ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀ ସଂସଦୀୟ କ୍ଷେତ୍ରର ଗ୍ରାମ ପ୍ରଧାନମାନଙ୍କୁ ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଭେଟି ସ୍ୱାଗତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାରେ ଏହା ହେଉଛି ବାରଣାସୀର ଗ୍ରାମ ପ୍ରଧାନମାନଙ୍କ ଦ୍ୱିତୀୟ ପ୍ରତିନିଧିମଣ୍ଡଳୀ ।
ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ କନ୍ୟା ସନ୍ତାନମାନଙ୍କୁ ଶିକ୍ଷିତ କରାଇବା ପାଇଁ ଗ୍ରାମ ପ୍ରଧାନମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରତ୍ୟେକ ଗାଁରେ ସ୍ୱଚ୍ଛତା ରକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ ପୁଅ ଓ ଝିଅଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ । ବିକାଶ ପଥରେ ଏକ ପ୍ରମୁଖ ଉପାଦାନ ହେଉଛି ସ୍ୱଚ୍ଛତା । ଏଣୁ ପ୍ରତ୍ୟେକ ଗାଁର ପରିଷ୍କାର ପରିଚ୍ଛନ୍ନତା ଉପରେ ପ୍ରାଥମିକତା ଦେବାକୁ ପ୍ରଧାନମନ୍ତ୍ରୀ ଗ୍ରାମ ପ୍ରଧାନମାନଙ୍କୁ ପରାମର୍ଶ ଦେଇଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗ୍ରାମ ପ୍ରଧାନମାନେ ନିଜ ନିଜର କାର୍ଯ୍ୟକାଳ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ କଲ୍ୟାଣ କାର୍ଯ୍ୟକ୍ରମକୁ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟକାରୀ କରିବା ଉଚିତ। ଯଦ୍ୱାରା ସେମାନେ ବିକାଶ କ୍ଷେତ୍ରରେ ଏକ ସ୍ମରଣୀୟ କାର୍ଯ୍ୟର ଛାପ ଛାଡି ଯାଇପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
Today again, met a group of village Pradhans from Varanasi. We had a very invigorating & comprehensive interaction. https://t.co/2vt3tDxg94
— Narendra Modi (@narendramodi) August 9, 2016