Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଶ୍ୱ ରେଡିଓ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ରେଡିଓ ଦିବସ ପାଳନ ଅବସରରେ ରେଡିଓ ଜଗତ ସହ ସଂଶ୍ଳିଷ୍ଟ ସମସ୍ତ ବ୍ୟକ୍ତିବିଶେଷ, ଅନୁଷ୍ଠାନ, ସମ୍ବନ୍ଧୀତ ଉଦ୍ୟୋଗ ଏବଂ ବିରାଟ ଶ୍ରୋତା ମଣ୍ଡଳୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି  ।

‘‘ବିଶ୍ୱ ରେଡିଓ ଦିବସରେ ମୁଁ ଆମର ରେଡିଓ ଜଗତ ସହ ଓତଃପ୍ରତଃ ଭାବେ ଜଡ଼ିତ ବ୍ୟକ୍ତି ବିଶେଷ, ଅନୁଷ୍ଠାନ, ଉଦ୍ୟୋଗ ଓ ଶ୍ରୋତାମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଏହି ଚମତ୍କାର ଗଣମାଧ୍ୟମ ସବୁବେଳେ ଶିକ୍ଷା, ଆବିଷ୍କାର, ଜ୍ଞାନ ଆହରଣ, ଅବସର ବିନୋଦନ ଏବଂ ଅଭିବୃଦ୍ଧିର ମହତ୍ୱପୂର୍ଣ୍ଣ ବିନ୍ଦୁ ହୋଇ ରହିଥାଉ ।

ରେଡ଼ିଓ ଆମ୍ଭମାନଙ୍କୁ ନିକଟତର କରାଉଛି ଏବଂ ମନ୍ କି ବାତ ମାଧ୍ୟମରେ ମୁଁ କ୍ରମାଗତ ଭାବେ ଏହା ଅନୁଭବ କରିଆସିଛି  । ଏଠାରେ ଆପଣମାନେ ମନ୍ କି ବାତ ର ସମସ୍ତ ଅଧ୍ୟାୟକୁ ଏହି ଲିଙ୍କ  https://www.narendramodi.in/mann-ki-baat  ମାଧ୍ୟମରେ ଶୁଣିପାରିବେ,’’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।