Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବାରାଣାସୀସ୍ଥିତ ଜାତୀୟ ବିହନ ଗବେଷଣା ଓ ତାଲିମ କେନ୍ଦ୍ରରେ ଏକ ଅନ୍ତର୍ଜାତୀୟ ଧାନ ଗବେଷଣା ସଂସ୍ଥାନ, ଦକ୍ଷିଣ ଏସିଆ ଆଂଚଳିକ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବାରାଣାସୀସ୍ଥିତ ଜାତୀୟ ବିହନ ଗବେଷଣା ଏବଂ ତାଲିମ କେନ୍ଦ୍ର (ଏନ୍ଏସ୍ଆରଟିସି)ରେ ଏକ ଅନ୍ତର୍ଜାତୀୟ ଧାନ ଗବେଷଣା ସଂସ୍ଥାନ (ଆଇଆରଆରଆଇ), ଦକ୍ଷିଣ ଏସିଆ ଆଂଚଳିକ କେନ୍ଦ୍ର (ଆଇସାର୍କ) ପ୍ରତିଷ୍ଠା ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।

ଏହି ପ୍ରସ୍ତାବ ଅଧୀନରେ ବାରଣାସୀଠାରେ ଏକ ଧାନ ମୂଲ୍ୟ ବୃଦ୍ଧି ଉତ୍କର୍ଷ କେନ୍ଦ୍ର (ସେରେଭା) ପ୍ରତିଷ୍ଠା କରାଯିବ । ଶସ୍ୟ ଏବଂ ନଡ଼ାରେ ଥିବା ଭାରୀ ଧାତୁର ସ୍ଥିତି ଏବଂ ଏହାର ମାନ ବିବେଚନା କରିବା ଲାଗି ଏଠାରେ ଏକ ସର୍ବାଧୁନିକ ଗବେଷଣାଗାର ରହିବ । ଧାନ ମୂଲ୍ୟ ଶୃଙ୍ଖଳାରେ ଅଂଶଧାରୀଙ୍କ ଦକ୍ଷତା ବିକାଶ ଲାଗି କେନ୍ଦ୍ର ସରକାର ମଧ୍ୟ ପଦକ୍ଷେପ ନେବେ ।

ଏହି କେନ୍ଦ୍ର ପୂର୍ବ ଭାରତର ପ୍ରଥମ ଅନ୍ତର୍ଜାତୀୟ କେନ୍ଦ୍ର ହେବ ଏବଂ ଏହି କ୍ଷେତ୍ରରେ ଧାନ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଏହା ପୂର୍ବ ଭାରତ ଏବଂ ସମାନ ପରିବେଶ ଥିବା ଦକ୍ଷିଣ ଏସୀୟ ଏବଂ ଆଫ୍ରିକୀୟ ରାଷ୍ଟ୍ରରେ ଶସ୍ୟ ଉତ୍ପାଦନ ଏବଂ ଦକ୍ଷତା ବିକାଶ ଲାଗି ବରଦାନ ଭଳି ସାବ୍ୟସ୍ତ ହେବ ବୋଲି ଅନୁମାନ କରାଯାଉଛି ।

**********