ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ରକୁ ମିଳିବ ସେଚ ଓ ପାନୀୟ ଜଳ ସୁବିଧା
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର କେବଡିଆଠାରେ 17, ସେପ୍ଟେମ୍ବର 2017ରେ ସର୍ଦ୍ଦାର ସରୋବର ନଦୀବନ୍ଧକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ ।
ଏହି ନଦୀବନ୍ଧର ଉଚ୍ଚତା ସମ୍ପ୍ରତି 138.68 ମିଟରକୁ ବୃଦ୍ଧି କରାଯାଇଛି, ଯାହାରକି 4.73 ନିୟୁତ ଏକର ଫୁଟ ଜଳଧାରଣ କରିବାର କ୍ଷମତା ରହିଛି । ଏହି ପରିଯୋଜନାରେ ଅଂଶିଦାର ରାଜ୍ୟ – ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରକୁ ସର୍ଦ୍ଦାର ସରୋବର ନଦୀବନ୍ଧରୁ ବେଶ ସୁବିଧା ମିଳିପାରିବ ।
ଏହି ପରିଯୋଜନା ଅନ୍ତର୍ଗତ ସୁଦୀର୍ଘ କେନାଲ ଓ ପାଇପ ଲାଇନ ନେଟୱାର୍କ ଯୋଗେ ନର୍ମଦା ନଦୀର ଜଳ ଗୁଜରାଟର ଜଳକ୍ଲିଷ୍ଟ ଅଞ୍ଚଳକୁ ଯୋଗାଇ ଦିଆଯିବ । ବହୁମୁଖୀ ସର୍ଦ୍ଦାର ସରୋବର ନଦୀବନ୍ଧ ଯୋଜନା ଦ୍ୱାରା ବିସ୍ତିର୍ଣ୍ଣ ଅଞ୍ଚଳକୁ ଜଳସେଚନ ସୁବିଧା ମିଳିବ ଏବଂ ପ୍ରାୟ 10 ଲକ୍ଷ ଚାଷୀ ଏହାଦ୍ୱାରା ଉପକୃତ ହେବେ । ଅନେକ ସହର ଓ ଗ୍ରାମାଂଚଳକୁ ପାନୀୟ ଜଳର ସୁବିଧା ମିଳିବ ଏବଂ ଏଥିରେ 4 କୋଟି ଲୋକ ସୁବିଧା ପାଇବେ । ନଦୀ ଜଳ ପରିଚାଳନା କ୍ଷେତ୍ରରେ ବିଶ୍ୱର କେତେକ ବୃହତ ମାନବୀୟ ପ୍ରୟାସମାନଙ୍କ ମଧ୍ୟରେ ସର୍ଦ୍ଦାର ସରୋବର ପ୍ରକଳ୍ପ ଅନ୍ୟତମ । ଏହି ପରିଯୋଜନା ଅନ୍ତର୍ଗତ ଜଳବିଦ୍ୟୁତ ପ୍ରକଳ୍ପରୁ ବାର୍ଷିକ 100 କୋଟି ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ଶକ୍ତି ଉପଲବ୍ଧ ହେବ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ନଦୀବନ୍ଧର ଉଦ୍ଘାଟନ ପରେ ସାଧୁ ବେଟ ଯିବେ । ସେଠାରେ ଷ୍ଟେଚ୍ୟୁ ଅଫ ୟୁନିଟି (Statue of Unity)ର ନିର୍ମାଣ କାର୍ଯ୍ୟ ଜାରି ରହିଛି । ରାଷ୍ଟ୍ର ନିର୍ମାଣ, ଏକତା ଓ ଅଖଣ୍ଡତାର ଅନ୍ୟତମ କର୍ଣ୍ଣଧାର ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ମହାନ୍ ସ୍ମୃତି ଉଦ୍ଦେଶ୍ୟରେ ଏହି ସ୍ମାରକୀ ପୀଠ ତଥା 182 ମିଟର ଉଚ୍ଚତା ବିଶିଷ୍ଟ Statue of Unity ପ୍ରତିଷ୍ଠା କରାଯାଉଛି । ସେଠାରେ ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କରିବେ । ସ୍ମାରକୀ ପୀଠରେ ସର୍ଦ୍ଦାର ପଟେଲଙ୍କ ସୁଉଚ୍ଚ ପ୍ରତିମୂର୍ତ୍ତୀ ସହ ଏକ ପ୍ରଦର୍ଶନୀ ହଲ୍, ସ୍ମୃତି ଉଦ୍ୟାନ ଏବଂ ପରିଦର୍ଶକ କେନ୍ଦ୍ର ସ୍ଥାପନ ହେବ ।
ଗୁଜରାଟ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ନର୍ମଦା ମହୋତ୍ସବର ଉଦଯାପନୀ ସମାବେଶରେ ଯୋଗଦେବେ ଏବଂ ଡାଭୋଇଠାରେ ଏକ ଜନସଭାକୁ ସମ୍ବୋଧିତ କରିବେ । ଏହି ଅବସରରେ ସେ ଜାତୀୟ ଆଦିବାସୀ ମୁକ୍ତି ସଂଗ୍ରାମୀ ସଂଗ୍ରହାଳୟ ନିର୍ମାଣର ଆଧାରଶିଳା ରଖିବେ ।
ଗସ୍ତର ଅନ୍ତିମ ଚରଣରେ ପ୍ରଧାନମନ୍ତ୍ରୀ ଗୁଜରାଟର ଆମ୍ରେଲୀ ଗସ୍ତ କରି ସେଠାରେ ପ୍ରାଥମିକ କୃଷି ବିପଣନ ସମିତି ଦ୍ୱାରା ନିର୍ମିତ ଏକ ଆଧୁନିକ ମାର୍କେଟ ୟାର୍ଡକୁ ଉଦ୍ଘାଟନ କରିବେ । ସେହିପରି ଅମର ଡାଏରୀର ନୂତନ ପ୍ଲାଣ୍ଟକୁ ଉଦ୍ଘାଟନ ଓ ଏକ ମହୁ ଉତ୍ପାଦନ କେନ୍ଦ୍ର ନିର୍ମାଣର ଶିଳାନ୍ୟାସ କରିବେ । ଆମ୍ରେଲୀଠାରେ ପ୍ରଧାନମନ୍ତ୍ରୀ ଏକ ସହକାର ସମ୍ମେଳନକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।
**********
Will travel to Gujarat this evening. Tomorrow I will join programmes in Kevadia, Dabhoi and Amreli. https://t.co/apon2JZvMi
— Narendra Modi (@narendramodi) September 16, 2017
After visiting the dam site, I will go to Sadhu Bet to take stock of the work on the ‘Statue of Unity’ project.
— Narendra Modi (@narendramodi) September 16, 2017
I shall then travel to Dabhoi to take part in the closing ceremony of the Narmada Mahotsav & address a public meeting.
— Narendra Modi (@narendramodi) September 16, 2017
In Dabhoi, will lay the foundation stone for the National Tribal Freedom Fighters’ Museum.
— Narendra Modi (@narendramodi) September 16, 2017
In Amreli, market yard of APMC & plant of Amar Dairy would be inaugurated. Foundation stone of a honey production centre would also be laid.
— Narendra Modi (@narendramodi) September 16, 2017
Looking forward to addressing a gathering of cooperatives, Sahakar Sammelan in Amreli tomorrow.
— Narendra Modi (@narendramodi) September 16, 2017