Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବାରଣାସୀ ସଂସଦୀୟ କ୍ଷେତ୍ରର ଗ୍ରାମ ପ୍ରଧାନମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଆଜି ବାରଣାସୀ ସଂସଦୀୟ କ୍ଷେତ୍ରରୁ ଆସିଥିବା ଗ୍ରାମ ପ୍ରଧାନମାନଙ୍କୁ ସ୍ୱାଗତ ଜଣାଇଥିଲେ ।

ସେମାନଙ୍କ ସହିତ ଆଲୋଚନା ବେଳେ ସଂପୂର୍ଣ୍ଣ ଟୀକାକରଣ, ସ୍କୁଲ ଯାଉନଥିବା ପିଲାଙ୍କ ସଂଖ୍ୟାକୁ ଶୂନ ସ୍ତରରେ ପହଂଚାଇବା ଏବଂ ନିଜ ନିଜ ଗ୍ରାମରେ ସ୍ୱଚ୍ଛତା ରକ୍ଷା ଦିଗରେ ଅଧିକ ଧ୍ୟାନ ଦେବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ପ୍ରଧାନମାନଙ୍କୁ ଉତ୍ସାହିତ କରିଥିଲେ ।

ପ୍ରଧାନମନ୍ତ୍ରୀ ଗ୍ରାମ ପ୍ରଧାନମାନଙ୍କୁ କନ୍ୟା ଏବଂ ପୁତ୍ର ସନ୍ତାନ ମଧ୍ୟରେ କୌଣସି ପ୍ରକାର ଭେଦଭାବ ନ ରଖିବା ପାଇଁ ଅନୁରୋଧ କରିଥିଲେ । ପ୍ରଧାନମାନେ କନ୍ୟା ସନ୍ତାନ ଜନ୍ମ ହେଲେ ସେହି ଖୁସିରେ ବୃକ୍ଷ ରୋପଣ କରି ଉତ୍ସବ ପାଳନ କରିବେ ବୋଲି ଆଗ୍ରହ ପ୍ରକାଶ କରିଥିଲେ ।

ଗ୍ରାମ ପ୍ରଧାନମାନେ ନିଜ ନିଜ ଘରକୁ ଫେରିବା ପରେ ସଂସଦ ଏବଂ ରାଜଧାନୀ ପରିଦର୍ଶନ ବିଷୟରେ ସେମାନଙ୍କର ଅନୁଭୂତି ସମସ୍ତଙ୍କ ସହିତ ବାଣ୍ଟିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।