Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବାରଣାସୀର ତୁଳସୀ ମାନସ ମନ୍ଦିରରେ ରାମାୟଣ ଆଧାରିତ ଡାକଟିକଟ ଉନ୍ମୋଚନ ବେଳେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


ଆମ ଦେଶରେ ଆଉ ସାରା ଦୁନିଆରେ ଡାକ ଟିକଟର ଏକ ନିଜସ୍ୱ ମହାତ୍ମ୍ୟ ରହିଛି । ଡାକ ଟିକଟ ଗୋଟିଏ ପ୍ରକାରରେ ଇତିହାସକୁ ନିଜ ଭିତରେ ଗୁନ୍ଥି ରଖିଛି । ଆଉ ଡାକ ଟିକଟ ଗୋଟିଏ ପ୍ରକାରରେ ରାଷ୍ଟ୍ରଦୂତର କାମ ମଧ୍ୟ କରୁଛି । ଦୁନିଆର ଯେ କୌଣସି ଦେଶକୁ ଯଦି ଆମର ଡାକଟିକଟ ଯାଏ ଆଉ ତା’ଉପରେ ଯେଉଁ ମୋହର ଥାଏ, ବିଶ୍ୱରେ ବହୁତ ଲୋକ ଥାଆନ୍ତି ଏହାକୁ ସଂଗୃହିତ କରି ରଖନ୍ତି । ଆଉ କେବେ କେବେ ଡାକ ଟିକଟ ସଂଗ୍ରହରୁ ଜଣା ପଡ଼ିଥାଏ କି ସେହି ଦେଶରେ କେଉଁ ପ୍ରକାରର ପରିବର୍ତ୍ତନ ଆସିଥିବ । ଅର୍ଥାତ ଗୋଟିଏ ପ୍ରକାରରେ ତାହା ପରିଚାୟକ ହୋଇଥାଏ । ଭାରତର ଡାକ ବିଭାଗ ମଧ୍ୟ କ୍ରମାଗତ ଭାବେ ଏହି ପ୍ରକାରର ଯୋଗଦାନ ଦେଇ ଆସିଛି ।

ଆଜି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜୀବନ ସମ୍ବନ୍ଧିତ ଗୋଟିଏ ଡାକଟିକଟର ଉନ୍ମୋଚନ ହେଉଅଛି । ଏବେ ଏହାକୁ ମୁଁ ଦିଲ୍ଲୀରେ ବିଜ୍ଞାନ ଭବନରୁ କରି ପାରିଥାଆନ୍ତି । ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ କରି ପାରିଥାଆନ୍ତି । କିନ୍ତୁ ମନକୁ ଭାବନା ଆସିଲା ଯେ ନବରାତ୍ର-ନବରାତ୍ରୀର ପବିତ୍ର ପର୍ବ ଆଉ ଶ୍ରୀରାମଙ୍କ ଜୀବନରେ ନବରାତ୍ରୀ ଆଉ ବିଜୟା ଦଶମୀର ବିଶେଷ ମହତ୍ୱ ରହିଛି ଆଉ ଯେଉଁଠାରେ ଆଜି ମଧ୍ୟ ତୁଳସୀଦାସଙ୍କ ଶ୍ରୁତିଗୁଡ଼ିକ ଜୀବନ୍ତ ହୋଇ ରହିଛି । ଏଭଳି ମାନସ ମନ୍ଦିର ଠାରୁ ଅନ୍ୟ କୌଣସି ବଡ଼ ସ୍ଥାନ ହୋଇ ନ ପାରେ ଏହି ଡାକଟିକଟର ଲୋକାର୍ପଣ ପାଇଁ । ମୋତେ ପୁଣି କାଶୀ ଆସିବାର ଥିଲା, ମୁଁ ଡାକ ବିଭାଗ ସହିତ ଆଲୋଚନା କରି ସ୍ଥିର କଲି । ଶ୍ରୀରାମଙ୍କ ଟିକଟ ତ ବହୁତ ବାହାରିଛି । କିନ୍ତୁ ଏହା ହେଉଛି ଏଭଳି ପ୍ରଥମ ଟିକଟ ସଂଗ୍ରହ ଯେଉଁଥିରେ ପ୍ରଭୁ ରାମଚନ୍ଦ୍ରଙ୍କ ଜୀବନର ଅନେକ ଘଟଣାକୁ ଅଲଗା-ଅଲଗା ଟିକଟ ମାଧ୍ୟମରେ ଷ୍ଟାମ୍ପ୍ ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି । ଏହା ହେଉଛି ଗୋଟିଏ ଟିକଟ, ଲାଗୁଛି କିନ୍ତୁ ସେଥିରେ ଅନେକ ଟିକଟର ସଂଗ୍ରହ ରହିଛି । ତ ଗୋଟିଏ ପ୍ରକାରରେ ପ୍ରଭୁ ଶ୍ରୀରାମଙ୍କ ଜୀବନ ଉପରେ ଏହି ପ୍ରକାରର ଟିକଟ କେବେ ହେଲେ ମଧ୍ୟ ପ୍ରକାଶନ ହୋଇ ନାହିଁ । ଆଜି ପ୍ରଥମ ଥର ଏହି ପ୍ରକାରର ହେଉଅଛି । ମୁଁ ଖୁସି ଯେ ଏହି ମାନସର ପବିତ୍ର ମାଟିରୁ ଏହି କାର୍ଯ୍ୟକୁ କରିବାର ସୁଯୋଗ ମିଳିଛି । ଆଉ ପ୍ରଭୁ ରାମଚନ୍ଦ୍ରଙ୍କ ଜୀବନ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ହେଉଛି ପ୍ରେରଣା ।

ଯଦି ଆମେ ମହାତ୍ମା ଗାନ୍ଧୀଙ୍କୁ ସ୍ମରଣ କରିବା ତ ବାଲ୍ୟକାଳରୁ ହିଁ ପ୍ରଭୁ ଶ୍ରୀରାମ ତାଙ୍କ ଜୀବନର ଏକ ମନ୍ତ୍ର ହୋଇ ଯାଇଥିଲେ, ଏଭଳି ମହାପୁରୁଷ, ଏଭଳି ଚେତନା ପୁରୁଷ ଆଜିର ସମାଜ ବ୍ୟବସ୍ଥା ପାଇଁ ତାଙ୍କର ପ୍ରତ୍ୟେକ ଜୀବନର ପ୍ରତ୍ୟେକଟି ଦୃଷ୍ଟିଭଙ୍ଗୀ ବେଶ ଉପକାରକ, ଏହା ଆମ ସମସ୍ତଙ୍କୁ ପ୍ରେରଣା ଦେଇଥାଏ । ମୁଁ ପ୍ରଭୁ ରାମଚନ୍ଦ୍ରଙ୍କ ପଦାରବିନ୍ଦରେ ପ୍ରଣାମ କରି ଭାରତ ସରକାରଙ୍କ ତରଫରୁ ଏହି ଡାକ ଟିକଟ ଆଜି ଦେଶ ପାଇଁ ନବରାତ୍ରୀର ପବିତ୍ର ଅବସରରେ ଉପହାର ଦିଆଯାଉଛି । ମୁଁ ମୋର ଖୁସି ବ୍ୟକ୍ତ କରୁଛି ଆଉ ଏଠାକୁ ଆସିଥିବାରୁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି ।