Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଚାର ବିଭାଗ ସହଯୋଗ କ୍ଷେତ୍ରରେ ଭାରତ-ଜାମ୍ବିଆ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ


ଭାରତ ଓ ଜାମ୍ବିଆ ମଧ୍ୟରେ ବିଚାର ବିଭାଗ ସମ୍ବନ୍ଧ ସହଯୋଗ ବୁଝାମଣାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ନିକଟ ଅତୀତରେ ଭାରତ ଓ ଜାମ୍ବିଆ ମଧ୍ୟରେ ସାମାଜିକ, ସାଂସ୍କୃତିକ ଓ ବ୍ୟବସାୟୀକ କ୍ଷେତ୍ରରେ ଗଠନମୂଳକ ସହଯୋଗ ବୃଦ୍ଧି ପାଇବା ସହ ଦ୍ଵିପାକ୍ଷିକ ସମ୍ପର୍କ ବିକଶିତ ହୋଇଛି । ଏବେ ବିଚାର ବିଭାଗ ସଂକ୍ରାନ୍ତ ସହଯୋଗ ବୃଦ୍ଧି ଲାଗି ବୁଝାମଣା ଫଳରେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଆହୁରି ଉନ୍ନତି ଘଟିବ । ଏହା ବିଚାର ବିଭାଗରେ ସଂସ୍କାର ଆଣିବା କ୍ଷେତ୍ରରେ ମଧ୍ୟ ସହାୟକ ହେବ ।

 

**********