Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବାରଣାସୀରେ ପ୍ରବାସୀ ଭାରତୀୟ ସମ୍ମିଳନୀର ପଞ୍ଚଦଶ ସଂସ୍କରଣକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ବାରଣାସୀରେ ପ୍ରବାସୀ ଭାରତୀୟ ସମ୍ମିଳନୀର ପଞ୍ଚଦଶ ସଂସ୍କରଣକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ବାରଣାସୀରେ ପ୍ରବାସୀ ଭାରତୀୟ ସମ୍ମିଳନୀର ପଞ୍ଚଦଶ ସଂସ୍କରଣକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ବାରଣାସୀରେ ପ୍ରବାସୀ ଭାରତୀୟ ସମ୍ମିଳନୀର ପଞ୍ଚଦଶ ସଂସ୍କରଣକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ


 

  • ପ୍ରବାସୀ ଭାରତୀୟମାନଙ୍କୁ ନୂତନ ଭାରତ ନିର୍ମାଣ ଲାଗି ଆହ୍ୱାନ
  • ଭାରତ ସରକାର ବ୍ୟବସ୍ଥାକୁ ତ୍ରୁଟିଶୂନ୍ୟ, ପାରଦର୍ଶୀ, ଦୁର୍ନୀତିମୁକ୍ତ କରିଛନ୍ତି – ନରେନ୍ଦ୍ର ମୋଦୀ
  • ଏକ ବିଶ୍ୱ, ଏକ ସୂର୍ଯ୍ୟ, ଗ୍ରୀଡ ହେଉଛି ପିଏମ ପ୍ରବାସୀ ଭାରତୀୟ ତୀର୍ଥ ଦର୍ଶନ ଯୋଜନାର ମନ୍ତ୍ର
  • ଯଦି ଭାରତ ଅଦ୍ୱିତୀୟ, ଭାରତୀୟତା ସର୍ବବ୍ୟାପୀ -ମରିସସ ପ୍ରଧାନମନ୍ତ୍ରୀ
  • ପ୍ରଥମ ଅନ୍ତର୍ଜାତୀୟ ଭୋଜପୂରୀ ମହୋତ୍ସବ ଆୟୋଜନ କରିବ ମରିସସ

 

ଆଜି ବାରଣାସୀର ଦିନଦୟାଲ ହସ୍ତକଳା ସଂକୁଳଠାରେ ପ୍ରବାସୀ ଭାରତୀୟ ଦିବସ ସମାରୋହର ପଞ୍ଚଦଶ ସଂସ୍କରଣର ପୂର୍ଣ୍ଣାଙ୍ଗ ଅଧିବେଶନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଛନ୍ତି ।

ପ୍ରବାସୀ ଭାରତୀୟ ଦିବସର ମୁଖ୍ୟ ଅତିଥି ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥ, ତ୍ତର ପ୍ରଦେଶ ରାଜ୍ୟପାଳ ରାମ ନାଏକ, ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ, ତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ, କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅବସରପ୍ରାପ୍ତ ଜେନେରାଲ ଭି କେ ସିଂ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେ ଏହି ଅବସରରେ ଯୋଗ ଦେଇଥିଲେ ।

ନିଜର ସମ୍ବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ପୂର୍ବଜମାନଙ୍କ ଭୂମି ପ୍ରତି ପ୍ରବାସୀ ଭାରତୀୟମାନଙ୍କ ପ୍ରେମ ଏବଂ ସ୍ନେହ ସେମାନଙ୍କୁ ଏଠାକୁ ଟାଣିଆଣିଛି । ନୂତନ ଭାରତ ନିର୍ମାଣରେ ପ୍ରବାସୀ ଭାରତୀୟମାନଙ୍କୁ ହାତରେ ହାତ ମିଶାଇବା ପାଇଁ ସେ ଆହ୍ୱାନ କରିଥିଲେ ।

ବସୁଧୈବ କୁଟୁମ୍ବକମ ପରମ୍ପରାକୁ ଜୀବନ୍ତ ରଖିବାରେ ପ୍ରବାସୀ ଭାରତୀୟମାନଙ୍କ ଯୋଗଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ପ୍ରବାସୀ ଭାରତୀୟମାନେ କେବଳ ଭାରତର ସଦଭାବନା ଦୂତ ନୁହନ୍ତି ବରଂ ସେମାନେ ଏହାର ଦୃଢ଼ତା, ସାମର୍ଥ୍ୟ ଏବଂ ବୈଶିଷ୍ଟ୍ୟକୁ ପ୍ରତିନିଧିତ୍ୱ କରୁଛନ୍ତି । ବିଶେଷ କରି ଗବେଷଣା ଏବଂ ଉଦ୍ଭାବନ କ୍ଷେତ୍ରରେ ନୂତନ ଭାରତ ନିର୍ମାଣରେ  ଅଂଶଗ୍ରହଣ କରିବା ଲାଗି ସେ ପ୍ରବାସୀ ଭାରତୀୟମାନଙ୍କୁ ଆହ୍ୱାନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦ୍ରୁତ ପ୍ରଗତି ଲାଗି ଭାରତ ବର୍ତ୍ତମାନ ସାରା ବିଶ୍ୱରେ ଉଚ୍ଚତର ସୋପନାରେ ଛିଡ଼ା ହୋଇଛି ଏବଂ ବିଶ୍ୱ ସମୁଦାୟର ନେତୃତ୍ୱ ନେବା ସ୍ଥିତିରେ ରହିଛି । ଅନ୍ତର୍ଜାତୀୟ ସୌର ମେଂଟ ଏହାର ଏକ ଉଦାହରଣ । ଶ୍ରୀ ମୋଦୀ ଆହୁରି କହିଥିଲେ ଯେ ସ୍ଥାନୀୟ ସମାଧାନ ଏବଂ ବୈଶ୍ୱିକ ପ୍ରୟୋଗ ହେଉଛି ଆମର ମନ୍ତ୍ର । ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟ ସୌର ମେଂଟକୁ ଏକ ବିଶ୍ୱ, ଏକ ସୂର୍ଯ୍ୟ, ଏକ ଗ୍ରୀଡ ଦିଗରେ ଏକ ପଦକ୍ଷେପ ଭାବେ ଅଭିହିତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ବିଶ୍ୱ ଅର୍ଥନୈତିକ ଶକ୍ତି ହେବା ଦିଗରେ ଯାତ୍ରା କରୁଛି । ଏହା ନିକଟରେ ବିଶ୍ୱର ସର୍ବବୃହତ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଏବଂ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟସେବା ଯୋଜନା ରହିଛି । ଆମେ ମେକ ଇନ ଇଣ୍ଡିଆ କ୍ଷେତ୍ରରେ ଅନେକ ବାଟ ଆଗେଇ ଆସିଛୁ । ବିପୁଳ ଶସ୍ୟ ଉତ୍ପାଦନ ଆମର ବୃହତ ଉପଲବ୍ଧୀ ହୋଇଆସିଛି ।

ପ୍ରଧାନମନ୍ତ୍ରୀ ଦୁଃଖ ବ୍ୟକ୍ତ କରି କହିଥିଲେ ଯେ ପୂର୍ବ ସରକାରଙ୍କ ଇଚ୍ଛାଶକ୍ତି ଏବଂ ଉପଯୁକ୍ତ ନୀତିର ଅଭାବ ଯୋଗୁ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ବ୍ୟାପକ ପରିମାଣର ପାଣ୍ଠି ସେମାନଙ୍କ ନିକଟରେ ପହଁଚିପାରୁନଥିଲା । ତେବେ ଆଜି, ସେ କହିଥିଲେ, ଆମେ ବ୍ୟବସ୍ଥାରେ ରହିଥିବା ତ୍ରୁଟିକୁ ପ୍ରଯୁକ୍ତି ମାଧ୍ୟମରେ ସୁଧାରିପାରିଛୁ । ଜନସାଧାରଣଙ୍କ ଅର୍ଥ ଲୁଟ୍ ଏବେ ବନ୍ଦ ହୋଇଯାଇଛି । 85 ପ୍ରତିଶତ ହରାଇଥିବା ଜନସାଧାରଣଙ୍କ ଅର୍ଥ ଏବେ ସିଧାସଳଖ ହିତାଧିକାରୀମାନଙ୍କ ପାଇଁ ଉପଲବ୍ଧ ହୋଇପାରୁଛି ଏବଂ ସିଧାସଳଖ ସେମାନଙ୍କ ଆକାଉଂଟକୁ ସ୍ଥାନାନ୍ତରିତ ହେଉଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାଢ଼େ ଚାରି ବର୍ଷରେ ଲୋକମାନଙ୍କ ବ୍ୟାଙ୍କ କାଉଂଟକୁ 5,80,000 କୋଟି ଟଙ୍କା ହସ୍ତାନ୍ତର କରାଯାଇସାରିଲାଣି । ପ୍ରଧାନମନ୍ତ୍ରୀ କହିଥିଲେ ଯେ କିପରି ହିତାଧିକାରୀମାନଙ୍କ ତାଲିକାରୁ 7 କୋଟି ନକଲି ନାମ କାଟିଦିଆଯାଇଛି, ଯାହା ବ୍ରିଟେନ, ଫ୍ରାନ୍ସ ଏବଂ ଇଟାଲୀର ଜନସଂଖ୍ୟା ସହ ସମାନ ।

ପ୍ରଧାନମନ୍ତ୍ରୀ କହିଥିଲେ ଏହା ହେଉଛି ତାଙ୍କ ସରକାରଙ୍କ ଦ୍ୱାରା କରାଯାଇଥିବା କେତେକ ପରିବର୍ତ୍ତନର ଫଳ ଯାହା ନୂତନ ଭାରତର ଆତ୍ମବିଶ୍ୱାସକୁ ପ୍ରତିଫଳିତ କରୁଛି ।

ନୂତନ ଭାରତ ପାଇଁ ଆମ ସଂକଳ୍ପରେ ପ୍ରବାସୀ ଭାରତୀୟମାନେ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି କହିଥିଲେ ଯେ ସେମାନଙ୍କ ସୁରକ୍ଷାକୁ ନେଇ ଆମେ ଚିନ୍ତିତ । କିପରି ବିପଦରେ ଫସିଥିବା 2 ଲକ୍ଷ ଭାରତୀୟଙ୍କୁ ସରକାର ଉଦ୍ଧାର କରିଥିଲେ ତାହା ସେ ବର୍ଣ୍ଣନା କରିଥିଲେ ।

ବିଦେଶରେ ରହୁଥିବା ଭାରତୀୟଙ୍କ କଲ୍ୟାଣ ବିଷୟରେ ଶ୍ରୀ ମୋଦୀ କହିଥିଲେ ଯେ ପାସପୋର୍ଟ ଏବଂ ଭିସା ନିୟମକୁ ଏବେ ସହଜ କରିଦିଆଯାଇଛି ଏବଂ ଇ-ଭିସା ବ୍ୟବସ୍ଥା ସେମାନଙ୍କ ଭ୍ରମଣକୁ ଅଧିକ ସହଜ କରିଛି । ସମସ୍ତ ଭାରତୀୟ ଏବେ ପାସପୋର୍ଟ ସେବା ସହିତ ଯୋଡ଼ି ହୋଇଯାଇଛନ୍ତି ଏବଂ ଚିପ ଆଧାରିତ ଇ-ପାସପୋର୍ଟ ଜାରି କରିବା ପାଇଁ ପ୍ରୟାସ କରାଯାଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରବାସୀ ତୀର୍ଥ ଦର୍ଶନ ଯୋଜନା ହାତକୁ ନିଆଯାଇଛି । 5ଟି ଅଣ ଭାରତୀୟ ପରିବାରକୁ ଭାରତ ଭ୍ରମଣ ଲାଗି ନିମନ୍ତ୍ରଣ ଦେବାକୁ ସେ ପ୍ରବାସୀ ଭାରତୀୟମାନଙ୍କୁ ଆହ୍ୱାନ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ସେମାନଙ୍କୁ ଗାନ୍ଧୀଜୀ ଏବଂ ଗୁରୁ ନାନକ ଦେବ ଜୀଙ୍କ ଜନ୍ମବାର୍ଷିକୀ ପାଳନ ଉପଲକ୍ଷେ ସେମାନଙ୍କ ଆଦର୍ଶର ପ୍ରସାର ପାଇଁ ଅନୁରୋଧ କରିଥିଲେ । ବାପୁଙ୍କ ପ୍ରିୟ ଭଜନ, ବୈଷ୍ଣବ ଜନର ସ୍ୱରଦାନରେ ବିଶ୍ୱ ସମୁଦାୟ ଯୋଗ ଦେଇଥିବାରୁ ଆମେ ଗର୍ବିତ ବୋଲି ସେ କହିଥିଲେ ।

ପ୍ରବାସୀ ଭାରତୀୟ ଦିବସ ସମାରୋହର ସଫଳ ଆୟୋଜନ ଲାଗି ଭୂମିକା ନିମନ୍ତେ ପ୍ରଧାନମନ୍ତ୍ରୀ କାଶୀର ଜନସାଧାରଣଙ୍କୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଗକୁ ସ୍କୁଲ ବୋର୍ଡ ପରୀକ୍ଷା ଅଛି, ସେ 29 ଜାନୁଆରୀ, 2019 ପୂର୍ବାହ୍ଣ 11ଟାରେ ନମୋ ଆପ ଜରିଆରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବେ ।

ପ୍ରବାସୀ ଭାରତୀୟ ଦିବସ-୨୦୧୯ରେ ମୁଖ୍ୟ ଅତିଥି ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥ ପ୍ରବାସୀ ଭାରତୀୟମାନଙ୍କ ସ୍ମୃତିକୁ ଉଜାଗର କରିବା ସହିତ ସେମାନଙ୍କ ପୂର୍ବଜମାନଙ୍କ ଭୂମି ସହ ସେମାନଙ୍କ ସମ୍ପର୍କ ବିଷୟରେ କହିଥିଲେ । ହିନ୍ଦୀ ଏବଂ ଇଂରାଜୀରେ ଅଭିଭାଷଣ ଦେଇ ସେ କହିଥିଲେ ଏତେ ସଂଖ୍ୟକ ଲୋକମାନଙ୍କ ଉପସ୍ଥିତି ଏହି ପରିଚୟ ଦେଉଛି ଯେ ଗୋଟିଏ ଇତିହାସ ଏବଂ ସଂସ୍କୃତିର ପ୍ରତିନିଧିତ୍ୱ କରୁଥିବା ପ୍ରବାସୀ ଭାରତୀୟମାନେ ଗୋଟିଏ ପରିବାରର ସଦସ୍ୟ । ସେ କହିଥିଲେ, ଯଦି ଭାରତ ଅଦ୍ୱିତୀୟ, ଭାରତୀୟତା ହେଉଛି ସର୍ବବ୍ୟାପକ ।

ସେ ଭୋଜପୁରୀ ଭାଷା କହି ଶ୍ରୋତାମାନଙ୍କୁ ଆମୋଦିତ କରିଥିଲେ ଏବଂ ମରିସସ ପ୍ରଥମ ଅନ୍ତର୍ଜାତୀୟ ଭୋଜପୁରୀ ମହୋତ୍ସବ ଆୟୋଜନ କରିବାକୁ ଯାଉଥିବା ଘୋଷଣା କରିଥିଲେ ।

ସ୍ୱାଗତ ଭାଷଣ ଦେଇ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀମତି ସ୍ୱରାଜ କହିଥିଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଜସ୍ୱୀ ନେତୃତ୍ୱ ପାଇଁ ଭାରତ ଆଜି ଗର୍ବିତ । ମାତୃଭୂମି ସହିତ ସେମାନଙ୍କ ସମ୍ପର୍କ ଲାଗି ସେ ପ୍ରବାସୀ ଭାରତୀୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ପ୍ରବାସୀ ଭାରତୀୟ ଦିବସ ଏବଂ କୁମ୍ଭ ମେଳା ଉତ୍ତର ପ୍ରଦେଶରେ ଆୟୋଜନ ହେବା ଏକ ଭାରତ ଶ୍ରେଷ୍ଠ ଭାରତର ପ୍ରତିଫଳନ ।

ପ୍ରଧାନମନ୍ତ୍ରୀ ମୋଦୀ “ଭାରତ କୋ ଜାନିଏ” ପ୍ରଶ୍ନୋତ୍ତର ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ ।  ଭାରତ ଉପରେ ଏହି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଯୁବ ପ୍ରବାସୀ ଭାରତୀୟଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ।

ପ୍ରବାସୀ ଭାରତୀୟ ଦିବସର ଉଦଯାପନୀ ସମାରୋହ ଆସନ୍ତାକାଲି ଜାନୁଆରୀ 23, 2019ରେ ଆୟୋଜିତ ହେବ ।  ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚୟନ ହୋଇଥିବା ପ୍ରବାସୀମାନଙ୍କୁ ପ୍ରବାସୀ ଭାରତୀୟ ସମ୍ମାନରେ ସମ୍ମାନିତ କରିବେ ।

ଏହି ସମ୍ମେଳନ ପରେ, 24 ଜାନୁଆରୀରେ ପ୍ରବାସୀ ଭାରତୀୟ ପ୍ରତିନିଧିମଣ୍ଡଳୀ ପ୍ରୟାଗରାଜରେ କୁମ୍ଭମେଳା ପରିଦର୍ଶନ କରିବେ । 25 ଜାନୁଆରୀରେ ସେମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ଏବଂ ନୂଆଦିଲ୍ଲୀର ରାଜପଥରେ ସାଧାରଣତନ୍ତ୍ର ଦିବସ ରେଡ ଦେଖିବାର ସୁଯୋଗ ପାଇବେ ।

 

**********