Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଜ୍ଞାନ, କାରିଗରୀ, ନବୋନ୍ମେଷ କ୍ଷେତ୍ରରେ ଭାରତ-ଉଜବେକିସ୍ତାନ ସହଯୋଗ ବୁଝାମଣା ସମ୍ପର୍କରେ ଅବଗତ ହେଲେ କ୍ୟାବିନେଟ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟଙ୍କୁ ବିଜ୍ଞାନ, କାରିଗରୀ ଏବଂ ନବୋନ୍ମେଷ କ୍ଷେତ୍ରରେ ସହଯୋଗ ଉପରେ ଭାରତ ଏବଂ ଉଜବେକିସ୍ତାନ ମଧ୍ୟରେ ବୁଝାମଣା ସମ୍ପର୍କରେ ଅବଗତ କରାଯାଇଥିଲା । ଏହି ବୁଝାମଣା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଉଜବେକିସ୍ତାନର ରାଷ୍ଟ୍ରପତି ଶ୍ରୀ ଶୌକତ ମିରୟୋୟେଭଙ୍କ ଉପସ୍ଥିତିରେ ନୂଆଦିଲ୍ଲୀରେ 1 ଅକ୍ଟୋବର, 2018ରେ ସ୍ୱାକ୍ଷରିତ ହୋଇଥିଲା । ବୁଝାମଣରେ ଭାରତ ପକ୍ଷରୁ ବିଜ୍ଞାନ କାରିଗରୀ ତଥା ଭୂ-ବିଜ୍ଞାନ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏବଂ ଉଜବେକିସ୍ତାନ ପକ୍ଷରୁ ସେଠାକାର ନବୋନ୍ମେଷ ବିକାଶ ମନ୍ତ୍ରୀ ଶ୍ରୀ ବ୍ରାହିମ ଅବଦୁରଖମାନୋଭ ସ୍ୱାକ୍ଷର କରିଥିଲେ ।

ଲାଭ :

ବୁଝାମଣା ସ୍ୱାକ୍ଷରିତ ହେବା ଦ୍ୱାରା ଦ୍ୱିପାକ୍ଷିକ ସମ୍ପର୍କରେ ନୂତନ ଅଧ୍ୟାୟର ଆରମ୍ଭ ହେବ, କାରଣ ବିଜ୍ଞାନ ଏବଂ କାରିଗରୀରେ ପାରସ୍ପରିକ ଲାଭ ସୁଦୃଢ଼ ହେବା ଦ୍ୱାରା ଉଭୟ ଦେଶ ଏହାର ଲାଭ ଉଠାଇପାରିବେ । ଏହି ବୁଝାମଣାର ଉଦ୍ଦେଶ୍ୟ ଉଭୟ ଦେଶ ମଧ୍ୟରେ ବିଜ୍ଞାନ କାରିଗରୀ ଏବଂ ନବୋନ୍ମେଷ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହିତ କରିବା । ଅଂଶୀଦାରଙ୍କ ମଧ୍ୟରେ ବୈଜ୍ଞାନିକ ସଂଗଠନର ଗବେଷକ, ଏକାଡେମୀ, ଗବେଷଣା ଏବଂ ବିକାଶ ଗବେଷଣାଗାର ଏବଂ ଭାରତ-ଉଜବେକିସ୍ତାନର ଉଦ୍ୟୋଗ ସାମିଲ ଅଛନ୍ତି । ସହଯୋଗର ସମ୍ଭାବ୍ୟ କ୍ଷେତ୍ର ମଧ୍ୟରେ କୃଷି ଏବଂ ଖାଦ୍ୟ ବିଜ୍ଞାନ, କାରିଗରୀ, ଇଞ୍ଜିନିୟରିଂ ବିଜ୍ଞାନ, ସୂଚନା ଏବଂ ସଂଚାର ପ୍ରଯୁକ୍ତି, ପ୍ଲାଏଡ ମାଥମେଟିକ୍ସ, ଡାଟା ବିଜ୍ଞାନ ଏବଂ ପ୍ରଯୁକ୍ତି, ସ୍ୱାସ୍ଥ୍ୟ ଏବଂ ମେଡ଼ିକାଲ ପ୍ରଯୁକ୍ତି, ଧାତୁ ବିଜ୍ଞାନ, ଜୀବ ବିଜ୍ଞାନ ଏବଂ ଜୈବ ପ୍ରଯୁକ୍ତି, ଭୌତିକ ଶାସ୍ତ୍ର ଏବଂ ଏଷ୍ଟ୍ରୋଫିଜିକ୍ସ, ଶକ୍ତି, ଜଳ, ଜଳବାୟୁ ଏବଂ ପ୍ରାକୃତିକ ସମ୍ବଳ ଭଳି କ୍ଷେତ୍ରକୁ ଚିହ୍ନଟ କରାଯାଇଛି ।

 

**********