Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଦାୟୀ ରାଜ୍ୟସଭା ସଦସ୍ୟଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ


ରାଜ୍ୟସଭାରେ ନିଜର କାର୍ଯ୍ୟକାଳ ଶେଷ କରୁଥିବା ବିଦାୟୀ ସଦସ୍ୟମାନଙ୍କର ଯୋଗଦାନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିବା ସହ ସେମାନଙ୍କ ଉନ୍ନତ ଭବିଷ୍ୟତ କାମନା କରିଛନ୍ତି ।

ରାଜ୍ୟସଭାରେ ତାଙ୍କ ବକ୍ତବ୍ୟରେ, ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରି କହିଥିଲେ ଯେ ଯେଉଁ ସଦସ୍ୟମାନେ ସଂସଦରୁ ଅବସର ନେଉଛନ୍ତି ସେମାନେ ସମାଜସେବାରେ ଆହୃରି ସୁଦୃଢ଼ ଭୂମିକା ତୁଲାଇବେ । ସେ କହିଥିଲେ ଯେ ସମସ୍ତଙ୍କର ଭିନ୍ନ ଭିନ୍ନ ଗୁରୁତ୍ୱ ରହିଥିଲା ଏବଂ ନିଜସ୍ୱ ମାର୍ଗରେ ସେମାନେ ଯୋଗଦାନ ଦେଇଥିଲେ । ସେ ଆହୁରି ଉଲ୍ଲେଖ କରିଥିଲେ ଯେ ସେମାନେ ନିଜ ଦକ୍ଷତାର ଶ୍ରେଷ୍ଠ ଉପଯୋଗ କରି ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାର୍ଯ୍ୟ କରିଥିଲେ । ଦେଶ ସେମାନଙ୍କର ଯୋଗଦାନକୁ ଭୁଲିପାରିବ ନାହିଁ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବରିଷ୍ଠ ସଦସ୍ୟଙ୍କୁ ନେଇ ଉଚ୍ଚ ସଦନର ବିଶେଷ ଗୁରୁତ୍ୱ ରହିଛି । ଏହା ନୀତି ନିର୍ଦ୍ଧାରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ ବୋଲି ସେ ଉଲ୍ଲେଖ କରିଥିଲେ ।

କେତେଜଣ ବିଦାୟୀ ସାଂସଦ ଏବଂ ସେମାନଙ୍କ ଯୋଗଦାନ ବିଷୟରେ ପ୍ରଧାନମନ୍ତ୍ରୀ ବିଶେଷ ଭାବେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ତିନ ତଲାକ ଭଳି ଦୀର୍ଘଦିନରୁ ପଡ଼ିରହିଥିବା ନିଷ୍ପତ୍ତି ନିଆଯିବା ସମୟରେ ଅବସରପ୍ରାପ୍ତ ସାଂସଦମାନେ ସଂସଦରେ ଉପସ୍ଥିତ ନରହିବା ଦୁର୍ଭାଗ୍ୟର ବିଷୟ ।

ସଂସଦ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଦ୍ୱାର ଅବସରପ୍ରାପ୍ତ ସଦସ୍ୟମାନଙ୍କ ପାଇଁ ସବୁଦିନ ଖୋଲା ରହିବ ବୋଲି ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରତିଶ୍ରୁତି ଦେବା ସହିତ ଆଗାମୀ ଦିନର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡିକରେ ସେମାନଙ୍କ ବିଚାର ଜାରି ରଖିବା ଲାଗି ଅନୁରୋଧ କରିଥିଲେ ।

***