Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ, ମୋକାମାରେ ଆୟୋଜିତ ସାଧାରଣ ସଭାରେ ଉଦ୍ବୋଧନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ମୋକାମାଠାରେ ନମାମି ଗଙ୍ଗେ କାର୍ଯ୍ୟକ୍ରମ ଅଧୀନରେ 4ଟି ସ୍ୱେରେଜ ପ୍ରକଳ୍ପ ଏବଂ 4ଟି ରାଜପଥ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ପାଇଁ ମୋଟ 3700 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।

ସେଠାରେ ଉପସ୍ଥିତ ବହୁସଂଖ୍ୟାରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମହାନ କବି ରାମଧାରୀ ସିଂ ଦିନକରଙ୍କ ସହ ସମ୍ପର୍କ ଥିବା ଭୂମିକୁ ଆସି ସେ ଆନନ୍ଦ ଅନୁଭବ କରୁଛନ୍ତି । ବିହାରର ଅଭିବୃଦ୍ଧି ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଯଥାସମ୍ଭବ କାମ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଲୋକମାନଙ୍କ ଆଶାଆକାଂକ୍ଷା ପୂରଣ କରିବା ଲାଗି ସରକାର ଅନବରତ ଭାବେ କାମ କରିଚାଲିଛନ୍ତି । ସେ କହିଥିଲେ ଯେ ଆଜି ଶିଳାନ୍ୟାସ ହୋଇଥିବା ପ୍ରକଳ୍ପଗୁଡ଼ିକ ବିହାରର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ।

ସେ ଆହୁରି ଉଲ୍ଲେଖ କରିଥିଲେ ଯେ ସଡ଼କ ନିର୍ମାଣ କାର୍ଯ୍ୟକୁ ଦ୍ରୁତଗତିରେ ଆଗେଇ ନେବା ପ୍ରତି ସରକାର ଗୁରୁତ୍ୱାରୋପ କରୁଛନ୍ତି । ନମାମି ଗଙ୍ଗେ ସହ ଜଡ଼ିତ ପ୍ରକଳ୍ପଗୁଡ଼ିକ ଗଙ୍ଗା ନଦୀର ସଂରକ୍ଷଣରେ ସହାୟକ ହେବ ବୋଲି ସେ କହିଥିଲେ ।

ନିକଟରେ ଚଳାଚଳ ଆରମ୍ଭ କରିଥିବା ଅନ୍ତ୍ୟୋଦୟ ଏକ୍ସପ୍ରେସ ସମ୍ପର୍କରେ ଉଲ୍ଲେଖ କରି ସେ କହିଥିଲେ ଯେ ଏହାଦ୍ୱାରା ବିହାର, ପୂର୍ବ ଭାରତ ସହ ଦେଶର ଅନ୍ୟ ପ୍ରାନ୍ତଗୁଡ଼ିକ ମଧ୍ୟରେ ଯୋଗାଯୋଗ ସମ୍ଭବ ହୋଇପାରିବ । ଉତ୍ତମ ଯୋଗାଯୋଗ ଅଧିକ ବିକାଶ ଦିଗରେ ଆଗେଇ ନେବ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାସ୍ତା, ରେଳବାଇ ଏବଂ ଜଳମାର୍ଗର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି ।

ଶିଳାନ୍ୟାସ ହୋଇଥିବା 4ଟି ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକ ହେଲା :

– 31 ନମ୍ବର ଜାତୀୟ ରାଜପଥର ଅଉନ୍ତା-ସିମାରିୟା ସଡ଼କକୁ 4 ଲେନ୍ ବିଶିଷ୍ଟ କରିବା ଏବଂ 6 ଲେନ୍ ବିଶିଷ୍ଟ ଗଙ୍ଗା ସେତୁ ନିର୍ମାଣ ।

– 31 ନମ୍ବର ଜାତୀୟ ରାଜପଥର ବଖତିଆରପୁର-ମୋକାମା ସଡ଼କର 4 ଲେନ୍ କୁ ସମ୍ପ୍ରସାରଣ ।

– 107 ନମ୍ବର ଜାତୀୟ ରାଜପଥର ମହେଶଖୁଣ୍ଟ-ସାହର୍ସା-ପୁରୁନିଆ କ୍ଷେତ୍ର ସଡ଼କର 2 ଲେନ୍ କୁ ସମ୍ପ୍ରସାରଣ ।

– 82 ନମ୍ବର ଜାତୀୟ ରାଜପଥର ବିହାରଶରିଫ-ବଡ଼ବିଘା-ମୋକାମା କ୍ଷେତ୍ରର 2 ଲେନ୍ ବିଶିଷ୍ଟ ସଡ଼କ ନିର୍ମାଣ ।

ଶିଳାନ୍ୟାସ ହୋଇଥିବା 4ଟି ସ୍ୱେରେଜ ପ୍ରକଳ୍ପ ମଧ୍ୟରେ ରହିଛି ବେଉରଠାରେ ଥିବା ସ୍ୱେରେଜ ଟ୍ରିଟମେଣ୍ଟ ପ୍ଳାଣ୍ଟ, ବେଉର ସିୱେର ନେଟୱାର୍କ ସହିତ ସ୍ୱେରେଜ ସିଷ୍ଟମ, କର୍ମାଲୀ ଛକରେ ଥିବା ସିୱେଜ ଟ୍ରିଟମେଣ୍ଟ ପ୍ଳାଣ୍ଟ ଏବଂ ସୈଦପୁରଠାରେ ଥିବା ସିୱେଜ ନେଟୱାର୍କ । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା 120 ଏମଏଲଡିର ନୂଆ ଏସଟିପି କ୍ଷମତା ବୃଦ୍ଧି ପାଇବ ଏବଂ ପୂର୍ବରୁ ବେଉରରେ ଥିବା 20ଟି ଏମଏଲଡିର ସମ୍ପ୍ରସାରଣ କରାଯିବା ସମ୍ଭବ ହୋଇପାରିବ ।

**********