Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିମଷ୍ଟେକ ଗ୍ରୀଡ ଆନ୍ତଃସଂଯୋଗୀକରଣ ବୁଝାମଣା ସମ୍ପାଦନ ଓ ଅନୁସମର୍ଥନ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ


ବିମଷ୍ଟେକ ଗ୍ରୀଡ ଆନ୍ତଃସଂଯୋଗୀକରଣ ବୁଝାମଣା ସମ୍ପାଦନ ଓ ଅନୁସମର୍ଥନ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ

ବିମଷ୍ଟେକ ଗ୍ରୀଡ ଆନ୍ତଃସଂଯୋଗୀକରଣ ବୁଝାମଣା ସମ୍ପାଦନ ଓ ଏହାର ଅନୁସମର୍ଥନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆଗତ ଏ ସଂକ୍ରାନ୍ତ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଛି । ବିମଷ୍ଟେକ ସଦସ୍ୟ ରାଷ୍ଟ୍ରମାନଙ୍କର ଆଗାମୀ ଶକ୍ତି ମନ୍ତ୍ରୀ ସମ୍ମିଳନୀରେ ଏହି ବୁଝାମଣା ସମ୍ପାଦିତ ହେବ । ତୃତୀୟ ବିମଷ୍ଟେକ ଶକ୍ତି ମନ୍ତ୍ରୀ ସମ୍ମିଳନୀ ନେପାଳରେ ଆଉ ଅଳ୍ପ ଦିନ ମଧ୍ୟରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏବେ ବିମଷ୍ଟେକରେ ବାଂଲାଦେଶ, ଭାରତ, ମିଆଁମାର, ଶ୍ରୀଲଙ୍କା, ଥାଇଲାଣ୍ଡ, ଭୁଟାନ ଓ ନେପାଳ ସଦସ୍ୟ ଅଛନ୍ତି ।

ପ୍ରଥମ ବିମଷ୍ଟେକ ଶକ୍ତି ମନ୍ତ୍ରୀ ସମ୍ମିଳନୀ ଅକ୍ଟୋବର 4, 2005ରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିବା ବେଳେ ସେଥିରେ ବିମଷ୍ଟେକ ରାଷ୍ଟ୍ରଗୋଷ୍ଠୀ ମଧ୍ୟରେ ଶକ୍ତି ସହଯୋଗ ପାଇଁ ଏକ୍ସନପ୍ଲାନ ପ୍ରସ୍ତୁତ କରାଯାଇଥିଲା । ତେବେ ବିମଷ୍ଟେକ ନେତୃମଣ୍ଡଳୀର ଗତ 16 ଅକ୍ଟୋବର 2016ରେ ଅନୁଷ୍ଠିତ ଶିଖର ବୈଠକରେ ଗ୍ରୀଡ ଆନ୍ତଃସଂଯୋଗୀକରଣ ବୁଝାମଣା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।