Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଭାରତ-ଆମେରିକା ସହଯୋଗ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ


 

ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଭାରତ ଓ ଆମେରିକା ମଧ୍ୟରେ ସହଯୋଗ ପ୍ରସ୍ତାବକୁ  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି ।

ଲାଭ:

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପାରସ୍ପରିକ ଲାଭ ପାଇଁ ମିଳିତ ପ୍ରୟାସ ଯୋଗୁ ଉଭୟ ଦେଶର ସାମର୍ଥ୍ୟ ବୃଦ୍ଧି ହେବା ସହ ଦ୍ୱିପାକ୍ଷିକ ସମ୍ପର୍କର ଏକ ନୂତନ ଅଧ୍ୟାୟ ଉନ୍ମୋଚିତ ହେବ ।

ଏହି ରାଜିନାମା ଫଳରେ ଉଚ୍ଚ ଗୁଣାତ୍ମକ ଓ ଉଚ୍ଚ ପ୍ରଭାବ ସମ୍ପନ୍ନ ଗବେଷଣା ଏବଂ ଅଭିନବ ଭାଗିଦାରୀତାର ସୁଯୋଗ ସୃଷ୍ଟି ହେବ ଓ ଉଭୟ ଦେଶର ବୈଜ୍ଞାନିକଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ୀଭୁତ ହେବ ।

ମୂଖ୍ୟାଂଶ

ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବ ଯାହା ନିମ୍ନରେ ପ୍ରଦାନ କରାଗଲା:

ବୈଜ୍ଞାନିକ ଓ ବୈଷୟିକ ସୂଚନା ଏବଂ ବିଶେଷଜ୍ଞମାନଙ୍କ ଆଦାନପ୍ରଦାନ ।

ଆଲୋଚନା ଚକ୍ର ଓ ସଭାର ଆୟୋଜନ ।

ବୈଜ୍ଞାନିକ ଓ ବୈଷୟିକ ବିଶେଷଜ୍ଞମାନଙ୍କ ପ୍ରଶିକ୍ଷଣ ।

ସହାୟକ ଗବେଷଣା ପ୍ରକଳ୍ପର ପରିଚାଳନା ।

ବିଜ୍ଞାନ ଓ ନବୋନ୍ମେଷ ଆଧାରିତ ସାର୍ବଜନୀନ-ଘରୋଇ ଭାଗିଦାରୀତା ବୃଦ୍ଧି

ଆଧୁନିକ ଗବେଷଣା ସୁବିଧାର ବ୍ୟବହାର ।