Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ବୈଜ୍ଞାନିକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଦ୍ୱାରା ଦେଶର କ୍ଷେପଣାସ୍ତ୍ର ନିରୋଧୀ ଶକ୍ତିକୁ ଦୃଢ଼ ଭାବେ ପ୍ରଦର୍ଶିତ କରିଥିବା ପ୍ରତିରକ୍ଷା ବୈଜ୍ଞାନିକମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିରୋଧୀ କ୍ଷମତାକୁ ସଫଳତା ପୂର୍ବକ ପ୍ରଦର୍ଶିତ କରିଥିବାରୁ ଆମ ପ୍ରତିରକ୍ଷା ବୈଜ୍ଞାନିକମାନଙ୍କୁ ଅନେକ ଅନେକ ଶୁଭେଚ୍ଛା । ପ୍ରତିରକ୍ଷା ବୈଜ୍ଞାନିକମାନଙ୍କ ଏହି ଉପଲବ୍ଧି ଯୋଗୁ ଭାରତ ଏଭଳି ପ୍ରତିରକ୍ଷା କ୍ଷମତା ଥିବା ବିଶ୍ୱର ହାତଗଣତି ୫ଟି ରାଷ୍ଟ୍ର ସହ ସମକକ୍ଷ ହୋଇପାରିଛି । ଏହା ସାରା ଦେଶ ପାଇଁ ଗୌରବର ମୁହୂର୍ତ୍ତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********