Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଦେଶୀ ରଣନୈତିକ ଭିତ୍ତିଭୂମି ପ୍ରକଳ୍ପର ନିଲାମୀ ଡାକିବାରେ ଭାରତୀୟ କମ୍ପାନୀଙ୍କୁ ସହାୟତା ଲାଗି ରିହାତି ପୋଷଣ ଯୋଜନାର ଅବଧି ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବିଦେଶରେ ରଣନୈତିକ ଭିତ୍ତିଭୂମି ପ୍ରକଳ୍ପ ଲାଗି ନିଲାମ ଡାକିବାରେ ଭାରତୀୟ କମ୍ପାନୀଗୁଡ଼ିକୁ ସହାୟତା ଦେବା ନିମନ୍ତେ ରିହାତି ଆର୍ଥିକ ପୋଷଣ ଯୋଜନା(ସିଏଫଏସ)ର ଅବଧି ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।

ବିବରଣୀ :

ସିଏଫଏସ ଅନ୍ତର୍ଗତ ଭାରତ ସରକାର 2015-16 ଠାରୁ ହିଁ ବିଦେଶୀ ରଣନୈତିକ ଭାବେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପ ଲାଗି ନିଲାମୀ ଡାକିବାରେ ଭାରତୀୟ କମ୍ପାନୀଗୁଡ଼ିକୁ ସହାୟତା ଦେଇଆସୁଛନ୍ତି । ଯୋଜନାର ଉଦ୍ଦେଶ୍ୟ ଲଗାତାର ପ୍ରାସଙ୍ଗିକ ହୋଇଆସିଛି, ସେଥିପାଇଁ ପ୍ରସ୍ତାବ ଦିଆଯାଇଛି ଯେ ଯୋଜନାକୁ 2018ରୁ 2023 ପର୍ଯ୍ୟନ୍ତ ଅର୍ଥାତ ପରବର୍ତୀ ପାଞ୍ଚ ବର୍ଷ ଲାଗି ବୃଦ୍ଧି କରାଯିବ ।

ଆର୍ଥିକ ସମ୍ପୃକ୍ତି :

ଯେଉଁ ଋଣଦାତା ବ୍ୟାଙ୍କଗୁଡ଼ିକ ଲାଗି ଆର୍ଥିକ କାର୍ଯ୍ୟ ବିଭାଗ ଦ୍ୱାରା ବଜେଟ ବ୍ୟବସ୍ଥା କରାଯିବ, ତାଙ୍କ ସମ୍ପର୍କରେ ସୁଧ ସମକରଣ ସହାୟତାର ପରିଶୋଧ ଲାଗି ଆର୍ଥିକ ସମ୍ପୃକ୍ତି ନିମ୍ନ ପ୍ରକାର ଅଟେ –

                                               

ଆଇଇଏସ ଅର୍ଥରାଶି

(ମିଲିଅନ ଆମେରିକୀୟ ଡଲାରରେ)       

6.5

10.00

18.75

29.00

32.00

96.25

ଆଇଇଏସ ଅର୍ଥରାଶି

(କୋଟି ଟଙ୍କାରେ)

42.25

65.00

121.88

188.50

208.00

625.63       

ବର୍ଷ 2018-19 2019-20 2020-21 2021-22 2022-23 ମୋଟ

ଦ୍ରଷ୍ଟବ୍ୟ : ଆନୁମାନିକ ଆଇଇଏସ କେବଳ ବର୍ତ୍ତମାନର ପ୍ରକଳ୍ପ ସମ୍ପର୍କରେ ଅଟେ ।

ପ୍ରମୁଖ ପ୍ରଭାବ :

ସିଏଫଏସର ପୂର୍ବରୁ ଭାରତୀୟ କମ୍ପାନୀଗୁଡ଼ିକୁ ବିଦେଶରେ ବଡ଼ ପ୍ରକଳ୍ପ ଲାଗି ନିଲାମ ଡାକିବାରେ ସକ୍ଷମ ନଥିଲେ, କାରଣ ଆର୍ଥିକ ବ୍ୟୟ ସେମାନଙ୍କ ପାଇଁ ବହୁତ ଅଧିକ ଥିଲା । ଅନ୍ୟପକ୍ଷରେ ଚୀନ, ଜାପାନ, ୟୁରୋପ ଏବଂ ଆମେରିକା ଭଳି ଅନ୍ୟ ଦେଶର ନିଲମକାରୀମାନେ ଉତ୍ତମ ସର୍ତ୍ତରେ ଋଣ ଦେବାରେ ସକ୍ଷମ ହୋଇପାରୁଥିଲେ । ଏହିପରି କମ ସୁଧ ଦର ଏବଂ ଦୀର୍ଘ ସମୟର ଆଧାରରେ ଏହି ଦେଶର ନିଲାମକାରୀମାନଙ୍କୁ ଫାଇଦା ହେଉଥିଲା ।

ଏହାବ୍ୟତୀତ ଭାରତୀୟ କମ୍ପାନୀଗୁଡ଼ିକ ଦ୍ୱାରା ଭାରତର ରଣନୈତିକ ସ୍ୱାର୍ଥ ପ୍ରକଳ୍ପକୁ ଦୃଷ୍ଟିରେ ରଖି ସିଏଫଏସ ଦ୍ୱାରା ଭାରତକୁ ଏହି କ୍ଷମତା ମିଳିପାରିବ । ଯାହାର ଆଧାରେ ନିଯୁକ୍ତି ସୃଷ୍ଟି, ଭାରତରେ ସାମଗ୍ରୀ ଏବଂ ମେସିନାରୀର ଚାହିଦା ଏବଂ ଭାରତର ସମ୍ମାନ ବୃଦ୍ଧି ହେବା ସମ୍ଭବ ହୋଇପାରିବ ।

କାର୍ଯ୍ୟାନ୍ୱୟନ ରଣନୀତି ଏବଂ ଲକ୍ଷ୍ୟ

ଯୋଜନା ଅନ୍ତର୍ଗତ ବୈଦେଶିକ ମନ୍ତ୍ରଣାଳୟ ଭାରତର ରଣନୈତି ସ୍ୱାର୍ଥକୁ ଧ୍ୟାନରେ ରଖି ସ୍ୱତନ୍ତ୍ର ପ୍ରକଳ୍ପର ଚୟନ କରିଥାଏ ଏବଂ ଏହାକୁ ଆର୍ଥିକ କାର୍ଯ୍ୟ ବିଭାଗକୁ ପଠାଇଥାଏ ।

ଏହି ଯୋଜନା ଅନ୍ତର୍ଗତ ପାଣ୍ଠି ଯୋଗାଣ ଯୋଗାଣ ରଣନୈତିକ ଗୁରୁତ୍ୱବିଶିଷ୍ଟ ପ୍ରକଳ୍ପ ନିର୍ଦ୍ଧାରଣ କରାଯାଇଥାଏ । ଏହାକୁ ଆର୍ଥିକ ବ୍ୟାପାର ବିଭାଗର ସଚିବଙ୍କ ଅଧ୍ୟକ୍ଷତାବିଶିଷ୍ଟ ଏକ ସମିତି ମାମଲାଗୁଡ଼ିକ ଆଧାରରେ ନିର୍ଦ୍ଧାରଣ କରିଥାଏ । ସମିତିରେ ବ୍ୟୟ ବିଭାଗ, ବୈଦେଶିକ ମନ୍ତ୍ରଣାଳୟ, ଶିଳ୍ପ ପ୍ରୋତ୍ସାହନ ଏବଂ ନୀତି ବିଭାଗ, ବାଣିଜ୍ୟ ବିଭାଗ, ଆର୍ଥିକ ସେବା ବିଭାଗ ଏବଂ ଗୃହମନ୍ତ୍ରଣାଳୟର ସଦସ୍ୟ ଥାଆନ୍ତି । ଜାତୀୟ ଉପ ସୁରକ୍ଷା ପରାମର୍ଶଦାତା ମାଧ୍ୟ ସମିତିର ସଦସ୍ୟ ଅଟନ୍ତି । ସମିତି ଠାରୁ ମଞ୍ଜୁରୀ ମିଳିବା ପରେ ଆର୍ଥିକ ବ୍ୟାପାର ବିଭାଗ ଏକଜିମ ବ୍ୟାଙ୍କଗୁଡ଼ିକୁ ଏକ ଔପଚାରିକ ପତ୍ର ଜାରି କରିଥାନ୍ତି, ଯେଉଁଥିରେ ସିଏଫଏସ ଅନ୍ତର୍ଗତ ପ୍ରକଳ୍ପର ଅର୍ଥଯୋଗାଣର ମଞ୍ଜୁରିର ସୂଚନା ଦିଆଯାଇଥାଏ ।

ଏହି ଯୋଜନା ବର୍ତ୍ତମାନ ସମୟରେ ଭାରତର ଏକଜିମ ବ୍ୟାଙ୍କ ଜରିଆରେ ପରିଚାଳିତ ହେଉଛି, ଯାହା ରିହାତି ଅର୍ଥ ପ୍ରଦାନ କରିବା ଲାଗି ବଜାରରୁ ସମ୍ବଳ ଯୋଗାଡ଼ କରିଥାଏ । ଭାରତ ସରକାର ଏକଜିମ ବ୍ୟାଙ୍କଗୁଡ଼ିକୁ କାଉଂଟର-ଗ୍ୟାରେଂଟି ଏବଂ 2 ପ୍ରତିଶତ କମ ସୁଧ ସମକରଣ ଲାଗି ସମର୍ଥନ ଦେଉଛନ୍ତି ।

 

**********