ପିଏମଇଣ୍ଡିଆ

ମଞ୍ଚ ଉପରେ ବିରାଜମାନ ଉତ୍ତରପ୍ରଦେଶର ରାଜ୍ୟପାଳ ଶ୍ରୀମାନ ରାମ ନାୟକ ମହୋଦୟ, ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ଆଦିତ୍ୟନାଥ ମହୋଦୟ, କେନ୍ଦ୍ରରେ ମୋର ମନ୍ତ୍ରୀ ପରିଷଦର ସାଥୀ ଶ୍ରୀମତୀ ସ୍ମୃତି ଇରାନୀ, କେନ୍ଦ୍ରରେ ମୋର ମନ୍ତ୍ରୀ ପରିଷଦର ସାଥୀ ଶ୍ରୀ ଅଜୟ ଟମ୍ଟା ମହୋଦୟ, ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମାନ କେଶବ ପ୍ରସାଦ ମୌର୍ଯ୍ୟ ମହୋଦୟ, ଏହି କ୍ଷେତ୍ରର ସାଂସଦ ବହୁ ବର୍ଷ ପର୍ଯ୍ୟନ୍ତ ମନ୍ତ୍ରୀ ପରିଷଦରେ ମୋର ଉତ୍ତମ ସାଥୀ ହୋଇଥିବା ଆଉ ଏବେ ଉତ୍ତରପ୍ରଦେଶର ଭାରତୀୟ ଜନତା ଦଳର ମଙ୍ଗ ସମ୍ଭାଳୁଥିବା ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେ ମହୋଦୟ, ରେଲୱେ ବୋର୍ଡର ଅଧ୍ୟକ୍ଷ ଶ୍ରୀମାନ ଅଶ୍ୱିନୀ ମହୋଦୟ, ଯିଏ ଗରିବଙ୍କ କଲ୍ୟାଣ ପାଇଁ, ସେମାନଙ୍କୁ ଆତ୍ମ ନିର୍ଭର କରିବା ପାଇଁ ବହୁତ ବୁଦ୍ଧିମତାର ସହିତ, ସୂକ୍ଷ୍ମତାର ସହିତ ଅର୍ଥନୈତିକ ଅନ୍ତର୍ଭୁକ୍ତିକରଣର ଏକ ବହୁତ ବଡ଼ କଷ୍ଟ ଉଠାଇଛନ୍ତି । ଏଭଳି ଉତ୍କର୍ଷ ବ୍ୟାଙ୍କର ପ୍ରବନ୍ଧ ନିର୍ଦ୍ଦେଶକ ଶ୍ରୀମାନ ଗୋବିନ୍ଦ ସିଂହ ମହୋଦୟ ଆଉ ବିଶାଳ ସଂଖ୍ୟାରେ ଆସିଥିବା ମୋର ବନାରସର ପ୍ରିୟ ଭାଇ ଓ ଭଉଣୀମାନେ ।
ଆଜି ଗୋଟିଏ ହିଁ କାର୍ଯ୍ୟକ୍ରମରେ ଗୋଟିଏ ମଞ୍ଚରୁ ଏକ ହଜାର କୋଟିରୁ ଅଧିକ ଟଙ୍କାର ବ୍ୟୟ ଅଟକଳ ପ୍ରକଳ୍ପର ଲୋକାର୍ପଣ ଆଉ କିଛି ପ୍ରକଳ୍ପର ଶିଳାନ୍ୟାସ ହେବାକୁ ଯାଉଛି । ମୁଁ ଉତ୍ତର ପ୍ରଦେଶ ସରକାରଙ୍କ ନିକଟରେ ମଧ୍ୟ କୃତଜ୍ଞ । କାରଣ ସେମାନେ ବନାରସ କ୍ଷେତ୍ରର ବିକାଶ ପାଇଁ ପୂର୍ବ ଭାରତର ବିକାଶ ପାଇଁ ଯାହା ଆମର ସ୍ୱପ୍ନ ଅଛି ସେଥିରେ ଏହା ବହୁତ ବଡ଼ ଭୂମିକା ରହିଛି । ଆଉ ଏଥିପାଇଁ ରାଜ୍ୟ ସରକାର ମଧ୍ୟ ହେଉଛନ୍ତି ଅଭିନନ୍ଦନର ଅଧିକାରୀ । ଆଜି ପ୍ରାୟ 300 କୋଟି ଟଙ୍କା ବ୍ୟୟରେ ବସ୍ତ୍ର ମନ୍ତ୍ରଣାଳୟ ଦ୍ୱାରା ନିର୍ମିତ ଯେଉଁ ପ୍ରକଳ୍କର ଲୋକର୍ପଣ ହେବାକୁ ଯାଉଛି, ମୁଁ ମାନୁ ନାହିଁ ଯେ ବିଗତ କିଛି ଦଶକରେ ବନାରସ ମାଟିରେ ଏତେ ବଡ଼ ପ୍ରକଳ୍ପର ଯୋଜନା ସାକାର ହୋଇଛି । ଆଉ ଯେଉଁ ପ୍ରକଳ୍ପର ଆମେ ଶିଳାନ୍ୟାସ କରୁଛୁ ତାହାର ଉଦ୍ଘାଟନ ମଧ୍ୟ ଆମେ ହିଁ କରୁଛୁ ନଚେତ ରାଜନୈତିକ ହିସାବ କିତାବରେ ଶିଳାନ୍ୟାସ ହୋଇ ଚାଲିଥାଏ, ଯୋଜନାଗୁଡିକ ପଡ଼ି ରହିଥାଏ, ସମ୍ପୂର୍ଣ୍ଣ ହୋଇ ନ ଥାଏ । ଏଠାରେ ଦୁଇଟି ସେତୁର ଲୋକାର୍ପଣ ହେଲା ଏବେ କେତେ ସମୟ ଧରି ପଡି ରହିଥିବା ଜିନିଷ, କିନ୍ତୁ ଯୋଗୀ ମହୋଦୟ ଆସି ସେହି କଷ୍ଟ ଉଠାଇଲେ ଆଜି ତାହା ସାକାର ହୋଇଗଲା ଆଉ ସେପଟର ଲୋକଙ୍କ ବିକାଶ ପାଇଁ ନୂତନ ଦ୍ୱାର ଖୋଲିଯାଇଥାଏ ସୁବିଧା ସୁଯୋଗ ବଢ଼ି ଯାଇଥାଏ ।
ଆଜି ବୁଣାକାର ଏବଂ ଶିଳ୍ପକାର ଭାଇ ଓ ଭଉଣୀମାନଙ୍କ ପାଇଁ ମୋ ବୁଝିବାରେ ହେଉଛି ଏକ ସ୍ୱର୍ଣ୍ଣିମ ସୁଯୋଗ । ଆପଣଙ୍କ ପାଖରେ ନିଜ ପୂର୍ବପୁରୁଷଙ୍କ ଠାରୁ ଏହି କୌଶଳ ପ୍ରାପ୍ତ ହୋଇଛି । ଦୁନିଆର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି ଜିନିଷ ନିର୍ମାଣ କରିବାର ସାମର୍ଥ୍ୟ ଆପଣଙ୍କ ପାଖରେ ଅଛି, କିନ୍ତୁ ଜଙ୍ଗଲରେ ମୟୂର ନାଚିଲା କିଏ ଦେଖିଲା । ଯଦି ଏଭଳି ଅବସ୍ଥା ରହିଲା ତ ଏହି କାଶୀ କ୍ଷେତ୍ରର ମୋର ଶିଳ୍ପକାର ଭାଇ, ବୁଣାକାର ଭାଇମାନଙ୍କୁ କେବେ ବିଶ୍ୱ ସମ୍ମୁଖରେ ନିଜର ସାମର୍ଥ୍ୟକୁ ପରିଚୟ କରିବାର ସୁଯୋଗ ଆସିପାରିବ ନାହିଁ । ଏହା ହେଉଛି ଏପରି ପଦକ୍ଷେପ ଯାହା ଆମର ଏହି ଛୋଟ ଛୋଟ ବୁଣାକାର ଭାଇ, ଶିଳ୍ପକାର ଭାଇ-ଭଉଣୀ ଯେଉଁମାନେ କଳାକୃତୀ ଦ୍ୱାରା ନିଜର ହସ୍ତକଳା ଦ୍ୱାରା ଯୋଉଁ ନିର୍ମାଣ କରୁଛନ୍ତି ଯଦି ସେମାନଙ୍କୁ ବିଶ୍ୱ ବଜାର ମିଳି ନ ଥାଏ । ତ ଏହାର ଆର୍ଥିକ କାର୍ଯ୍ୟକଳାପ ଅଟକି ରହି ଯାଇଥାଏ । ମୁଁ ଯେତେବେଳେ ନୂଆ ନୂଆ ସାଂସଦ ହୋଇ ଏଠାକାର ବୁଣାକାର ଭାଇମାନଙ୍କ ସହିତ କଥାବାର୍ତ୍ତା କରୁଥିଲି ତ ମୁଁ ଗୋଟିଏ କଥା ଶୁଣୁଥିଲି କି ଆମ ପିଲାମାନେ ଏବେ ଏହି କାମ ସହିତ ଯୋଡି ହେବାକୁ ଚାହୁଁ ନାହାନ୍ତି । ଆମ ପରିବାର ସଦସ୍ୟ ଏବେ ଏଥିରୁ ବାହାରି ଯିବାକୁ ଚାହୁଁଛନ୍ତି । ସେମାନେ ପାଠ ପଢ଼ି ବାହାରକୁ କେଉଁଠିକି ଯିବାକୁ ଚାହୁଁଛନ୍ତି । ଆଉ ସେତେବେଳେ ମୋତେ ଲାଗିଲା କି ଏତେ ବଡ଼ ସାମର୍ଥ୍ୟବାନ ଆର୍ଥିକ କାର୍ଯ୍ୟକ୍ରମର କୌଶଳ ଯଦି ଆମର ଏହି ପରିବାରଠାରୁ ଅଲଗା ହୋଇଯିବ ତ ଆଗାମୀ ପିଢି ଆମକୁ କ୍ଷମା କରିବ ନାହିଁ । କାରଣ ଏଭଳି ଏକ ପୁଞ୍ଜି ଆପଣଙ୍କ ପାଖରେ ଅଛି ଯାହାଦ୍ୱାରା ଆପଣ ଆଶ୍ଚର୍ଯ୍ୟ ଚକିତ କରିଦେଇ ପାରିବେ । ଆଉ ଯେମିତି ଯେମିତି ଯୁଗ ଆଗକୁ ବଢ଼ୁଛି ଦୁନିଆ ମଧ୍ୟ ଭାରତର ଏହି ବିଶେଷତ୍ୱ ପ୍ରତି ଆକର୍ଷିତ ହେଉଛି । ଆଉ ଏଥିପାଇଁ 300 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅଟ୍ଟାଳିକା, ଏହା କେବଳ ଏକ ଅଟ୍ଟାଳିକା ନୁହେଁ । ଏହା ଭାରତର ସାମର୍ଥ୍ୟକୁ ପରିଚୟ କରାଇବାବାଲା, ଏହା ଆମର କାଶୀ କ୍ଷେତ୍ରର ଶିଳ୍ପକାର, ବୁଣାକାରମାନଙ୍କର ସାମର୍ଥ୍ୟର ଏଭଳି ଏକ କଥାକୁ ଏକାଠି କରି ରଖିଛି ଯାହା ଭବିଷ୍ୟତ ପାଇଁ ନୂତନ ଦ୍ୱାର ଖୋଲିବାର ଶକ୍ତି ରଖିଛି । ମୁଁ ଏଠାକାର ଅଟୋରିକ୍ସା ଡ଼୍ରାଇଭରମାନଙ୍କୁ, ଟେକ୍ସିବାଲାଙ୍କୁ ଅନୁରୋଧ କରିବି କି କାଶୀକୁ ଯଦି କେହି ବି ପର୍ଯ୍ୟଟକ ଆସୁଛନ୍ତି ସେହି ପର୍ଯ୍ୟଟକଙ୍କୁ ଏଠାକୁ ନିଶ୍ଚିତ ଆଣନ୍ତୁ । ଅନୁରୋଧ କରି ଆଣନ୍ତୁ, ଗୋଟିଏ ଜାଗାରେ କାଶୀ କ୍ଷେତ୍ରର ସାମର୍ଥ୍ୟ ସହିତ ତାଙ୍କୁ ପରିଚିତ କରାନ୍ତୁ, ଆଉ ଯିଏ ମଧ୍ୟ ପର୍ଯ୍ୟଟକ ଆସିବେ କିଛି ନା କିଛି ତ କିଣି କରି ନେଇଯିବେ । ବିଦେଶୀ ପର୍ଯ୍ୟଟକ ଆସିବେ ତ ସେମାନେ ଏଠାରୁ ଯିବାର ନା ନେବେ ନାହିଁ । ଏହି ଯେଉଁ ସଂଗ୍ରହାଳୟ ନିର୍ମାଣ ହୋଇଛି ତାହା କାଶୀର ପର୍ଯ୍ୟଟନକୁ ମଧ୍ୟ ଆଗକୁ ନେବ । ଯେଉଁମାନେ ଶ୍ରଦ୍ଧାର ସହିତ କାଶୀ ଯାତ୍ରା କରିବାକୁ ଆସିବେ ସେମାନେ ଯାହା ସହିତ ସାକ୍ଷାତ କରିବେ, ଯେଉଁ ଯେଉଁ ଜିନିଷକୁ ଦେଖିବେ, କାଶୀର ସାମର୍ଥ୍ୟକୁ ଜାଣିବେ ମୋର ବିଶ୍ୱାସ ଅଛି କି କାଶୀର ପର୍ଯ୍ୟଟନ କ୍ଷେତ୍ରର ବୃଦ୍ଧି ଦିଗରେ ସହାୟତା ମିଳିବ । କାଶୀର ଏହି କଳା କୌଶଳକୁ ମଧ୍ୟ ଶକ୍ତି ମିଳିବ । ଆଉ ଏକ ନୂଆ ଆର୍ଥିକ କାର୍ଯ୍ୟକ୍ରମର ଏକ କେନ୍ଦ୍ର ହୋଇପାରିବ ।
ମୁଁ ଆଜି ମୋର ସମସ୍ତ ବୁଣାକାର ଭାଇ ଓ ଭଉଣୀମାନଙ୍କୁ, ମୋର ସମସ୍ତ ଶିଳ୍ପକାର ଭାଇ ଓ ଭଉଣୀମାନଙ୍କୁ ଏହି ଉପହାର ଦେଇ ହୃଦୟର ସହିତ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ଆଉ ସେମାନଙ୍କ ପ୍ରଗତି ପାଇଁ ଶୁଭକାମନା କରୁଛି । ଭାଇ ଓ ଭଉଣୀମାନେ ପ୍ରତ୍ୟେକ ସମସ୍ୟାର ସମାଧାନ ଶେଷରେ ବିକାଶରେ ହିଁ ହୋଇଥାଏ । ପ୍ରଥମେ ଏପରି ସରକାର ଆସିକରି ଚାଲିଗଲେ ଯେଉଁମାନଙ୍କୁ ବିକାଶ ପ୍ରତି ଘୃଣାଭାବ ଭଳି ପରିବେଶ ଥିଲା, ସେମାନଙ୍କ ପାଇଁ ସରକାରୀ ରାଜକୋଷ, ନିର୍ବାଚନ ଜିତିବାର କାର୍ଯ୍ୟକ୍ରମ ସହିତ ନଷ୍ଟ ହୋଇଯାଇଥାଏ । ଆମର ପ୍ରଚେଷ୍ଟା ଏହା’କି ବିକାଶର କଥା ସାକାର ହେଉ ଫଳରେ ଗରିବରୁ ଗରିବର ଜୀବନରେ ପରିବର୍ତ୍ତନ ଆଣିବାର ସୁଯୋଗ ପ୍ରସ୍ତୁତ ହେଉ । ଆମ ଗରିବମାନଙ୍କର ସଶକ୍ତିକରଣ ହେଉ, ଯଦି ଆମ ଗରିବଙ୍କ ହାତକୁ କିଛି ସାମର୍ଥ୍ୟ ଆସିଯାଏ, କୌଣସି ଅର୍ଥ ବ୍ୟବସ୍ଥା ଆସିଯାଏ । ତାକୁ କାମ କରିବାର ସୁଯୋଗ ମିଳିଯାଏ ତ ମୋର ବିଶ୍ୱାସ ଅଛି କି ହିନ୍ଦୁସ୍ଥାନର କୌଣସି ମଧ୍ୟ ଗରିବ, ଗରିବ ହୋଇ ରହିବାକୁ ଚାହିଁବ ନାହିଁ । ଆପଣ କୌଣସି ମଧ୍ୟ ଜଣେ ଗରିବ ସହିତ କଥା ହୁଅନ୍ତୁ । ତାଙ୍କୁ ପଚାରନ୍ତୁ ଆପଣ ଯେଭଳି ଜୀବନ ବିତାଇଲେ କ’ଣ ଆପଣ ନିଜ ପିଲାମାନଙ୍କୁ ସେହିଭଳି ଜୀବନ ଜୀଇଁବାକୁ ପସନ୍ଦ କରିବେ କି? ଗରିବରୁ ଗରିବ ଲୋକ କହିଥାଏ ମୋ ଭାଗ୍ୟରେ ଯାହାଥିଲା ମୁଁ ଭୋଗିଲି, ମୋ ବାପା ଜେଜେ ମୋତେ ଯାହା ଦେଇଥିଲେ ମୁଁ ତ ମୋ ଜୀବନ ବିତାଇ ଦେଲି କିନ୍ତୁ ମୁଁ ଚାହୁଁ ନାହିଁ ମୋର ଆଗାମୀ ପିଢି ଏଭଳି ଗରିବୀର ଜୀବନ ବଞ୍ଚିବାକୁ ବାଧ୍ୟ ହୁଅନ୍ତୁ । ପ୍ରତ୍ୟେକ ଗରିବର ହୃଦୟରେ ମୁଁ ନିଜ ସନ୍ତାନମାନଙ୍କ ପରମ୍ପରାରେ ଗରିବୀ ଦେବାକୁ ଇଚ୍ଛା କରେ ନାହିଁ । ସେ ମଧ୍ୟ ଚାହୁଁଛି କି ମୁଁ ଏଭଳି ଜୀବନ ଜୀଇଁବି କି ଫଳରେ ସନ୍ତାନମାନଙ୍କ ପରମ୍ପରାରେ ଗରିବୀ ନ ମିଳୁ । ସେ ନିଜ ଗୋଡରେ ଠିଆ ହୁଅନ୍ତୁ ପରିଶ୍ରମ କରନ୍ତୁ, ଶ୍ରମିକ ଭାବେ କାମ କରନ୍ତୁ, ନୂଆ କାମ ଶିଖନ୍ତୁ କିନ୍ତୁ ସମ୍ମାନର ସହିତ ବଂଚିଲାବାଲା ହୁଅନ୍ତୁ – ମୁଁ ତାକୁ ଏଭଳି ପ୍ରସ୍ତୁତ କରିବାକୁ ଚାହୁଁଛି । ପ୍ରତ୍ୟେକ ଗରିବଙ୍କର ଯେଉଁ ସ୍ୱପ୍ନ ଅଛି ନିଜର ଭବିଷ୍ୟତ ପିଢି ପାଇଁ ମୋ ସରକାରଙ୍କ ମଧ୍ୟ ସେହି ସ୍ୱପ୍ନ ଅଛି ଯାହା ମୋର ପ୍ରତ୍ୟେକ ଗରିବଙ୍କର ଭବିଷ୍ୟତ ପିଢି ପାଇଁ ସ୍ୱପ୍ନ ଅଛି । ଆଉ ଏଥିପାଇଁ ଆମେ ସମସ୍ତ ଯୋଜନାଗୁଡିକ ଦ୍ୱାରା ସମାଜର ପ୍ରତ୍ୟେକ ଗଳିକନ୍ଦିରେ ସଶକ୍ତିକରଣ ଆସୁ ନିଜ ଗୋଡରେ ଠିଆ ହୋଇ ରହିବାର ସାମର୍ଥ୍ୟ ଆସୁ ସେହି ଦିଗରେ ଆମେ ପ୍ରୟାସ କରୁଛୁ । ଏହି ଭୂ-ଭାଗରେ ବିଶେଷ କରି ଉତ୍କର୍ଷ ବ୍ୟାଙ୍କ ଦ୍ୱାରା ଏହି କାମକୁ ଶକ୍ତି ଦିଆଯାଉଛି । ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି । ଯେଉଁ ସମର୍ପଣର ଭାବ ସହିତ ଆମର ଗୋବିନ୍ଦ ମହୋଦୟ ଆଉ ସେମାନଙ୍କ ଟିମ୍ ଏହି କାମରେ ଲାଗିଛନ୍ତି ସେମାନେ ହେଉଛନ୍ତି ଧନ୍ୟବାଦର ପାତ୍ର ।
ଭାଇ ଓ ଭଉଣୀମାନେ କାଶୀରେ ଆଜି ଏକ ଜଳ ଆମ୍ବୁଲାନ୍ସର ଲୋକାର୍ପଣ ହୋଇଛି । ଜଳ ଶବ ବାହିନୀର ମଧ୍ୟ ଲୋକାର୍ପଣ ହୋଇଛି । ଯେତେବେଳେ ମୁଁ ପ୍ରଥମେ ଜଳ ଶବ ବାହିନୀ କଥା ପ୍ରସ୍ତାବ ରଖିଥିଲି ତ ଅନେକ ଳୋକଙ୍କୁ ଆଶ୍ଚର୍ଯ୍ୟ ହୋଇଥିଲା । ମୁଁ କହିଲି କି କାଶୀର ଟ୍ରାଫିକ ସମସ୍ୟା ଏବଂ ଶ୍ମଶାନ ଯାତ୍ରା ସହିତ ଯୋଡି ହୋଇ ରହିଥିବା ଲୋକଙ୍କ ସମସ୍ୟା ତାହାର ନିରାକରଣ କରିବା ପାଇଁ ଆମକୁ ଜଳ ମାର୍ଗର ଉପଯୋଗ କରିବା ଦରକାର, ଜଳ ମାର୍ଗର ମଧ୍ୟ ଉପଯୋଗ କରିବା ଦରକାର । ଆମର ଜଳ ମାର୍ଗର ମଧ୍ୟ ଏକ ଶକ୍ତି ରହିଛି । ସେମାନଙ୍କୁ ଆର୍ଥିକ ବିକାଶ ସହିତ ଯୋଡିବା ଆମର ଜଳମାର୍ଗକୁ ସାଧାରଣ ମଣିଷର ସୁବିଧାଗୁଡିକ ସହିତ ଯୋଡିବା, ପର୍ଯ୍ୟଟନ ଦୃଷ୍ଟିକୋଣରୁ ଯେଉଁ କାର୍ଯ୍ୟକ୍ରମ ହେଉଛି ତାହାକୁ ଆହୁରି ଆଗକୁ ବଢ଼ାଇବା । ସେହି ଦିଗରେ ଆମେ ଅନେକ ପ୍ରୟାସ ଆରମ୍ଭ କରିଛୁ । ସେହି ଅନୁସାରେ ଆଜି ଏହାର ମଧ୍ୟ ଲୋକାପର୍ଣ ହେଉଛି ।
ବନାରସର ମୋର ଭାଇ ଓ ଭଉଣୀମାନେ ଆପଣମାନଙ୍କୁ ଜଣାଥିବ ମୁଁ ଯେତେବେଳେ ବନାରସରେ ନିର୍ବାଚନ ଳଢିବାକୁ ଆସିଲି ତ ତା ସହିତ ବରୋଦାରେ ମଧ୍ୟ ନିର୍ବାଚନ ଳଢୁଥିଲି । ଆଉ ବରୋଦାରେ ମଧ୍ୟ ବହୁ ସଂଖ୍ୟାରେ ବିଜୟୀ ହୋଇଥିଲି । ବନାରସ ମଧ୍ୟ ମତେ ବହୁ ସଂଖ୍ୟାରେ ବିଜୟୀ କରାଇଥିଲା । କିନ୍ତୁ ଯେତେବେଳେ ଗୋଟିଏ ଆସନ ଛାଡିବାର କଥା ଆସିଲା ତ ମୁଁ ଭାବିଲି କି ବରୋଦାକୁ ଆଗକୁ ନେବାକୁ ମୋର ବହୁତ ସାଥୀ ସେଠାରେ ଅଛନ୍ତି । ବରୋଦାର ପ୍ରଗତି ପାଇଁ ସେ କେବେ ଅଭାବ ରଖିବେ ନାହିଁ । କିନ୍ତୁ କାଶୀ ପାଇଁ ଯଦି ମୁଁ ମୋ ସମୟ ଲଗାଇଦିଏ ତ ବୋଧହୁଏ ମୋ ଜୀବନକୁ ସନ୍ତୋଷ ମିଳିବ । ଆଉ ଏଥିପାଇଁ ମୁଁ କାଶୀର ସେବା କରିବା ପାଇଁ ବାଛି ନେଲି କିନ୍ତୁ ଆଜି ମତେ ଖୁସି ଲାଗୁଛି କି ବଦୋଦରା ଆଉ ବନାରସକୁ ଯୋଡା ଯାଉଛି । କି ବଦୋଦରା ଆଉ ବନାରସ ମହାମନା ଏକ୍ସପ୍ରେସ ମାଧ୍ୟମରେ ଯୋଡି ହେଉଛି । ଆଜି ଏଠାରୁ ବରୋଦାରୁ ମହାମନା ଏକ୍ସପ୍ରେସର ଆରମ୍ଭ ହେଲା । ବରୋଦାରୁ ସୁରତ ହୋଇ ଏହି ମହାମନା ଏକ୍ସପ୍ରେସ ବନାରସରେ ପହଁଚିବ । ଗୁଜରାଟରୁ ବୟନ ଶିଳ୍ପ ସର୍ବାଗ୍ରେ ଅହମ୍ମଦାବାଦ ହୋଇ ଏହି ବୟନ ଶିଳ୍ପ ବନାରସକୁ ଆସିଲା । ଆଜି ପୁଣି ଥରେ ମହାମନା ଏକ୍ସପ୍ରେସ ଦ୍ୱାରା, ବରୋଦା ତାହା ମଧ୍ୟ ହେଉଛି ଏକ ସାଂସ୍କୃତିକ ନଗରୀ । ତାହା ମଧ୍ୟ ହେଉଛି ଏକ ବିଦ୍ୟାର ଧାମ । ବନାରସ ମଧ୍ୟ ହେଉଛି ସାଂସ୍କୃତିକ ନଗରୀ, ଏବଂ ବିଦ୍ୟାର ଧାମ । ଦୁଇଟିକୁ ଯୋଡିବା ଆଉ ସୁରତ ଦେଇ ଯେଉଁ ବୟନ ଶିଳ୍ପର ଧାମ ତିଆରି ହୋଇଛି । ଏକ ଏଭଳି ରେଳର ବ୍ୟବସ୍ଥା ଯାହାର ସିଧା ସମ୍ବନ୍ଧ ପୂର୍ବ ଉତ୍ତର ପ୍ରଦେଶର ସାଧାରଣ ନାଗରିକଙ୍କ ସହିତ ହିଁ ହେଉଛି କିନ୍ତୁ ଏହାର ସମ୍ବନ୍ଧ ଆର୍ଥିକ କାର୍ଯ୍ୟକ୍ରମ ସହିତ ଅଧିକ ଅଛି । ମୁଁ ଭାରତର ରେଳ ମନ୍ତ୍ରଣାଳୟ ଆମର ରେଳ ମନ୍ତ୍ରଣାଳୟ ପିୟୁଷ ଗୋଏଲ ମହୋଦୟ ଏବେ ବରୋଦାରୁ ମହାମନାକୁ ବିଦାୟ ଦେଉଥିଲେ । ଏକ ଅଦ୍ଭୁତ ସଂଯୋଗ ଆଜି ଏହି ମହାମନା ଏକ୍ସପ୍ରେସର ଲୋକାର୍ପଣ ମଧ୍ୟ ରହିଛି । ଭାଇ ଓ ଭଉଣୀମାନେ ମୁଁ ଆପଣମାନଙ୍କର ଦୀର୍ଘ ସମୟ ନେବାକୁ ଚାହୁଁନାହିଁ । କିନ୍ତୁ ଆଜି ଦେଶ ଦ୍ରୁତ ଗତିରେ ପ୍ରଗତି କରୁଛି । ଗରିବ ଓ ମଧ୍ୟମ ବର୍ଗର କଲ୍ୟାଣକୁ କେନ୍ଦ୍ରରେ ରଖି କରାଯାଉଛି । ଅନେକ ସାହସପୂର୍ଣ୍ଣ ପଦକ୍ଷେପ ଉଠାଯାଉଛି । କୋଡିଏ-କୋଡିଏ, ପଚିଶ-ପଚିଶ ବର୍ଷ ଧରି ପଡି ରହିଥିବା ପ୍ରସଙ୍ଗର ସମାଧାନ ବଡ଼ ସାହସର ସହିତ କରାଯାଉଛି । ବଡ଼ ସାହସର ସହିତ ନିର୍ଣ୍ଣୟ କରାଯାଉଛି, ନିଷ୍ପତ୍ତି ନିଆଯାଉଛି । ଆଉ ତାହାର ପରିଣାମ ଆଜି ସମଗ୍ର ଦୁନିଆ ଦେଖୁଛି । କି ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଭାରତ ବଦଳୁଛି । ଆମକୁ ପୂର୍ବ ଉତ୍ତର ପ୍ରଦେଶକୁ ମଧ୍ୟ ବଦଳାଇବାର ଅଛି । ଆମକୁ ପୂର୍ବ ଭାରତକୁ ମଧ୍ୟ ବଦଳାଇବାର ଅଛି । ଦେଶର ଅର୍ଥ ବ୍ୟବସ୍ଥାରେ ଯେପରି ପଶ୍ଚିମର ଶକ୍ତି ଅଛି ସେହିପରି ପୂର୍ବର ଶକ୍ତି ହେଉ ସେହି ଦିଗରେ ଆମେ କାମ କରୁଛୁ । ଆଜିର ଏହି ଯୋଜନାଗୁଡିକ ଏକ ହଜାର କୋଟି ଟଙ୍କାର ଏହି ପ୍ରକଳ୍ପ ମୋର ବିଶ୍ୱାସ ଅଛି କି ଏଠାକାର ଆର୍ଥିକ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ, ଏଠାକାର ସାମାଜିକ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ, ଏଠାକାର ଭିତ୍ତିଭୂମିରେ ପରିବର୍ତ୍ତନ ଆଣିବା ପାଇଁ ଏକ ବହୁତ ବଡ଼ ଶକ୍ତି ଭାବେ କାମରେ ଆସିବ । ମୁଁ ପୁଣି ଥରେ ଉତ୍ତର ପ୍ରଦେଶରେ ଯୋଗୀମହୋଦୟଙ୍କ ନେତୃତ୍ୱରେ ଯେଉଁ ଅନେକ କାର୍ଯ୍ୟକ୍ରମ ଦ୍ରୁତ ଗତିରେ ଚାଲୁ ରହିଛି । ଛଅ ମାସର ଅଳ୍ପସମୟରେ ଯୋଗୀମହୋଦୟ ଯେଉଁ ଚମତ୍କାର କରି ଦେଖାଇଛନ୍ତି । ମୁଁ ତାଙ୍କୁ ହୃଦୟର ସହିତ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ବହୁତ ବହୁତ ଧନ୍ୟବାଦ ଦେଉଛି ।
**********
Projects worth over Rs. 1000 crore are either being inaugurated or their foundation stones are being laid: PM @narendramodi in Varanasi pic.twitter.com/PKwABTqWxP
— PMO India (@PMOIndia) September 22, 2017
I compliment the UP Government for their focus on the development of the state and the attention to eastern UP: PM @narendramodi pic.twitter.com/AeaZGgMGC3
— PMO India (@PMOIndia) September 22, 2017
जिन योजनाओं का शिलान्यास हम करते हैं, उसका उद्घाटन भी हम ही करते हैं: PM @narendramodi
— PMO India (@PMOIndia) September 22, 2017
Our weavers need a global market and that will enhance their economic prospects significantly: PM @narendramodi
— PMO India (@PMOIndia) September 22, 2017
आज बुनकरों और शिल्पकारों के लिए स्वर्णिम अवसर, उन्हें अपना सामर्थ्य दिखाने का अवसर मिल रहा है: PM @narendramodi
— PMO India (@PMOIndia) September 22, 2017
हर समस्या का समाधान सिर्फ विकास में है: PM @narendramodi
— PMO India (@PMOIndia) September 22, 2017
हमारी कोशिश है गरीब से गरीब लोगों के जीवन में बदलाव हो, उनका सशक्तिकरण हो, हम ऐसे विकास पर ध्यान दे रहे हैं: PM @narendramodi
— PMO India (@PMOIndia) September 22, 2017
हमारी सभी योजनाएं समाज के हर तबके के सशक्तिकरण को ध्यान में रखकर तैयार की गई हैं: PM @narendramodi
— PMO India (@PMOIndia) September 22, 2017
जल मार्ग के माध्यम से विकास हो, वाटर एम्बुलेंस इसी दिशा में हमारा प्रयास है: PM @narendramodi
— PMO India (@PMOIndia) September 22, 2017
आज देश तेज़ गति से प्रगति कर रहा है। गरीब और मध्यम वर्ग के लोगों के विकास के साथ देश आगे बढ़ रहा है: PM @narendramodi
— PMO India (@PMOIndia) September 22, 2017