Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଭିନ୍ନ ଉତ୍ସବ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ଦେଶର ବିଭିନ୍ନ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏକାଧିକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଆମେ ଦେଶରେ ବିଭିନ୍ନ ପାରମ୍ପରିକ ପର୍ବ ପାଳନ କରିବା ସହିତ ନୂତନ ବର୍ଷର ଆରମ୍ଭ ମଧ୍ୟ ହେଉଛି । ଉଗାଦୀ, ଗୁଡି ପଡବା, ନବରୋଜ ଏବଂ ସାଜିବୁ ଚୈରାଓବାର ଶୁଭେଚ୍ଛା । ଆଶା କରୁଛି ଏହି ଶୁଭ ଅବସର ଆମ ଜୀବନରେ ଉତ୍ତମ ସ୍ୱାସ୍ଥ୍ୟ, ଖୁସି ଏବଂ ସମୃଦ୍ଧି ଆଣିଦେଉ ।

ଆମେ ଏହି ପର୍ବଗୁଡିକୁ ଏଭଳି ଏକ ସମୟରେ ପାଳନ କରୁଛୁ ଯେତେବେଳେ ଆମ ଦେଶ କୋଭିଡ-19 ସଂକ୍ରମଣ ସହିତ ଲଢେଇ କରୁଛି । ଏହି ପର୍ବଗୁଡିକୁ ଆମେ ବର୍ତ୍ତମାନ ପରିସ୍ଥିତିରେ ସେହିଭଳି ପାଳନ କରିପାରିବା ନାହିଁ, ଯେଉଁଭଳି ଆମେ ସାଧାରଣ ଭାବେ ପାଳନ କରୁଥିଲେ । କିନ୍ତୁ ବର୍ତ୍ତମାନର ପରିସ୍ଥିତିରୁ ଉଦ୍ଧାର ପାଇବା ଲାଗି ଏହି ପର୍ବଗୁଡିକ ଆମ ସଂକଳ୍ପକୁ ଅଧିକ ମଜବୁତ କରିବ । କୋଭିଡ-19 ସଂକ୍ରମଣ ସହିତ ଲଢେଇ କରିବା ଲାଗି ଆମେ ମିଳିମିଶି କାମ କରିବାକୁ ହେବ” ।

*****