Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଜ୍ଞାନ, ପ୍ରଯୁକ୍ତି, କୃଷି ଆଦି କ୍ଷେତ୍ରରେ ଆପୋସ ଲାଭ ନିମନ୍ତେ ଭାରତ, ବେଲାରୁଷ ମଧ୍ୟରେ ବୈଜ୍ଞାନିକ ଓ ବୈଷୟିକ ସହଯୋଗ ଚୁକ୍ତିକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ


ବିଜ୍ଞାନ, ପ୍ରଯୁକ୍ତି, କୃଷି ଆଦି କ୍ଷେତ୍ରରେ ଆପୋସ ଲାଭ ନିମନ୍ତେ ସହଯୋଗ ଲାଗି ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀ (ଆଇଏନଏସଏ) ଏବଂ ବେଲାରୁଷର ନେସନାଲ ଏକାଡେମୀ ଅଫ ସାଇନ୍ସେସ ମଧ୍ୟରେ ସ୍ୱାକ୍ଷରିତ ଚୁକ୍ତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅବଗତ କରାଯାଇଛି ।

ଏହି ଚୁକ୍ତି ବେଲାରୁଷର ରାଷ୍ଟ୍ରପତି ମହାମହିମ ଆଲେକଜାଣ୍ଡାର ଲୁକାଶେଙ୍କୋଙ୍କ ଗସ୍ତ ସମୟରେ ନୂଆଦିଲ୍ଲୀରେ 12 ସେପ୍ଟେମ୍ବର 2017ରେ ସ୍ୱାକ୍ଷରିତ ହୋଇଥିଲା ।

ଏହାର ଉଦ୍ଦେଶ୍ୟ ହେଉଛି – ଭାରତ ଏବଂ ବେଲାରୁଷର ବିଶ୍ଵ ସ୍ତରୀୟ ପ୍ରତିଯୋଗିତାମୂଳକ ପ୍ରଯୁକ୍ତିର ଚୟନ, ମୂଲ୍ୟାଙ୍କନ, ବିକାଶ ଏବଂ ବାଣିଜ୍ୟକରଣ । ଏହା ଦୁଇ ଦେଶ ମଧ୍ୟରେ ବୈଜ୍ଞାନିକ ଏବଂ ଆର୍ଥିକ ଲାଭ ନିମନ୍ତେ ଗବେଷଣା, ବିଜ୍ଞାନ, ପ୍ରଯୁକ୍ତି ହସ୍ତାନ୍ତରଣ, ଗସ୍ତର ଆଦାନପ୍ରଦାନ ଏବଂ ମିଳିତ କର୍ମଶାଳା ମାଧ୍ୟମରେ ସଂସ୍ଥାଗୁଡ଼ିକୁ ସହଯୋଗ କରିବା, ଯାହା ବୈଜ୍ଞାନିକ ଏବଂ ଆର୍ଥିକ ଲାଭ ଦିଗରେ ବାଟ କଢେଇ ନେବ ।

**********