Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବାରଣାସୀ ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମର ଶୁଭାରମ୍ଭ,

ବାରଣାସୀ ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମର ଶୁଭାରମ୍ଭ,


ଦୀପାବଳି ଶୁଭେଚ୍ଛା ବାର୍ତ୍ତା ଯବାନମାନଙ୍କୁ ପଠାଇବା ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହିସବୁ ଯୋଜନାଗୁଡ଼ିକ ମଧ୍ୟରେ ବାରଣାସୀ ବିଦ୍ୟୁତ ସବ୍-ଷ୍ଟେସନର ୭୬୫/୪୦୦ କେଭି ଜିଆଇଏସ ଲୋକାର୍ପଣ, ବାରଣାସୀ ନଗର ଗ୍ୟାସ ବିତରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ବାରଣାସୀ ପୋଷ୍ଟାଲ୍ କ୍ଷେତ୍ରର ଶୁଭାରମ୍ଭ, ଡ଼ିଜେଲ୍ ଲୋକୋମୋଟିଭ୍ ୱାର୍କସ୍ (ପ୍ରଥମ ପର୍ଯ୍ୟାୟ) ସଂପ୍ରସାରଣ ପ୍ରକଳ୍ପର ଶୁଭାରମ୍ଭ, ଆହ୍ଲାବାଦ-ବାରଣାସୀ ମଧ୍ୟରେ ଦ୍ଵିତୀୟ ରେଳ ଲାଇନ୍ ନିର୍ମାଣ ଓ ବିଦ୍ୟୁତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ରାଜାତଲାବ ରେଳ ଷ୍ଟେସନ୍ ନିକଟରେ ନଷ୍ଟଶୀଳ ସାମଗ୍ରୀ ପଣ୍ୟ (Perishable Cargo) କେନ୍ଦ୍ର ସ୍ଥାପନ ଆଦି କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସୁକନ୍ୟା ସମୃଦ୍ଧି ଯୋଜନାର କେତେକ ହିତାଧିକାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଏବଂ ଉଜ୍ଜଳା ଯୋଜନାର ହିତାଧିକାରୀମାନଙ୍କୁ ଏଲପିଜି ସଂଯୋଗ ବଣ୍ଟନ କରିଥିଲେ। ବାରଣାସୀ ନଗରୀ ଉପରେ ଜାରି କରାଯାଇଥିବା ଏକ ସ୍ମାରକୀ ଡ଼ାକଟିକଟକୁ ମଧ୍ୟ ପ୍ରଧାନମନ୍ତ୍ରୀ ଏହି ଅବସରରେ ଉନ୍ମୋଚନ କରିଥିଲେ।

ବାରଣାସୀ ଗସ୍ତ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଆଗାମୀ ଦୀପାବଳି ଅବସରରେ ଦେଶର ଜନସାଧାରଣଙ୍କ ଶୁଭେଚ୍ଛା ବାର୍ତ୍ତା ସୀମାରେ ମୁତୟନ ହୋଇଥିବା ବୀର ଯବାନମାନଙ୍କ ନିକଟରେ ପହଂଚିବା ଆବଶ୍ୟକ। କେନ୍ଦ୍ର ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଲୋକକଲ୍ୟାଣମୂଳକ ଯୋଜନାଗୁଡ଼ିକ ଯେପରି ନିର୍ଦ୍ଧାରିତ ସମୟସୀମା ଭିତରେ ସଂପୂର୍ଣ୍ଣ ହୋଇପାରିବ ସେଥିପାଇଁ ସରକାର ବଦ୍ଧପରିକର। ତେଣୁ କେବଳ ଏଭଳି ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନା ନୁହେଁ, ସେଗୁଡ଼ିକ ଯେଭଳି ନିର୍ଦ୍ଧାରିତ ସମୟରେ ଶୁଭାରମ୍ଭ କରାଯାଏ ଏହା ଉପରେ ସରକାର ଗୁରୁତ୍ଵ ଆରୋପ କରନ୍ତି। ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଗୁଡ଼ିକର ଯେପରି ସଫଳ ଭାବେ ରୂପାୟନ ହୁଏ ଏବଂ ସେଥିରୁ ଦେଶର ଜନସାଧାରଣ ବାସ୍ତବ ସୁଫଳ ପାଇପାରନ୍ତି ତାହା ସୁନିଶ୍ଚିତ କରିବା ତାଙ୍କ ସରକାରଙ୍କ ମୂଳ ଉଦ୍ଦେଶ୍ୟ। ତେଣୁ ସଦା ସର୍ବଦା ପରିବେଶଅନୁକୂଳ ଉଦ୍ୟମ ଆରମ୍ଭ କରାଯିବା ଉପରେ ଶ୍ରୀ ମୋଦୀ ଗୁରୁତ୍ଵ ଆରୋପ କରିଥିଲେ। ଭାରତୀୟ ରେଳବାଇ ଏହିଭଳି ପଦକ୍ଷେପ ଗ୍ରହଣ କରୁଛି ବୋଲି ସେ ସୂଚାଇଥିଲେ। ଏହା ଭାରତର ବିକାଶର ଇଂଜିନ୍ ଭାବେ ମୁଣ୍ଡ ଟେକିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।