Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବାରଣାସୀ ସଂସଦୀୟ କ୍ଷେତ୍ରର ଗ୍ରାମ ପ୍ରଧାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ

ବାରଣାସୀ ସଂସଦୀୟ କ୍ଷେତ୍ରର ଗ୍ରାମ ପ୍ରଧାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (10.08.2016) ବାରଣାସୀ ସଂସଦୀୟ କ୍ଷେତ୍ରରୁ ଆସିଥିବା ଗ୍ରାମ ପ୍ରଧାନମାନଙ୍କୁ ନୂଆଦିଲ୍ଲୀସ୍ଥିତ ନିଜ ବାସଭବନରେ ସ୍ଵାଗତ କରିଛନ୍ତି । ବାରଣାସୀ ସଂସଦୀୟ କ୍ଷେତ୍ରରୁ ଆସି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାରେ ଏହା ଥିଲା ତୃତୀୟ ଦଳ ।

ପ୍ରଧାନମନ୍ତ୍ରୀ ମତ ବିନିମୟ କାଳରେ ଗ୍ରାମ ପ୍ରଧାନମାନଙ୍କୁ ନିଜ ନିଜ ଗ୍ରାମର ଲୋକଙ୍କୁ କେନ୍ଦ୍ର ସରକାରଙ୍କ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ସମ୍ପର୍କରେ ଅଧିକ ସଚେତନ କରାଇବା ପାଇଁ ଉତ୍ସାହିତ କରିଥିଲେ ।