ପିଏମଇଣ୍ଡିଆ

ଭାରୀ ଶିଳ୍ପ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରଣାଳୟରେ ମୋର ସାଥୀ ମନ୍ତ୍ରୀ ଶ୍ରୀମାନ ଅନନ୍ତ ଗିତେ ମହୋଦୟ, ରାଷ୍ଟ୍ରମନ୍ତ୍ରୀ ଶ୍ରୀମାନ ବାବୁଲ ସୁପ୍ରିୟୋ, ମୋର ସହଯୋଗୀ ଶ୍ରୀମାନ ପି.କେ ମିଶ୍ର, ଶ୍ରୀ ପି.କେ ସିହ୍ନା, ସାରା ଦେଶରୁ ଆସିଥିବା କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସମୂହର ବରିଷ୍ଠ ଅଧିକାରୀଗଣ, ଏଠାରେ ଉପସ୍ଥିତ ଅନ୍ୟ ମହାନୁଭବ, ଭଦ୍ର ମହିଳା ଏବଂ ଭଦ୍ର ବ୍ୟକ୍ତିମାନେ ।
ଆମର ଅନନ୍ତ ଗୀତେ ମହାଶୟ ଗୀତ ଗାଆନ୍ତି ନାହିଁ ଏବଂ ବାବୁଲ ମହାଶୟ ଗୀତ ଗାଆନ୍ତି । ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହେଉଛି ଆମର ଯେଉଁ ଏକ ଛୋଟିଆ ଦୁନିଆ ଏଥିରେ ଏହା ହେଉଛି ଏକ ନୂତନ ଶୁଭାରମ୍ଭ । ଆଉ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ସିପିଏସଇ କନକ୍ଲେଭକୁ ସ୍ୱାଗତ ଜଣାଉଛି । ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି ।
ବିଗତ ଏକ ଘଣ୍ଟା-ଦେଢ଼ ଘଣ୍ଟାରେ ଯେଉଁ ଉପସ୍ଥାପନା ଏଠାରେ ଦିଆଗଲା ସେଥିରେ ଆପଣମାନଙ୍କର ପରିଶ୍ରମ, ଆପଣମାନଙ୍କର ଉତ୍ସାହ ଆଉ କ୍ଷୁଦ୍ର ଏବଂ ବୃହତ ସ୍ତରରେ ମୁଁ ଏହା କହିପାରିବି କି ଚିନ୍ତାଧାରାରେ ସ୍ପଷ୍ଟତା, ଏହା ମୁଁ ସ୍ପଷ୍ଟ-ଭାବେ ଦେଖୁଥିଲି । କର୍ପୋରେଟ ପ୍ରଶାସନରୁ ନେଇ ନବସୃଜନ, ପ୍ରଯୁକ୍ତି ଏବଂ ନିଉ ଇଣ୍ଡିଆ ଉପରେ ଆପଣଙ୍କର ଦୃଷ୍ଟିଭଙ୍ଗୀ, ଆପଣଙ୍କର ବିଚାର ମଧ୍ୟ ଜାଣିବାର ସୁଯୋଗ ମୋତେ ମିଳିଲା । ବୋଧହୁଏ ଏଭଳି ସୌଭାଗ୍ୟ ଆଗରୁ କୌଣସି ପ୍ରଧାନମନ୍ତ୍ରୀଙ୍କୁ ମିଳିଛି କି ନାହିଁ ଏ କଥା ମୋତେ ଜଣାନାହିଁ, ମୋତେ ମିଳିଲା ।
ଉପସ୍ଥାପନା ସହିତ ଯେଉଁ କିଛି ଦଳ ଭିତରେ ଯୋଡ଼ି ହେଲା, ଏହା ସହିତ ଯୋଡ଼ି ହୋଇଥିବା ଚର୍ଚ୍ଚା ଯେଉଁମାନେ କଲେ, ସେ ସମସ୍ତଙ୍କୁ ମଧ୍ୟ ମୁଁ ଶୁଭେଚ୍ଛା ଜଣାଉଛି କାରଣ ସେମାନେ ବହୁତ କିଛି ମନ୍ଥନ କରିଥିବେ ଆଉ ବହୁତ କିଛି ସନ୍ଦର୍ଭ ମଧ୍ୟ ଏକାଠି କରିଥିବେ । ଆଉ ନିଜର ଦୈନନ୍ଦିନ କାର୍ଯ୍ୟରୁ ସାମାନ୍ୟ ବାହାରକୁ ବାହାରି ମଧ୍ୟ ସେମାନଙ୍କୁ ଚିନ୍ତା କରିବାର ସୁଯୋଗ ମିଳିଥିବ ।
ଏବେ ମୋତେ ଅବଗତ କରାଯାଇଛି କି ବିଗତ ମାସ ମାନଙ୍କରେ ଆପଣ ସମସ୍ତଙ୍କ ମଧ୍ୟରେ ମନ୍ଥନର ଗୋଟିଏ ଦୀର୍ଘ ସମୟ ଚାଲିଛି । ନିଜ-ନିଜ ସମ୍ବନ୍ଧିତ କ୍ଷେତ୍ରରେ କେଉଁ ପ୍ରକାରର ପରିବର୍ତ୍ତନକାରୀ ପରିବର୍ତ୍ତନ ଅଣାଯିବ । ଏ ବିଷୟରେ ଆପଣମାନେ ଗଭୀର ଭାବେ ବିଚାର ବିମର୍ଶ କରିଛନ୍ତି ଆଉ ଆପଣମାନଙ୍କର ସୂଚନା ପାଇଁ ଆପଣ ସେଠାରେ କିଛି କରୁଛନ୍ତି ତ ଆପଣମାନଙ୍କ ବିଷୟରେ ମୁଁ ମଧ୍ୟ କିଛି କରୁଥିଲି ଆପଣମାନଙ୍କର ଅଧୀକାରୀମାନଙ୍କୁ ଡକାଇ-ଡକାଇ କରି, କାରଣ ମୁଁ ଚାହୁଁଥିଲି କି ମୋର ମଧ୍ୟ ବିଚାର ପ୍ରକ୍ରିୟାର ତାଳମେଳ ଆପଣଙ୍କ ସହିତ ଯୋଡ଼ି ହେବା ଦରକାର । ତ ଗୋଟିଏ ପ୍ରକାରରେ ପ୍ରତ୍ୟେକ ନିଜ-ନିଜ ସ୍ଥାନରେ ଏହି ମନ୍ଥନ ପ୍ରକ୍ରିୟାକୁ ଆଗକୁ ବଢ଼ାଇଛନ୍ତି ।
ଆଉ ମୋ ଦୃଷ୍ଟିକୁ ଏଭଳି ଅନେକ ଅସୁବିଧା ଗୁଡ଼ିକୁ ଅଣା ଯାଇଛି । ଯେଭଳି ସାଧାରଣ ଭାବେ ଆପଣ ମାନେ ଦୈନନ୍ଦିନ ଜୀବନରେ ସମ୍ମୁଖୀନ ହୁଅନ୍ତି । ସରକାର ଏହି ଅସୁବିଧାଗୁଡ଼ିକୁ ଦୂର କରିବା ପାଇଁ ଲଗାତାର ଭାବେ କାର୍ଯ୍ୟ ମଧ୍ୟ କରୁଛନ୍ତି । ବିଗତ ଚାରି ବର୍ଷରେ ସରକାର ମଧ୍ୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସହିତ ଯୋଡ଼ି ହୋଇଥିବା ସଂସ୍ଥାନଗୁଡ଼ିକୁ ପରିଚାଳନାଗତ ସ୍ୱାଧୀନତା ଦେଇଛନ୍ତି ଫଳରେ ସେମାନେ ଉନ୍ନତ ପ୍ରଦର୍ଶନ କରି ପାରିବେ ।
ସାଥୀଗଣ, ସ୍ୱାଧୀନତା ପରଠାରୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ରାଷ୍ଟ୍ର ନିର୍ମାଣ ଏବଂ ରାଷ୍ଟ୍ରର ଅର୍ଥବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି ।
ଯେତେବେଳେ ଭାରତକୁ ପାଣ୍ଠିର ଆବଶ୍ୟକତା ରହିଥିଲା, ନୂତନ ଟେକ୍ନୋଲଜିର ଆବଶ୍ୟକତା ରହିଥିଲା, ଭିନ୍ନ-ଭିନ୍ନ କ୍ଷେତ୍ରରେ ନିବେଶର ଆବଶ୍ୟକତା ରହିଥିଲା, ଆଉ ଏ ସବୁକିଛି ମିଳିବା ଏତେ ସହଜ ନ ଥିଲା । ସେ ସମୟରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ଦେଶର ସହିତ ଜଡ଼ିତ ଆବଶ୍ୟକତା ଗୁଡ଼ିକର ପୂରଣ ପାଇଁ ନେତୃତ୍ୱ ସମ୍ଭାଳିଥିଲେ । ଏକରୁ ବଳି ଆଉ ଏକ ବ୍ରାଣ୍ଡ ସ୍ଥାପିତ କରିଥିଲେ । ବିଦ୍ୟୁତ ଶକ୍ତିର ଉତ୍ପାଦନ, ବିଜୁଳି ଶକ୍ତି ସହିତ ଜଡ଼ିତ ସାମଗ୍ରୀର ଡିଜାଇନ, ଷ୍ଟିଲ ଉତ୍ପାଦନ, ତୈଳ, ଖଣିଜ, କୋଇଲା ଇତ୍ୟାଦି ଅନେକ କ୍ଷେତ୍ରରେ ଆପଣ ଆପଣଙ୍କର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛନ୍ତି । ଆପଣ ସେତେବେଳେ ଭାରତର ଅର୍ଥବ୍ୟବସ୍ଥାକୁ ଗତି ଦେଲେ ଯେତେବେଳେ ବ୍ୟକ୍ତିଗତ କ୍ଷେତ୍ରର ଭୂମିକା ସେତେ ମହତ୍ୱପୂର୍ଣ୍ଣ ନଥିଲା । ଆଜି ମଧ୍ୟ ଆପଣଙ୍କର ସଂସ୍ଥାନ ଭାରତର ଅର୍ଥ ବ୍ୟବସ୍ଥାକୁ ନା କେବଳ ଦୃଢ଼ତା ପ୍ରଦାନ କରୁଛି ବରଂ ଔଦ୍ୟୋଗିକ କାର୍ଯ୍ୟକ୍ରମଗୁଡ଼ିକରେ ଉତପ୍ରେରକ ଭଳି ମଧ୍ୟ କାର୍ଯ୍ୟ କରୁଛନ୍ତି ।
ସାଥୀଗଣ, ଘରୋଇ କ୍ଷେତ୍ରରେ ଯେତେବେଳେ ଆମେ ଜଣେ ସିଇଓଙ୍କ କଥା କହୁ ତ ତାଙ୍କର ମୂଲ୍ୟାୟନ ଏହି କଥାରୁ ହୋଇଥାଏ କି ସେୟାର ହୋଲ୍ଡର ମାନଙ୍କ ପାଇଁ ସେ କେତେ ଲାଭ ଆଣି ପାରିଛନ୍ତି । ଲାଭ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ପାଇଁ ମଧ୍ୟ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏହା ସହିତ ସେମାନଙ୍କ ପାଇଁ ଏହା ମଧ୍ୟ ଏକ ବହୁତ ବଡ଼ ଦାୟିତ୍ୱ ହୋଇଥାଏ, ସେମାନଙ୍କୁ ଧ୍ୟାନରେ ରଖିବାକୁ ପଡ଼ିଥାଏ କି ସାମାଜିକ ଜୀବନ ପାଇଁ ସମାଜର କିପରି ଏବଂ କେତେ ଲାଭ ହୋଇଛି ।
ଆମେ କେବଳ ଏକ ନିର୍ଦ୍ଦିଷ୍ଟ ସ୍ତର ପର୍ଯ୍ୟନ୍ତ ସୀମିତ ରହି ପାରିବା ନାହିଁ । ଆମକୁ ସଂପୂର୍ଣ୍ଣ ସମାଜର ପରିସର ପର୍ଯ୍ୟନ୍ତ ଦେଖିବାକୁ ପଡ଼େ । ଗୋଟିଏ ପ୍ରକାରରେ ପିଏସଇ ର ସଠିକ୍ ଅର୍ଥ ହେଉଛି ଲାଭ ଏବଂ ସାମାଜିକ ଲାଭ ସୃଷ୍ଟି କରିପାରୁଥିବା ଉଦ୍ୟୋଗ । ଅର୍ଥାତ୍ ନା କେବଳ ସେୟାର ହୋଲ୍ଡରମାନଙ୍କ ପାଇଁ ଲାଭ ବରଂ ସମାଜ ପାଇଁ ମଧ୍ୟ ଲାଭ ସୃଷ୍ଟି କରନ୍ତୁ ।
ଯେତେବେଳେ ଆମେ ସାମାଜିକ ଲାଭ କଥା କହୁଛୁ, ସେତେବେଳେ ଆପଣମାନେ ସମସ୍ତ ଅଧିକାରୀଗଣ ଏବଂ ସଂପୂର୍ଣ୍ଣ ପିଏସଇ କର୍ମଚାରୀଙ୍କର ପ୍ରୟାସ ଏବଂ ତ୍ୟାଗକୁ କିପରି ଭୁଲି ପାରିବା । ଦୂର-ଦୂରାନ୍ତର କଷ୍ଟସାଧ୍ୟ ଜାଗାମାନଙ୍କୁ ଯେଉଁଠାରେ ସୁବିଧାର ଘୋର ଅଭାବ ରହିଛି ଆଉ ବହୁତ ଥର କଠିନ ପରିସ୍ଥିତିରେ ମଧ୍ୟ କାମ କରିବାକୁ ପଡ଼ିଥାଏ, କେତେ ଅସୁବିଧା ରହିଛି, କିନ୍ତୁ ଆପଣମାନେ ସମସ୍ତେ ଦୃଢ଼ତାର ସହିତ ଠିଆ ହୋଇଛନ୍ତି । ଦେଶ ପାଇଁ ସମସ୍ତ ଅସୁବିଧା ଗୁଡ଼ିକୁ, ସମସ୍ତ କଷ୍ଟକୁ ଆପଣମାନେ ମଧ୍ୟ ସହ୍ୟ କରୁଛନ୍ତି ।
ଆପଣମାନଙ୍କର ହିଁ ସାହସର ଏହା ହେଉଛି ପରିଣାମ କି ସରକାର ବଡ଼-ବଡ଼ ନିଷ୍ପତ୍ତି ନେବାରେ ଆଜି ସକ୍ଷମ ହୋଇଛନ୍ତି ଆଉ ନିର୍ଣ୍ଣୟ କରି ପାରୁଛନ୍ତି । ପୁଣି ତାହା ହୁଏତ ଦେଶର ପ୍ରତିଟି ଗାଁକୁ ବିଜୁଳି ପହଂଚାଇବାର କଥା ହେଉ କିମ୍ବା ଦେଶର ପ୍ରତ୍ୟେକ ଗରିବ ମାଆ-ଭଉଣୀଙ୍କ ରୋଷେଇ ପର୍ଯ୍ୟନ୍ତ ଏଲପିଜି ସଂଯୋଗର କଥା, ଆପଣଙ୍କ ସଂସ୍ଥାନ ସହିତ ଜଡ଼ିତ ଲକ୍ଷ-ଲକ୍ଷ କର୍ମଚାରୀଙ୍କର ଅକ୍ଳାନ୍ତ ପରିଶ୍ରମ ବିନା ଏହା ସମ୍ଭବ ନଥିଲା । ଆଉ ଆମେ ଏହି ଚଳଚ୍ଚିତ୍ରରେ ମଧ୍ୟ ଦେଖିଲୁ ଆପଣଙ୍କର ଉପସ୍ଥାପନାରେ ମଧ୍ୟ ଦେଖିଲୁ, ଏଥିରେ କେତେ ବଡ଼ ପରିସର ମଧ୍ୟରେ ଆଉ କେତେ ସମୟ ସୀମା ମଧ୍ୟରେ ଏହକୁ ବ୍ୟାପକ କରିଛନ୍ତି ।
ସାଥୀଗଣ, କେବଳ ଇତିହାସ ସଫଳ ହେଉ, ସମୃଦ୍ଧ ହେଉ, ଆଜିକାର ସମୟରେ କଥା ଏତିକିରେ ସମାପ୍ତ ହୋଇ ଯାଏ ନାହିଁ । ଏହାଦ୍ୱାରା କାମ ଚଳି ନଥାଏ । ବର୍ତମାନର ଆହ୍ୱାନ ଅନୁସାରେ ପରିବର୍ତ୍ତନର ମଧ୍ୟ ଆବଶ୍ୟକତା ହେଉଛି ଅନିବାର୍ଯ୍ୟ । ଆଉ ମୁଁ ମାନୁଛି କି ଅର୍ଥନୈତିକ ନିଷ୍ପତ୍ତି ପ୍ରସ୍ତୁତିରେ ଆଦର୍ଶବାଦ ଏବଂ ବିଚାରଧାରା ଏହା ଯଥେଷ୍ଟ ନୁହେଁ । ଏହା ସ୍ଥାନରେ ବ୍ୟବହାରିକତା ଏବଂ ସାଧ୍ୟତା ତାହାର ମଧ୍ୟ ସ୍ଥାନ ରହିଥିବା ଆବଶ୍ୟକ । କ୍ଷେତ୍ର ହୁଏତ ଯାହା ମଧ୍ୟ ହେଉ କିନ୍ତୁ ଏକବିଂଶ ଶତାବ୍ଦୀର ଅର୍ଥ ବ୍ୟବସ୍ଥାର କଥା କହୁଛୁ ତ ସେତେବେଳେ ଉଦ୍ୟୋଗ ଏବଂ ନବସୃଜନ ତାହା ମନ୍ତ୍ର ହେବା ଦରକାର, ଯାହା ଆମ ସମସ୍ତଙ୍କୁ ମାର୍ଗ ଦେଖାଇବ, ଆମ ସମସ୍ତଙ୍କର ମାର୍ଗଦର୍ଶୀ ନୀତି ହେବ ।
ଘରୋଇ ଉଦ୍ୟୋଗ ହେଉ କିମ୍ବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ସଫଳତା ପାଇଁ ଭିନ୍ନ-ଭିନ୍ନ ମନ୍ତ୍ର ହୋଇ ନଥାଏ । ସଫଳତାର ମନ୍ତ୍ର କଥା ଯେତେବେଳେ ମୁଁ କହୁଛି ସେତେବେଳେ 3 ଟି ଚିନ୍ତାଧାରା ସାମ୍ନାକୁ ଆସିଥାଏ । ଆଉ ଏହି 3ଟି ଅର୍ଥାତ – ପ୍ରୋତ୍ସାହନ, ପରିକଳ୍ପନା, ଏବଂ ଆନୁଷ୍ଠାନିକ ନିର୍ମାଣ । ଆମେ ଯେତେବେଳେ ପ୍ରୋତ୍ସାହନର କଥା କହୁ ତ ଅର୍ଥବ୍ୟବସ୍ଥାଜ୍ଞମାନେ କହନ୍ତି କି ଏହା ହେଉଛି ମାନବୀୟ ଆଚରଣରେ ପରିବର୍ତ୍ତନ ଆଣି ପାରୁଥିବା ସବୁଠାରୁ ବଡ଼ ଅସ୍ତ୍ର । କେବଳ ବ୍ୟବସାୟରେ ହିଁ କାହିଁକି, ଜୀବନରେ ମଧ୍ୟ ଅଧିକାଂଶ ସମୟରେ ଦେଖୁ କି ଯେତେବେଳେ କୌଣସି ବ୍ୟକ୍ତିଙ୍କର କ୍ଷମତା ଅନୁସାରେ ଆମକୁ କାମ କରାଇବାକୁ ପଡ଼ିଥାଏ ତ ଆମେ ତାହାଙ୍କୁ ନିରନ୍ତର ପ୍ରୋତ୍ସାହିତ କରିଥାଉ । ଏପରି ସ୍ଥଳେ ଆପଣଙ୍କୁ ମଧ୍ୟ ଏକକ ପ୍ରୋତ୍ସାହନ ମଡେଲ ଭାବେ ସାମ୍ନାକୁ ଆସିବାକୁ ପଡ଼ିଥାଏ, ଫଳରେ ସ୍ଥିରତା ଏବଂ ନିଷ୍କ୍ରିୟତାର ସ୍ଥିତିରୁ ବଂଚା ଯାଇ ପାରିବ । କିନ୍ତୁ ଯେତେବେଳେ ଆମେ ପ୍ରୋତ୍ସାହନର କଥା କହୁ ତ ଏହା କେବଳ ଅର୍ଥବ୍ୟବସ୍ଥା ସମ୍ପର୍କିତ ହେଉ, ଏହା ଜରୁରୀ ନୁହେଁ । ବହୁତ ଥର ଉନ୍ନତ ପ୍ରଦର୍ଶନ କରିଥିବା ଲୋକଙ୍କର ଫଟୋ ସମାଚାରର ଫଳକରେ ଲାଗିବା ହେତୁ କିମ୍ବା ଚେୟାରମ୍ୟାନଙ୍କ ତରଫରୁ ପିଠି ଉପରେ ଟିକେ ଥାପୁଡ଼ାଇ ଦେବା ଦ୍ୱାରା, ଛୋଟିଆ କଥାଟିଏ ହୋଇଥାଏ । ଶହ-ଶହ କର୍ମଚାରୀମାନଙ୍କୁ ଉତ୍ସାହିତ କରାଯାଇ ପାରେ ।
ମୋର ସଠିକ୍ ଭାବେ ମନେ ଅଛି ମୁଁ ବରୋଦାକୁ ଗୋଟିଏ ଔଷଧ କମ୍ପାନୀକୁ ଯାଇଥିଲି । ସେମାନେ କୌଣସି ଉତ୍ପାଦକ କଥା କହୁଥିଲେ ତ ତାହାର ବଡ଼ ବର୍ଣ୍ଣନା ସେ ସାଧାରଣରେ ପ୍ରକାଶ କରୁଥିଲେ ନିଜ କର୍ମଚାରୀମାନଙ୍କ ମଧ୍ୟରେ ଏବେ ସେମାନଙ୍କୁ କହୁଥିଲେ କି ଏହି ଔଷଧର ନାମ ଆପଣ ମାନେ ସ୍ଥିର କରନ୍ତୁ । ଆଉ ବଡ଼ ପ୍ରତିଯୋଗିତା ହେଉଥିଲା ସେମାନଙ୍କ ମଧ୍ୟରେ । ହୋଇ ପାରେ କି ସେ ଜଣେ ବୈଜ୍ଞାନିକ ନ ଥିଲେ ସେ ଥିଲେ ଜଣେ ଛୋଟିଆ କର୍ମଚାରୀ, କିନ୍ତୁ ସେ ଔଷଧର ନାମ ଶବ୍ଦ ଖୋଜିବାରେ ଲାଗି ପଡ଼ୁଥିଲା ଯେଉଁ କାମ ପାଇଁ, ଆଉ ପୁଣି ତାହାଙ୍କୁ ପୁରସ୍କାର ଦେଉଥିଲେ, ବଡ଼ ଉତ୍ସବ ହେଉଥିଲା । ଯେତିକି ଗୁରୁତ୍ୱ ସେହି ବୈଜ୍ଞାନିକମାନଙ୍କର ଥିଲା ସେତିକି ହିଁ ସମସ୍ତେ ମିଳିମିଶି ଯେଉଁ ନାମ ବାଛିଛନ୍ତି, ତାହାର ମଧ୍ୟ ରହୁଥିଲା । ଅର୍ଥାତ୍ କିଭଳି ପ୍ରୋତ୍ସାହନ ଦିଆଯାଏ । କିଭଳି ଭାବେ ପୁରସ୍କୃତ କରାଯାଇଥାଏ । ଏହା ମୁଁ ଜାଣି ପାରୁଛି କି ଯେଉଁ ପରିବାରର ଲୋକମାନେ ଆସିଛନ୍ତି ସେମାନଙ୍କୁ ମଧ୍ୟ ଜଣା ଅଛି ଏହି ଜିନିଷ ଗୁଡ଼ିକ ପରିବାରରେ କେତେ ଉପଯୋଗ ହୋଇଥାଏ । ଏହି ପାରିବାରିକ ଭାବନା ଦ୍ୱାରା ଆମେ ଏହାକୁ କିପରି ଆଗକୁ ବଢ଼ାଇବା ।
ଦ୍ୱିତୀୟ ବିଷୟଟି ମୁଁ କହିଛି ପରିକଳ୍ପନା । ଯଦି ପରିକଳ୍ପନାର କଥା ଆମେ କହୁ ତ ଆଜି ଏହାର ଅର୍ଥ ଆଉ ସେପରି ରହି ନାହିଁ ଯେଭଳି ସେ ସମୟରେ ଥିଲା ଅଧିକାଂଶ ପିଏସଇ ମାନ ପ୍ରତିଷ୍ଠା କରାଯାଇଥିଲେ । ଆଜି ଏହାର ସ୍ୱରୂପ କିଛି ଅଲଗା ରହିଛି । ଆଜି ସ୍ଥିତି ଏଭଳି ରହିଛି କି କେତେକ ପ୍ରସିଦ୍ଧ ଘରୋଇ କମ୍ପାନୀ ଦୁଇ ଦଶକରୁ ଅଧିକ ତିଷ୍ଠି ରହି ପାରୁ ନାହାଁନ୍ତି । ଏହା ହେଉଛି ସତ୍ୟ । ଏହାର ଅନେକ କାରଣ ହୋଇପାରେ । କିନ୍ତୁ ସବୁଠାରୁ ବଡ଼ କାରଣ ହେଉଛି ଭବିଷ୍ୟତରେ ଆସିବାକୁ ଥିବା ପରିବର୍ତ୍ତନ, ବିଶେଷ ରୂପରେ ଟେକ୍ନୋଲୋଜିରେ ହେବାକୁ ଯାଉଥିବା ପରିବର୍ତ୍ତନ ହିସାବରେ ନିଜକୁ ଖାପ ଖୁଆଇ ନ ପାରିବା । ଏହିଠାରେ ନେତୃତ୍ୱର ପରିକଳ୍ପନା କାମରେ ଆସିଥାଏ । ମୁଁ ଅହମ୍ମଦାବାଦରେ ବହୁତ ବର୍ଷ ଧରି ରହିଥିଲି, ଗୋଟିଏ ସମୟ ଥିଲା ସେଠାରେ କାରଖାନାର ବଡ଼-ବଡ଼ ଚିମିନିଗୁଡ଼ିକ, ସେଗୁଡ଼ିକ ସମ୍ମାନର ପ୍ରତୀକ ହୋଇ ରହିଥିଲା । କିନ୍ତୁ ଟେକ୍ନୋଲଜିକୁ ନ ଆଣିବା କାରଣରୁ ସେ ସମସ୍ତ ଜିନିଷ ନଷ୍ଟ ହୋଇଗଲା । ଆଜି ଗୋଟିଏ ହେଲେ ଚିମିନିରୁ ଧୂଆଁ ବାହାରୁ ନାହିଁ । କାହିଁକି? ପରିକଳ୍ପନାର ଅଭାବ ରହିଥିଲା । ଆଗରୁ ରହି ଆସିଥିବା ଜିନିଷକୁ ନେଇ ବଂଚିଯିବାର ଅଭ୍ୟାସ ହୋଇ ଯାଇଥିଲା । ଆଉ ଯେଉଁମାନେ ସମୟାନୁକୂଳ ବଦଳନ୍ତି ନାହିଁ, ପରିବର୍ତ୍ତନ ଆଣନ୍ତି ନାହିଁ, ଦୂରକୁ ଦେଖିପାରନ୍ତି ନାହିଁ, ଚିନ୍ତା କରି ପାରନ୍ତି ନାହିଁ, ନିଷ୍ପତ୍ତି ନେଇ ପାରନ୍ତି ନାହିଁ ସେମାନେ ଠିକ୍ ସେହିଠାରେ ହିଁ ରହି ଯାଆନ୍ତି । ଆଉ ଧୀରେ-ଧୀରେ ସେମାନଙ୍କର ନଷ୍ଟ ହୋଇଯିବା ନିର୍ଦ୍ଧାରିତ ହୋଇ ଯାଇଥାଏ । ଆଉ ଆଜିର ଦୁନିଆରେ ବିବିଧକରଣ ଏବଂ ବ୍ୟବଧାନ ଏହାର ଗୁରୁତ୍ୱ ବଢ଼ି ଯାଇଛି ।
ଆଉ ତୃତୀୟ । ଅର୍ଥାତ୍ ଆନୁଷ୍ଠନିକ ନିର୍ମାଣ, ସମ୍ଭବତଃ ଏହା ହେଉଛି ନେତୃତ୍ୱର ସବୁଠାରୁ ବଡ଼ ପରୀକ୍ଷା । ଆଉ ମୁଁ ନେତୃତ୍ୱ ଅର୍ଥାତ ରାଜନୈତିକ ନେତୃତ୍ୱ କଥା କହୁ ନାହିଁ । ଆମେ ସମସ୍ତେ ଏଠାରେ ବସିଛୁ ତାହା ହେଉଛି ନିଜକୁ ନିଜ ମଧ୍ୟରେ, ନିଜ କାର୍ଯ୍ୟକ୍ଷେତ୍ରର ନେତୃତ୍ୱ ତାଙ୍କ ପାଖରେ ରହିଛି । ଯେଉଁ କ୍ଷେତ୍ରରେ କାମ କରୁଛନ୍ତି ସେହି ସଂପୂର୍ଣ୍ଣ ଜଗତର କ୍ଷେତ୍ର ମଧ୍ୟରେ ମଧ୍ୟ ସେମାନଙ୍କୁ ନେତୃତ୍ୱ ଯୋଗାଇ ଦେବାର ଅଛି । ଏକ ଏଭଳି ଟିମ ଗଠନ ଯାହାକି ବ୍ୟବସ୍ଥା କୈନ୍ଦ୍ରିକ ହୋଇଥିବ । ବ୍ୟକ୍ତି କୈନ୍ଦ୍ରିକ ଏବଂ ବ୍ୟକ୍ତି ଆଧାରିତ ବ୍ୟବସ୍ଥାଗୁଡ଼ିକ ଦୀର୍ଘ ସମୟ ଧରି ଚାଲି ପାରେ ନାହିଁ ।
ସାଥୀଗଣ, ଆଜି ପର୍ଯ୍ୟନ୍ତ ଆମେ ପିଏସଇ ଗୁଡ଼ିକୁ ଆମେ ନବରତ୍ନ ହିସାବରେ ବିଭାଗୀକରଣ କରି ଆସିଛୁ । କିନ୍ତୁ ଏବେ ସମୟ ଆସି ଯାଇଛି କି ଯେତେବେଳେ ଆମେ ଏହାଠାରୁ ମଧ୍ୟ ଆଗକୁ ଚିନ୍ତା କରିବା । କ’ଣ ଆମେ ନିଉ ଇଣ୍ଡିଆ ରତ୍ନ ଗଠନ କରିବା ବିଷୟରେ ଚିନ୍ତା କରି ପାରିବା ନାହିଁ? କ’ଣ ଆପଣ କୌଶଳ ଏବଂ ପ୍ରକ୍ରିୟାଗୁଡ଼ିକରେ ପରିବର୍ତ୍ତନ ମାଧ୍ୟମରେ ନିଉ ଇଣ୍ଡିଆ ରତ୍ନ ଗଠନ କରିବା ଆଉ ଗଠନ କରିବା ପାଇଁ ପ୍ରସ୍ତୁତ ରହିଛୁ?
ମୁଁ ବୁଝି ପାରୁଛି କି ନିଉ ଇଣ୍ଡିଆର ନିର୍ମାଣ ପାଇଁ ଆପଣଙ୍କର ସହଭାଗିତା ପାଞ୍ଚଟି ‘ପି’ ଫର୍ମୁଲା ଉପରେ ଚାଲି ଆହୁରି ଅଧିକ ହୋଇ ପାରେ । ଏହି ପାଂଚୋଟି ‘ପି’ ହେଉଛି- ପ୍ରଦର୍ଶନ (Performance), ପ୍ରକ୍ରିୟା (Process), ବ୍ୟକ୍ତି (Person), କ୍ରୟ (Procurement) ଏବଂ ପ୍ରସ୍ତୁତି (Prepare) ।
ସାଥୀଗଣ, ଆପଣ ସମସ୍ତଙ୍କୁ ନିଜର ସଂସ୍ଥାନର କାର୍ଯାନ୍ୱୟନ ଏବଂ ଆର୍ଥିକ ପ୍ରଦର୍ଶନର ମାନଦଣ୍ଡକୁ କୁ ଆହୁରି ଉପରକୁ ନେଇ ଯିବାକୁ ହେବ । ନିଜ-ନିଜ କ୍ଷେତ୍ରରେ ଦୁନିଆରେ ଯେଉଁମାନେ ହେଉଛନ୍ତି ସବୁଠାରୁ ଉତ୍କୃଷ୍ଟ, ସେମାନଙ୍କ ସହିତ ପ୍ରତିଯୋଗିତା କରିବା ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ହେବ ।
ଆଜି ସମଗ୍ର ଦୁନିଆରେ ଚର୍ଚ୍ଚା ହେଉଛି କି ଭାରତ କିଛି ବର୍ଷ ମଧ୍ୟରେ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାରେ ପରିବର୍ତ୍ତିତ ହୋଇଯିବ । ଏହାକୁ ପ୍ରାପ୍ତ କରିବା ପାଇଁ ଜିଡିପିରେ ଅଭିବୃଦ୍ଧି ଦରକାର, ତାହାକୁ ହାସଲ କରିବା ପାଇଁ ଭାରତୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡ଼ିକର ବହୁତ ବଡ଼ ଭୂମିକା ରହିଛି ।
ସାଥୀଗଣ, ମୋତେ ଅବଗତ କରାଯାଇଛି କି 2017-18 ଆର୍ଥିକ ବର୍ଷରେ ପିଏସୟୁ ଭଳି ଜିଡିପିରେ ମୋଟ ମୂଲ୍ୟଯୁକ୍ତ ପାଖାପାଖି 5 ପ୍ରତିଶତ ଥିଲା । ସମୟର ଆବଶ୍ୟକତା ଦୃଷ୍ଟିରୁ ଏହାକୁ ବଢ଼ାଇ ଦୁଇ ଗୁଣା କରି ଦିଆଯାଏ । ଆପଣ ସମସ୍ତଙ୍କର ମଧ୍ୟ ସାମୁହିକ ପ୍ରଚେଷ୍ଟା ହେବା ଆବଶ୍ୟକ କି ପିଏସୟୁ ପ୍ରତ୍ୟକ୍ଷ ଏବଂ ଅପ୍ରତ୍ୟକ୍ଷ ଟିକସ ପରେ ଦେଶରେ ରାଜସ୍ୱ ସୃଷ୍ଟି କ୍ଷେତ୍ରରେ ତୃତୀୟ ଶାଖା ପାଲଟୁ ।
ଆମର ଏଠାରେ କୁହା ଯାଇଛି କି-‘ଉଦ୍ୟୋଗ ସମ୍ପନ୍ନଂ ସମୁପୈତି ଲକ୍ଷ୍ମୀ:’ ଅର୍ଥାତ୍ ଉଦ୍ୟୋଗ ସମ୍ପନ୍ନ ମଣିଷ ପାଖକୁ ଲକ୍ଷ୍ମୀ ଆସି ଥାଆନ୍ତି ।
ରାଷ୍ଟ୍ର ହିତ ପାଇଁ ମଧ୍ୟ ଏହା ଜରୁରୀ କି ଉଦ୍ୟୋଗ ଆମର ପିଏସୟୁ ସମ୍ପନ୍ନ ହେଉ ଆଉ ତାହା ରାଷ୍ଟ୍ରକୁ ସମ୍ପନ୍ନ କରୁ ।
ଆଜି, ଯଦି ଆମେ ଭାରତ ସରକାରଙ୍କର ସମସ୍ତ ସାର୍ବଜନିକ କ୍ଷେତ୍ରର ଉପକ୍ରମକୁ ଏକାଠି କରି ଦେଖିବା ତ ଲାଭାଂଶ ପାଖାପାଖି 11 ପ୍ରତିଶତ ରହିଥାଏ । ଏହା ଘରୋଇ କ୍ଷେତ୍ରର ତୁଳନାରେ ଆଉ ଏକ ଭଲ ବ୍ୟବସାୟ ମାନଦଣ୍ଡ ହିସାବରେ କମ୍, ମୋ ହିସାବରେ ହେଉଛି ବହୁତ କମ୍ ଆଉ ଏଥିପାଇଁ ମୁଁ ଚାହିଁବି କି ସିପିଏସଇ ପରିଚାଳନା ବୋର୍ଡ ଏହି ଦିଗ ପ୍ରତି ଧ୍ୟାନ ଦେବେ ଆଉ ଗୋଟିଏ ସ୍ଥିରିକୃତ ରଣନୀତି ସହିତ ଏହାକୁ ଆଗକୁ ବଢ଼ାଇବା ପାଇଁ ନିଷ୍ପତ୍ତି ନେବେ ।
ସେହିପରି ଦ୍ୱିତୀୟ ‘ପି’ ଅର୍ଥାତ୍ ପ୍ରୋସେସ୍ ବା ପ୍ରକ୍ରିୟା କଥା କହିବା ତ ପ୍ରକ୍ରିୟା ଏଭଳି ହେବା ଦରକାର, ଯେଉଁଥିରେ ପାରଦର୍ଶିତା ବୃଦ୍ଧି, ଉତ୍ତରଦାୟିତ୍ୱ ବୃଦ୍ଧି ପାଇବ ଏବଂ ତାହା ବିଶ୍ୱସ୍ତରରେ ଆହୁରି ଭଲ ଭାବରେ ପହଁଚା ଯାଇ ପାରିବ ।
ଆମକୁ ନିଜକୁ ନିଜେ ଏହି ପ୍ରଶ୍ନ ପଚାରିବାକୁ ପଡ଼ିବ କି ନିଉ ଇଣ୍ଡିଆରେ ଭାରତୀୟ ପିଏସୟୁ କିଭଳି ଆଗାମୀ 5 ଅବା 10 ବର୍ଷରେ ବିଶ୍ୱ ସ୍ତରରେ ମହାନତାକୁ ହାସଲ କରି ପାରିବ । ସେଥିରେ କିଭଳି ଅଧିକରୁ ଅଧିକ ନବସୃଜନ ହେବ, ଜିଡିପିକୁ ବଢ଼ାଇବା ପାଇଁ କିଭଳି ତାହା ନିଜେ ନିଜକୁ ପୁନଃ ସଂଶୋଧିତ କରି ପାରିବ, ପ୍ରକ୍ରିୟାଗୁଡ଼ିକ ଏବଂ ନୀତି ଗୁଡ଼ିକରେ ଏଭଳି କ’ଣ ସଂସ୍କାର କରାଯାଇ ପାରିବ ଯାହା ଦ୍ୱାରା ଟିକସ ରାଜସ୍ୱ ତ ବଢ଼ିବ; ତା’ ସହିତ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ମଧ୍ୟ ନୂତନ ସୁଯୋଗ ସୃଷ୍ଟି ହେବ । ମୁଁ ଭାବୁଛି କି ଏ ସମସ୍ତ ଦିଗରେ, ଚିନ୍ତା କରିବାର ଆବଶ୍ୟକତା ରହିଛି ।
ରାଷ୍ଟ୍ରାୟତ୍ତ ଉଦ୍ୟୋଗ କ୍ଷେତ୍ରର କମ୍ପାନୀଗୁଡିକ ବିଶ୍ୱ ପରିଦୃଶ୍ୟରେ ପ୍ରତିଦ୍ୱନ୍ଦୀ ହେବା ବହୁତ ଆବଶ୍ୟକ । ଆପଣ ୟୁରୋପର କେତେକ ଦେଶରେ ଦେଖିବେ ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କ୍ଷେତ୍ରର କମ୍ପାନୀଗୁଡିକ ଶକ୍ତି କ୍ଷେତ୍ରରେ, ସ୍ୱୟଂଚାଳିତ ସୌର ଶକ୍ତି କ୍ଷେତ୍ରରେ ବହୁତ ଭଲ କାର୍ଯ୍ୟ କରୁଛନ୍ତି । ସେମାନଙ୍କର କାର୍ଯ୍ୟ କରିବାର ମଡେଲ ମାଧ୍ୟମରେ ଆମେ ବହୁତ କିଛି ଶିକ୍ଷା କରି ପାରିବା ।
ସାଥୀଗଣ, ଯେଭଳି ଭାବରେ ବିଶ୍ୱରେ ବ୍ୟବସାୟିକ ବାତାବରଣରେ ପରିବର୍ତ୍ତନ ଆସିଛି, ତାହାକୁ ଲକ୍ଷ୍ୟକରି ତ୍ୱରିତ ନିଷ୍ପତ୍ତି ନେବା ସହିତ ନମନିୟତା ଆଣିବା ହେଉଛି ସମୟର ଆବଶ୍ୟକତା । ବିଗତ କିଛି ସମୟ ମଧ୍ୟରେ ଦୁନିଆରେ ଏଭଳି ଅନେକ ଉଦାହରଣ ସାମ୍ନାକୁ ଆସିଛି ଯେଉଁଠାରେ ଗୁରୁଦାୟିତ୍ୱ ନ ନେବା ପାଇଁ ଭାବିବା କାରଣରୁ ସରକାରୀ ଉଦ୍ୟୋଗକୁ କ୍ଷତି ସହିବାକୁ ପଡିଛି । ଏଭଳି କ୍ଷେତ୍ରରେ ପ୍ରତ୍ୟେକ ସ୍ତରରେ ନିଷ୍ପତ୍ତିଗୁଡିକୁ ସୁସଂହତ କରାଯାଉ । ସେଥିପାଇଁ ତୃତୀୟ‘ପି’ଅର୍ଥାତ ବ୍ୟକ୍ତିତ୍ୱ ଆହୁରି ମହତ୍ୱପୂର୍ଣ୍ଣ ହୋଇଯାଇଥାଏ ।
ଭଲ ନିଷ୍ପତ୍ତି ସେତେବେଳେ କାମରେ ଆସିଥାଏ ଯଦି ଆମ ପାଖରେ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ଥିବେ । ଆମକୁ ଧ୍ୟାନରେ ରଖିବାକୁ ହେବ କି କ’ଣ ଆମେ ଉପଯୁକ୍ତ ପ୍ରତିଭାକୁ ଆଗକୁ ଆଣି ପାରୁଛେ, କ’ଣ ଆମେ ସମୂହ ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱଙ୍କୁ ନେଇ ଶକ୍ତି ପ୍ରସ୍ତୁତ କରି ପାରୁଛେ ।
ନମନୀୟ ନିଷ୍ପତ୍ତି, ଭଲ ପ୍ରତିଭା ଏବଂ ଟେକ୍ନୋଲଜି- ଏହି ତିନୋଟି ଜିନିଷ କୌଣସି ସଂସ୍ଥାନରେ ଯୋଡ଼ି ହୋଇ ଯିବେ ତ ତାହାର ପ୍ରଗତିକୁ କେହି ରୋକି ପାରିବେ ନାହିଁ । ଆଉ ମୋତେ ଅବଗତ କରାଯାଇଛି କି ଟେକ୍ନୋଲଜି କ୍ଷେତ୍ରରେ ନବସୃଜନକୁ ପ୍ରୋତ୍ସାହନ ଦେବା ପାଇଁ ଆପଣ ସମସ୍ତେ ଯେଉଁ ଉପସ୍ଥାପନା କଲେ, ଟେକ୍ ଅପ୍ ଇଣ୍ଡିଆ (Tech Up India)ମିଶନକୁ ପ୍ରାଥମିକତା ଦେବାର ନିଷ୍ପତ୍ତି ନେଇଛନ୍ତି । ମୁଁ ଏହି ସମସ୍ତ ପଦକ୍ଷେପକୁ ପ୍ରଶଂସା କରୁଛି ଆଉ ଏହାର ସଫଳତା କାମନା କରୁଛି ।
ଆଉ ଏକ ବିଷୟ ହେଉଛି ବହୁତ-ବହୁତ ମହତ୍ୱପୂର୍ଣ୍ଣ-କ୍ରୟ ବା ସଂଗ୍ରହ । ସାଥୀଗଣ, ଆପଣଙ୍କ ସଂସ୍ଥାନରେ କ୍ରୟ ନୀତିରେ ପରିବର୍ତ୍ତନ ଦେଶର ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ–ଏମଏସଏମଇ କ୍ଷେତ୍ରକୁ ଆହୁରି ଶକ୍ତିଶାଳୀ କରି ପାରିବ । ମୁଁ ଆପଣମାନଙ୍କ ସମ୍ମୁଖରେ ଏକ ତଥ୍ୟ ରଖିବାକୁ ଚାହୁଁଛି । 2016ରେ ପିଏସୟୁ ଗୁଡ଼ିକ 1 ଲକ୍ଷ 30 ହଜାର କୋଟି ଟଙ୍କାରୁ ଅଧିକ କ୍ରୟ କରିଥିଲା । ଏଥିରେ ପାଖାପାଖି 25 ହଜାର କୋଟିର ଜିନିଷ ହିଁ, କେବଳ 25 ହଜାର କୋଟିର ଜିନିଷ ଏମଏସଏମଇ କ୍ଷେତ୍ରରୁ ନିଆ ଯାଇଥିଲା ।
କ’ଣ ଆପଣ ମାନେ ସମସ୍ତେ ମିଶି ଏଭଳି ଏକ ମେକାନିଜମ୍ ପ୍ରତିଷ୍ଠା କରି ପାରିବେ ନାହିଁ, ଏଭଳି କୌଣସି କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ପାରିବେ ନାହିଁ, ଯେଉଁଥିରେ ଦେଶର ଲଘୁ ଏବଂ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକରୁ ଅଧିକରୁ ଅଧିକ ଜିନିଷ କିଣା ଯାଇ ପାରିବ । ବିଶେଷ କରି ପଛୁଆ ଅଂଚଳରେ ଯେଉଁ ଉଦ୍ୟୋଗ ଅଛି, ସେମାନଙ୍କର ହାତକୁ ଧରି ଆଗେଇ ନେବା କାର୍ଯ୍ୟ ଆପଣମାନଙ୍କ ଦ୍ୱାରା କରା ଯାଇ ପାରିବ ।
ଆପଣମାନେ ଜାଣିଥିବେ ଆଉ ଆପଣମାନେ ଏକ ଉପସ୍ଥାପନାରେ ଉଲ୍ଲେଖ ମଧ୍ୟ କରିଛନ୍ତି କି ଭାରତ ସରକାର ସରକାରୀ ଇ-ବଜାର- ଜେମ୍ ନାମରେ ଏକ ପୋର୍ଟାଲ ପ୍ରସ୍ତୁତ କରିଛନ୍ତି । ଏକ ଭଲ ବ୍ୟବସ୍ଥା ପ୍ରତିଷ୍ଠା ହୋଇଛି । ସେଥିରେ ଏମଏସଏମଇ କ୍ଷେତ୍ର ପାଇଁ ଏକ ବହୁତ ବଡ଼ ନୂତନ ଶକ୍ତି କାର୍ଯ୍ୟ କରୁଛି । ବହୁତ କମ ସମୟରେ ଏହି ଅନ-ଲାଇନ ପ୍ଲାଟଫର୍ମରେ ପାଖାପାଖି ସାଢ଼େ 6 ହଜାର କୋଟି ଟଙ୍କାର କାରବାର ହୋଇ ସାରିଛି । ଆପଣଙ୍କ ସଂସ୍ଥାନ ମଧ୍ୟ ଏହାର ଅଧିକ ଉପଯୋଗ କରିବ ତ ପାରଦର୍ଶିତା ମଧ୍ୟ ଆସିବ ଆଉ ଏମଏସଏମଇ କ୍ଷେତ୍ରକୁ ମଧ୍ୟ ଲାଭ ମିଳିବ । ଯେତେବେଳେ ଆପଣମାନେ ଅଧିକରୁ ଅଧିକ ଜିନିଷ ନିଜ ଦେଶର ଛୋଟ-ଛୋଟ ଉଦ୍ୟମୀ ମାନଙ୍କଠାରୁ କିଣିବେ ତ ଦୂର ଦୂରାନ୍ତର ଅଂଚଳରେ ମଧ୍ୟ ରୋଜଗାରର ନୂଆ ସୁଯୋଗ ସୃଷ୍ଟି ହେବ ।
ଏହା ବ୍ୟତୀତ ଆପଣମାନଙ୍କ ସଂସ୍ଥାନ ଦ୍ୱାରା ଏମଏସଏମଇ ଗୁଡ଼ିକୁ ପାଣ୍ଠି ଆବଂଟନ ଏବଂ ବୈଷୟିକ ସହାୟତା ଯେତେ ଅଧିକ ମିଳିବ, ସେମାନେ ସେତେ ଅଧିକ ହିଁ ମଜବୁତ ହେବେ । ଏମଏସଏମଇ କ୍ଷେତ୍ରର ଦକ୍ଷତା ବିକାଶ ଆପଣମାନଙ୍କ ଲକ୍ଷ୍ୟ ମଧ୍ୟରୁ ଗୋଟିଏ ହେବା ଦରକାର । ଆଉ ଆଜି ଯାହା ବୋଧହୁଏ ଆପଣ ନିଜ ସଂକଳ୍ପରେ ଉଲ୍ଲେଖ ମଧ୍ୟ କରିଛନ୍ତି । ଆପଣ ନିଜ ଅନୁଭବକୁ ଛୋଟ ଉଦ୍ୟୋଗଗୁଡ଼ିକ ପାଖରେ ଯେତେ ପହଂଚାଇବେ, ଦେଶକୁ ଆତ୍ମ ନିର୍ଭର କରିବାର କାର୍ଯ୍ୟ ସେତେ ଅଧିକ ଦ୍ରୁତ ଗତିରେ ଆଗକୁ ବଢ଼ିବ ।
ମୋର ଆପଣମାନଙ୍କୁ ଗୋଟିଏ ଅନୁରୋଧ ଏହା ମଧ୍ୟ ହେଉଛି କି ଆପଣ ଏହି କଥାକୁ ସବୁ ସମୟରେ ଧ୍ୟାନରେ ରଖିବେ କି ଏମଏସଏମଇ ଗୁଡ଼ିକୁ ଅନୁଦାନ ଦେବାରେ ବିଳମ୍ବ ନ ହେଉ । ଦେୟ ପ୍ରଦାନରେ ବିଳମ୍ବ ହେଲେ ଛୋଟ ଉଦ୍ୟମୀ ମାନଙ୍କୁ ଯେଉଁ ଭଳି ଭାବେ ଅସୁବିଧା ଆସିଥାଏ, ସେ ବିଷୟରେ ଆପଣ ସମସ୍ତେ ଅବଗତ ଅଛନ୍ତି ।
ଦେଶର ବିନିର୍ମାଣ କ୍ଷେତ୍ରକୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରୁ ବହୁତ ଶକ୍ତି ମିଳିଥାଏ । ଗ୍ରାମୀଣ ଗୃହ ନିର୍ମାଣ, ଅଣ ପାରମ୍ପରିକ ଶକ୍ତି, ସୌର, ବୟନ ଶିଳ୍ପ, ଔଷଧ, ପର୍ଯ୍ୟଟନ ଭଳି ଅନେକ କ୍ଷେତ୍ରର କାୟାକଳ୍ପ କରିବାରେ ଆପଣମାନଙ୍କର ସକ୍ରିୟ ଯୋଗଦାନ ରହିପାରିବ ।
ମୁଁ କେବେ-କେବେ ଆପଣମାନଙ୍କୁ ଅନୁରୋଧ କରିବି, ଆପଣମାନଙ୍କର ସାଧାରଣ ପରିଷଦ ବୈଠକ ହୋଇଥାଏ, କ’ଣ ମିଳିମିଶି ସ୍ଥିର କରିପାରିବେ କି ଭାରତ ପାଇଁ ଯେଉଁ ନୂତନ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳ ହେବ, ଆଗ୍ରା ନୁହେଁ, ଯାହା ପରିଚିତ ନୁହେଁ, କିନ୍ତୁ ବର୍ଷକୁ ଥରେ ଏକ ବଡ଼ ବୈଠକ ଆମେ ଏପରି ପର୍ଯ୍ୟଟନ ସ୍ଥଳରେ କରିବା । ତାହାକୁ ପରିଚୟ ମିଳିବ ଲୋକ ମଧ୍ୟ ଆସିବେ, ଦେଖିବେ । ପ୍ରାକୃତିକ ପାଠ୍ୟକ୍ରମରେ ସେହି ପର୍ଯ୍ୟଟନ ସ୍ଥଳ ବିକଶିତ ହେବ । ଧରି ନିଅନ୍ତୁ ଦେଶରେ ଯଦି ଗୋଟିଏ ବର୍ଷରେ 25 ଟି ସ୍ଥାନ ସ୍ଥିର କରିବା, ଆଉ ଆପଣଙ୍କର ତିନି ଶହ କଂପାନୀ ଅଛନ୍ତି । ଯଦି ଆପଣ ସେଠାରେ ନିଜର ସାଧାରଣ ପରିଷଦ ବୈଠକ ଆରମ୍ଭ କରିବେ ତ ପ୍ରତ୍ୟେକ ସ୍ଥାନରେ, ମୁଁ ବୁଝି ପାରୁଛି ପ୍ରତ୍ୟେକ ମାସରେ ଗୋଟିଏ ଦୁଇଟି, ଗୋଟିଏ ଦୁଇଟି, ବୈଠକ ହେବ ହିଁ ହେବ । ମେତେ କୁହନ୍ତୁ ସେଠାକାର ଅର୍ଥବ୍ୟବସ୍ଥା ଆଗକୁ ବଢିବ କି ବଢିବ ନାହିଁ? ସେଠାରେ ଭିତ୍ତିଭୂମି ପ୍ରତିଷ୍ଠା ହେବ ନା ହେବ ନାହିଁ? ଅର୍ଥାତ ଆପଣତ ଆପଣଙ୍କ ବୈଠକ ହିଁ କରୁଛନ୍ତି, ମୁମ୍ବଇଠାରେ କରୁଥିବେ, ବାଙ୍ଗାଲୋରରେ କରୁଥିବେ, ଚେନ୍ନଇରେ କରୁଥିବେ, 5 ତାରକା ହୋଟେଲରେ କରୁଥିବେ, କିନ୍ତୁ କେବେ ଆପଣ ଏଭଳି ସ୍ଥାନରେ ରହି କରିପାରିବେ । ଆପଣ ଦେଖନ୍ତୁ, ଆପଣଙ୍କର ସେହି ନିର୍ଦ୍ଧାରିତ କାର୍ଯ୍ୟ ଅଛି, କିନ୍ତୁ ଅତିରିକ୍ତ ଉତ୍ପାଦ ଭାବେ ଦେଶର ପର୍ଯ୍ୟଟନକୁ ଶକ୍ତି ମିଳୁଛି । ଅର୍ଥାତ ଅତିରିକ୍ତ କିଛି ନକରି ଏହା ସେତେବେଳେ ହେବ କି ଦେଶର ଦୃଷ୍ଟିକୋଣ ଆଉ ଆପଣଙ୍କ ଦୃଷ୍ଟିଭଙ୍ଗୀ ଏକା ସାଙ୍ଗରେ ଚାଲିଥାଏ, ସେତେବେଳେ ହିଁ ହେବ । ଆଉ ଏଥିପାଇଁ ମୁଁ ଅନୁରୋଧ କରିବି କି ଆପଣ ଏଭଳି ଅନେକ ନୂଆ ନୂଆ କାର୍ଯ୍ୟ ଯାହା ରାଷ୍ଟ୍ର ନିର୍ମାଣରେ ଆମର ଯେଉଁ ପ୍ରକ୍ରିୟା ଚାଲିଛି, ଆଉ ମୁଁ ମାନୁଛି କି ଭାରତକୁ ପର୍ଯ୍ୟଟନ କ୍ଷେତ୍ରକୁ ବହୁତ ପ୍ରୋତ୍ସାହନ ମିଳିବା ଦରକାର । ଏହା ହେଉଛି ଅତି କମ୍ ପୁଞ୍ଜି ନିବେଶରେ ସବୁଠାରୁ ଅଧିକ ରୋଜଗାର ଦେବାର ସମ୍ଭାବନା ଭଳି କ୍ଷେତ୍ର, ଆଉ ଦୁନିଆ ପାଖରେ ଯାହା ନାହିଁ, ତାହା ଦେବାର, ଦେଖାଇବାର ସାମର୍ଥ୍ୟ ଏହି ମାଟିରେ ଅଛି । କିନ୍ତୁ ଆମେ କେବେ ତାହାକୁ ସେହି ଜିନିଷ ପାଖରେ ପହଂଚି ପାରି ନାହୁଁ । ଅମେ କିପରି ପହଂଚିବା ।
ସାଥୀଗଣ, ଭବିଷ୍ୟତ ପାଇଁ ଆମର ପ୍ରସ୍ତୁତି ହିଁ ଆମକୁ ପଞ୍ଚମ ‘ପି’ ଆଡ଼କୁ ନେଇ ଯାଇଥାଏ ଆଉ ସେହି ପଞ୍ଚମ ‘ପି’ ହେଉଛି-ପ୍ରସ୍ତୁତି । ଭାରତୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକୁ ବୈଷୟିକ ଆହ୍ଵାନ ଯେପରି କୃତିମ ଧୀଶକ୍ତି (ଆର୍ଟିଫିସିଆଲ ଇଂଟେଲିଜେନ୍ସ), କ୍ୱାଂଟମ କମ୍ପ୍ୟୁଟିଂ, ଇଲେକଟ୍ରିକ ଯାନ, ରୋବୋଟିକ୍ସକୁ ଧ୍ୟାନରେ ରଖି ନିଜକୁ ପ୍ରସ୍ତୁତ କରିବାକୁ ପଡିବ ।
ଗୋଟିଏ ଅନୁମାନ କରାଯାଇଛି କି 2020 ପର୍ଯ୍ୟନ୍ତ ଜିନିଷ ଗୁଡିକର ବିଶ୍ୱ ଇଂଟରନେଟ ବଜାରରେ ଭାରତର ଭାଗିଦାରୀତା(Share) ପ୍ରାୟ 20 ପ୍ରତିଶତ ପର୍ଯ୍ୟନ୍ତ ହେବ । ଏହା ହେଉଛି ପ୍ରାୟ 20 ଲକ୍ଷ କୋଟି ଟଙ୍କାର ବଜାର । ଏହାମଧ୍ୟ ଅନୁମାନ କରାଯାଇଛି କି ଔଦ୍ୟୋଗିକ ବିନିର୍ମାଣରେ ଜିନିଷ ଗୁଡିକର ଇଂଟରନେଟ ବଜାର ଅଂଶୀଦାର ପ୍ରାୟ 60 ପ୍ରତିଶତ ହେବ । କ’ଣ ଭାରତୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡିକ ଏହାକୁ ଧ୍ୟାନରେ ରଖି ଆଗମୀ ରଣନୀତି ପ୍ରସ୍ତୁତ କରୁଛନ୍ତି? କ’ଣ ଆପଣ ତଥ୍ୟ ବିଶ୍ଳେଷଣ କରୁଛନ୍ତି?
ସାଥୀଗଣ, ଆପଣମାନଙ୍କର ଏହି ପ୍ରୟାସରେ ଡିଜିଟାଇଜେସନ, ଆନାଲିଟିକ୍ସ, ଇ-ଗତିଶୀଳତା ଏବଂ ବ୍ଲକଶୃଙ୍ଖଳ ଭଳି ନୂତନ ଟେକ୍ନୋଲଜି ଆପଣଙ୍କୁ ସାହଯ୍ୟ କରି ପାରିବ । ଏହି କୌଶଳ ନୂତନ ବ୍ୟବସାୟରେ ଆପଣଙ୍କ ପାଇଁ ସୁଯୋଗ ସୃଷ୍ଟି କରି ପାରିବ ।
ଆଜିର ତାରିଖରେ ବ୍ୟବସାୟିକ ବଜାରରେ ଯେଉଁ ନୂତନ ନବସୃଜନ ହେଉଛି, ନିବେଶ ପାଇଁ ଯେଉଁ ବଡ଼ ପୁଞ୍ଜି ବଜାର ଉପଲବ୍ଧ ହେଉଛି, ତାହାର ମଧ୍ୟ ଳାଭ ଉଠାଯାଇ ପାରିବ ।
ସାଥୀଗଣ, ଯେତେବେଳେ ଆପଣ ଦେଶର ଆବଶ୍ୟକତା ଗୁଡିକ ଏବଂ ପ୍ରାଥମିକତା ଗୁଡିକ ସହିତ ତାଳ ମେଳ କରି ଚାଲନ୍ତି, ତ ବହୁତ ଭଲ ପରିଣାମ ମିଳିବା ହେଉଛି ସୁନିଶ୍ଚିତ ଆଉ ମୋର ସମ୍ପୂର୍ଣ୍ଣ ଭରସା ଅଛି କି ଆମ ଦେଶର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡିକରେ ନିଉ ଇଣ୍ଡିଆର ପରିବର୍ତ୍ତିତ ଅଗ୍ରଦୂତ ହେବାର ପୁରା କ୍ଷମତା ଅଛି ।
ଆଜି ଏଠାରେ ଏହି ଅବସରରେ ମୁଁ ଆପଣଙ୍କ ସାମ୍ନାରେ 5ଟି ପ୍ରଶ୍ନ, ଏଭଳି 5ଟି ଆହ୍ୱାନ ରଖିବାକୁ ଚାହୁଁଛି । ଆପଣ ଏଠାରେ ଯାହା ରଖିଛନ୍ତି ସେ ବିଷୟରେ ବାହାରେ କିଛି କହିବି ନାହିଁ । ଯାହା ଆପଣ କହିଛନ୍ତି ତାହା ମଧ୍ୟରୁ ମୁଁ ନିଜସ୍ୱ ଢ଼ଙ୍ଗରେ ଉପସ୍ଥାପନା କରିବାକୁ ଚାହିଁବି । ଆଉ ମୋର ବିଶ୍ୱାସ ଅଛି କି ଆପଣ ଏହି କଥା କରି ପାରିବେ । ଏହି 5ଟି ଆହ୍ୱାନ ନିଉ ଇଣ୍ଡିଆରେ ଆପଣଙ୍କ ଭୂମିକାକୁ ପୁନଃ ନିର୍ଦ୍ଧାରଣ କରିବ । ମୁଁ ବହୁତ ସୁକ୍ଷ୍ମ ଭାବରେ ଯିବି ନାହିଁ କିନ୍ତୁ ମୋର ଏହି ପ୍ରଶ୍ନ ମାଧ୍ୟମରେ ଏକ ଏକ ବଡ଼ ବଡ଼ ଆହ୍ୱାନ ଆପଣଙ୍କ ସାମ୍ନାରେ ରଖୁଛି ।
ମୋର ପ୍ରଥମ ପ୍ରଶ୍ନ : 2022, ସ୍ୱାଧୀନତାର 75 ବର୍ଷ ହେବ । 2022 ସୁଦ୍ଧା ଭାରତୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ କିପରି ସେମାନଙ୍କ ଭୂ-ରଣନୈତିକ ପହଁଚକୁ ବୃଦ୍ଧି କରିବେ? ଆଉ ବୃଦ୍ଧି କରିବେ ତ କିପରି କରିବେ ।
ମୋର ଦ୍ୱିତୀୟ ପ୍ରଶ୍ନ : 2022 ସୁଦ୍ଧା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ କିପରି ଦେଶର ଆମଦାନୀ ଦେୟ ହ୍ରାସ କରିବାରେ ସାହାଯ୍ୟ କରିବେ? ଆପଣମାନଙ୍କୁ ଲାଗୁଥିବ ଏହି କାର୍ଯ୍ୟ ହେଉଛି କାହାର । ମୁଁ ଆପଣମାନଙ୍କୁ ଉଦାହରଣ ଦେବାକୁ ଚାହୁଁଛି । ମୁଁ ହରିୟାଣାରେ ସେଠାକାର କୃଷକମାନଙ୍କର କ୍ଷେତକୁ ଯାଇଥିଲି । 30 ବର୍ଷ ପୂର୍ବର କଥା କହୁଛି, 25 ବର୍ଷ ପୂର୍ବର କଥା । ତା’ର ଛୋଟ ଜମି ଖଣ୍ଡିଏ ଥିଲା, ବହୁତ ଅନୁରୋଧ କରିଥିଲା, ଆସନ୍ତୁ ଆସନ୍ତୁ, ମୁଁ କିଛି ନୂଆ କରିଛି । 30-35ବର୍ଷ ବୟସର ହୋଇଥିଲା, କିନ୍ତୁ ବହୁତ ବଡ଼ ଉତ୍ସାହ ଉଦ୍ଦୀପନା ଥିଲା । ସେ ସ୍ଥିର କରିଥିଲା କି ଦିଲ୍ଲୀରେ 5 ତାରକା ହୋଟେଲକୁ ଯେଉଁ ସ୍ୱତନ୍ତ୍ର ପ୍ରକାରର ପନିପରିବା ଆମଦାନୀ ହେଉଥିଲା, ଛୋଟ ମକା ଆମଦାନୀ ହୋଇଥାଏ, ଛୋଟ ଟମାଟ ଆସି ଥାଏ । ସେ ସ୍ଥିର କଲେ କି ମୁଁ ଦିଲ୍ଲୀରେ କୃଷି କ୍ଷେତ୍ରରୁ ହେଉଥିବା ଆମଦାନୀକୁ ବନ୍ଦ କରି ରହିବି । ଆଉ ସେ ନିଜ ଛୋଟ ବିଲରେ ପରିବେଶ ପରିଚାଳନା କରି ଏହି ସବୁ ଜିନିଷ ଉତ୍ପାଦନ କଲେ ଏବଂ ସେ ଦିଲ୍ଲୀର 5 ତାରକା ହୋଟେଲକୁ ଯୋଗାଇବା ଆରମ୍ଭ କଲେ ଆଉ ଖୁସିର କଥା ଏହା ଯେ ତିନି ବର୍ଷ ଭିତରେ ସେ ଏହି ଆମଦାନୀକୁ ବନ୍ଦ କରି ଦେଇଥିଲେ । ଜଣେ କୃଷକର ପୁଅ ମନରେ ସ୍ଥିର କରି ନିଏ ତ କ’ଣ କରିପାରେ । ଏତେ ବଡ଼ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏକ ଆତ୍ମନିର୍ଭର ସ୍ୱାଭିମାନୀ ନିଜ ଗୋଡରେ ଠିଆ ହେବ ହିନ୍ଦୁସ୍ଥାନ, ଦେଶକୁ ଏ ପର୍ଯ୍ୟନ୍ତ ପହଁଚାଇବାରେ ଆପଣଙ୍କର ଯୋଗଦାନ ରହିଛି । ଏବେ ସମୟ ଆସିଛି ବିଶ୍ୱ ଅର୍ଥବ୍ୟବସ୍ଥାରେ ଆମେ ନିଜେ ନିଜକୁ ଶକ୍ତିଶାଳୀ କରିବା ପାଇଁ ଏହି ଗୋଟିଏ ପଦକ୍ଷେପ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ଅଛି । ଆଉ ଏଥିପାଇଁ ମୁଁ କହିବ କି ଆପଣ ନିଜ ଉପସ୍ଥାପନାରେ ଏହି କଥାର ଉଲ୍ଲେଖ କରିଛନ୍ତି । କିନ୍ତୁ ମୁଁ ତାକୁ ଶକ୍ତି ଦେବାକୁ ଚାହୁଁଛି । ଆମେ ଏପରି କି ଜିନଷ ଆଣିବା, ଆମେ ଏଭଳି କି ପ୍ରକାରର ପରିବର୍ତ୍ତିତ ଟେକ୍ନୋଲଜି ଦେବା, ଆମେ ଏଭଳି କି ପ୍ରକାରର ଯନ୍ତ୍ରାଂଶ ଦେବା କି ଯାହା ଦ୍ୱାରା ମୋ ଦେଶର ଆମଦାନୀ କମ୍ କରିବାରେ ମୋର ସକ୍ରିୟ ଭୂମିକା ରହିବ ।
ମୋର ତୃତୀୟ ପ୍ରଶ୍ନ : 2022 ସୁଦ୍ଧା ଭାରତୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡ଼ିକ କିପରି ନିଜ ନିଜ ମଧ୍ୟରେ, କାରଣ ଏହା ହେଉଛି ବହୁତ ବଡ଼ କଥା, ନିଜ ନିଜ ମଧ୍ୟରେ ନବସୃଜନ ଏବଂ ଗବେଷଣାକୁ ସମନ୍ୱିତ କରିବେ? ଆଜି ଆମେ ନିଜ ନିଜ ସ୍ଥାନରେ ଅଛେ, ଭିନ୍ନ ଭିନ୍ନ କାର୍ଯ୍ୟ କରୁଛେ । ସେହି କାରଣରୁ ଆମର ମାନବ ସମ୍ବଳ ମଧ୍ୟ ନଷ୍ଟ ହୋଇଯାଉଛି । କିଏ ଗୋଟିଏ କାର୍ଯ୍ୟ କରିଛି ଅନ୍ୟଜଣେ ସେହି କାର୍ଯ୍ୟକୁ ଶୂନ୍ୟରୁ ଆରମ୍ଭ କରିଥାଏ । ଯଦି ଆମ ମଧ୍ୟରେ ସମନ୍ୱୟ ରହିବ ତ ଆପଣ କଳ୍ପନା କରିପାରିବେ କି ଏକାଥରେ କେତେ ବଡ଼ ଲମ୍ଫ ଲଗାଇ ପାରିବା ଆଉ ଏଥିପାଇଁ ମୁଁ ସମନ୍ୱୟର କଥା କହିଛି ।
ମୋର ଚତୁର୍ଥ ପ୍ରଶ୍ନ : ନିଉ ଇଣ୍ଡିଆର ସ୍ୱପ୍ନ ଅନୁସାରେ ଦେଶ ଯାହା ଉପରେ ଧ୍ୟାନ କେନ୍ଦ୍ରୀତ କରିବ, ଦେଶକୁ ଆମେ ଯେଉଁ ସମସ୍ୟା ଗୁଡିକରୁ ମୁକ୍ତ କରିବାକୁ ଚାହୁଁଛେ କ’ଣ ଆମର ଉଦ୍ୟୋଗ ଗୁଡ଼ିକର ସିଏସ୍ଆର ପାଣ୍ଠିର ସୁବିନିଯୋଗ ଲାଗି ମାର୍ଗଚିତ୍ର (Roadmap) କ’ଣ ହେବ? ଆଉ ଆମେ ସାମଗ୍ରିକ ଭାବେ ଏହାକୁ କିପରି କରିବା । ଯେପରି ଆପଣ ଦୁଇଟି ପ୍ରୟୋଗ ବିଷୟରେ କହିଛନ୍ତି କି ଶୌଚାଳୟ ପ୍ରସଙ୍ଗରେ ଆମେ ଯୋଡି ହୋଇ ଯାଇଛେ, ଆମେ ଏତେ ବଡ଼ ଯୋଗଦାନ କରିଦେଲୁ ଆଉ ଦେଶ ପରିବର୍ତ୍ତନ ଦେଖିଲା । ଆଉ ଏଥିପାଇଁ ଆବଶ୍ୟକ ହେଉଛି ଆମେ ଗୋଟିଏ କଥାକୁ ଧରିବା ଆଉ ତାହାକୁ ଅତିକ୍ରମ କରିବା ପାଇଁ କରିପାରିବା କି?
ଆଉ ମୋର ପଞ୍ଚମ ପ୍ରଶ୍ନ : 2022 ସୁଦ୍ଧା ଭାରତୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡ଼ିକ ଦେଶକୁ କେଉଁ ବିକାଶର ମଡେଲ ପ୍ରଦାନ କରିବେ? କେଉଁ ନୂତନ ମଡେଲ ଆମେ ଦେଇ ପାରିବା । ଆମେ ସେହି ଚାଲୁଥିବା ପୁରୁଣା କାଳିଆ ବ୍ୟବସ୍ଥା ଚଳାଇବା କି କିଛି ନୂଆ ନେଇ କରି ଆସିବା ।
ମୁଁ ଏହି ଆହ୍ୱାନ ପ୍ରଶ୍ନ ମାଧ୍ୟମରେ ଏଥିପାଇଁ ରଖୁଛି କାରଣ ଆପଣଙ୍କୁ ନିର୍ଣ୍ଣୟ ନେବାର ଅଛି, ନୀତି ଆପଣଙ୍କୁ ପ୍ରସ୍ତୁତ କରିବାର ଅଛି, ରଣନୀତି ଆପଣଙ୍କୁ ସ୍ଥିର କରିବାର ଅଛି ଆଉ ଏହି ରଣନୀତିକୁ ଆପଣଙ୍କୁ ହିଁ ଲାଗୁ କରିବାର ଅଛି । ରାଷ୍ଟ୍ର ନିର୍ମାଣର ବଡ଼ ଲକ୍ଷ୍ୟ ସହିତ ଯେତେବେଳେ ଆପଣ ନିଜ-ନିଜ ସଂସ୍ଥାନର ବୋର୍ଡ ବୈଠକରେ ଏହି ପ୍ରଶ୍ନଗୁଡ଼ିକ ଉପରେ ମନ୍ଥନ କରିବେ, ତ ନୂତନ ରାସ୍ତା ଖୋଲିବ, ନୂତନ ଦିଗ ମିଳିବ ।
ସାଥୀଗଣ, ନୂତନ ବିଶ୍ୱ ସ୍ତରରେ ଭାରତର ଭୂ-ରଣନୈତିକ ଗବେଷଣା ଆଗକୁ ବଢ଼ାଇବା ପାଇଁ ଆପଣମାନଙ୍କର ଯୋଗଦାନ ବୃଦ୍ଧି କରିବା ହେଉଛି ଆବଶ୍ୟକ । ଆଜି ସୁଯୋଗ ରହିଛି ଆପଣ ମଧ୍ୟ ସାରା ଦୁନିଆକୁ ଯାଉଛନ୍ତି, ଦୁନିଆର ବିଭିନ୍ନ ଲୋକଙ୍କ ସହିତ ସାକ୍ଷାତ କରୁଛନ୍ତି । ଏଭଳି ସୁଯୋଗ ଆଗରୁ ବହୁତ କମ୍ ଆସିଥିବ । ଏହି ସୁଯୋଗକୁ ଆମେ ହାତଛଡ଼ା କରିବାକୁ ଦେବା ନାହିଁ । ଆଉ ଆବଶ୍ୟକତା ରହିଛି କି ଏହା ସହିତ ଆପଣ ଭଲ ଭାବରେ ପରିଚିତ ଅଛନ୍ତି କି କିଭଳି କିଛି ଦେଶ ନିଜର ପିଏସୟୁର ବ୍ୟବହାର ଅନ୍ୟ ଦେଶରେ ନିଜର ପ୍ରଭାବ ବିସ୍ତାର ପାଇଁ କରିଛନ୍ତି ।
ଏହା ମଧ୍ୟ ହେଉଛି ଏକ ତଥ୍ୟ କି ଦୁନିଆର 500 ବଡ଼ କମ୍ପାନୀ ଗୁଡ଼ିକରୁ ଏକ ଚତୁର୍ଥାଂଶ, ହେଉଛନ୍ତି କୌଣସି ନା କୌଣସି ଦେଶର ସାର୍ବଜନିକ କ୍ଷେତ୍ରର ହିଁ କମ୍ପାନୀ । ଏହି କମ୍ପାନୀ ଗୁଡ଼ିକ, ନିଜ-ନିଜ ଦେଶରେ ହେଉଛନ୍ତି ନିବେଶର ମଧ୍ୟ ଏକ ବଡ଼ ମାଧ୍ୟମ ହୋଇ ଥାଆନ୍ତି । ଏଥିପାଇଁ ଆପଣଙ୍କର ସଂସ୍ଥାନ, ନିଜର ସମ୍ପ୍ରସାରଣ ଅଧିକରୁ ଅଧିକ କିପରି ବିସ୍ତାରିତ କରି ପାରିବେ, ଏହା ଉପରେ ମଧ୍ୟ ନିରନ୍ତର ଚିନ୍ତା କରିବାକୁ ପଡ଼ିବ । ଯେପରି ଆଜିକାର ସମୟରେ ସରକାରଙ୍କଠାରୁ ସରକାରଙ୍କର ଯୋଗାଯୋଗ ବଢ଼ୁଛି, ଆପଣଙ୍କ ପାଇଁ ଆହୁରି ଭଲ ସୁଯୋଗ ରହିଛି ପିଏସୟୁରୁ ପିଏସୟୁକୁ ଯୋଗାଯୋଗ ବଢ଼ାଇବା ପାଇଁ ।
ଆଜି ଭାରତର ପିଏସୟୁ ଗୁଡ଼ିକ ବ୍ରାଜିଲ ରୁ ନେଇ ମୋଜାମ୍ବିକ, ଋଷିଆରୁ ନେଇ ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ନିଜର ଧ୍ୱଜା ଉଡ଼ାଉଛନ୍ତି । କିନ୍ତୁ ଏବେ ଏହା ମଧ୍ୟ ହେଉଛି ସମୟର ଆବଶ୍ୟକତା କି ସାର୍ବଜନିନ କ୍ଷେତ୍ରର କମ୍ପାନୀ ଗୁଡ଼ିକ ବୈଦେଶିକ ନିବେଶ ପାଇଁ ଆଉ ବ୍ୟାପକ ରଣନୀତି ପ୍ରସ୍ତୁତ କରି କାମ କରନ୍ତୁ । ରଣନୀତି ପ୍ରସ୍ତୁତ କରିବା ସମୟରେ ଆପଣଙ୍କୁ ଏହା ମଧ୍ୟ ଧ୍ୟାନରେ ରଖିବାକୁ ହେବ କି ଆପଣଙ୍କ କମ୍ପାନୀର ନିବେଶର ପ୍ରତିଫଳ ମଧ୍ୟ ଅଧିକ ହେଉ ଆଉ ଏହା ଦେଶର ଭୂ-ରଣନୈତିକ ପହଁଚକୁ ମଧ୍ୟ ବଢ଼ାଇବା ଭଳି କାର୍ଯ୍ୟ କରିବ ।
ଏହି ସରକାର ଆସିବା ପରେ ଅନ୍ୟ ଦେଶର ପ୍ରମୁଖ ସହର ମାନଙ୍କ ସହିତ 12-12ଟି ଏମଓୟୁ ରେ ହସ୍ତାକ୍ଷର କରାଯାଇଛି । ବହୁତ ସହଯୋଗୀ(Sister) ସହର ଉପରେ କାମ ହେଉଛି । କ’ଣ ଆମର ପିଏସୟୁ ଏହି ସହରଗୁଡିକର ଉଦ୍ୟୋଗୀ ଶାଖା ଗୁଡିକ ସହିତ, ସେଠାକାର ସଂସ୍ଥାଗୁଡିକ ସହିତ ବ୍ୟବସ୍ଥିତ ଏବଂ ଯୋଜନାବଦ୍ଧ ଭାବେ ମେକ୍ ଇନ ଇଣ୍ଡିଆକୁ ପ୍ରେତ୍ସାହିତ କରି ପାରିବେ ନାହିଁ?
କ’ଣ ହୋଇଥାଏ । ଗୋଟିଏ ଦେଶ ଅନ୍ୟ ଦେଶ ସହିତ ଅନେକ ସହଭାଗୀ ବା Sister ରାଜ୍ୟ ସୃଷ୍ଟି ହୋଇ ଯାଇଥାଏ । ଗୋଟିଏ ସହର ଅନ୍ୟ ସହର ସହିତ ସହଭାଗୀ ବା ଭଗିନୀ ସହର ସୃଷ୍ଟି ହୋଇ ଯାଇଥାଏ । କିନ୍ତୁ ଆମର ଅନ୍ୟାନ୍ୟ ଶାଖା ଅଛନ୍ତି ସେମାନଙ୍କୁ ମଧ୍ୟ ସେଠାକୁ ଯାଇ ଯୋଡି ହେବା ଦରକାର । ଆଉ ଅଧିକତମ ସ୍ତମ୍ଭ ଅନୁସାରେ ଏହି ବନ୍ଧୁତ୍ୱକୁ ଛିଡା କରିବା ଦରକାର, ସେମାନେ ଛାଡି ଦେଇଥାନ୍ତି । ଗୋଟିଏ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଗଲା, ସହକାରୀ ସରକାର ଭାବେ ଗଣାଯାଇଥାଏ, ତ ଉତ୍ସବ ଆୟୋଜନ ହୋଇଗଲା ବାସ୍ ଛୁଟି, ଆଜ୍ଞା ନାହିଁ, ଆମେ ଏହାକୁ ସର୍ବାଧିକ 50-100 କେତେକ କ୍ଷେତ୍ର ଅଛି ଯେଉଁଠାରେ ସେମାନେ ସହର ସହିତ ଆମେ ଯୋଡି ହୋଇଥାଏ । ଆଉ ଏଥିପାଇଁ ମୁଁ ନୁରୋଧ କରିବି ଏଥିପାଇଁ ନୂତନ ରଣନୀତି ଦୃଷ୍ଟିଭଙ୍ଗୀ ଜରୁରୀ । ସେହିପରି ଆମ ସମସ୍ତଙ୍କ ସାମ୍ନାରେ ଏକ ବଡ଼ ଆହ୍ୱାନ ହେଉଛି ଆମଦାନୀ ଦେୟକୁ ନେଇ । ଅନେକ ଏଭଳି ଉତ୍ପାଦ ଅଛି, ଯାହା ଏବେ ଆମେ ଆମଦାନୀ କରୁଛୁ କିନ୍ତୁ ଆମଦାନୀକୁ କମ୍ କରାଯାଇ ପାରିବ । କିଛି କ୍ଷେତ୍ରରେ ସରକାର ଆମଦାନୀ ଦେୟକୁ କମ୍ କରିବାରେ ସଫଳ ହୋଇଛନ୍ତି କିନ୍ତୁ ଏବେ କରିବା ପାଇଁ ବହୁତ କିଛି ବାକି ଅଛି । ଏଭଳି ସ୍ଥିତିରେ ଆପଣମାନଙ୍କ ପାଇଁ ମଧ୍ୟ ବହୁତ ବଡ଼ ସୁଯୋଗ ଅଛି । ଆଉ ଏହା କୌଣସି ବହୁତ ବଡ଼ ଆହ୍ୱାନ ନୁହେଁ । ଆପଣମାନଙ୍କୁ କେବଳ ପ୍ରୟାସ କରିବାର ଅଛି । ତା’ହେଲେ ଆପଣ ଦେଖିବେ ପରିବର୍ତ୍ତନ ନିଶ୍ଚୟ ଆସିଯିବ ।
ଆପଣମାନଙ୍କ ତରଫରୁ ଏକ ସମୟ ସୀମା ସ୍ଥିର କରିବେ, ଏହି ଦିଗରେ କାର୍ଯ୍ୟ କରାଯାଇ ପାରିବ କି ଆଗାମୀ ଦୁଇ-ତିନି ବର୍ଷରେ କେଉଁ ଉତ୍ପାଦର ଆମଦାନୀ, ଦଶ-ପନ୍ଦର-କୋଡିଏ ପ୍ରତିଶତ, ଯେତେ ଆପଣଙ୍କୁ ଉଚିତ ମନେହେବ, ସେତେ କମ୍ କରିବେ ।
ଆଉ ଏକ ମହତ୍ୱପୂର୍ଣ୍ଣ ଦିଗ ହେଉଛି, ନବସୃଜନ ଏବଂ ଗବେଷଣାର ସମନ୍ୱୟ ।
ସାଥୀଗଣ, ବିଗତ କିଛି ବର୍ଷରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗମାନେ ନିଜର ବେଲେନ୍ସ ସିଟ୍ ହିସାବରେ ବହୁତ ଭଲ କାମ କରିଛନ୍ତି । ଗତ ବର୍ଷ ସିପିଏସଇର ମୋଟ ଲାଭ 1.25 ଲକ୍ଷ କୋଟିରୁ ଅଧିକ ଥିଲା । ଏହାର 2 ପ୍ରତିଶତ ଅର୍ଥାତ୍ ପାଖାପାଖି 2500 କୋଟି ଟଙ୍କା ସିଏସ୍ଆର ବା କର୍ପୋରେଟ ସାମାଜିକ ଦୟିତ୍ୱବୋଧ ଭାବରେ ଖର୍ଚ୍ଚ ହୋଇ ପାରିବ ।
ଏହି ଅର୍ଥ ଦେଶର ପ୍ରାଥମିକତାକୁ ଧ୍ୟାନରେ ରଖି କିଭଳି ଉଚିତ ଉପଯୋଗ ହେବ ଏହି ବିଷୟରେ ଭାବିବାକୁ ପଡିବ । ଆପଣମାନଙ୍କର ମନେ ଥିବ 2014-15 ରେ, ଆଉ ଯାହା ମଧ୍ୟ ଆମକୁ ଏବେ ଫିଲ୍ମ ମାଧ୍ୟମରେ କୁହାଯାଇଛି । ଆପଣମାନେ ସ୍କୁଲରେ ଶୌଚାଳୟ ନିର୍ମାଣ ପାଇଁ ସିଏସ୍ଆର ପାଣ୍ଠିରୁ ଦାନ କରିଥିଲେ, ଯାହାର ପରିଣାମ ଆଜି ସମସ୍ତଙ୍କ ସାମ୍ନାରେ ଅଛି । ମୋର ପରାମର୍ଶ ହେଉଛି କି ଯେପରି 2014ରେ ସ୍କୁଲ ଶୌଚାଳୟ ନିର୍ମାଣକୁ ବଛା ଯାଇଥିଲା, ସେହିଭଳି ଗୋଟିଏ ବିଷୟରେ ପ୍ରତ୍ୟେକ ବର୍ଷ ବଛା ଯାଉ ଆଉ ସିଏସ୍ଆରର ଏକ ବଡ଼ ଅଂଶ କେବଳ ସେହି ଗୋଟିଏ କାମରେ ଲଗାଯାଉ ।
ସାଥୀଗଣ, ଆପଣଙ୍କ ଅନୁଭବ ଆଉ ସଂସାଧନରେ ଭରପୂର ସଂସ୍ଥାନ ଦେଶକୁ ବିକାଶର ନୂତନ ମଡେଲ ମଧ୍ୟ ଦେଇ ପାରିବ । ଦେଶର ଦୂର-ଦୂରାନ୍ତର ଅଂଚଳରେ ମଧ୍ୟ ରହିଥିବା ଆପଣଙ୍କ ସଂସ୍ଥାନ ଉର୍ଜ୍ଜାର ସେହି କେନ୍ଦ୍ର ହୋଇ ପାରିବ ଯାହା କି ନିଜ ଆଖ ପାଖର ସମସ୍ତ ଅଂଚଳକୁ ଆଲୋକମୟ କରି ପାରିବ ।
ଆଉ ମୋର ଅନୁରୋଧ କି ଅଧିକରୁ ଅଧିକ ଦକ୍ଷତା ଉପରେ ଧ୍ୟାନ କେନ୍ଦ୍ରିତ ହେଉ, କର୍ପୋରେଟ ପ୍ରଶାସନ ଉପରେ ଯୋର ଦିଆଯାଉ ଆଉ ସମ୍ବଳର ସଠିକ ଉପଯୋଗ କରାଯାଉ ।
ସାଥୀଗଣ, ନିଜର ସଂସାଧନ ଏବଂ ସାମର୍ଥ୍ୟ ଉପରେ ଭରସା ନ କରି କୌଣସି ବ୍ୟକ୍ତି ନା ଆଗକୁ ବଢ଼ି ପାରେ, ନା କୌଣସି ସଂସ୍ଥା ନା କୌଣସି ଦେଶ ଆଗକୁ ବଢ଼ି ପାରେ । ଭାରତରେ ନା ସଂସାଧନର ଅଭାବ ଅଛି ନା ସାମର୍ଥ୍ୟର ଅଭାବ ଅଛି । ଆମ ମାନଙ୍କ ମଧ୍ୟରେ ଇଚ୍ଛାଶକ୍ତି ଆଉ ନିଜ ଉପରେ ଭରସା ମଧ୍ୟ ଅଛି । ବିଗତ ଚାରି ବର୍ଷରେ ଆପଣମାନେ ଦେଖିଥିବେ କି ସରକାରଙ୍କ ତରଫରୁ ଥରଟିଏ ପାଇଁ ଆପଣମାନଙ୍କୁ ସ୍ୱର ଉତ୍ତୋଳନ କରିବାକୁ ପଡ଼ି ନଥିବ କି ଏହି ଅସୁବିଧା ଅଛି, ଅମୁକ ଅସୁବିଧା ଅଛି ଇତ୍ୟାଦି । ଆମେ ହେଉଛୁ ପ୍ରତ୍ୟେକ ଆହ୍ୱାନକୁ ସଫଳତାର ସହିତ ମୁକାବିଲା କରିବା ଭଳି ବ୍ୟକ୍ତି । ଆଉ ମୁଁ ସ୍ୱୀକାର କରୁଛି କି ଆମେ ଏହି ଦେଶକୁ, ଆମେ ଦେଶକୁ ନୂତନ ଶିଖର ପର୍ଯ୍ୟନ୍ତ ନେଇ ଯାଇ ପାରିବା । ଏହା ହେଉଛି ସରକାରଙ୍କର ପ୍ରତିବଦ୍ଧତା ଆଜ୍ଞା, ଆଉ ଏଥିପାଇଁ ମୁଁ ଆପଣ ମାନଙ୍କୁ ଅନୁରୋଧ କରୁଛି । ଦେଶରେ କୌଣସି ସାଧନ ସଂସାଧନର ଅଭାବ ନାହିଁ । ଆସନ୍ତୁ ଆମେ ସମସ୍ତେ ଏକାଠି ବସି ମିଳି ମିଶି କରି ଆଗକୁ ବଢ଼ିବା ।
ମୋର ବିଶ୍ୱାସ କି ଏ ଯେଉଁ ପଦକ୍ଷେପ ଯାହା ଆପଣ ମାନେ ନେଇଛନ୍ତି, ତାହା ଆଗକୁ ମଧ୍ୟ ଜାରି ରହିବ । ଆଉ ଏହି ମନ୍ଥନରୁ ଯେଉଁ ଚିନ୍ତାଧାରା ବାହାରିବ ଆଉ ନୂତନ ଚିନ୍ତାଧାରା ବାହାରିବ, ତାହାକୁ ନା କେବଳ କାର୍ଯ୍ୟାନ୍ୱୟନ କରାଯିବ ବରଂ ଅନୁଧ୍ୟାନ କରାଯିବାର ବ୍ୟବସ୍ଥା କରାଯିବା ଦରକାର ।
ମୁଁ ମାନୁଛି କି ଶକ୍ତି ଆଉ ଅଭିଜ୍ଞତା, ଉଦ୍ୟମୀ ଏବଂ ଉତ୍ସାହର ସଂଗମରେ ହିଁ ମହତ୍ୱପୂର୍ଣ୍ଣ ପରିଣାମ ମିଳି ପାରିବ ।
ମୋ ପାଇଁ ପିଏସୟୁଗୁଡ଼ିକ ଅର୍ଥାତ୍ ପ୍ରଗତି-ସେବା ଏବଂ ଉର୍ଜ୍ଜା, ଆଉ ଏହାର କେନ୍ଦ୍ରରେ ରହିଛି ଏସ୍ ଅର୍ଥାତ ସେବା ରହିଛି ।
ନିଉ ଇଣ୍ଡିଆର ସ୍ୱପ୍ନ ନେଇ, ନୂତନ ଉର୍ଜ୍ଜା ଯୁକ୍ତ ହୋଇ ସେବା ଭାବରେ ପ୍ରେରିତ ଆପଣଙ୍କ କାର୍ଯ୍ୟ ରାଷ୍ଟ୍ରକୁ ପ୍ରଗତି ଆଡ଼କୁ ନେଇ କରି ହିଁ ଯିବ । ଏହା ହେଉଛି ମୋର ବିଶ୍ୱାସ ।
ଭବିଷ୍ୟତ ସହିତ ଜଡ଼ିତ ଆପଣଙ୍କ ନୀତି ଗୁଡ଼ିକ- ନିଷ୍ପତ୍ତି ସଫଳ ହେଉ, ନିଉ ଇଣ୍ଡିଆର ସଂକଳ୍ପକୁ ସିଦ୍ଧ କରିବାରେ ଆପଣଙ୍କର ଅଧିକରୁ ଅଧିକ ଭାଗିଦାରୀ ହେଉ, ଏହି କାମନା ସହିତ ନିଜ କଥା ସମପ୍ତ କରିବା ପୂର୍ବରୁ ମୁଁ ଅନୁରୋଧ କରିବି କି କ’ଣ ଆମେ ଶହେ ଦିନ ପରେ ଆପଣମାନଙ୍କ ମଧ୍ୟରେ ଯେଉଁ ପ୍ରମୁଖ ଲୋକ ଅଛନ୍ତି ସେମାନଙ୍କ ସହିତ କ’ଣ ବସି ପାରିବି କି? 100 ଦିନ ପରେ ଆଉ ଆଜି ଯାହା କହିଲେ, ଆଜି ଯାହା ଶୁଣିଲେ, ଆଜି ଯାହା କିଛି ଦେଖାଇଛନ୍ତି । ତାହାକୁ ତାରିଖ ଅନୁଯାୟୀ କିଏ ଦେଖିବ, କିପରି ଦେଖିବ, କିଭଳି ସଂପୂର୍ଣ୍ଣ ହେବ । ଏହାର ବିଶଦ ବିବରଣୀ ଯଦି ମୋତେ ଆପଣ ଅବଗତ କରାଇବେ ତ ମୋତେ ଭଲ ଲାଗିବ । କାରଣ ମୋତେ ମଧ୍ୟ ଆପଣ ମାନଙ୍କ ଠାରୁ ବହୁତ କିଛି ଶିଖିବାର ଅଛି । ଯଦି ମୁଁ ଆପଣ ମାନଙ୍କ ସହିତ କିଛି ଅଧିକ ବିତାଇବି ତ ଯାହା ଶିଖିବି ତାହା ମୁଁ ସରକାରଙ୍କ ମାଧ୍ୟମରେ ଆଣିବି । ତ ମୁଁ ଆଶା କରୁଛି କି ଠିକ୍ 100 ଦିନ ପରେ ଯେଉଁ ଯେଉଁ କଥା ଆଜି ଆପଣମାନେ କହିଛନ୍ତି, ତାହାର ସଠିକ ମାର୍ଗଚିତ୍ର ନେଇ କରି ଦାୟିତ୍ୱ ବୋଧ ସ୍ଥିର କରି ଆଉ ଏପରି ନୁହେଁ, ଭବିଷ୍ୟତ ଉଜ୍ଜ୍ୱଳ ଅଛି, ପରିବେଶ ଖୁବ୍ ଭଲ ଅଛି, ଲୋକ ଉତ୍ସାହିତ ଅଛନ୍ତି, ପରିଣାମ ନିଶ୍ଚିତ ଅଛି, ଏପରି କଥା ନୁହେଁ । ଶହେ ପାଦ ଯିବାର ଅଛି, ଏହି ଦିଗରେ ଯିବାର ଅଛି । ଏହି ତାରିଖ ପର୍ଯ୍ୟନ୍ତ ଦଶ ପାଦ, ଏହି ତାରିଖ ପର୍ଯ୍ୟନ୍ତ କୋଡ଼ିଏ ପାଦ, ଏହା ଆମେ ଏଠାରେ ହାସଲ କରିବା, ଏହା ଆମର ସଂସାଧନ ହେବ, ଆମର ଟିମ୍ ହେବ । ଆପଣ ତ ଏହି କର୍ପୋରେଟ୍ ଜଗତର ଅଟନ୍ତି ଆପଣମାନଙ୍କୁ ତ ଶିଖିବାକୁ ପଡ଼େ ନାହିଁ । ଆଉ ଆପଣ ତ ବହୁତ ବଡ଼ ଦେୟ ଦେଇ Management ମଧ୍ୟ ପଢ଼ିବାକୁ ଯାଉଥିବେ । ଆପଣମାନଙ୍କର ସମସ୍ତ ଯୁବକଗଣ । ସେ ଯାହା ହେଉ, ମୋତେ ଜଣା ନାହିଁ କିନ୍ତୁ ଯାଉଥିବେ ତ ଏବଂ ପଢ଼ୁଥିବେ ମଧ୍ୟ ତ ଏହାକୁ କାର୍ଯ୍ୟରେ ଲଗାଇ ପାରୁଥିବେ କି ନାହିଁ ତାହା ଭଗବାନଙ୍କୁ ଜଣା । କିନ୍ତୁ ଯାହା କରୁଥିବେ ମୋତେ ତାହାକୁ ସୂକ୍ଷ୍ମ ଭାବରେ ଜାଣିବାର ଆବଶ୍ୟକତା ନାହିଁ କିନ୍ତୁ ଆଜିର ମନ୍ଥନ ପରେ ବୋଧ ହୁଏ ସେଥି ମଧ୍ୟରୁ ଆପଣ ଚିନ୍ତନ କରିବେ । କ’ଣ ଆମେ ଏହି ଜିନିଷର ଲାଭ ଉଠାଇ ପାରିବା କି? ଉପସ୍ଥାପନା ନିର୍ଦ୍ଦିଷ୍ଟ ଥିଲା । ଏବେ ମୋତେ Roadmap ଦରକାର, ଲକ୍ଷ୍ୟ ଦରକାର ଆଉ ସମସ୍ତ ଲକ୍ଷ୍ୟର ପରିମାପକ ହେବା ଦରକାର । ସମୁଦ୍ରର ଲହଡ଼ି ଭଳି ନ ହେବା ଦରକାର । ତାହା ପରିମାପକ ହେବା ଦରକାର । ଆଉ ଆପଣ ଦେଖିବେ ପରିବର୍ତ୍ତନ ତୁରନ୍ତ ଆରମ୍ଭ ହେବ ।
ମୋ ତରଫରୁ ଆପଣମାନଙ୍କୁ ବହୁତ-ବହୁତ ଶୁଭକାମନା । ବହୁତ-ବହୁତ ଧନ୍ୟବାଦ ।
**********
एक प्रकार से PSE का सही मायनों में अर्थ होता है- Profit and Social benefit generating Enterprise. यानि ना सिर्फ शेयर होल्डर्स के लिए Profit कमाए बल्कि Society के लिए Benefit भी Generate करे: PM @narendramodi
— PMO India (@PMOIndia) April 9, 2018
आप के ही इस साहस का नतीजा है कि सरकार बड़े-बड़े फैसले ले पाने में सक्षम है। फिर वो चाहे देश के हर गांव में बिजली पहुंचाने की बात हो या फिर देश की हर गरीब माता-बहन की रसोई तक LPG Connection की बात, आपके संस्थानों से जुड़े लाखों कर्मचारियों के परिश्रम के बिना ये संभव नहीं था: PM
— PMO India (@PMOIndia) April 9, 2018
मैं मानता हूं कि Economic Decision Making में Idealism और Ideology काफी नहीं है, इसकी जगह Pragmatism and Practicality को भी स्थान मिलना चाहिए। सेक्टर चाहे कोई भी हो लेकिन जब 21वीं सदी की बात करते हैं तब, Enterprise & Innovation, वो मंत्र होना चाहिए जो हम सभी को गाइड करे: PM
— PMO India (@PMOIndia) April 9, 2018
Private Sector हो या फिर Public Sector, Success के लिए अलग-अलग मंत्र नहीं होते। सफलता के मंत्र की जब मैं बात करता हूं तब, 3 I की एक सोच सामने आती है.
— PMO India (@PMOIndia) April 9, 2018
3 I यानि - Incentives, Imagination and Institution Building.
Economists बताते हैं कि ये Human Behavior में Incentives, बदलाव लाने वाला सबसे बड़ा tool है। लेकिन Incentives सिर्फ Financial हों ऐसा जरूरी नहीं है, कई बार बेहतर perform करने वाले की फोटो बुलेटिन बोर्ड में लगाने जैसी छोटी बातें सैकड़ों कर्मचारियों को motivate कर सकती हैं: PM
— PMO India (@PMOIndia) April 9, 2018
आज स्थिति ये है कि कई कामयाब प्राइवेट कंपनियां दो दशक से ज्यादा नहीं टिक पातीं।
— PMO India (@PMOIndia) April 9, 2018
इसका बड़ा कारण है आने वाले बदलाव, टेक्नोलॉजी में होने वाले changes के हिसाब से खुद को ना ढाल पाना। यहीं Leadership की Imagination काम आती है। आज Diversification and Disruption की अहमियत बढ़ गई है: PM
तीसरा I यानि Institution building, ये संभवत: Leadership का सबसे अहम Test है। एक ऐसी Team का Formation जो व्यवस्था केंद्रित हो। व्यक्ति केंद्रित और व्यक्ति आधारित व्यवस्थाएं लंबे समय तक नहीं चल पातीं: PM
— PMO India (@PMOIndia) April 9, 2018
आज तक हम PSEs को नवरत्न के रूप में Classify करते रहे हैं। लेकिन अब वक्त आ गया है जब हम इससे आगे की सोचें। क्या हम New India रत्न बनाने के बारे में नहीं सोच सकते? क्या आप तकनीक और प्रक्रियाओं में बदलाव के जरिए New India रत्न बनने और बनाने के लिए तैयार हैं: PM
— PMO India (@PMOIndia) April 9, 2018
मैं समझता हूं कि New India के निर्माण में आपकी सहभागिता 5 P फॉर्मूले पर चलते हुए और ज्यादा हो सकती है। ये 5 P हैं: Performance + Process + Persona + Procurement और Prepare: PM
— PMO India (@PMOIndia) April 9, 2018
हमें खुद से ये सवाल पूछना होगा कि न्यू इंडिया में भारतीय PSUs किस तरह अगले 5-10 साल में Global Greatness को हासिल कर पाएंगे। कैसे उनमें ज्यादा से ज्यादा Innovation हो, प्रक्रियाओं में ऐसा कौन सा सुधार करें जिससे Tax Revenue तो बढ़े ही Employment Generation के भी नए अवसर बने: PM
— PMO India (@PMOIndia) April 9, 2018
2016 में PSUs ने 1 लाख 30 हजार करोड़ रुपए से ज्यादा का Procurement किया था। इसमें से लगभग 25 हजार करोड़ का सामान ही MSME सेक्टर से लिया गया।
— PMO India (@PMOIndia) April 9, 2018
क्या आप सभी मिलकर ऐसा कोई मैकेनिज्म नहीं बना सकते, जिससे देश के लघु और छोटे उद्योगों से ज्यादा से ज्यादा सामान खरीदा जाए: PM
मेरा एक आग्रह आपसे ये भी है कि आप इस बात का भी हमेशा ध्यान रखें कि MSME’s को भुगतान में देरी न हो। Payment late होने पर छोटे उद्यमियों को जिस तरह की दिक्कतें आती हैं, उसकी जानकारी आप सभी को है: PM
— PMO India (@PMOIndia) April 9, 2018
यदि हम Price Competitive हों और Quality Sensitive हों, और ऐसे Products पर फोकस करें जिनके आयात की बाध्यता है और जिन्हें हम नए innovations के जरिए Replace कर सकते हैं, तो import bill में महत्वपूर्ण कमी आ सकती है: PM @narendramodi
— PMO India (@PMOIndia) April 9, 2018
आपको याद होगा 2014-15 में आपने स्कूलों में शौचालय बनाने के लिए CSR Fund डोनेट किया था, जिसके परिणाम आज सबके सामने हैं। नीति आयोग ने देश के 115 सबसे पिछड़ों जिलों की पहचान की है, जिन्हें हम Aspirational Districts मान रहे हैं। क्या इन जिलों का विकास इस वर्ष की थीम हो सकती है: PM
— PMO India (@PMOIndia) April 9, 2018
मेरा आग्रह है कि ज्यादा से ज्यादा Efficiency पर फोकस हो, Corporate Governance पर जोर हो और Resources का सही उपयोग किया जाए। मैं मानता हूं कि Energy और Experience, Enterprise और Enthusiasm के संगम से अभूतपूर्व नतीजे मिलेंगे: PM
— PMO India (@PMOIndia) April 9, 2018