Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବାରାଣସୀରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଆଧାରଶିଳା ରଖିଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରାଣସୀରେ 900 କୋଟି ଟଙ୍କାରୁ ଉର୍ଦ୍ଧ୍ଵ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦଘାଟନ କରିବା ସହ ଆଧାରଶିଳା ସ୍ଥାପନ କରିଥିଲେ । ଉଦଘାଟିତ ହୋଇଥିବା ଏହି ପ୍ରକଳ୍ପମାନଙ୍କ ମଧ୍ୟରେ ରହିଛି ବାରାଣସୀ ସହର ଗ୍ୟାସ ପରିବଂଟନ ପ୍ରକଳ୍ପ ଓ ବାରାଣସୀ- ବାଲିଆ ମେମୁ (MEMU)ଟ୍ରେନ । ପଂଚକୋଷୀ ପରିକ୍ରମା ମାର୍ଗ ଏବଂ ସ୍ମାର୍ଟ ସିଟି ମିଶନ ଓ ନମାମୀ ଗଙ୍ଗେ ଅଧୀନରେ ବିଭିନ୍ନ ପ୍ରକଳ୍ପ ପାଇଁ ଆଧାରଶିଳା ସ୍ଥାପନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ ବାରାଣସୀଠାରେ ଆନ୍ତର୍ଜାତିକ ସମ୍ମେଳନ କେନ୍ଦ୍ରର ଆଧାରଶିଳା ସ୍ଥାପନ କରିଥିଲେ ।

ଏହି ଅବସରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ 20 ବର୍ଷରୁ କମ ବିଶ୍ୱ ଆଥଲେଟିକ ଚାମ୍ପିଅନସିପର 400 ମିଟର ବର୍ଗରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିବା ଯୁବ ଆଥଲେଟ ହିମା ଦାସଙ୍କୁ ଶୁଭକାମନା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ 4 ବର୍ଷ ଧରି କାଶୀ ସହରର ପୂରାତନ ସ୍ଥିତିକୁ ବଜାୟ ରଖାଯାଇ ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁସାରେ ବିକଶିତ କରାଯିବା ନେଇ ପ୍ରୟାସ କରାଯାଉଛି । ସେ କହିଲେ ଯେ ଏକ ନୂତନ ଭାରତ ପାଇଁ ଆଧ୍ୟାତ୍ମିକତା ଏବଂ ଅତ୍ୟାଧୁନିକତାର ମିଶ୍ରିତ ପ୍ରଲେପରେ ଏକ ନୂତନ ବନାରସକୁ ବିକଶିତ କରାଯାଉଛି ।

ସେ କହିଲେ ଯେ ନୂତନ ବନାରସର ଏକ ଝଲକ ଏବେ ଚାରିଆଡେ ଦୃଶ୍ୟମାନ ହେଉଛି । ସେ କହିଲେ ଯେ ଗତ 4 ବର୍ଷ ଧରି ବନାରସରେ ଆଖିଦୃଶିଆ ପୁଞ୍ଜିନିବେଶ କରାଯାଇଛି । ସେ କହିଲେ ଯେ ଆଜି ପାଖାପାଖି 1000 କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଏବଂ ଆଧାରଶିଳା ସ୍ଥାପନ କରାଯାଇଛି, ଯେଉଁଗୁଡ଼ିକ କି ସମ୍ପ୍ରତି କାର୍ଯ୍ୟକାରୀ କରାଯାଉଥିବା ପଦକ୍ଷେପର ଅଂଶବିଶେଷ ।

ପ୍ରଧାନମନ୍ତ୍ରୀ ପରିବହନ ମାଧ୍ୟମରେ ରୂପାନ୍ତରଣକୁ ନେଇ ତାଙ୍କ ଅନ୍ତର୍ଦୃଷ୍ଟି ସମ୍ବନ୍ଧରେ ବ୍ୟାପକ ଭାବେ ବର୍ଣ୍ଣନା କରିଥିଲେ ଏବଂ କହିଥିଲେ ଯେ ଆଜି ଆଜମଗଡଠାରେ ପୂର୍ବାଂଚଳ ଏକ୍ସପ୍ରେସୱେର ଯେଉଁ ଆଧାରଶିଳା ସ୍ଥାପନ କରାଯାଇଛି ତାହା ହେଉଛି ଏହି କାର୍ଯ୍ୟକ୍ରମର ଅଂଶବିଶେଷ ।

ପ୍ରଧାନମନ୍ତ୍ରୀ କହିଲେ ଯେ ବାରାଣସୀ ଏହି ଅଂଚଳରେ ଏକ ଚିକିତ୍ସା ବିଜ୍ଞାନ କେନ୍ଦ୍ର ଭାବେ ବିକଶିତ ହେଉଛି । ସେ କହିଲେ ଯେ ଏକ ବିଶ୍ୱ ବିଖ୍ୟାତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ବିକଶିତ କରିବା ପାଇଁ ବିଏଚୟୁ ଏବଂ ଏମ୍ସ ସହିତ ମିଶି କାର୍ଯ୍ୟ କରିବ । ବାରାଣସୀ ଏବଂ ଏହାର ଆଖପାଖ ଅଂଚଳରେ ଯୋଗାଯୋଗ ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ପ୍ରଧାନମନ୍ତ୍ରୀ ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ଆଲୋକପାତ କରିଥିଲେ । ସେ କହିଲେ ଯେ କାଶୀ ଏକ ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତିକ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ ହେଉଛି । ଏ ପ୍ରସଙ୍ଗରେ ସେ ଆନ୍ତର୍ଜାତିକ ସମ୍ମେଳନ କେନ୍ଦ୍ର ସମ୍ବନ୍ଧରେ ପ୍ରକାଶ କରିଥିଲେ, ଯାହାର ଆଧାରଶିଳା ଆଜି ସ୍ଥାପନ କରାଯାଇଥିଲା । ବାରାଣସୀର ଜନସାଧାରଣଙ୍କ ପାଇଁ ଜାପାନର ଏହି ଉପହାର ଲାଗି ସେ ଜାପାନର ପ୍ରଧାନମନ୍ତ୍ରୀ ଶ୍ରୀ ସିଞ୍ଜୋ ଆବେଙ୍କୁ ଧନ୍ୟବାଦ ଦେଇଥିଲେ । ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ପର୍ଯ୍ୟଟନ ପାଇଁ ଉତ୍ତରପ୍ରଦେଶ ଜନସାଧାରଣ ଓ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ ।

ଗତ 4 ବର୍ଷ ମଧ୍ୟରେ ବାରାଣସୀରେ ରାସ୍ତାଘାଟ ତଥା ଅନ୍ୟାନ୍ୟ ଭିତ୍ତିଭୂମି ଅତ୍ୟନ୍ତ ଖରାପ ସ୍ଥିତିରେ ରହିଥିବାର ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ । ସେ କହିଲେ ଯେ ସହରର ବର୍ଜ୍ୟବସ୍ତୁ ଅବାଧରେ ଗଙ୍ଗା ନଦୀକୁ ବହିଯାଉଛି । ପ୍ରଧାନମନ୍ତ୍ରୀ କହିଲେ ଯେ ଏବେ ଗଙ୍ଗାକୁ ଗଙ୍ଗୋତ୍ରୀଠାରୁ ସମୁଦ୍ର ପର୍ଯ୍ୟନ୍ତ ସଫା କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ଜଳପ୍ରପାତ ପ୍ରକ୍ରିୟାର ବିଭିନ୍ନ ପ୍ରକଳ୍ପ ସମ୍ବନ୍ଧରେ ସେ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ଏ ସବୁ ପଦକ୍ଷେପର ଫଳ ଭବିଷ୍ୟତରେ ଦୃଶ୍ୟମାନ ହେବ । ସେ ଦୃଢ଼ତାର ସହ ପ୍ରକାଶ କରିଥିଲେ ଯେ ଏକ ସମନ୍ୱିତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ରର କାର୍ଯ୍ୟ ଏବେ ଜୋରସୋରରେ ଚାଲିଛି, ଯାହାକି ବାରାଣସୀକୁ ଏକ ସ୍ମାର୍ଟସିଟିରେ ପରିଣତ କରିବ । ସେ କହିଲେ ଯେ ସହରରେ ଭିତ୍ତିଭୂମିର ଉନ୍ନତି ପାଇଁ ସ୍ମାର୍ଟ ସିଟି ପଦକ୍ଷେପ କେବଳ ଏକ ମିଶନ ନୁହେଁ, ବରଂ ଭାରତକୁ ଏକ ନୂତନ ପରିଚୟ ପ୍ରଦାନ କରିବା ପାଇଁ ଏକ ମିଶନ । ଉତ୍ତରପ୍ରଦେଶ ସରକାର ନୂଆ ଶିଳ୍ପ ନୀତି ଓ ପୁଞ୍ଜିନିବେଶ ଦିଗରେ ଅନୁକୂଳ ପରିବେଶ ସୃଷ୍ଟି ପାଇଁ ସଫଳ ପ୍ରୟାସ କରୁଥିବାରୁ ସେ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ଏହାର ଫଳାଫଳ ମିଳିବାକୁ ଆରମ୍ଭ ହେଲାଣି । ସେ ଏଇ ନିକଟରେ ନୋଏଡାରେ ଉଦଘାଟିତ ହୋଇଥିବା ସାମସଙ୍ଗର ମୋବାଇଲ ନିର୍ମାଣକାରୀ ୟୁନିଟ ସମ୍ବନ୍ଧରେ ପ୍ରକାଶ କରିଥିଲେ । ସେ କହିଲେ ଯେ ମୋବାଇଲ ନିର୍ମାଣକାରୀ ୟୁନିଟଗୁଡ଼ିକ ଲକ୍ଷ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛନ୍ତି ।
ସହର ଗ୍ୟାସ ପରିବଂଟନ ପ୍ରକଳ୍ପ ସମ୍ବନ୍ଧରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ଯେ ବାରାଣସୀରେ ଏପର୍ଯ୍ୟନ୍ତ ଆଠ ହଜାର ଘରକୁ ପାଇପ ଯୋଗେ ରନ୍ଧନ ଗ୍ୟାସ ସଂଯୋଗ ପ୍ରଦାନ କରାଯାଇସାରିଲାଣି । ସେ ମଧ୍ୟ ସହରରେ ସାଧାରଣ ଯୋଗାଯୋଗ ବ୍ୟବସ୍ଥା ପାଇଁ ସିଏନଜିକୁ ଇନ୍ଧନ ଭାବେ ଉପଯୋଗ କରିବା ସମ୍ବନ୍ଧରେ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ ସ୍ମୃତିଚାରଣ କରି କହିଥିଲେ ଯେ ବାରାଣସୀ ସହର ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ କିପରି ଭବ୍ୟ ସ୍ୱାଗତ କରିଥିଲା । ସେ କହିଥିଲେ ଯେ 2019 ଜାନୁଆରୀରେ ପ୍ରବାସୀ ଭାରତୀୟ ଦିବସର ଆୟୋଜନ କରାଯାଉଥିବାରୁ ବାରାଣସୀକୁ ଏହାର ସୁନ୍ଦର ଆତିଥ୍ୟ ପ୍ରଦର୍ଶନ କରିବାର ଆଉ ଏକ ସୁଯୋଗ ଆସୁଛି ।

**********