ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (11.08.2016) ବାରଣାସୀ ସଂସଦୀୟ କ୍ଷେତ୍ରର ଗ୍ରାମ ପ୍ରଧାନମାନଙ୍କୁ ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଭେଟି ସ୍ଵାଗତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାରେ ଏହା ହେଉଛି ବାରଣାସୀର ଚତୁର୍ଥ ପ୍ରତିନିଧିମଣ୍ଡଳୀ ।
ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଏବଂ ମଧ୍ୟାହ୍ନ ଭୋଜନର ମାନକୁ ନିରୀକ୍ଷଣ କରିବା ପାଇଁ ଗ୍ରାମ ପ୍ରଧାନମାନଙ୍କୁ ଉତ୍ସାହିତ କରିଥିଲେ । ନିଜ ନିଜ ଗ୍ରାମରେ ସ୍ଵଚ୍ଛତା ରକ୍ଷା ଉପରେ ଗୁରୁତ୍ଵ ଦେବାକୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ସଚେତନ କରାଇଥିଲେ ।
ପୁଅ ଝିଅ ମଧ୍ୟରେ ଥିବା ପ୍ରଭେଦ ଦୂରକରିବା ଦିଗରେ ଅଧିକ ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥିଲେ ।