Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଶ୍ୱସ୍ତରରେ ପ୍ରତିଷ୍ଠା ପାଇଁ କାମ କରିବାକୁ ଭାରତୀୟ ରତ୍ନ ଓ ଆଭୂଷଣ ଉଦ୍ୟୋଗକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ବିଶ୍ୱସ୍ତରରେ ପ୍ରତିଷ୍ଠା ପାଇଁ କାମ କରିବାକୁ ଭାରତୀୟ ରତ୍ନ ଓ ଆଭୂଷଣ ଉଦ୍ୟୋଗକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ରତ୍ନ ଓ ଆଭୂଷଣ ଉଦ୍ୟୋଗକୁ ଘରୋଇ ବଜାର ବାହାରକୁ ଯାଇ ବିଶ୍ୱସ୍ତରରେ ଉପସ୍ଥିତି ଜାହିର କରିବାକୁ ଆହ୍ୱାନ ଦେଇଛନ୍ତି । ସର୍ବଭାରତୀୟ ରତ୍ନ ଓ ଆଭୂଷଣ ବାଣିଜ୍ୟ ମହାସଂଘ ଦ୍ୱାରା ଆୟୋଜିତ ସମ୍ବର୍ଦ୍ଧନା ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ନୂଆ ଉଦ୍ଭାବନ ଓ ଦକ୍ଷତା ବିକାଶ ଦ୍ୱାରା ଏହି ଲକ୍ଷ୍ୟକୁ ହାସଲ କରାଯାଇପାରିବ । ଏବେ ହାତତିଆରି ଆଭୂଷଣର ଆନ୍ତର୍ଜାତିକ ଚାହିଦା ବଢ଼ିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ପାଦ ଶୁଳ୍କ ସହ ଜଡ଼ିତ ନିକଟ ଅତୀତର ପ୍ରସଙ୍ଗକୁ ମନେ ପକାଇ କହିଥିଲେ ଯେ ଏସବୁ ପ୍ରସଙ୍ଗ ସରକାରଙ୍କ କାର୍ଯ୍ୟଶୈଳୀକୁ ଭଲଭାବେ ଜାଣିବା ପାଇଁ ରତ୍ନ ଓ ଆଭୂଷଣ ଉଦ୍ୟୋଗକୁ ସୁଯୋଗ ପ୍ରଦାନ କରିଛି । ଆଉ ସରକାରଙ୍କୁ ମଧ୍ୟ ଏହି କ୍ଷେତ୍ରରେ ରହିଥିବା ବିଭିନ୍ନ ସମସ୍ୟାକୁ ଭଲ ଭାବେ ଜାଣିବାର ସୁଯୋଗ ମିଳିଛି । ସେ କହିଛନ୍ତି ଯେ ଉଭୟ ପରସ୍ପରକୁ ଜିତିପାରିଛନ୍ତି । ପ୍ରଧାନମନ୍ତ୍ରୀ ଆୟ ଲୁଚାଇଥିବା ସମସ୍ତ ବ୍ୟକ୍ତିଙ୍କୁ ସେପ୍ଟେମ୍ବର 30 ତାରିଖର ସମୟସୀମା ଭିତରେ ନିଜର ଆୟ ଘୋଷଣା କରିବାକୁ ଆହ୍ୱାନ ଦେଇଛନ୍ତି ।