Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବାରାଣସୀରେ ଜାତୀୟ ମହିଳା ଜୀବିକା ସମ୍ମିଳନୀ-2019ରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ବାରାଣସୀରେ ଜାତୀୟ ମହିଳା ଜୀବିକା ସମ୍ମିଳନୀ-2019ରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ବାରାଣସୀରେ ଜାତୀୟ ମହିଳା ଜୀବିକା ସମ୍ମିଳନୀ-2019ରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ବାରାଣସୀରେ ଜାତୀୟ ମହିଳା ଜୀବିକା ସମ୍ମିଳନୀ-2019ରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଉତ୍ତର ପ୍ରଦେଶର ବାରାଣାସୀସ୍ଥିତ ଦୀନଦୟାଲ ହସ୍ତକଳା ସଂକୁଳଠାରେ ଆୟୋଜିତ ଜାତୀୟ ମହିଳା ଜୀବିକା ସମ୍ମିଳନୀ-2019ରେ ଯୋଗ ଦେଇଥିଲେ ।

ଉତ୍ତର ପ୍ରଦେଶ ଗ୍ରାମୀଣ ଜୀବିକା ମିଶନର ସହାୟତାରେ ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକ ଦ୍ୱାରା ଉତ୍ପାଦିତ ଉତ୍ପାଦ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ବୁଲି ଦେଖିଥିଲେ । ସେ ମହିଳା ହିତାଧିକାରୀମାନଙ୍କୁ ବୈଦ୍ୟୁତିକ ଚକ, ସୌର ଚରଖା ଏବଂ ମହୁମାଛି ପାଳନରେ ବ୍ୟବହୃତ ଉପକରଣ ବଂଟନ କରିବା ସହିତ 5ଟି ମହିଳା ସ୍ୱୟଂସହାୟିକ ଗୋଷ୍ଠୀକୁ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା, ଏନଆରଏଲଏମ-ଉତ୍ତର ପ୍ରଦେଶର ସହାୟତାକ୍ରମେ ସଂଖ୍ୟାଧିକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଭାରତ କେ ବୀରପାଣ୍ଠିକୁ ସେମାନଙ୍କ ଯୋଗଦାନ ସ୍ୱରୂପ 21 ଲକ୍ଷ ଟଙ୍କାର ଚେକ ବଂଟନ କରିଥିଲେ ।

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମସ୍ତ ମହିଳାମାନଙ୍କ ପ୍ରତି ସମ୍ମାନ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂତନ ଭାରତ ନିର୍ମାଣରେ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।  ସାରା ଦେଶର 75,000 ସ୍ଥାନରୁ 65 ଲକ୍ଷରୁ ଅଧିକ ମହିଳା ଭିଡିଓ କନଫରେନ୍ସ ଜରିଆରେ ସମ୍ମିଳନୀରେ ଭାଗ ନେଇଥିବା କାରଣରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ ବାରାଣାସୀ ମହିଳା ସଶକ୍ତିକରଣର ଏକ ଉକ୍ରୃଷ୍ଟ ଉଦାହରଣ ।

ଶ୍ରୀ ମୋଦୀ କହିଥିଲେ ଯେ ତାଙ୍କ ସରକାର ମହିଳା ସଶକ୍ତିକରଣ ଲାଗି ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ । ସେ ଏ ସନ୍ଦର୍ଭରେ ମହିଳା ଏବଂ ବାଳିକାମାନଙ୍କ କଲ୍ୟାଣ ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ବିଭିନ୍ନ ଯୋଜନା ବିଷୟରେ ଉଲ୍ଲେଖ କରିଥିଳେ । ଏଗୁଡ଼ିକ ମଧ୍ୟରେ ସେ ସ୍ୱାସ୍ଥ୍ୟ, ପୁଷ୍ଟିକର ଆହର, ସ୍ୱଚ୍ଛ, ଶିକ୍ଷା, ଦକ୍ଷତା ବିକାଶ, ଆତ୍ମନିଯୁକ୍ତି, ନୂଆ ରୋଷେଇ ଗ୍ୟାସ ସଂଯୋଗ ଏବଂ ମହିଳାମାନଙ୍କ ସୁରକ୍ଷା ସୁନିଶ୍ଚି କରିବା ସହ ଜଡ଼ି ଉପାୟ ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ ସରକାରଙ୍କ ଦ୍ୱାରା ମହିଳାମାନଙ୍କ ପାଇଁ 6 ମାସର ମାତୃତ୍ୱ ଅବକାଶ ବ୍ୟବସ୍ଥା ବିଶ୍ୱରେ ଏହି ଧରଣର ଏକ ସବୁଠୁ ଚମକ୍ରାର ବ୍ୟବସ୍ଥା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାରେ ମହିଳାମାନଙ୍କୁ ପ୍ରାଥମିକତା ଦିଆଯାଇଛି । ସେ କହିଥିଲେ ଯେ ମୁଦ୍ରା ଋଣ ଯୋଜନା ଅନ୍ତର୍ଗତ ଏବେ ଦିଆଯାଇଥିବା 15 କୋଟି ଋଣ ମଧ୍ୟରୁ 11 କୋଟି ଟଙ୍କାର ଋଣ ମହିଳାମାନଙ୍କୁ ଦିଆଯାଇଛି ।

ଦେଶରେ ସ୍ୱୟଂ ସହାୟିକା ଗୋଷ୍ଠୀର ଉଲ୍ଲେଖନୀୟ କାର୍ଯ୍ୟକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କେବଳ ଏପରି ଗୋଷ୍ଠୀଗତ ଭାବେ କାମ କରୁଥିବା ଲୋକମାନଙ୍କ ପରିବାରକୁ ଲାଭ ମିଳିପାରିନାହିଁ, ବରଂ ଏହାଦ୍ୱାରା ଦେଶର ବିକାଶରେ ମଧ୍ୟ ସହାୟତା ମିଳିଛି । ସେ କହିଥିଲେ ଯେ ସରକାର ବ୍ୟାଙ୍କ ଏବଂ ଅନ୍ୟ ଆର୍ଥିକ ସଂସ୍ଥାନଗୁଡ଼ଇକର ସହାୟତାରେ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଋଣ ଉପଲବ୍ଧ କରାଇ ସେମାନଙ୍କୁ ନୂତନ ଶକ୍ତି ପ୍ରଦାନ କରୁଛି । ଶ୍ରୀ ମୋଦୀ କହିଥିଲେ ଯେ ବର୍ତ୍ତମାନ ସମୟରେ ଦେଶରେ ପାଖାପାଖି 50 ଲକ୍ଷ ସ୍ୱୟଂସହାୟିକା ଗୋଷ୍ଠୀ ରହିଛନ୍ତି ଏଥିରେ 6 କୋଟି ମହିଳା କାମ କରୁଛନ୍ତି । ସେ କହିଥିଲେ ଯେ ସରକାର ଚାହୁଁଛନ୍ତି ଯେ ପ୍ରତ୍ୟେକ ପରିବାରରେ ସର୍ବନିମ୍ନ ଜଣେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀରେ ସାମିଲ ହୁଅନ୍ତୁ ।

ପ୍ରଧାନମନ୍ତ୍ରୀ ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ନୂଆ କରି ଦେଖାଇବା ଏବଂ ନିଜ ବଜାର ବିଷୟରେ ଭଲ ଭାବେ ବୁଝିବା ତଥା ନୂଆ କ୍ଷେତ୍ରରେ ରହିଥିବା ସୁଯୋଗ ସନ୍ଧାନ କରିବା ପାଇଁ ଆହ୍ୱାନ କରିଥିଲେ । ସେ କହିଥିଲେ ଯେ ସରକାରଙ୍କୁ ନିଜ ଉତ୍ପାଦ ବିକ୍ରି କରିବା ଲାଗି ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକ ଜିଇଏମ ପୋର୍ଟାଲ ବ୍ୟବହାର କରିବା ଆବଶ୍ୟକ ।

ଶ୍ରୀ ମୋଦୀ ମହିଳାମାନଙ୍କୁ କହିଥିଲେ ଯେ ସେମାନେ ନିକଟରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଶ୍ରମ ମାନ ଧନ ଯୋଜନାର ଲାଭ ଉଠାନ୍ତୁ, କାରଣ ଏହା ଜରିଆରେ ବୃଦ୍ଧାବସ୍ଥାରେ ଆର୍ଥିକ ସୁରକ୍ଷାର ବ୍ୟବସ୍ଥା କରାଯାଇଛି । ସେ ଏହି ଅବସରରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଓ ଆୟୁଷ୍ମାନ ଭାରତ ଯୋଜନାର ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ସଦସ୍ୟମାନଙ୍କ ସହିତ ମତବିନିମୟ ମଧ୍ୟ କରିଥିଲେ ।

 

**********