Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଚାରପତି ପି ଏନ ଭଗବତୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ବିଚାରପତି ଶ୍ରୀ ପି ଏନ ଭଗବତୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକଟ କରିଛନ୍ତି ।

“ବିଚାରପତି ପି ଏନ ଭଗବତୀଙ୍କ ଦେହାନ୍ତ ଦୁଃଖଦ ଘଟଣା । ଭାରତୀୟ ଆଇନ ଜଗତରେ ସେ ଥିଲେ ତୁଙ୍ଗ ବ୍ୟକ୍ତିତ୍ଵ । ତାଙ୍କ ମୃତ୍ୟୁରେ ମୁଁ ମର୍ମାହତ ।

ବିଚାରପତି ପି ଏନ ଭଗବତୀଙ୍କ ଅବଦାନ ଆମ ବିଚାର ବ୍ୟବସ୍ଥାକୁ ଅଧିକ ସୁଗମ କରିବା ସହିତ କୋଟି କୋଟି ଲୋକଙ୍କ ବିଚାରକୁ ବଳ ମିଳିଛି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।