Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଜୟୱାଡ଼ା ବିମାନ ବନ୍ଦରକୁ ଆନ୍ତର୍ଜାତିକ ମାନ୍ୟତା


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ବିମାନ ବନ୍ଦରକୁ ଆନ୍ତର୍ଜାତିକ ବିମାନ ବନ୍ଦର ମାନ୍ୟତା ଦେବା ପ୍ରସ୍ତାବ ଅନୁମୋଦିତ ହୋଇଛି । ଆନ୍ଧ୍ରପ୍ରଦେଶ ପୁର୍ନଗଠନ ଆଇନ-2014ର ପ୍ରାବଧାନ ଅନୁସାରେ ବିଜୟୱାଡ଼ା ବିମାନ ବନ୍ଦରକୁ ଆନ୍ତର୍ଜାତିକ ମାନ୍ୟତା ମିଳିଛି । ରାଜ୍ୟ ରାଜଧାନୀକୁ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ପାଇଁ ଏହି ପ୍ରସ୍ତାବ ଆସିଥିଲା । ଏହା ଆନ୍ଧ୍ରପ୍ରଦେଶକୁ ଘରୋଇ-ଆନ୍ତର୍ଜାତିକ ପର୍ଯ୍ୟଟକଙ୍କ ଆଗମନ ଓ ଆନ୍ତର୍ଜାତିକ ଯାତ୍ରୀ ଓ ପରିବହନ ବ୍ୟବସ୍ଥା ମାଧ୍ୟମରେ ରାଜ୍ୟର ସାମାଜିକ-ଅର୍ଥନୀତିକ ବିକାଶରେ ସହାୟକ ହେବ ।

********