Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ବିଶ୍ୱ ନେତୃମଣ୍ଡଳୀ


ସମ୍ପ୍ରତି ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହେତୁ ବିଶ୍ୱ ନେତୃମଣ୍ଡଳୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସଂଯୁକ୍ତ ଆରବ ଅମିରତନ୍ତ୍ର, ଆବୁଧାବୀର ରାଜକୁମାର ମହାମାନ୍ୟ ଶେଖ୍ ମହମ୍ମଦ ବିନ ଜାୟେଦ ଆଲ ନାହାୟାନ, କତାରର ଅମୀର ମହାମାନ୍ୟ ଶେଖ ତମିନ ବିନ ହମ୍ମାଦ ଆଲ ଥାନି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ମହାମାନ୍ୟ ଫ୍ରାଁସୁଆଁ ହୋଲାଁ ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥାବାର୍ତ୍ତା କରି ନିଜ ନିଜର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।