Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଜ୍ଞାନ, କାରିଗରୀର ବୃଦ୍ଧି ଲାଗି ଭାରତର ଅଟଳ ନବୋନ୍ମେଷ ମିଶନ ଓ ରୁଷର ପାଣ୍ଠି “ପ୍ରତିଭା ଓ ସଫଳତା’ ମଧ୍ୟରେ ବୁଝାମଣା ସମ୍ପର୍କରେ କ୍ୟାବିନେଟଙ୍କୁ ସୂଚିତ କରାଗଲା


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟଙ୍କୁ ବିଜ୍ଞାନ ଏବଂ କାରିଗରୀର ବୃଦ୍ଧି, ଛାତ୍ରଛାତ୍ରୀ, ଶିକ୍ଷକ, ଗବେଷକ ଏବଂ ବୈଜ୍ଞାନିକମାନଙ୍କ ବିନିମୟ ଜରିଆରେ ସହଯୋଗୀ କାର୍ଯ୍ୟର ଦୃଢ଼ ଭିତ୍ତିଭୂମି ରଖିବା ଲାଗି ଭାରତର ଅଟଳ ନବୋନ୍ମେଷ ମିଶନ ଏବଂ ରୁଷର ପାଣ୍ଠି “ପ୍ରତିଭା ଏବଂ ସଫଳତାମଧ୍ୟରେ ବୁଝାମଣାପତ୍ର ସମ୍ପର୍କରେ ଅବଗତ କରାଯାଇଛି । ବୁଝାମଣାପତ୍ର 5 ଅକ୍ଟୋବର, 2018ରେ ସ୍ୱାକ୍ଷର କରାଯାଇଥିଲା ।

ଲାଭ :

ବୁଝାମଣା ଦ୍ୱାରା ବିଜ୍ଞାନ ଏବଂ କାରିଗରୀର ବୃଦ୍ଧି, ଛାତ୍ରଛାତ୍ରୀ, ଶିକ୍ଷକ, ଗବେଷକ ଏବଂ ବୈଜ୍ଞାନିକମାନଙ୍କ ବିନିମୟ ଜରିଆରେ ସହଯୋଗୀ କାର୍ଯ୍ୟ ପାଇଁ ଦୃଢ଼ ଭିତ୍ତିଭୂମି ରଖିବାରେ ସୁବିଧା ହେବ ।

ପ୍ରମୁଖ ପ୍ରଭାବ

ବୁଝାମଣା ଦ୍ୱାରା ଉଭୟ ଦେଶର ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ସାଂସ୍କୃତିକ ପ୍ରତିଷ୍ଠାନ, ବିଜ୍ଞାନ ଏବଂ କାରିଗରୀ ଏବଂ ବିଶେଷ କରି ଶିକ୍ଷା ପ୍ରତିଷ୍ଠାନ, ହାଇଟେକ କମ୍ପାନୀ, ଷ୍ଟାର୍ଟଅପ, ଏବଂ ନବୋନ୍ମେଷ କେନ୍ଦ୍ର ମଧ୍ୟରେ ସମ୍ପର୍କ ପ୍ରତିଷ୍ଠା କରିବା ଲାଗି ପଦ୍ଧତି ଉପଲବ୍ଧ ହୋଇପାରିବ । ଆଶା କରାଯାଉଛି ଯେ ଏହା ଅନ୍ତର୍ଗତ ନୂତନ ବୈଜ୍ଞାନିକ, ଜ୍ଞାନ ସୃଷ୍ଟି, ବୌଦ୍ଧିକ ସମ୍ପତ୍ତି, ନବୋନ୍ମେଷ ଏବଂ ଉତ୍ପାଦ ବିକାଶକୁ ପ୍ରୋତ୍ସାହନ ଦିଆଯାଇପାରିବ ।

 

**********