Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସହଯୋଗ ପାଇଁ ଭାରତ-ଆର୍ମେନିଆ ବୁଝାମଣାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ


ଭାରତ ଓ ଆର୍ମେନିଆ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସହଯୋଗ ପାଇଁ ସ୍ୱାକ୍ଷରିତ ବୁଝାମଣାପତ୍ରକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି । ଉଭୟ ରାଷ୍ଟ୍ର ମଧ୍ୟରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସହଯୋଗ ବୃଦ୍ଧି ଦ୍ୱାରା ଦୁଇ ଦେଶର ଲୋକମାନେ ପ୍ରାକୃତିକ ବିପର୍ଯ୍ୟୟ ଭଳି ପରିସ୍ଥିତିରେ ବିଶେଷ ଭାବେ ଉପକୃତ ହୋଇପାରିବେ ।

ସ୍ୱାକ୍ଷରିତ ବୁଝାମଣା ପତ୍ର ଅନୁସାରେ ବିପର୍ଯ୍ୟୟ ପରିଚାଳନା ସକାଶେ ଉଭୟ ରାଷ୍ଟ୍ର ପରସ୍ପର ମଧ୍ୟରେ ସମସ୍ତ ପ୍ରକାର ତଥ୍ୟ ସୂଚନା ଆଦାନପ୍ରଦାନ କରିବେ ଯାହାକି ପରସ୍ପରର ସ୍ୱାର୍ଥ ରକ୍ଷା ସକାଶେ ଉଦ୍ଦିଷ୍ଟ ଥିବ ।

ପୁନଶ୍ଚ ଏହି ବୁଝାମଣା ଅନୁଯାୟୀ ଭାରତ ଓ ଆର୍ମେନିଆ ଏପରି ବ୍ୟବସ୍ଥା ସୃଷ୍ଟି କରିବେ ଯାଦ୍ୱାରା’କି ଅନ୍ୟ ରାଷ୍ଟ୍ରମାନଙ୍କ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାରୁ ଦୁଇ ରାଷ୍ଟ୍ର ଆବଶ୍ୟକସ୍ଥଳେ ଅନୁଭୁତି ଆହରଣ କରିବାରେ ସୁବିଧା ହେବ । ଏହା ସେମାନଙ୍କର ଦକ୍ଷତା ବୃଦ୍ଧିରେ ମଧ୍ୟ ସହାୟକ ହେବ ।