Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଶ୍ୱ ଶୌଚାଳୟ ଦିବସରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା


ବିଶ୍ୱ ଶୌଚାଳୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିମ୍ନଲିଖିତ ବାର୍ତ୍ତା ପ୍ରଦାନ କରିଛନ୍ତି ।

“ବିଶ୍ୱ ଶୌଚାଳୟ ଦିବସ ଅବସରରେ ଆମେ ଦେଶବ୍ୟାପୀ ସ୍ୱଚ୍ଛତା ସୁବିଧାରେ ଉନ୍ନତି ଆଣିବା ନେଇ ଆମର ସଂକଳ୍ପକୁ ଆହୁରି ଦୃଢୀଭୁତ କରୁଛୁ ।

ଦେଶର ବିଭିନ୍ନ ଭାଗରେ ଅଧିକ ଶୌଚାଳୟ ନିର୍ମାଣ ପାଇଁ କାର୍ଯ୍ୟକରୁଥିବା ବ୍ୟକ୍ତି ଓ ସଂଗଠନମାନଙ୍କୁ ମୁଁ ସାଧୁବାଦ ଜଣାଉଛି । ସେମାନଙ୍କର ବହୁମୂଲ୍ୟ ଯୋଗଦାନ ସ୍ୱଚ୍ଛ ଭାରତ ମିଶନକୁ ଗତି ପ୍ରଦାନ କରିବାରେ ସହାୟକ ହେଉଛି ।”

**********