ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବିତ୍ତୀୟ ସଂକଳ୍ପ ଓ ଜମା ରାଶି ବୀମା ବିଲ୍-2017 ଆଗତ କରିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏହି ବଲରେ ବ୍ୟାଙ୍କ, ବୀମା କମ୍ପାନୀ ଓ ଆର୍ଥିକ ସଂସ୍ଥାନଗୁଡ଼ିକ ଦେବାଳିଆ ହେବା ସ୍ଥିତିର ମୁକାବିଲା ପାଇଁ ଏକ ବ୍ୟାପକ ସଂକଳ୍ପ ସହ ଜଡ଼ିତ ବ୍ୟବସ୍ଥା ଉପଲବ୍ଧ ହେବ ।
ବିତ୍ତୀୟ ସଂକଳ୍ପ ଓ ଜମାରାଶି ବିଲ୍-2017 ଲାଗୁ ହେବା ପରେ ରିଜୋଲ୍ୟୁସନ୍ କର୍ପୋରେସନର ସ୍ଥାପନ ପାଇଁ ମାର୍ଗ ପ୍ରଶସ୍ତ ହେ । ଏହାଦ୍ୱାରା ଏହି ବିଲର ଅନୁସୂଚୀରେ ଥିବା କ୍ଷେତ୍ରୱାରି ଅଧିନିୟମରେ ସଂକଳ୍ପ ସଂକ୍ରାନ୍ତ ବ୍ୟବସ୍ଥାକୁ ସମାପ୍ତ କରିବା ଅବା ସଂଶୋଧିତ କରିବାରେ ସହାୟତା ମିଳିବ । ଏହାର ଫଳସ୍ୱରୂପ ଜମା ରାଶି ବୀମା ଓ ଋଣ ଗ୍ୟାରେଂଟି ନିଗମ ଅଧିନିୟମ, 1961କୁ ସମାପ୍ତ କରିବାଠୁ ନେଇ ଜମା ରାଶି ବୀମା ଅଧିକାରର ହସ୍ତାନ୍ତର ଓ ରିଜୋଲ୍ୟୁସନ୍ କର୍ପୋରେସନ୍ ପ୍ରତି ଉତ୍ତରଦାୟିତ୍ୱ କାଏମ କରିବା ମଧ୍ୟ ସମ୍ଭବପର ହେବ ।
ରିଜୋଲ୍ୟୁସନ୍ କର୍ପୋରେସନ୍ ବିତ୍ତୀୟ ପ୍ରଣାଳୀର ସ୍ଥାୟିତ୍ୱ ଓ ସ୍ଥିରତାର ସୁରକ୍ଷା କରିବ । ଏକ ଯୁକ୍ତିସଙ୍ଗତ ବୀମା ପର୍ଯ୍ୟନ୍ତ ବାଧ୍ୟତାର ସୀମା ମଧ୍ୟରେ ଉପଭୋକ୍ତାଙ୍କ ସୁରକ୍ଷା କରିବ ତଥା ଯଥାସମ୍ଭବ ଏକ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ଲୋକଙ୍କ ଅର୍ଥର ମଧ୍ୟ ସୁରକ୍ଷା କରାଇବ ।
ସରକାର ନିକଟରେ ଅଣବିତ୍ତୀୟ ସଂସ୍ଥାନର ଦେବାଳିଆ ସଂକଳ୍ପର ସମାଧାନ ପାଇଁ ଦେବାଳିଆ ଓ ଦେବାଳିଆପଣ ସଂହିତା-2016(କୋଡ୍)କୁ ଲାଗୁ କରାଯାଇଛି । ପ୍ରସ୍ତାବିତ ବିଲ୍ ଆର୍ଥିକ କ୍ଷେତ୍ର ନିମନ୍ତେ ଏକ ସମାଧାନ କାର୍ଯ୍ୟକ୍ରମ ପ୍ରସ୍ତୁତ କରି କୋଡର ପରିପୂରକ ଭୂମିକା ତୁଲାଇବ । ଏହା କାର୍ଯ୍ୟକାରୀ ହେବା ସ୍ଥିତିରେ କୋଡ୍ ସହ ଏହି ବିଲ୍ ଅର୍ଥବ୍ୟବସ୍ଥା ନିମନ୍ତେ ଏକ ବ୍ୟାପକ ସଂକଳ୍ପ ଆଧାରିତ କାର୍ଯ୍ୟକ୍ରମ ଉପଲବ୍ଧ କରାଇବ ।
ବିତ୍ତୀୟ ସଂକଳ୍ପ ଓ ଜମାରାଶି ବୀମା ବଲ୍-2017ର ଉଦ୍ଦେଶ୍ୟ ହେଉଛି ଆର୍ଥିକ ଓ ଦେବାଳିଆ ବିତ୍ତୀୟ ସେବା ପ୍ରଦାନକାରୀଙ୍କ ଉପଭୋକ୍ତାଙ୍କୁ ଆଶ୍ୱସ୍ତି ଦେବା । ଦେବାଳିଆ ସଂସ୍ଥାକୁ ବଂଚାଇବା ପାଇଁ ଲୋକଙ୍କ ଅର୍ଥର ଉପଯୋଗକୁ ସୀମିତ କରି ବିତ୍ତୀୟ ସଙ୍କଟ ସମୟରେ ବିତ୍ତୀୟ ସେବା ପ୍ରଦାନକାରୀଙ୍କ ମଧ୍ୟରେ ଅନୁଶାସନ ସ୍ଥାପିତ କରିବା ମଧ୍ୟ ଏହାର ଲକ୍ଷ୍ୟ । ଏହା ସହିତ ସଙ୍କଟ ସମୟରେ ଆବଶ୍ୟକ ପ୍ରତିଷେଧକ ପଦକ୍ଷେପ ସୁନିଶ୍ଚିତ କରାଇ ଅର୍ଥବ୍ୟବସ୍ଥାରେ ବିତ୍ତୀୟ ସ୍ଥାୟିତ୍ୱ କାଏମ ରଖିବାରେ ସହାୟତା ମିଳିବ । ଏହି ବିଲର ଲକ୍ଷ୍ୟ ହେଉଛି ବୃହତ ସଂଖ୍ୟକ ଖୁଚୁରା ଜମାକାରୀଙ୍କୁ ଲାଭ ଦେବା ପାଇଁ ଜମାରାଶି ବୀମାର ବର୍ତ୍ତମାନ ଢାଂଚାକୁ ସଶକ୍ତ ଓ ସୁଂଗଠତ କରାଇବା । ଏହା ବ୍ୟତୀତ ଉକ୍ତ ବିଲ୍ ମାଧ୍ୟମରେ ଦେବାଳିଆ ଆର୍ଥିକ ସଂସ୍ଥାନର ସମସ୍ୟାର ସମାଧାନ ପାଇଁ ଲାଗୁଥିବା ସମୟ ଓ ଧନକୁ ହ୍ରାସ କରିବା ମଧ୍ୟ ସାମିଲ ଅଛି ।
**********