Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଏସଏନଏଲ ପେନସନ ଭୋଗୀଙ୍କ ପେନସନ ସଂଶୋଧନ ପ୍ରସ୍ତାବକୁ କେବିନେଟ ମଞ୍ଜୁରି


ବିଏସଏନଏଲ ପେନସନ ଭୋଗୀ ଓ ପାରିବାରିକ ପେନସନଭୋଗୀଙ୍କ ସବୁ ଦୋଷତ୍ରୁଟିର ସମାଧାନ କରି ଏହାକୁ ସଂଶୋଧନ କରିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ମଞ୍ଜୁରି ମିଳିଛି । ଯେଉଁ କର୍ମଚାରୀମାନେ 10.06.2013 ପୂର୍ବରୁ ଅବସର ଗ୍ରହଣ କରିଛନ୍ତି ସେମାନଙ୍କ ମୌଳିକ ବେତନ/ପେନସନରେ ଡିଏ/ଡିଆରର 50% ସୁବିଧା ମିଶାଇବାକୁ ପ୍ରସ୍ତାବ ଥିଲା । ଏହାଦ୍ୱାରା ସେମାନଙ୍କୁ 78.2% ଡିଏ/ଡିଆରରେ ଫିଟମେଣ୍ଟ କରାଯିବ । ଫଳରେ ପେନସନଭୋଗୀଙ୍କୁ ମିଳୁଥିବା ପେନସନ ବେନିଫିଟ ଯୋଗୁ ବିଏସଏନଏଲର ଆର୍ଥିକ ବୋଝରେ ମଧ୍ୟ ସଂଶୋଧନ ଅଣାଯିବ ।

10.06.2013 ପୂର୍ବରୁ ଅବସର ନେଇଥିବା ବିଏସଏନଏଲ କର୍ମଚାରୀଙ୍କ ପେନସନକୁ 01.01.2007 ଠାରୁ ସଂଶୋଧନ କରାଯାଇଛି । କିନ୍ତୁ ସେମାନେ 10.06.2013 ଠାରୁ ପ୍ରକୃତ ସୁବିଧା ପାଇବେ । ଏହା ଦ୍ୱାରା ସାରା ଦେଶର ପ୍ରାୟ 118500 ପେନସନ ଭୋଗୀ/ପାରିବାରିକ ପେନସନଭୋଗୀ ଉପକୃତ ହେବେ । ଏଥିପାଇଁ ସରକାରଙ୍କ ଉପରେ ବର୍ଷକୁ ବିଏସଏନଏଲ ପେନସନ ଭୋଗୀଙ୍କ ପାଇଁ 129.63 କୋଟି ଓ ପାରିବାରିକ ପେନସନଭୋଗୀଙ୍କ ଲାଗି 24.93 କୋଟି ଟଙ୍କାର ଅତିରିକ୍ତ ବ୍ୟୟଭାର ପଡିବ ।