟାରୁ ମୁକ୍ତ ହୁଅନ୍ତୁ, ସେଥିପାଇଁ ଆବଶ୍ୟକ ପୋଷଣର ବ୍ୟବସ୍ଥା କିପରି ହେବ? ପ୍ରଶିକ୍ଷଣର ବ୍ୟବସ୍ଥା କିପରି ହେବ? ବିଶେଷ କରି ମାଆ ମାନଙ୍କର ପ୍ରଶିକ୍ଷଣ କିପରି ହେବ? ସେ ସମସ୍ତ ବିଷୟ ଗୁଡ଼ିକ ପାଇଁ ଆମେ ଦାୟିତ୍ୱ ବହନ କରିଛୁ ଆଉ ପ୍ରଧାନମନ୍ତ୍ରୀ ପୁଷ୍ଟିସାଧନ ମିଶନ ଯୋଜନା ପିଏମପିଏମ କରି ଆମେ ଆଣିଛୁ । ଆଉ ଆଗାମୀ ଦିନମାନଙ୍କରେ ଏହି ପୁଷ୍ଟିସାଧନ ମିଶନ ଯୋଜନା ଗରିବରୁ ଅତି ଗରିବ ପରିବାର ହେଉ, ମଧ୍ୟମ ବର୍ଗ ପରିବାର ହେଉ, 12-14-16 ବର୍ଷର ଝିଅ ହୁଅନ୍ତୁ, ଯଦି 12-14-16 ବର୍ଷର ଝିଅ, ତାହାର ସ୍ୱାସ୍ଥ୍ୟ ଯଦି ସୁସ୍ଥ ନ ରହିବ, ତାହାର ଶାରୀରିକ ବିକାଶ ଯଦି ବୟସ ଅନୁସାରେ ନ ହେଉଥିବ! ଯଦି କିଛି ବର୍ଷ ଭିତରେ ସେ ମାଆ ହେବ ତ କେବେ ସେ ମାଆ ମଧ୍ୟ ମରିପାରେ, ଜନ୍ମ ହେବାକୁ ଥିବା ପିଲା ମଧ୍ୟ ମରି ପାରେ । କିମ୍ବା ଜନ୍ମ ହେବାକୁ ଥିବା ପିଲା କୌଣସି ନା କୌଣସି ରୋଗକୁ ନେଇ ଜନ୍ମ ହୋଇପାରେ ଆଉ ସାରା ଜୀବନ ସେହି ମାଆକୁ ସେହି ପିଲାର ସେବା କରିବାରେ ବ୍ୟୟ କରିବାକୁ ପଡ଼େ । ଏ ସମସ୍ତ ମଧ୍ୟରୁ ମୁକ୍ତି ଦେବା ପାଇଁ ଏହି ପ୍ରଧାନମନ୍ତ୍ରୀ ପୁଷ୍ଟିସାଧନ ମିଶନ ଯୋଜନକୁ ଲାଗୁ କରିବା ଦିଗରେ ଆମେ ଚାଲୁଛୁ ।
କାଶୀବାସୀଗଣ, ବିକାଶର ଏ ସମସ୍ତ ଯୋଜନାର ଲାଭ ଆମ କାଶୀକୁ ମିଳୁ । ଆମର ଗଙ୍ଗା ସହିତ ଯୋଡ଼ି ହୋଇଥିବା ସମସ୍ତ ଯୋଜନା ଗୁଡ଼ିକ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଆଉ ତାହାର ଲାଭ ମଧ୍ୟ ଆଗାମୀ ଦିନ ମାନଙ୍କରେ ମିଳିବାକୁ ଯାଉଛି ।
ମୁଁ ଆଉ ଥରେ ପୁଣି ଯୋଗୀ ମହାଶୟଙ୍କ ସରକାରକୁ ବହୁବିଧ ପ୍ରକଳ୍ପ ଗୁଡ଼ିକୁ ଦ୍ରୁତ ଗତିରେ ଚଲାଇବା ପାଇଁ, ଭାରତ ସରକାରଙ୍କ ଯୋଜନାଗୁଡ଼ିକୁ ମଧ୍ୟ ଦ୍ରୁତ ଗତିରେ ଲାଗୁ କରିବା ପାଇଁ ମୁଁ ହୃଦୟର ଗଭୀରତମ ପ୍ରଦେଶରୁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି ଆଉ ପୁଣି ଥରେ ଆଜି କାଶୀବାସୀ ଯେଉଁ ଅଦ୍ଭୁତ ସ୍ୱାଗତ-ସମ୍ମାନ ଜଣାଇଛନ୍ତି, ସେଥି ପାଇଁ ମୁଣ୍ଡ ନୁଆଁଇ ପ୍ରଣାମ କରୁଛି ।
ବହୁତ-ବହୁତ ଧନ୍ୟବାଦ ।
**********
I am happy to be in Kashi and inaugurate development projects that will benefit the citizens: PM @narendramodi in Varanasi https://t.co/jGmfset4bR
— PMO India (@PMOIndia) March 12, 2018
The people of Kashi extended a very warm welcome to President @EmmanuelMacron: PM @narendramodi https://t.co/jGmfset4bR
— PMO India (@PMOIndia) March 12, 2018
A rail service that connects Kashi and Patna has been launched: PM @narendramodi https://t.co/jGmfset4bR
— PMO India (@PMOIndia) March 12, 2018
काशी और पटना को जोड़ने के लिए एक नई और तेज रेल सेवा शुरू हुई है। जनसेवा के लिए रेल का उपयोग कैसे हो, ये इसका नतीजा है: PM @narendramodi
— PMO India (@PMOIndia) March 12, 2018
DLW काशी की औद्योगिक पहचान; भारत सरकार इसके निरंतर विकास और अपग्रेडेशन के लिए प्रतिबद्ध: PM @narendramodi
— PMO India (@PMOIndia) March 12, 2018
I would like to appreciate the efforts of the @myogiadityanath-led UP Government in the housing sector and to ensure that more people get access to housing facilities: PM @narendramodi
— PMO India (@PMOIndia) March 12, 2018
I went to a unique programme in Varanasi- a Kachra Mahotsav. Such festivals are vital to spread awareness on cleanliness: PM @narendramodi
— PMO India (@PMOIndia) March 12, 2018
आज हम waste से wealth की दिशा में आगे बढ़ रहे हैं और कचरा महोत्सव का आयोजन इसी का प्रतीक है: PM @narendramodi
— PMO India (@PMOIndia) March 12, 2018
बनारस में पर्यटन की अपार संभावनाएं; यह धरती हमारे पूर्वजों की देन है और हमें इसे स्वच्छ रखना है: PM @narendramodi
— PMO India (@PMOIndia) March 12, 2018
Ayushman Bharat is going to transform the health sector. It will provide top quality healthcare to the poor: PM @narendramodi
— PMO India (@PMOIndia) March 12, 2018
‘आयुष्मान भारत’ योजना के तहत गरीब परिवारों को 5 लाख तक का अस्पताल का खर्च उपलब्ध कराया जाएगा और आरोग्य की दिशा में यह अत्यंत महत्त्वपूर्ण सिद्ध होगा: PM @narendramodi
— PMO India (@PMOIndia) March 12, 2018
हमारे बच्चे कुपोषण मुक्त हों, इसके लिए हमने प्रधानमंत्री पोषण मिशन योजना के तहत गरीब और मध्यम वर्गीय परिवार को सहयोग उपलब्ध कराने का बीड़ा उठाया है: PM @narendramodi
— PMO India (@PMOIndia) March 12, 2018
The @myogiadityanath-led UP Government is doing wonderful work. They are implementing schemes extremely well. I congratulate the entire team in UP: PM @narendramodi
— PMO India (@PMOIndia) March 12, 2018