Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଏସଏନଏଲ ଟାୱାର ନେଟୱାର୍କର ସୂଚାରୁ ପରିଚାଳନା ଏବଂ ବ୍ୟବସାୟୀକ ଲାଭ ପାଇଁ ପୃଥକ ସଂସ୍ଥା ଗଠନ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ


ଭାରତ ସଂଚାର ନିଗମ ଲିମିଟେଡ(ବିଏସଏନଏଲ) ଅଧିନରେ ରହିଛି ଦେଶର ସର୍ବବୃହତ ମୋବାଇଲ ଟାୱାର ନେଟୱାର୍କ । ତେବେ ଏହି ଟାୱାରଗୁଡିକୁ ବ୍ୟାବସାୟୀକ ଦୃଷ୍ଟିରୁ ଲାଭଦାୟକ କରିବା ଲାଗି କେନ୍ଦ୍ର ସରକାର ଏକ ଅଭିନବ ପନ୍ଥା ଗ୍ରହଣ କରୁଛନ୍ତି । ବିଏସଏନଏଲର ସବୁ ଟାୱାରକୁ ନେଇ ଏକ ପୃଥକ ସଂସ୍ଥା ଗଠନ କରିବାକୁ ନିଷ୍ପତ୍ତି ହୋଇଛି । ଏହି ସଂସ୍ଥା ଯଦିଓ ପୃଥକ ରହିବ, କିନ୍ତୁ ସମ୍ପୂର୍ଣ୍ଣ ରୂପେ ବିଏସଏନଏଲର କର୍ତ୍ତୃତ୍ଵରେ ରହିବ ।

ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।
ଏହି ମଞ୍ଜୁରି ବଳରେ ବିଏସଏନଏଲ ନିଜର ଦୂରସଂଚାର ଟାୱାର କାର୍ଯ୍ୟ ପୃଥକ ଭାବେ ପରିଚାଳନା କରିବା ଲାଗି ଏକ ଭିନ୍ନ ସହାୟକ କମ୍ପାନୀ ଗଠନ ସକାଶେ ଅଧିକୃତ ହୋଇଛି ।

ଦେଶରେ ପାଖାପାଖି 4,42,000 ମୋବାଇଲ୍ ଟାୱାର ରହିଛି, ଏଥିମଧ୍ୟରୁ 66,000 ରୁ ଅଧିକ ମୋବାଇଲ୍ ଟାୱାର ବିଏସଏନଏଲର । ଏକ ସ୍ୱାଧୀନ ଓ ସମର୍ପିତ ଟାୱାର କମ୍ପାନୀ ଜରିଆରେ ବିଏସଏନଏଲ ନିଜର ଟାୱାରଗୁଡିକୁ ବ୍ୟବସାୟୀକ ଦୃଷ୍ଟିରୁ ସଠିକ ଢ଼ଙ୍ଗରେ ଉପଯୋଗକରି ଅଧିକ ରାଜସ୍ୱ ଅର୍ଜନ କରିପାରିବ ।