Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଦାୟୀ ରାଜ୍ୟସଭା ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ


ପବିତ୍ର ଗୃହର ଆଦରଣୀୟ ସଭାପତି ମହୋଦୟ,

ଆଜି ଆମମାନଙ୍କ ଗହଣରୁ କିଛି ସାଥୀ ଏହି ଗୃହର ଅନୁଭବକୁ ନେଇ ସମାଜର ସେବା କରିବା ସକାଶେ ନିଜର ଭୂମିକାକୁ ଆହୁରି ମଜଭୁତ କରିପାରିବେ, ଏହା ମୋର ପୂର୍ଣ୍ଣ ବିଶ୍ୱାସ । ଏହି ଗୃହରୁ ଆଜି ଯେଉଁ ମହାନୁଭବ ସଦସ୍ୟମାନେ ଅବସର ନେଉଛନ୍ତି, ସେମାନଙ୍କର ସମସ୍ତଙ୍କର ବିଶେଷ ଯୋଗଦାନ ରହିଛି, ସମସ୍ତଙ୍କର ନିଜସ୍ୱ ମାହାତ୍ମ୍ୟ ରହିଛି ଏବଂ ସେମାନେ ସଭିଏଁ ଏହି ପବିତ୍ର ଗୃହର ସଦସ୍ୟ ରହି ରାଷ୍ଟ୍ରର ଉଜ୍ଜ୍ୱଳ ଭବିଷ୍ୟତ ସକାଶେ ନିଜ ନିଜର ଯୋଗଦାନ ଦେଇଛନ୍ତି ଏବଂ ଏ ଦିଗରେ ସବୁମତେ ପ୍ରଚେଷ୍ଟା କରିଛନ୍ତି । ସେମାନଙ୍କୁ ସମସ୍ତଙ୍କୁ ରାଷ୍ଟ୍ର କଦାପି ଭୁଲିପାରିବ ନାହିଁ ।

ମୋ ତରଫରୁ ଆପଣମାନଙ୍କ ଉତ୍ତମ ସେବା ସକାଶେ, ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଭବିଷ୍ୟତ ପାଇଁ ଆପଣମାନଙ୍କୁ ସମସ୍ତଙ୍କୁ ଢ଼େର୍ ଅଭିନନ୍ଦନ ।

ଏ ଗୃହ ସେହିସବୁ ବରିଷ୍ଠ ମହାନୁଭବମାନଙ୍କର, ଯେଉଁମାନଙ୍କ ଅନୁଭବ ଏହି ଗୃହର ମୂଲ୍ୟବୋଧକୁ ବୃଦ୍ଧି କରିବାରେ ସହାୟକ ହୋଇଆସିଛି । ସମାଜ ଜୀବନର ଆଶା ଆକାଂକ୍ଷାକୁ ନିରପେକ୍ଷ ଭାବେ ତରାଜୁରେ ତଉଲି ଭବିଷ୍ୟତର ସାମାଜିକ ବ୍ୟବସ୍ଥା ପାଇଁ ସେଥିରୁ କେଉଁଟି ପୂରକ ହେବ ଏବଂ କେଉଁଟି ପୂରକ ନହେବ ତାହାର ତର୍ଜମା କରିବାର ସାମର୍ଥ୍ୟ ଏହି ଗୃହର ବରିଷ୍ଠ ସଦସ୍ୟମାନଙ୍କର ରହିଛି । ଏବଂ ସେହି କାରଣ ହେତୁ ଏଠାରେ ଯେଉଁ ପ୍ରସଙ୍ଗ ଉତ୍ଥାପିତ ହୋଇଥାଏ ସେସବୁର ବିଶେଷ ମୂଲ୍ୟ ଥାଏ । ଏହାର ଏକ ବିଶେଷ ମହତ୍ତ୍ୱ ଥାଏ ଏବଂ ସେହି ମହତ୍ତ୍ୱ ହିଁ ଆମର ନୀତି ନିର୍ଦ୍ଧାରଣରେ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ଆମମାନଙ୍କ ମଧ୍ୟରେ ଆଦରଣୀୟ ପରାଶର ମହୋଦୟଙ୍କ ଭଳି ମହାନୁଭବ, ଯିଏ ନିଜ ଜୀବନକାଳରେ ପେଶାଦାରୀ ଭାବେ କାର୍ଯ୍ୟ ସହ ତପସ୍ୱୀ ଭଳି ଜୀବନ ବଞ୍ଚି ଆସିଛନ୍ତି । ଏଭଳି ବ୍ୟକ୍ତିତ୍ୱ ଆମ ଗହଣରେ ଥିଲେ । ଏବେ ଗୃହରେ ଆମକୁ ଆଉ ତାଙ୍କ ସାନ୍ନିଧ୍ୟ ଲାଭର ସୁଯୋଗ ମିଳିବନାହିଁ ।

ଦ୍ୱିତୀୟରେ, ଭାରତ ଯାହାଙ୍କ ପାଇଁ ଗର୍ବ ଅନୁଭବ କରେ, ଏପରି ଜଣେ ଜଣେ କ୍ରୀଡ଼ାବିତ୍ ଶ୍ରୀମାନ୍ ଦିଲ୍ଲୀପ ଜୀ ଏବଂ ସଚିନ ଜୀ । ଏହି ଦୁଇ ମହାନ ବ୍ୟକ୍ତିତ୍ୱଙ୍କୁ ଆଗାମୀ ଦିନରେ ଆମେମାନେ ଆଉ ଗୃହରେ ଆମ ଗହଣରେ ଦେଖିବୁନାହିଁ । ସେମାନଙ୍କ ଉପସ୍ଥିତିର ଲାଭ ଆମମାନଙ୍କୁ ଆଉ ମିଳିବନାହିଁ । ପ୍ରଫେସର କୁରିଏନ ସାହେବଙ୍କୁ ସଦାବେଳେ ଦେଶର ଜନତା ସ୍ମରଣ ରଖିବେ । ତାଙ୍କର ସଦା ହସହସ ଚେହେରାରୁ ଆମେମାନେ ଶିଖିବା ଉଚିତ ଯେ ଆମେମାନେ କଥାବାର୍ତ୍ତା ତ ପରସ୍ପର ମଧ୍ୟରେ କରୁ, କିନ୍ତୁ ହସି ହସି କିଭଳି ଭାବ ବିନିମୟ କରିହୁଏ ତାହା ତାଙ୍କର ବିଶେଷତା । ଏବଂ କେବଳ ସେହି କାରଣରୁ ଅନେକ ସଂକଟପୂର୍ଣ୍ଣ ମୁହୂର୍ତ୍ତରେ ଏହି ଗୃହକୁ ଉଚିତ ଭାବେ ପରିଚାଳିତ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

ଏକଥା ସତଯେ ଆମମାନଙ୍କ ଭିତରେ ଖୁବ୍ କମ୍ ଲୋକ ଅଛନ୍ତି ଯେଉଁମାନଙ୍କ ପଛରେ ଦଳ ଏବଂ ଦଳର ବିଚାରଧାରାର ପ୍ରଭାବ ନାହିଁ । ଏପରି କ୍ୱଚିତ୍ ଲୋକ ଅଛନ୍ତି । ଆମମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଯାହାଙ୍କର କିଛି ନା କିଛି ପୃଷ୍ଠଭୂମି ରହିଛି ଏବଂ ସେଇ କାରଣରୁ ଏହା ସ୍ୱାଭାବିକ ଯେ ଏଠାରେ ସେହି କଥାକୁ ଉପସ୍ଥାପିତ କରିବା ସକାଶେ ଆମମାନଙ୍କର ପ୍ରୟାସ ରହିଥାଏ । ଏଭଳି ଘଟିବା ବି ବେଶ୍ ସ୍ୱାଭାବିକ ।
କିନ୍ତୁ ଏହା ମଧ୍ୟ ପ୍ରତ୍ୟାଶା ଥାଏ ଯେ ଯାହା ଗ୍ରୀନ୍ ହାଉସରେ ହୋଇଥାଏ ତାହା ରେଡ଼ ହାଉସରେ ହେବା ଆବଶ୍ୟକ । କିନ୍ତୁ ଏହା ଜରୁରୀ ନୁହେଁ । ଏବଂ ସେଇଥିପାଇଁ, କାରଣ ଏହା ବରିଷ୍ଠ ଗୃହ ଓ ଏହାର ନିଜସ୍ୱ ମାହାତ୍ମ୍ୟ ରହିଛି, ପ୍ରତ୍ୟେକ ସଦସ୍ୟ ନିଜ ନିଜର ଏହି ଭୂମିକା ନିର୍ବାହ କରିଥାନ୍ତି ।

ମୁଁ ମାନୁଛି ଯେ ସମ୍ଭବତଃ ଆପଣମାନଙ୍କ ମଧ୍ୟରୁ ଅନେକେ ଲୋକ ଏପରି ଥିବେ ଯେଉଁମାନେ ଭାବୁଥିବେ ଯେ ଚୂଡ଼ାନ୍ତ ଅଧିବେଶନ ଯେତେବେଳେ ବସିବ ସେତେବେଳେ ମୁଁ ଏହି ପ୍ରସଙ୍ଗ ଉଠାଇବି, ମୁଁ ନିଜକୁ ଏମିତି ଭାବେ ପ୍ରସ୍ତୁତ କରି ଗୃହକୁ ଯିବି । ଗୃହରୁ ଅବସର ନେବାବେଳେ ଏମିତି ଏକ ଐତିହାସିକ ଭାଷଣ ଦେଇ ଯିବି, ମୁଁ ଏଭଳି ଚିନ୍ତନ ରଖି ଦେଶପାଇଁ କିଛି ଗୋଟିଏ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ମାଧ୍ୟମରେ ମୋର ଯୋଗଦାନ ଦେଇଯିବି । କିନ୍ତୁ ସମ୍ଭବତଃ ଯିବାବେଳେ ହୁଏତ ଆପଣମାନଙ୍କୁ ତାହା ମିଳି ନପାରେ । ସେଥିପାଇଁ ଏଠାରେ କୌଣସି ଦାୟିତ୍ୱ ନାହିଁ, ଆମର ଦାୟିତ୍ୱ କେବଳ ସେଠାରୁ ଏପର୍ଯ୍ୟନ୍ତ, ତେଣୁ ଆପଣମାନଙ୍କୁ ଆଜି ଏଭଳି ଭାବେ ବିଦାୟ ନେବାକୁ ପଡ଼ୁଛି ।
ଭଲ ହୋଇଥାନ୍ତା ଆପଣମାନେ ଯିବା ପୂର୍ବରୁ କିଛି ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେଇ, ବହୁତ କିଛି ଉତ୍ତମ ଭୂମିକା ପ୍ରଦର୍ଶନ କରି ଶେଷରେ କିଛି ଉତ୍ତମ କଥା ଛାଡ଼ି ଯିବା ସକାଶେ ସୁଯୋଗ ମିଳିଥାନ୍ତା । ସେପରି ହୋଇଥିଲେ ଆପଣମାନଙ୍କୁ ବିଶେଷ ସନ୍ତୋଷ ମିଳିଥାନ୍ତା । କିନ୍ତୁ ସମ୍ଭବତଃ ଏହି ଗୃହର ଏଭଳି ବ୍ୟବସ୍ଥା ଯୋଗୁ ଏଭଳି ସୌଭାଗ୍ୟରୁ ବଞ୍ଚିତ ହୋଇ ଆପଣମାନଙ୍କୁ ଆଜି ଏଭଳି ଯିବାକୁ ପଡ଼ୁଛି । ଗଲାକାଲି ତ ଲାଗୁଥିଲା ଯେ ହୁଏତ ଆଜି ଏଭଳି ସୁଯୋଗ ମିଳିଯିବ । କିନ୍ତୁ ଗୃହର ଅଧ୍ୟକ୍ଷ ଢ଼େର୍ ପ୍ରୟାସ କରିଥିଲେ । ସମସ୍ତଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ । ସମସ୍ତଙ୍କୁ ସାଥିରେ ନେଇ ସହମତ ଲାଗି ପ୍ରୟାସ କରିଥିଲେ । ଶ୍ରୀମାନ ବିଜୟଜୀ ବି ଏହି କାର୍ଯ୍ୟରେ ଲାଗିରହିଥିଲେ । ଶେଷରେ ଏକଥା ସମ୍ଭବ ହେଲାଯେ ଆଜି ସମସ୍ତ ବିଦାୟୀ ସଦସ୍ୟ ସେମାନଙ୍କର ଭାବନା ପ୍ରକଟ କରିପାରିବେ । ପୁଣି କୌଣସି ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟରେ ଯେଉଁ ଯୋଗଦାନ, ଇତିହାସ ଯେଉଁଥିପାଇଁ ସ୍ମରଣ ରଖିବ, ସେଭଳି ସୌଭାଗ୍ୟ ଆପଣମାନଙ୍କ ମଧ୍ୟରୁ ଅନେକେ ବିଦାୟ ବେଳାରେ ନିଶ୍ଚୟ ପ୍ରକଟ କରିବାର ସୁଯୋଗ ମିଳିଛି । ଆପଣମାନେ ତାହାର ସଂପୂର୍ଣ୍ଣ ଉପଯୋଗ ମଧ୍ୟ କରିଛନ୍ତି । ତାହା ଏବେ ଛାଡ଼ିଯାଇଛି ।

ତିନି ତଲାକ ଭଳି ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟ ଯାହା ଭାରତର ଆଗାମୀ ଦିନର ଇତିହାସରେ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଅଛି ସେହି ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗର ଚୂଡ଼ାନ୍ତ ନିର୍ଣ୍ଣୟ ପ୍ରକ୍ରିୟାରୁ ଆପଣମାନେ ବଞ୍ଚିତ ରହିଗଲେ । ଯେଉଁମାନେ ପୁନଃ ନିର୍ବାଚିତ ହୋଇ ଆସିଛନ୍ତି ସେମାନଙ୍କୁ ତ ଏଭଳି ସୁଯୋଗ ଅବଶ୍ୟ ମିଳିବ କିନ୍ତୁ ଯେଉଁମାନେ ବିଦାୟ ନେଉଛନ୍ତି ସେମାନଙ୍କୁ ସମ୍ଭବତଃ ଏହି ଐତିହାସିକ ଓ ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟରୁ ବଞ୍ଚିତ ହେବାକୁ ପଡ଼ିବ । ସେମାନଙ୍କ ମନରେ କିଛି ନା କିଛି କ୍ଷୋଭ ଅବଶ୍ୟ ରହିବ । ଆଜି ନହେଲେ ବି ଦଶ ବର୍ଷ, କୋଡ଼ିଏ ବର୍ଷ, ପଚିଶ ବର୍ଷ ପରେ ନିଶ୍ଚିତ ଆସିବ । ମୁଁ ଏପରି ଭାବୁଛି । ଭଲ ହୋଇଥାନ୍ତା, ଯଦି ଏ ସବୁକଥା ଆମେ କରିପାରିଥାନ୍ତେ ।

ଯେଉଁସବୁ ମାନନୀୟ, ଆଦରଣୀୟ ସଦସ୍ୟଗଣ ଆଜି ବିଦାୟ ନେଉଛନ୍ତି, ମୁଁ ପୁଣି ଥରେ ସେମାନଙ୍କୁ ଶୁଭକାମନା ଜଣାଉଛି । ମୁଁ ଆପଣମାନଙ୍କର ଜଣେ ସାଥୀ ହିସାବରେ ଆପଣଙ୍କୁ ନିବେଦନ କରିବି ଯେ ଆପଣମାନେ ଏଭଳି କଦାପି ନ’ଭାବନ୍ତୁ ଯେ ଏହି ଗୃହର ଦରଜା ବନ୍ଦ ହେବାର ଅର୍ଥ ନୁହେଁ ଯେ ଆପଣମାନଙ୍କ ସକାଶେ ଏହାର ସମଗ୍ର ପରିସର ବନ୍ଦ ହୋଇଯାଉଛି । ଆପଣମାନଙ୍କ ସକାଶେ ଏ ପରିସରର ଦରଜା ସଦା ଉନ୍ମୁକ୍ତ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସର୍ବଦା ଖୋଲା ।

ଦେଶର ହିତସାଧନ ପାଇଁ ଆପଣମାନଙ୍କ ମନରେ ଯେତେବେଳେ ବି ଯେ’କୌଣସି ବିଚାର ଆସିବ, ଆପଣମାନେ ନିଶ୍ଚିତ ଆସିବେ, ମୋତେ ଭଲ ଲାଗିବ ଆପଣମାନଙ୍କୁ ଶୁଣିବାକୁ, ଆପଣମାନଙ୍କୁ ବୁଝିବାକୁ ଏବଂ ଯେଉଁଠାରେ ସମ୍ଭବ ହେବ, ଆପଣମାନଙ୍କ ବିଚାର ସହ ମୋର ଯୋଗଦାନ ରହିବ । ସେସବୁକୁ ଆଗରେ ପହଞ୍ଚାଇବା ସକାଶେ ମୁଁ ନିଶ୍ଚିତ ପ୍ରୟାସ କରିବି ।

ମୁଁ ପୁଣି ଥରେ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି । ଅନେକ ଅନେକ ଶୁଭକାମନା ଜଣାଉଛି ।