ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବିଦେଶରେ ରଣନୈତିକ ଭିତ୍ତିଭୂମି ପ୍ରକଳ୍ପ ଲାଗି ନିଲାମ ଡାକିବାରେ ଭାରତୀୟ କମ୍ପାନୀଗୁଡ଼ିକୁ ସହାୟତା ଦେବା ନିମନ୍ତେ ରିହାତି ଆର୍ଥିକ ପୋଷଣ ଯୋଜନା(ସିଏଫଏସ)ର ଅବଧି ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।
ବିବରଣୀ :
ସିଏଫଏସ ଅନ୍ତର୍ଗତ ଭାରତ ସରକାର 2015-16 ଠାରୁ ହିଁ ବିଦେଶୀ ରଣନୈତିକ ଭାବେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପ ଲାଗି ନିଲାମୀ ଡାକିବାରେ ଭାରତୀୟ କମ୍ପାନୀଗୁଡ଼ିକୁ ସହାୟତା ଦେଇଆସୁଛନ୍ତି । ଯୋଜନାର ଉଦ୍ଦେଶ୍ୟ ଲଗାତାର ପ୍ରାସଙ୍ଗିକ ହୋଇଆସିଛି, ସେଥିପାଇଁ ପ୍ରସ୍ତାବ ଦିଆଯାଇଛି ଯେ ଯୋଜନାକୁ 2018ରୁ 2023 ପର୍ଯ୍ୟନ୍ତ ଅର୍ଥାତ ପରବର୍ତୀ ପାଞ୍ଚ ବର୍ଷ ଲାଗି ବୃଦ୍ଧି କରାଯିବ ।
ଆର୍ଥିକ ସମ୍ପୃକ୍ତି :
ଯେଉଁ ଋଣଦାତା ବ୍ୟାଙ୍କଗୁଡ଼ିକ ଲାଗି ଆର୍ଥିକ କାର୍ଯ୍ୟ ବିଭାଗ ଦ୍ୱାରା ବଜେଟ ବ୍ୟବସ୍ଥା କରାଯିବ, ତାଙ୍କ ସମ୍ପର୍କରେ ସୁଧ ସମକରଣ ସହାୟତାର ପରିଶୋଧ ଲାଗି ଆର୍ଥିକ ସମ୍ପୃକ୍ତି ନିମ୍ନ ପ୍ରକାର ଅଟେ –
|
ଆଇଇଏସ ଅର୍ଥରାଶି (ମିଲିଅନ ଆମେରିକୀୟ ଡଲାରରେ) |
6.5 |
10.00 |
18.75 |
29.00 |
32.00 |
96.25 |
|
ଆଇଇଏସ ଅର୍ଥରାଶି (କୋଟି ଟଙ୍କାରେ) |
42.25 |
65.00 |
121.88 |
188.50 |
208.00 |
625.63 |
ବର୍ଷ | 2018-19 | 2019-20 | 2020-21 | 2021-22 | 2022-23 | ମୋଟ |
|---|
ଦ୍ରଷ୍ଟବ୍ୟ : ଆନୁମାନିକ ଆଇଇଏସ କେବଳ ବର୍ତ୍ତମାନର ପ୍ରକଳ୍ପ ସମ୍ପର୍କରେ ଅଟେ ।
ପ୍ରମୁଖ ପ୍ରଭାବ :
ସିଏଫଏସର ପୂର୍ବରୁ ଭାରତୀୟ କମ୍ପାନୀଗୁଡ଼ିକୁ ବିଦେଶରେ ବଡ଼ ପ୍ରକଳ୍ପ ଲାଗି ନିଲାମ ଡାକିବାରେ ସକ୍ଷମ ନଥିଲେ, କାରଣ ଆର୍ଥିକ ବ୍ୟୟ ସେମାନଙ୍କ ପାଇଁ ବହୁତ ଅଧିକ ଥିଲା । ଅନ୍ୟପକ୍ଷରେ ଚୀନ, ଜାପାନ, ୟୁରୋପ ଏବଂ ଆମେରିକା ଭଳି ଅନ୍ୟ ଦେଶର ନିଲମକାରୀମାନେ ଉତ୍ତମ ସର୍ତ୍ତରେ ଋଣ ଦେବାରେ ସକ୍ଷମ ହୋଇପାରୁଥିଲେ । ଏହିପରି କମ ସୁଧ ଦର ଏବଂ ଦୀର୍ଘ ସମୟର ଆଧାରରେ ଏହି ଦେଶର ନିଲାମକାରୀମାନଙ୍କୁ ଫାଇଦା ହେଉଥିଲା ।
ଏହାବ୍ୟତୀତ ଭାରତୀୟ କମ୍ପାନୀଗୁଡ଼ିକ ଦ୍ୱାରା ଭାରତର ରଣନୈତିକ ସ୍ୱାର୍ଥ ପ୍ରକଳ୍ପକୁ ଦୃଷ୍ଟିରେ ରଖି ସିଏଫଏସ ଦ୍ୱାରା ଭାରତକୁ ଏହି କ୍ଷମତା ମିଳିପାରିବ । ଯାହାର ଆଧାରେ ନିଯୁକ୍ତି ସୃଷ୍ଟି, ଭାରତରେ ସାମଗ୍ରୀ ଏବଂ ମେସିନାରୀର ଚାହିଦା ଏବଂ ଭାରତର ସମ୍ମାନ ବୃଦ୍ଧି ହେବା ସମ୍ଭବ ହୋଇପାରିବ ।
କାର୍ଯ୍ୟାନ୍ୱୟନ ରଣନୀତି ଏବଂ ଲକ୍ଷ୍ୟ
ଯୋଜନା ଅନ୍ତର୍ଗତ ବୈଦେଶିକ ମନ୍ତ୍ରଣାଳୟ ଭାରତର ରଣନୈତି ସ୍ୱାର୍ଥକୁ ଧ୍ୟାନରେ ରଖି ସ୍ୱତନ୍ତ୍ର ପ୍ରକଳ୍ପର ଚୟନ କରିଥାଏ ଏବଂ ଏହାକୁ ଆର୍ଥିକ କାର୍ଯ୍ୟ ବିଭାଗକୁ ପଠାଇଥାଏ ।
ଏହି ଯୋଜନା ଅନ୍ତର୍ଗତ ପାଣ୍ଠି ଯୋଗାଣ ଯୋଗାଣ ରଣନୈତିକ ଗୁରୁତ୍ୱବିଶିଷ୍ଟ ପ୍ରକଳ୍ପ ନିର୍ଦ୍ଧାରଣ କରାଯାଇଥାଏ । ଏହାକୁ ଆର୍ଥିକ ବ୍ୟାପାର ବିଭାଗର ସଚିବଙ୍କ ଅଧ୍ୟକ୍ଷତାବିଶିଷ୍ଟ ଏକ ସମିତି ମାମଲାଗୁଡ଼ିକ ଆଧାରରେ ନିର୍ଦ୍ଧାରଣ କରିଥାଏ । ସମିତିରେ ବ୍ୟୟ ବିଭାଗ, ବୈଦେଶିକ ମନ୍ତ୍ରଣାଳୟ, ଶିଳ୍ପ ପ୍ରୋତ୍ସାହନ ଏବଂ ନୀତି ବିଭାଗ, ବାଣିଜ୍ୟ ବିଭାଗ, ଆର୍ଥିକ ସେବା ବିଭାଗ ଏବଂ ଗୃହମନ୍ତ୍ରଣାଳୟର ସଦସ୍ୟ ଥାଆନ୍ତି । ଜାତୀୟ ଉପ ସୁରକ୍ଷା ପରାମର୍ଶଦାତା ମାଧ୍ୟ ସମିତିର ସଦସ୍ୟ ଅଟନ୍ତି । ସମିତି ଠାରୁ ମଞ୍ଜୁରୀ ମିଳିବା ପରେ ଆର୍ଥିକ ବ୍ୟାପାର ବିଭାଗ ଏକଜିମ ବ୍ୟାଙ୍କଗୁଡ଼ିକୁ ଏକ ଔପଚାରିକ ପତ୍ର ଜାରି କରିଥାନ୍ତି, ଯେଉଁଥିରେ ସିଏଫଏସ ଅନ୍ତର୍ଗତ ପ୍ରକଳ୍ପର ଅର୍ଥଯୋଗାଣର ମଞ୍ଜୁରିର ସୂଚନା ଦିଆଯାଇଥାଏ ।
ଏହି ଯୋଜନା ବର୍ତ୍ତମାନ ସମୟରେ ଭାରତର ଏକଜିମ ବ୍ୟାଙ୍କ ଜରିଆରେ ପରିଚାଳିତ ହେଉଛି, ଯାହା ରିହାତି ଅର୍ଥ ପ୍ରଦାନ କରିବା ଲାଗି ବଜାରରୁ ସମ୍ବଳ ଯୋଗାଡ଼ କରିଥାଏ । ଭାରତ ସରକାର ଏକଜିମ ବ୍ୟାଙ୍କଗୁଡ଼ିକୁ କାଉଂଟର-ଗ୍ୟାରେଂଟି ଏବଂ 2 ପ୍ରତିଶତ କମ ସୁଧ ସମକରଣ ଲାଗି ସମର୍ଥନ ଦେଉଛନ୍ତି ।
**********