Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ (CSIR)ର ପ୍ଲାଟିନମ ଜୁବୁଲି ସମାରୋହକୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନ

ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ (CSIR)ର ପ୍ଲାଟିନମ ଜୁବୁଲି ସମାରୋହକୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନ

ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ (CSIR)ର ପ୍ଲାଟିନମ ଜୁବୁଲି ସମାରୋହକୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (26.09.2016) ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ (CSIR)ର 75ବର୍ଷ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ ପ୍ଲାଟିନମ ଜୁବିଲି ସମାରୋହକୁ ଉଦଘାଟନ କରିଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ସିଏସଆଇଆରର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆୟୋଜିତ ଏକ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ । କିଛି ଔଷଧୀୟ ଏବଂ ସୁଗନ୍ଧିତ ଚାରା ଦେଶ ଉଦ୍ଦେଶ୍ୟରେ ସେ ସମର୍ପିତ କରିଥିଲେ । ହାଇଦ୍ରାବାଦ, କୁଡାଲୋର, ଜାମ୍ମୁ, ଜୋରହାଟ ଏବଂ ପାଲମପୁର ଆଦି ବିଭିନ୍ନ ସ୍ଥାନରୁ କୃଷକମାନଙ୍କ ସହିତ ଆଲୋଚନା କରିଥିଲେ ।

ଏହି ଅବସରରେ ସେ କହିଥିଲେ ଯେ ଗଣତନ୍ତ୍ର ଗଢଣର ପ୍ରମାଣ, ଅଲିଭା ଚିହ୍ନ ଭଳି ସିଏସଆଇଆର ଜୀବନର ପ୍ରତି କ୍ଷେତ୍ର ଉପରେ ଏକ ଅଲିଭା ଛାପ ଛାଡି ଦେଇଛି । ଉଚିତ ହିତାଧିକାରୀମାନଙ୍କ ପାଖରେ ପ୍ରଯୁକ୍ତି ବିଦ୍ୟା ପହଂଚାଇବାକୁ ସିଏସଆଇଆର ‘ପ୍ରଯୁକ୍ତି ବିଦ୍ୟାର ସରଳ ଓ ସହଜ ବ୍ୟବସାୟ’ ସୃଷ୍ଟି କରିବା ପାଇଁ ସେ ଆହ୍ୱାନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କୌଣସି ଦେଶ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ଉଚିତ ବ୍ୟବହାର ନ କରିବା ପର୍ଯ୍ୟନ୍ତ ତାହାର ବିକାଶ ସମ୍ଭବ ହୋଇପାରିନାହିଁ ବୋଲି ଇତିହାସ ସାକ୍ଷୀ ରହିଛି । ସେ କହିଥିଲେ ଯେ ସାଧାରଣ ଲୋକଙ୍କ ପାଇଁ ଯାହା ଲାଭଦାୟକ ହୋଇଥାଏ ତାହା ହିଁ ହେଉଛି ସଫଳ ପ୍ରଯୁକ୍ତି ବିଦ୍ୟା । ଦୀର୍ଘ 75 ବର୍ଷ ଧରି ଦେଶକୁ ସେବା ଯୋଗାଇ ଆସୁଥିବାରୁ ସିଏସଆଇଆରକୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଗାମୀ ଦିନରେ ଏହି ସଂସ୍ଥାଠାରୁ ଅନେକ କିଛି ଆଶା ରଖାଯାଇଛି । ଏହି ଶତାବ୍ଦୀରେ ପ୍ରଯୁକ୍ତି ବିଦ୍ୟା ଦ୍ୱାରା ପରିଚାଳିତ ବିଜ୍ଞାନକୁ ନାଗରୀକମାନଙ୍କ ସହ ସଂଯୋଗ କରିବା ଗୁରୁତ୍ୱପୂର୍ଣ୍ଣ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସିଏସଆଇଆର ପରୀକ୍ଷାଗାରରେ ଅଧିକରୁ ଅଧିକ ସଂଖ୍ୟାରେ ଛାତ୍ରମାନଙ୍କୁ ସୁଯୋଗ ଦିଆଯିବା ପାଇଁ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି । ସେ କହିଥିଲେ ଯେ ଦେଶରେ ନୂତନ ଉଦ୍ୟୋଗଗୁଡିକର ପ୍ରତିଷ୍ଠା କ୍ଷେତ୍ରରେ ସିଏସଆଇଆରର ମୁଖ୍ୟ ଭୂମିକା ରହିଛି । କୃଷି ଉତ୍ପାଦନ ଉପରେ ଆଲୋକପାତ କରି ସେ କହିଥିଲେ ଯେ ସର୍ବଦା ‘ଏକ ବିନ୍ଦୁ ଜଳ, ଅଧିକ ଖାଦ୍ୟଶସ୍ୟ’ ଉପରେ ଜୋର ଦେଇଆସିଛନ୍ତି, ଅନ୍ୟଟି ‘ଏକ ଇଞ୍ଚ ଜମି, ବହୁବିଧ ଫସଲ’ ହେବା ଦରକାର ।

ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣ ରଖିବା ପରେ ମଞ୍ଚରୁ ଓହ୍ଲାଇ ଆସି ବିଜ୍ଞାନ ଭବନଠାରେ ଏହି ଅବସରରେ ଉପସ୍ଥିତ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ସହିତ କଥାବାର୍ତ୍ତା କରିଥିଲେ ।